STORYMIRROR

Basanti Pattnaik

Inspirational

2  

Basanti Pattnaik

Inspirational

ଗୁରୁ

ଗୁରୁ

2 mins
80


   ମୁଁ ଦେଖୁଛି ଚାରିଆଡ଼େ ଗୁରୁ ମାନଙ୍କ ଉଦ୍ଦେଶ୍ୟରେ ଭକ୍ତି ରସ ପ୍ରକାଶ କରି ବହୁ ଗଳ୍ପ, ଲେଖନୀ, କବିତା, ଚିତ୍ରକଳା ଫୁଟି ଉଠୁଛି ଯାହା ଦେଖି ମୁଁ ଭାବ ବିହ୍ଵଳିତ ହୋଇ ପଡ଼ିଛି, ସବୁ ଗୁରୁ ମାନଙ୍କୁ ପ୍ରଣାମ କରି ମୋର ଛୋଟ ଅଭିବ୍ୟକ୍ତି କୁ ନିମ୍ନରେ ଉଲ୍ଲେଖ କରୁଛି।


           ଏହି ଧରା ପୃଷ୍ଠକୁ ଯେଉଁ ପିତା ମାତା ଙ୍କ ମାଧ୍ୟମରେ ଆସିଛି ପ୍ରଥମେ ଆଦ୍ୟ ଗୁରୁ ଭାବରେ ତାଙ୍କୁ ପ୍ରଣାମ ଜଣାଉଛି। ଜନ୍ମ ରୁ ଲାଳନପାଳନ କରିବା, ଅଙ୍ଗୁଳି ଧରି ପ୍ରଥମ ପାଦ ଥାପି ଚଲେଇବା, ଗଣେଶ ପୂଜା ରେ ଖଡ଼ି ଛୁଆଁ କରି ପ୍ରଥମ ଅକ୍ଷର ଶିଖାଇ ଶିକ୍ଷା ର ମଞ୍ଜି ବୁଣିବା, ସଂସ୍କାର ର ପ୍ରୃଷ୍ଠତାକୁ ମନ ଭିତରେ ଭରି ଦେବା, ଜୀବନ ରାସ୍ତାରେ ଚାଲିବାକୁ ହେଲେ ସବୁକୁ ନେଇ ଆଗକୁ ବଢିବା ମୋର ପୂଜ୍ୟ ପିତା ମାତା ହିଁ ଶିକ୍ଷା ଦେଇଛନ୍ତି।


               ପ୍ରଥମ ପାଦକୁ ସ୍କୁଲରେ ଥାପିବା ସମୟ ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ ଅବଶ୍ୟ ଅତି ଛୋଟ ବୟସ ଯୋଗୁଁ ଏହି ସମୟର ସବୁ ଗୁଡ଼ିକ ଝାପ୍ସା ହୋଇ ରହିଯାଏ, ହାଇସ୍କୁଲ ଜୀବନ ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ଦିନ, ଏହି ସମୟର ଗୁରୁ ଶିଷ୍ୟର ସମ୍ପର୍କ ଅତି ନିବିଡ଼।ଆକଟ, ସେନେହ, ମମତା, ଶାସନ ସହିତ ଭବିଷ୍ୟତ କୁ ଗଢି ତୋଳିବା ରେ ଗୁରୁ ମାନଙ୍କର ଭୂମିକା ଅତୁଳନୀୟ । ମୁଁ ସର୍ବ ଶିକ୍ଷା ଗୁରୁ ଙ୍କୁ ହୃଦୟ ରୁ ଶତ ପ୍ରଣାମ ଜଣାଉଛି। ଶିକ୍ଷା ବିନା ଜୀବନ ଅନ୍ଧକାର ମୟ, ଶିକ୍ଷା ହିଁ ଆଲୋକର ଛବି, ପ୍ରଗତି ର ମୂଳ ଉସ୍ଛ।

           ଜୀବନ ରାସ୍ତାରେ ଗଲାବେଳେ ଆମେ ବିଭିନ୍ନ କ୍ଷେତ୍ରରେ ମାର୍ଗ ଦର୍ଶକ ମାନଙ୍କୁ ଭେଟି ଥାଉ ଅର୍ଥାତ୍ କଳା ସାହିତ୍ୟ, ବିଜ୍ଞାନ, ସଙ୍ଗୀତ, କ୍ରିଡ଼ା କ୍ଷେତ୍ରରେ ଗୁରୁ ମାନେ ହିଁ ପ୍ରେରଣା ର ଉସ୍ଛ ହୋଇ ଥାଆନ୍ତି ଯାହା ଯୋଗୁଁ ଆମେ ମାନେ ଆଗକୁ ବଢ଼ିବାରେ ପ୍ରେରଣା ପାଇଥାଉ, ଏହି ସର୍ବ ଗୁରୁ ମାନଙ୍କୁ ଶତ ପ୍ରଣାମ ଜଣାଉଛି।

        ଗୁରୁ ହିଁ ଆଲୋକର ଉତ୍ସ, ଆମ ଜୀବନ କୁ ଅମୃତ ଧାରାରେ ବୁଡ଼ାଇ ରଖିବାରେ ମାର୍ଗ ଦର୍ଶକ, ଗୁରୁ ବିନା ସବୁ ଅସାର, ଏହି ଗୁରୁ ମାନେ ଜୀବନ ର ଜୀବନ ର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଋପ, ମାଧ୍ୟମ ରେ ଆମ ମାନଙ୍କ ସହିତ ଜଡିତ ହୋଇ ରହିଥାଆନ୍ତି। ଗୁରୁ ପ୍ରକୃତ ଇଶ୍ବରଙ୍କ ଋପ ସଦୃଶ, ଜ୍ଞାନ ମାନ, ବଳିଦାନ ତ୍ୟାଗ ଏହି ଗୁରୁ ମାନଙ୍କ ମାଧ୍ୟମରେ ଲଭିଥାଉ। ଗୁରୁ ହିଁ ଚୀର ବନ୍ଦନୀୟ।

     ସମଗ୍ର ଗୁରୁ ଜାତିକୁ ଶତ ପ୍ରଣାମ, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବରହ, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରୁବେ ନମଃ।

      ଦୁଃଖ ଓ ପରିତାପର ବିଷୟ ଆଜିର ସମୟରେ ଗୁରୁ ଶିଷ୍ୟର ସମ୍ପର୍କରେ ବହୁ କ୍ଷେତ୍ରରେ କାଳିମା ଲାଗିଛି, ଏପରିକି ଶିଷ୍ୟ ଗୁରୁଙ୍କୁ ହାତ ମଧ୍ୟ ଉଠ‌ଉଛି, ଆଜି ଗୁରୁ କଳଙ୍କିତ ର ଟିକା ମଧ୍ୟ ପିନ୍ଧୁଛି ଯାହା ଶୁଭ ସଙ୍କେତ ନୁହେଁ, ଯୁବ ସମାଜକୁ ଅନୁରୋଧ ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ କୁ ରକ୍ଷା କରନ୍ତୁ। ଗୁରୁ ମଧ୍ୟ ସେମାନଙ୍କ ର ସମ୍ମାନ, ସ୍ଥିତିତ୍ବ ଓ କର୍ତ୍ତବ୍ୟ ର ମର୍ଯ୍ୟାଦା ରଖି ସମାଜ କୁ ସୁସ୍ଥ ମୟ ବାର୍ତ୍ତା ଦିଅନ୍ତୁ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational