Basanti Pattnaik

Tragedy

3  

Basanti Pattnaik

Tragedy

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

3 mins
146



ମୁଁ ସୋନ୍ଦର୍ଯ୍ୟ ବିଶେଷଜ୍ଞା ହିସାବରେ ମୋ ବିୟୁଟି ଚେମ୍ବର୍ ରେ ବସିଥିଲି, ସେଦିନ କାହିଁକି କେଜାଣି ମୋ ମୁଣ୍ଡ ଭାରି ବିନ୍ଧୁଥିଲା ତେଣୁ ଘରକୁ ଯିବା ପାଇଁ ପ୍ରସ୍ତୁତି କରି ଲାଇଟ୍ ଲିଭେଇବାକୁ ଗଲାବେଳେ ହଠାତ୍ କଲିଙ୍ଗ ବେଲ୍ ବାଜି ଉଠିଲା, ମୁଁ ଯାଇ ଡୋର ଖୋଲିବା ମାତ୍ରେ ଜଣେ ମହିଳା କୈାଣସି ଉତ୍ତର ନ ଦେଇ ସିଧା ମୁଭିଙ୍ଗ୍ ଚେୟାର ଉପରେ ବସି ପଡିଲେ ।ମୋ ମୁହଁକୁ ନିରେଖି ଚାହିଁ କହିଲେ, ମ୍ୟାଡାମ୍ ଏହି ଭଳି ଟିପ୍ସ ଦିଅନ୍ତୁ ଯେମିତି ମୋ ତ୍ବଚାକୁ ସୁନ୍ଦର ରଖିପାରିବି ।

ମୁଁ ହସିଦେଇ କହିଲି ପ୍ରଥମେ ନିଜକୁ ଖୁସି ରଖ, ପାଣି ଭଲକି ପିଅ ଦେଖିବ ତ୍ବଚାରେ ଚମକ୍ ଆସିବ ।

           ପ୍ରଥମଥର ପାଇଁ ସେ ମୋ ପାଖକୁ ଆସି ଥିଲେ, ମୁଁ ଅନୁମାନ କଲି ତାଙ୍କ କଥା ବାର୍ତ୍ତାର ତାଳ ମେଳ ନଥିଲା । ସେ ମାନସିକ ଚାପରେ ଥିଲା ଭଳି ଅନୁଭବ ହେଉଥିଲା ।ମୁଁ ତାଙ୍କୁ କହିଲି ତମେ ଆୟୂର୍ବେଦ ଉପରେ ବିଶ୍ବାସ ରଖ? ସେ କହିଲେ ମାମ୍ ମୁଁ ବହୁତ କେମିକାଲ କ୍ରିମ୍ ବ୍ୟବହାର କରୁଥିଲି କିନ୍ତୁ କିଛି ଲାଭ ହେଲାନାହିଁ । 

ବରଂ ତ୍ବଚାରେ ବହୁତ ଦାଗ ହେଇଯାଇଛି । ମୁଁ କହିଲି ଠିକ୍ ଅଛି ଆଜି ଠାରୁ କୃତ୍ରିମ ଜିନିଷ ଠାରୁ ଦୂରରେ ରୁହନ୍ତୁ। ଆପଣଙ୍କ ଘରର ରୋଷେଇ ଘରେ ଓ ବଗିଚାରେ ସୁନ୍ଦରତାର ଖଜଣା ଲୁଚି ରହିଛି ମୁଁ ଲେଖିଦ‌ଉଛି ଏହାକୁ ବ୍ୟବହାର କରି ଆର ମାସରେ ମୋ ପାଖକୁ ଆସିବ । ମୁଁ ସେତେବେଳେ ତୁମ ତ୍ବଚାକୁ ଦେଖି ପୁଣି କଣ କରିବେ ବତାଇବି...ସେ କହିଲେ ଆଉ ଆସି ପାରିବି କି ନାହିଁ ଜାଣେନି...।

        ମୁଁ ଦେଖିଲି ତାଙ୍କ ମୂଖମଣ୍ଡଳରେ ଉଦାସ ଭାବ ଭରି ରହିଛି । ବାଳ ଗୁଡିକ ଆଲୁରୁ ବାଲୁରୁ

ହୋଇରହିଛି, ମନେ ମନେ ଭାବିଲି ଭଲ ଘରର ଝିଅ ବୋହୁ ଭଳି ଦିଶୁଛନ୍ତି କାରଣ ବେଶ ପୋଷାକ ଆଭୁଷଣ ବେଶ୍ ଆଭିଜାତ୍ୟ ଭରା, ପୁଣି ନିଜ କେଶକୁ କାହିଁକି ଏମିତି ରଖିଛନ୍ତି ? କହିଲି ଆପଣ ଯଦି ଭୁଲ୍ ବୁଝିବେ ନାହିଁ ଗୋଟିଏ କଥା ପଚାରିବି, ତୁମେ ମୋର ସାନ ଭଉଣୀ ଭଳି ହେବ ଭୁଲ୍ ବୁଝିବ ନାହିଁ । ମୋତେ ଲାଗୁଛି ବର୍ତ୍ତମାନ କାହା ସହିତ ଝଗଡ଼ା କରି ଆସିଛନ୍ତି କି?ସେ ମୋ ହାତକୁ ଜାବୁଡ଼ି ଧରି ଭୋ ଭୋ କାନ୍ଦିଲେ ଓ କହିଲେ ଜାଣେନି ଆପଣଙ୍କୁ ଦେଖିଲା ପରେ ସବୁ ମନକଥା ଖୋଲିକି କହିବାକୁ ଇଛା ହେଉଛି, ମୁଁ କହିଲି ଲାଗୁଛି ସ୍ବାମୀଙ୍କ ସହିତ ବୋଧହୁଏ..ସେ କହିଲେ ଆପଣ ଠିକ୍ ଧରିଛନ୍ତି ।

  

      ମୁଁ ବଞ୍ଚିବାକୁ ଆଉ ଚାହୁଁନାହିଁ,ସୁଇସାଇଡ୍ କରିଦେବି । ମୁଁ ଚମକି ପଡି ତାଙ୍କୁ କୁଣ୍ଢେଇ ଧରି

 ବୁଝାଇଲି, ଏହି ଭଳି ପାପ ଚିନ୍ତା ଧାରା କାହିଁକି ମନକୁ ଆଣୁଛନ୍ତି.... ଏତେ ସୁନ୍ଦର ଜୀବନ ପାଇଛ,

ପୁଣି ଏକଣ? ସେ କହିଲେ ମୁଁ ଜଣେ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ, ତାଳଚେରରେ ରହେ। ମୋର ଦଶ ବର୍ଷର ଝିଅ ଅଛି । ମୋର ସ୍ବାମୀ ଷ୍ଟେଟ ବ୍ୟାଙ୍କରେ ମ୍ୟାନେଜର୍ ଅଛନ୍ତି ଭୁବନେଶ୍ୱରରେ । ମୁଁ ଆଶ୍ଚର୍ଯ୍ୟର ସହିତ ପଚାରିଲି ଏତେ ସବୁ ଭଲ ଭିତରେ ପୁଣି ଅସୁବିଧା କଣ?ସେ କହିଲେ ଚାକରାଣୀ ସବୁ ଗଣ୍ଡଗୋଳର ମୂଳ କାରଣ ! ମୁଁ ଚମକି ମାନେ କହି ଚେୟାରରୁ ଉଠି ପଡ଼ିଲି ।

       ସେ କହିଲେ, ଆଗରୁ ସବୁ ଶନିବାର ଘରକୁ ଆସୁଥିଲେ ଏବେ କିଛି ମାସ ହେଲାଣି ମୋଟେ ଆସିଲେନି,ପଚାରିଲେ କାମ ବ୍ୟସ୍ତ ଅଛନ୍ତି ବୋଲି ସବୁବେଳେ କହିଲେ ତେଣୁ ଝିଅକୁ ମା ପାଖରେ ଛାଡି କିଛି ନଜଣାଇ ହଠାତ୍ କାଲି ଆସି ପହଞ୍ଚିଲି, କଲିଙ୍ଗ ବେଲ୍ ମାରିଲା ବେଳକୁ ଚାକରାଣୀ କବାଟ ଖୋଲିଲା ।

ମୁଁ ଯାହା ଦେଖିଲି ଚକ୍ଷୁକୁ ବିଶ୍ବାସ କରି ପାରିଲିନି । ମୋ ସ୍ବାମୀ ନଗ୍ନ ହୋଇ ଖଟରେ ଶୋଇଥିଲେ. ମୁଁ ଘଟଣା ବୁଝି ପାରିଲି । ହିତାହତ ଜ୍ଞାନ ହରାଇ ସାରିଥିଲି, ସ୍ବାମୀଙ୍କୁ ଓ ଚାକରାଣୀକୁ ପିଟିବାକୁ ଲାଗିଲି । ଚାକରାଣୀ ମୋ ହାତକୁ ଭିଡ଼ି ଧରିଲା ମୋ ସ୍ବାମୀ ମୋତେ ପିଟିବାକୁ ଲାଗିଲେ, କହିଲେ ତା ପାଖରେ ଯାହା ଅଛି ତୋ ପାଖରେ ନାହିଁ । ମୁଁ ଏହା ସହିତ ଖୁସି ପାଉଛି । ମୋ ମୁଣ୍ଡ କାମ କରୁନି, ଏତେ ଦିନ ଘର ସଂସାର କଲାପରେ ଏହି ଦିନ ଦେଖିବାକୁ ପଡ଼ିବ ଭାବି ପାରୁନି, ଏମିତି ଜୀବନ କାହିଁକି ରଖିବି?

ମୋତେ ପାଖ ଘରର ଜଣେ ମହିଳା କହିଲେ ଆପଣଙ୍କ ପାଖକୁ ଟିକିଏ ଯିବାକୁ, ମୁଁ ଆପଣଙ୍କ ନାଁ ଶୁଣିବାପରେ ଏଠିକି ଆସିଛି ମୋ କେଶକୁ ସୁନ୍ଦର ଭାବରେ କାଟି ସଜେଇ ଦିଅନ୍ତୁ ।

         ମୁଁ ଚିନ୍ତାରେ ଥିଲି... ଏହି ଭଳି ଭାବୁକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ବୋଲି କେବେ ଭାବି ନଥିଲି । ମୁଁ ଉତ୍ତର ଦେଲି ଭ‌ଉଣୀ ଖାଲି ଉପର ସଜାଇ ଦେଲେ ହେବନାହିଁ । ତୁମକୁ ଏହି ଭଳି ପରିସ୍ଥିତିରେ ନିଜକୁ ସୁଦୃଢ଼ମନା ହୋଇ ରହିବାକୁ ପଡିବ । ଇଶ୍ବରଙ୍କ କୃପାରୁ ନିଜେ ତମେ ସ୍ବାବଲମ୍ବୀ ନାରୀ ଓ ଏକ ସୁନ୍ଦର କନ୍ୟାର ମାଆ, ଝିଅର ଭବିଷ୍ୟତକୁ ଦେଖି ତୁମକୁ ଜୀବନର ସୁଖ ଦୁଃଖକୁ ପିଇ ଚାଲିବାକୁ ପଡିବ । ମୁଁ କହୁନାହିଁ ତୁମ ସମ୍ମାନରେ ଆଡ୍ଜଷ୍ଟ କରିବାକୁ କିନ୍ତୁ ସେ ଭୁଲ୍ କଲେ ବୋଲି ତୁମେ ଏତେ ବଡ଼ ଭୁଲ କରିବାକୁ ଚିନ୍ତା କରୁଛ, ମନକୁ ଅସ୍ଥିର ରଖୁଛ, ଉଚିତ୍ ନୁହେଁ । ତୁମ ପାଇଁ, ପରିବାର ପାଇଁ ବିଷମ ପରିସ୍ଥିତି ସୃଷ୍ଟି ହେବ । ତୁମେ ଶିକ୍ଷିତା ନାରୀ, ସବୁ ପରିସ୍ଥିତିର ମୁକାବିଲା କିପରି କରାଯାଏ ତାହା ଇଶ୍ଵର ଆମ ଭିତରେ ଖଞ୍ଜିଛନ୍ତି ।ଜୀବନର ରାସ୍ତା ସୁଖ ଦୁଃଖରେ ଭରା ତାକୁ ସମ୍ଭାଳି ଯିଏ ଚାଲି ଶିଖିଲା ସେ ସଂସାର ଗଢିପାରେ ନଚେତ୍ ସବୁ ଛାରଖାର ହୋଇଯିବ ।

         ସେ ମୋତେ କୁଣ୍ଢେଇ ଲୋତକ ଭରା ଚକ୍ଷୁରେ କହିଲେ , ଯିଏ ମୋତେ ଆପଣଙ୍କ ପାଖକୁ

 ପଠାଇଲେ ତାଙ୍କୁ ଯାଇ ଧନ୍ୟବାଦ ଜଣାଇବି । ଆପଣ ମୁଁ ଫୋନ୍ କଲେ ଦୟାକରି ଧରିବେ, ମୁଁ ଶିକ୍ଷୟିତ୍ରୀ ହୋଇ ମଧ୍ୟ ଜୀବନର ପାଠ ପଢ଼ାଇ ମୋ ଭିତରେ ସୁଦୃଢ଼ ତାର ବୀଜ ବୁଣି ଦେଲେ ।


        ମୁଁ କହିଲି, ଚରିତ୍ର ହୀନ ବ୍ୟକ୍ତି ରୂପ ଗୁଣ କିଛି ଦେଖେ ନାହିଁ । ଯେତେବେଳେ ପାପ କୁଣ୍ଡରେ ସଢିଯାଏ ସେତେବେଳେ ପଶ୍ଚାତାପରେ ଘୁରିବୁଲେ କିନ୍ତୁ ସେତେବେଳକୁ ସବୁ ହରେଇ ଥାଏ ତେଣୁ ପ୍ରଥମେ ମନୁଷ୍ୟ ପ୍ରେମ ଓ ପାପ ଏହାର ପାର୍ଥକ୍ୟ ବୁଝୁ.... ପ୍ରେମ ନାମରେ ପାପକୁ ନ ଆବୋରୁ ।



Rate this content
Log in

Similar oriya story from Tragedy