ଓଠ ତଳ ହସ
ଓଠ ତଳ ହସ


ବହୁ ଦିନ ପରେ ମୋର ଜଣେ ବନ୍ଧୁଙ୍କ ପାଖକୁ ଫୋନ୍ କରି ଗପିବାକୁ ଇଚ୍ଛା କଲି ସେପଟୁ ହେଲୋ ବୋଲି କିଏ କହିଲା ।ହଠାତ୍ ଜାଣି ପାରିଲି ନାହିଁ ତେଣୁ କିଏ କହୁଛ ପଚାରିଲି ସେପଟୁ ମୁଁ ସୁମତି ପଣ୍ଡା କହୁଛି ଆପଣ କିଏ? ମୁଁ ହସିଦେଇ ତୋର ବାଲ୍ୟ କାଳ ର ପ୍ରେମିକ କହୁଛି ଯିଏ ତୋର ଧିର ଚାଲି, ମିଠା କଥା ଓ ଆକର୍ଷଣୀୟ ରୂପରେ ପାଗଳ ଥିଲା ଓ ଥଟ୍ଟା ରେ ତୁ ମୋର ପ୍ରେମିକା ଜୀବନ ଶେଷ ପର୍ଯ୍ୟନ୍ତ ରହିବୁ ବୋଲି ଚିଡଉ ଥିଲା ସେ ହଠାତ୍ ଖୁସି ରେ ନାଚି ଉଠିଲା ପରି ତୁ ବଦ୍ ମାସ୍ ଏତେ ଦିନ ପରେ ମୁଁ ତତେ ମନେ ପଡ଼ିଲି.. ମୁଁ ତା'ର ସ୍ବରରେ କୋହଭରା ବାଷ୍ପ ଆଭାସ ପାଉଥିଲି ।
ପଚାରିଲି ତୁ କେମିତି ଅଛୁ? ସେ କୋହ କୁ ଲୁଚାଇ ପ୍ରକୁସ୍ଥିତ ହୋଇ କହିଲା ନା ମୁଁ ପୁରା ଠିକ୍ ଅଛିତୁ କେମିତି ଅଛୁ? ମୁଁ ଠିକ୍ ଅଛି କହି ଦଶ ବର୍ଷ ର କିଛି ସଂକ୍ଷିପ୍ତ ବିବରଣୀ ରଖିଲି ସୁଖ ଦୁଃଖ ର ଛୋଟ ସିନେମା ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନା କଲି।
କିନ୍ତୁ ସେ ମୋ ବିଷୟରେ ଶୁଣିଲା ପରେ କହିଲା ତୁ ଝିଅ ର ମାଆ ସୁଖି ଅଟୁ ପୁଅର ମାଆ ବୋହୁ ଆସିଲା ପରେ ବହୁତ ଆଡ୍ଜଷ୍ଟ କରିବାକୁ ପଡ଼ିଥାଏ,
ଜୀବନ ଟା ଭାବିଚିନ୍ତି ଚାଲିବାକୁ, କହିବାକୁ ପଡେ ।
ନଚେତ୍ ଶାଶୁ ଅର୍ଥାତ୍ ମାଆ ଟି ଦୋଷୀ ହୋଇ ଯାଏ, ମୁଁ ମୋ କଥା କହୁନି ବୋଧହୁଏ ସବୁ ଶାଶୁ ଙ୍କର ଏହି ମନକଥା ଅଟେ ।
ମୁଁ ବାର୍ତ୍ତାଳାପ ଭିତରେ ବୋହୁ ଟି କିପରି? ସେ ନିରବ ରହି ଧୀର କଣ୍ଠରେ ଭଲ କହି ଛେପ ଢ଼ୋକି ଥିଲା ମୋ ଭଳି ଜଣେ ସଚେତନ ନାଗରିକ କୁ ଏହି କୋହୋଭରା ଭଲ ଅର୍ଥ ବୁଝିବାକୁ ଅସୁବିଧା ହେଇନଥିଲା ।
&nb
sp; ଶୁଣିଥିଲି ବୋହୁ ଟି ଅନିନ୍ଦ୍ୟ ସୁନ୍ଦରିବୋଲି, ମୁଁ ବାହାରେ ଥିଲି, ବାହାଘର କୁ ଆସିପାରି ନ ଥିଲି କିନ୍ତୁ ଫଟ ପାଇଥିଲି ଓ ଖୁସି ହୋଇ ଥିଲି ଭଲ ଋପବତୀ ବୋହୁ ପାଇଛି ବୋଲି ସବୁ କାମରେ ଧୂରନ୍ଧର ମଧ୍ୟ ଶୁଣିଥିଲି, ପୁଣି କେଉଁଠି ଅସୁବିଧା ରହୁଛି ମୁଁ ଉତ୍ତର ଦେଲି ଝିଅ ମାଆ ପୁଅ ମାଆ ହେବାରେ ସୁଖି କିମ୍ବା ଦୁଃଖର କାରଣ ନୁହେଁ ଜୀବନ ଟା କେବଳ ବୁଝାମଣା ଭିତରେ ଚାଲିଥାଏ ନଚେତ୍ ଜୀବନ ର ମାନେ ଫିକା ପଡିଯାଏ ।ସେ ସେପଟୁ ଛୋଟ ହଁ କହି ମୁଁ ରଖୁଛି ।ପରେ ତୋ ସାଙ୍ଗରେ କଥା ହେବି ମୁଁ କହିଲି ଜୀବନର ଷାଠିଏ ବର୍ଷ ପରେ ତୁ ଏବେ ଏତେ ବ୍ୟସ୍ତତା ଭିତରେ ରହୁଛୁ? ଏବେ ନିଜକୁ କିଛି ସମୟ ଦେ, କାରଣ ଆଉ କେତେ ଧାଇଁବା? ଏମିତି ସମୟ ଆସିଛି କୋରୋନା,ଡେଲ୍ଟା,ଓମିକ୍ରନ୍, ଆଗକୁ ଆଉ କେତେ କଣ ଆସିବ ଜଣାନାହିଁ । ମନୁଷ୍ୟ ବାସ୍ତବ ଜୀବନରୁ ଓହରି ଅବାସ୍ତବ ଦୁନିଆ ଭିତରେ ପଶିଲାଣି, ଏହାକୁ ଆବୋରି ଚାଲିବା ଶିଖିଲାଣି ।ନେଟୱର୍କ ମାଧ୍ୟମରେ ସାରା ଦୁନିଆ ସହିତ ଯୋଡି ହେଲାଣି, ନିଜ ଜୀବନ କୁ ଏହାରି ସହିତ ବାନ୍ଧି ଜ୍ଞାନ ଅର୍ଜନ କରିବା ସଙ୍ଗେ ସଙ୍ଗେ ଶାନ୍ତି ଏହି ଥିରୁ ପାଉଛି, ତୋତେ ପଦେ କଥା ହେବାକୁ ମଧ୍ୟ ସମୟ ନାହିଁ ।.ହଉ ଯଦି କେବେ ସମୟ ପାଉ ଏହି ବଂଧୁ ଟି କୁ ଖୋଜିବୁ କାରଣ ଆଜିର ଦୁନିଆରେ ପ୍ରକୃତ ଭଲପାଇବା ବଂଧୁ କମ୍ ମିଳନ୍ତି ରହୁଛି ।
ଏହି ଲେଖାଟି ମାଧ୍ୟମରେ ସମାଜକୁ ଏକ ବାର୍ତ୍ତା କହିଲେ ଅତ୍ୟୁକ୍ତି ହେବନି ।ଶାଶୁ ଟି କାନ୍ଦିଲେ ଲୁଚେଇ ଲୁଚେଇ କାନ୍ଦେ,ଅନ୍ତରରେ ଦାବିଦିଏ ।କାଳେ ଘରେ ଅଶାନ୍ତି ହେବ, ବୋହୁ ଟି କାନ୍ଦିଲେ ଶାଶୁଟି ଖରାପ ବୋଲି ବିବେଚନା କରାଯାଏ, ଯଦିଓ
ଏହା ସବୁ କ୍ଷେତ୍ରରେ ଠିକ୍ ବୋଲି କୁହାଯିବ ନାହିଁ କିନ୍ତୁ ପରସ୍ପରର ବୁଝାମଣା ଅଭାବ ରୁ ପ୍ରାୟ ଅଧିକାଂଶ ଯାଗାରେ ପରିବାର ବିନିଷ୍ଟ ହେବାର ଉଦାହରଣ ମିଳୁଛି ।