STORYMIRROR

Basanti Pattnaik

Action Classics Inspirational

4  

Basanti Pattnaik

Action Classics Inspirational

ମୋ ମାର୍ଗ ଦର୍ଶକ

ମୋ ମାର୍ଗ ଦର୍ଶକ

3 mins
235

    ଜୀବନ ରାସ୍ତାରେ ଚାଲୁ ଚାଲୁ କିଛି ଜଣ ତୁମ ସହିତ ଯୋଡି ହୋଇଯାଆନ୍ତି,ସେଥିରୁ କିଏ କିଏ ତୁମକୁ ଗଭୀର ଭାବରେ ପ୍ରଭାବିତ କରିଥାଆନ୍ତି ଓ ସେହି ମାନେ ହିଁ ତୁମର ମାର୍ଗ ଦର୍ଶକ ପାଲଟି ଯାଆନ୍ତି,ମୋ ଜୀବନରେ ଏହି ଭଳି କିଛି ସୁହୃଦୟ ଧାରୀ ଅଗାଧ ପ୍ରତିଭା ଶାଳୀ ବ୍ୟକ୍ତି ଆସିଛନ୍ତି ସେହି ମାନେ ହିଁ ମୋର ମାର୍ଗ ଦର୍ଶକ ଅଟନ୍ତି ।

        ମୁଁ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଛି, ମୋର ପାଞ୍ଚ ଭ‌ଉଣୀ ଓ ତିନି ଭାଇ ଙ୍କ ମଧ୍ୟରୁ ମୁଁ ମଧ୍ୟମା, ବାଲ୍ୟକାଳରୁ ଦେଖିଆସିଛି ମୋ ନନା ସର୍ବଦା ହାସ୍ୟବଦନ ଭିତରେ ସମସ୍ତ କାର୍ଯ୍ୟ କୁ ସୂଚାରୁ ଭାବରେ କରି ଥାଆନ୍ତି,ମୋ ଘରେ ଏତେ ବଡ଼ ପରିବାର ତା ସହିତ ବନ୍ଧୁ ବାନ୍ଧବ ପ୍ରାୟ ଆମ ଘରେ ନନା ଅଖିଳ ଭାରତ କର୍ମଚାରୀ ସଂଘ ର ସଭାପତି ଥିଲେ ତେଣୁ ଆମ ଘରେ ସବୁବେଳେ ବହୁ ଲୋକଙ୍କ ଭିଡ଼ ଲାଗି ରହୁଥାଏ ଲୋକ ମାନେ ବିଭିନ୍ନ ସମସ୍ୟା ନେଇ ନନା ଙ୍କ ପାଖକୁ ଆସନ୍ତି ନନା ହସହସ ମୁହଁରେ ବିନା ସ୍ବାର୍ଥରେ ନିଜ ଶରୀର ପ୍ରତି ଦୃଷ୍ଟି ନ ଦେଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଲେଖା ଲେଖି କରିବା ସହିତ ପରିବାର ର ଦାୟିତ୍ଵ କୁ ଅତି ଧର୍ଯ୍ୟ, ଶାନ୍ତି ଓ ସୂଚାରୁ ରୂପେ ତୁଲାଇ ଥାଆନ୍ତି ଏସବୁ ପଛରେ ମୋ ଦେବୀ ତୁଲ୍ୟ ବୋଉ ର ହାତ ଅଧିକ ଥାଏ, ସେ ଆମ ସମସ୍ତଙ୍କ ର ଖାଦ୍ୟ ପେୟ ବୁଝିବା ସହିତ ଅତିଥି ମାନଙ୍କ ର ଚା ପାଣି ବ୍ୟବସ୍ଥା କରିବାରେ ନନା ଙ୍କ ସହିତ ସହଯୋଗ ର ହାତ ବଢାଇ ଥାଏ,ବୋଉ ମୋର ଏତେ କାମ କରି କରି ଦୁର୍ବଳ ଶରୀର ହୋଇ ପଡ଼ିଥିଲା ତଥାପି କେବେ ତା'ର ଶରୀର ପୀଡ଼ା ପ୍ରକାଶ କରେନାହିଁ ଦିନ ରାତି ଗହଳ ଚହଳ ଭିତରେ ସେ ଏକ ମେସିନ୍ ପାଲଟି ଯାଇଥିଲା । ମୋର ମାତା ପିତାଙ୍କ ଧର୍ଯ୍ୟ, ମମତା,ସମାୟୁନ ବର୍ତ୍ତୀତା,ସୁ କାର୍ଯ୍ୟାବଳୀ ସବୁ ବାଲ୍ୟକାଳରୁ ମୋତେ ଗଭୀର ପ୍ରଭାବିତ କରିଥିଲା, ଏତଦ୍ ବ୍ୟତୀତ ମୋ ପିତା ଙ୍କର ଇଂରାଜୀ, ସାହିତ୍ୟ, ସଂସ୍କୃତ, ଶାସ୍ତ୍ରୀୟ ସଙ୍ଗୀତ ଉପରେ ଅଗାଧ ପାଣ୍ଡିତ୍ୟ ଥିଲା ।

ସସେ ଲଳିତ କଳା କେନ୍ଦ୍ରର ପ୍ରତିଷ୍ଠାତା ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ, ସରକାରୀ ଚାକିରିଆ ହୋଇ ସରକାର ଙ୍କ ବିରୁଦ୍ଧରେ ସ୍ବର ଉଉୋଳନ କରିବାର ସତ୍ ସାହସ ରଖୁଥିଲେ, ସରକାରୀ କର୍ମଚାରୀ ଆନ୍ଦୋଳନ ରେ ତାଙ୍କର ବକ୍ତୃତା ଅଗ୍ନି ବର୍ଷୀ ଥିଲା, ତାଙ୍କୁ ପିତା ମହ ଭୀଷ୍ମ ଋପରେ କର୍ମଚାରୀ ମାନେ ସମ୍ମାନ ଜଣାଉ ଥିଲେ ଏହି ସବୁ ଗୁଣାବଳୀ ମୋ ଜୀବନକୁ ଅଧିକ ପ୍ରଭାବିତ କରିଥିଲା, ସତ୍ୟ, ନିଷ୍ଠା,ଧର୍ଯ୍ୟ ର ମଣିଷ ମୋ ପିତା ମୋର ଜୀବନର ଶ୍ରେଷ୍ଠ ମାର୍ଗ ଦର୍ଶକ ଅଟନ୍ତି।

      ମୋର ପିଲା ବେଳେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ସମୟରେ ମୋ ଶିକ୍ଷା ଗୁରୁ ଦେବରାଜ ସାମନ୍ତରାୟ ଓ ପ୍ରଜାତନ୍ତ୍ର ରେ କାର୍ଯ୍ୟରତ ନୃଶିଙ୍ଗ ଚରଣ ସାହୁ ଙ୍କ ମିଳିତ ସହଯୋଗରେ ଆଦର୍ଶ ମିନା ମଣ୍ଡଳୀ ଗଢି ଉଠିଥିଲା, ସେତେବେଳେ ଡକ୍ଟର ହରେକୃଷ୍ଣ ମହତାବ ନୃସିଂହ ଚରଣ ସାହୁ ଙ୍କ ଗତି ବିଧି ଦେଖି ତାଙ୍କୁ ଜହୁରୀ ନାମକରଣରେ ନାମିତ କରିଥିଲେ ,ସେହି ଦିନ ଠାରୁ ସେ ସମସ୍ତଙ୍କ ପାଇଁ ପ୍ରିୟ ଜହୁରୀ ଭାଇ ପାଲଟି ଗଲେ ସବୁ କୁନି କୁନି ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହିତ ନୃତ୍ୟ, ଗୀତ, ବକ୍ତୃତା କାର୍ଯକ୍ରମ କରାଉଥିଲେ ଏସବୁ ଭିତରେ ମୁଁ ସବୁଠାରୁ ଏକ ପ୍ରକାର ଅଗ୍ରଣୀ ଭୂମିକା ଗ୍ରହଣ କରୁଥିଲି ତେଣୁ ସମସ୍ତଙ୍କ ର ଅତି ପ୍ରିୟ ପାଲଟି ଯାଇଥିଲି ଜହୁରୀ ଭାଇ, ଦେବରାଜ ସାର୍ ଙ୍କ ସହିତ ମୋ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ମାନ୍ଧାତା ମୋ ଜୀବନ ର ଏକ ପ୍ରକାର ମାର୍ଗ ଦର୍ଶକ ପାଲଟି ଯାଇଥିଲେ।

           ମୁଁ ଯେତେବେଳେ ହାଇସ୍କୁଲ ରେ ପାଦ ଦେଲି ମୋର ସାହିତ୍ୟ କ୍ଷେତ୍ରରେ କୃତି ଦେଖି ମୋ ସାହିତ୍ୟ ଶିକ୍ଷୟିତ୍ରୀ ବିଷ୍ଣୁ ଦିଦି, କିରଣ ଦିଦି ଓ ପ୍ରଧାନ ଶିକ୍ଷୟିତ୍ରୀ ବସନ୍ତ ଦିଦି ଅତି ଭଲ ପାଉଥିଲେ, ସାହିତ୍ୟ ସହିତ ନାଚ, ଅଭିନୟ, ବକ୍ତୃତା ରେ ମୋର ଦକ୍ଷତା ଦେଖି ସେମାନେ ଏହି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇ ଥିଲେ ତେଣୁ ଏହି ଗୁରୁ ମାନେ ହିଁ ଏକ ପ୍ରକାର ମୋ ଜୀବନ ର ମାର୍ଗ ଦର୍ଶକ ଅଟନ୍ତି।

     ବିବାହ ପରେ ମୋର ଅଜା ଶଶୁର, ଶଶୁର ଜୀବନ ର ଗତି କୁ ସୂଚାରୁ ରୂପେ ଗଢି ତୋଳିବା ରେ ସର୍ବଦା ସହଯୋଗ ର ହାତ ବଢ଼ାଇ ଆସିଛନ୍ତି ତେଣୁ ଏମାନେ ଏକ ପ୍ରକାର ମାର୍ଗ ଦର୍ଶକ ଅଟନ୍ତି । ଜୀବନ ର ଝଡ଼ ଝଞ୍ଜା ଭିତରେ ମୁଁ ଯେତେବେଳେ ଥକ୍କି ଯାଏ ସ୍ବାମୀ ସହିତ ସନ୍ତାନ ମାନେ ଶ୍ରଦ୍ଧା, ଭକ୍ତି ମାଧ୍ୟମ ରେ ସର୍ବଦା ସହଯୋଗ ର ହାତ ବଢ଼ାଇ

ଦୁଃଖ ସୁଖ ର ଜୀବନ ନୌକା କୁ ଟାଣି ବାରେ ସାହାଯ୍ୟ କରି ଆସିଛନ୍ତି ତେଣୁ ପରିବାର ସଦସ୍ୟ ମାନେ ମଧ୍ୟ ଏକ ମାର୍ଗ ଦର୍ଶକ ଅଟନ୍ତି।

       ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଲେଖକ ସଚ୍ଚି ମହାନ୍ତି ସର୍ବଦା ପ୍ରେରଣା ଯୋଗାଇ ଆସୁଥିଲେ ମୁଁ ବହୁ ଲେଖା ଲେଖି ପ୍ରଥମେ ତାଙ୍କୁ ଦେଖେଉଥିଲି ସେ ଖୁସି ହେବା ସହିତ ସଂଶୋଧନ ମଧ୍ୟ କରୁଥିଲେ ମୁଁ ପ୍ରଥମେ ତାଙ୍କ ସହିତ ଏକ ସାହିତ୍ୟ ଏକାଡେମୀ ପୁରସ୍କାର ଉତ୍ସବରେ ଯୋଗଦେଇ ନାରୀ ଉପରେ ଆଧାରିତ ଏକ ଛୋଟ କବିତା ଲେଖି ପ୍ରତିଭା ରାୟଙ୍କ ଠାରୁ ପ୍ରଶଂସା ପତ୍ର ଟିଏ ପାଇଥିଲି ଯାହା ମୋତେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥିଲା, ତେଣୁ ସଚ୍ଚି ମହାନ୍ତି ସାହିତ୍ୟ କ୍ଷେତ୍ରରେ ଏକ ପ୍ରକାର ମୋର ମାର୍ଗ ଦର୍ଶକ ଅଟନ୍ତି ।

       ଜୀବନ ଯାତ୍ରାରେ ମନୁଷ୍ୟ ବେଳେ ବେଳେ ନିର୍ଜୀବ ଓ ସଜୀବ ବସ୍ତୁ ଦ୍ବାରା ପ୍ରଭାବିତ ହୋଇଥାଏ ଯଥା ମୋତେ ପୃଥିବୀ ମାତା ର ସହନଶୀଳତା, ଉଦାରତା, ସୂର୍ଯ୍ୟ ଦେବତା ଙ୍କ କିରଣ, ଚନ୍ଦ୍ର ଆଲୋକ ଓ ଶୀତଳତା,ଜଳ ଠାରୁ ଜୀବନ ପ୍ରକିୟା,ମମତା, କାଷ୍ଠ, ପାହାଡ଼ ପର୍ବତ ଠାରୁ ଅସୀମ ଧର୍ଯ୍ୟ ଏହି ମାନଙ୍କ ପ୍ରତିଦାନ ଭିତରେ ଏକ ଭଲ ମଣିଷ ଭାବରେ ଗଢ଼ି ତୋଳିବାକୁ ନିଜକୁ ଓ ମୋ ସହିତ ଜଡିତ ସମସ୍ତ ଙ୍କ ପାଇଁ କେବଳ ପ୍ରୟାସ ଏହି ମାନେ ସବୁ ମୋ ଜୀବନ ର ମାର୍ଗ ଦର୍ଶକ ଅଟନ୍ତି।

       ସବୁ ମାର୍ଗ ଦର୍ଶକ ମାନେ ଚୀର ବନ୍ଦନୀୟ ଅଟନ୍ତି ।


Rate this content
Log in

Similar oriya story from Action