STORYMIRROR

Basanti Pattnaik

Romance Classics

3  

Basanti Pattnaik

Romance Classics

ପ୍ରେମ, ଋତୁ ଓ ସମୟ

ପ୍ରେମ, ଋତୁ ଓ ସମୟ

2 mins
484


   ପ୍ରଥମ ଦେଖାର ପ୍ରେମକୁ ମାନସ ପଟରେ କଳନା କରୁଥିଲି ରାତ୍ରି ର ଶୟନ ବିଛଣାରେ ସମୟ ଦୁଇଟା ବାଜିଲାଣି ଆଖିକୁ ନିଦ ଲାଗୁନି ବିଛଣାରେ ଥରକୁ ଥର କଡ଼ ଲେଉଟାଉ ଥାଏ ସ୍ବାମୀ ଙ୍କ ଅନୁପସ୍ଥିତି କୁ ଅଭିମାନରେ ଗାଳି ଦେଉଥାଏ


         ସ୍ବାମୀ ଙ୍କୁ ହରାଇ ବାର ପ୍ରାୟ ୬ମାସ ହୋଇ ଗଲାଣି ବିବାହ ର ଚାଳିଶ ବର୍ଷ ଅତିକ୍ରମ କରିସାରିଛୁ ପ୍ରେମ ବିବାହ ଥିବାରୁ ଆମକୁ ସବୁ ଋତୁ ର ସ୍ବାଦ ମଧୁର ଲାଗୁଥିଲା, ଗ୍ରୀଷ୍ମ ଋତୁର ପ୍ରକୋପ ଯଦିଓ ଅସହ୍ୟ କିନ୍ତୁ ଥଣ୍ଡା ପାନୀୟ, ଥଣ୍ଡା ମେସିନ୍, ଥଣ୍ଡା ଫଳମୂଳ ଖାଇ ଏହାକୁ ଉପଷମ କରିବାର ପନ୍ଥା କୁ ଆବୋରି ନେଉଥିଲୁ ମୁଁ ତରଭୂଜ ଭାରି ଭଲପାଏ ତେଣୁ ମୋ ସ୍ବାମୀ ମିଠା ଦେଖି ପ୍ରାୟ ନେଇ ଆସନ୍ତି ଏହାକୁ ମିଶିକି ଖାଇବାର ସତରେ ନିଆରା ସେ ଗଲାପରଠୁ କାହିଁକି ଏ ତରଭୂଜ ଫଳ ଆଉ ସ୍ଵାଦ ଲାଗୁନି ।


       ପ୍ରେମ ରସରେ ଉବୁଟୁବୁ ମଣିଷ କୁ ସବୁ ଋତୁ ର ରଙ୍ଗ ସପ୍ତରଙ୍ଗ ରେ ଆଚ୍ଛାଦିତ ରଙ୍ଗ ଲାଗିଥାଏ,ମାନ ଅଭିମାନ,ରାଗ‌ଋଷା ଏହି ରସକୁ ଦ୍ଵିଗୁଣିତ କରିଥାଏ, କଲେଜ ଜୀବନ ରୁ ପ୍ରେମ, ଉଣେଇଶ ବର୍ଷ ବୟସରେ ବିବାହ,ପୁଣି କଲେଜରେ ପାଠ ପଢା, ନିଜକୁ ଉଚ୍ଚ ଶିକ୍ଷିତ ମହିଳା ଭାବରେ ଗଢି ସ୍ବାବଲମ୍ବୀ କରିବା, ସନ୍ତାନ, ପରିବାର,ଓ ସମସ୍ତ କର୍ତ୍ତବ୍ୟ କୁ ସୂଚାରୁ ରୂପେ ତୁଲାଇବା ଏତେ ସବୁ ଶୃଙ୍ଖଳିତ ଭାବେ ବିଭିନ୍ନ ଝଡ଼ ଝଞ୍ଜା ଦେଇ ସମ୍ପାଦନା କରିବା ଭିତରେ କେତେ ଶିଘ୍ର ସମୟ ଅପସାରିତ ହୋଇଗଲା ଜଣାପଡ଼ୁନି ସତେଯେମିତି ଆଖିର ପଲକ ଏବେ ପକ‌ଉଛି ସମୟ ଉପରେ ଭାରି ରାଗ ଆସୁଛି ସେ ଏମିତି କଣ ଧାଉଁଛି ଯେ ମୋ ସ୍ବାମୀ ଙ୍କୁ ଏହି ନ‌ଇରେ ଭସେଇ ନେଇଗଲା ?ମୁଁ ଚେଷ୍ଟା କରିକି ଭି ଅଟକାଇ ପାରିଲିନି ।


       ଆଜି କିଛି କେଶ ଧଳା ହୋଇଗଲାଣି, କିଛି ଦାନ୍ତ ଉପୁଡା ହେଲାଣି,ଋପ ମଳିନ ପଡିଗଲାଣି କିନ୍ତୁ ପତିଦେବ ଙ୍କର ସେହି ଦୁଷ୍ଟାମୀ ହସ, ମଜାଳିଆ କଥା ମନେ ପଡିଗଲେ ମୁଁ ଏବେ ଭି ନବବଧୂ ପରି ଲାଜେଇ ଯାଏ,ବୟସ ସବୁବେଳେ କୋଡ଼ିଏ ଲାଗେ ।

  

            ଆମେ ବିବାହ ର ଏତେ ବର୍ଷ ପରେ ମଧ୍ୟ ଖୋଲା ପବନରେ ବୁଲିବାକୁ ଭଲପାଉ,ସମୟର ପ୍ରତି ମୁହୁର୍ତ୍ତକୁ କାନି ମୁଠାରେ ବାନ୍ଧିବାକୁ ପ୍ରୟାସ କରୁ ସତରେ ପ୍ରେମର ମାନେ କେବଳ ଶାରୀରିକ ମିଳନ କୁ ବୁଝାଏ ନାହିଁ ଏହା ମାନସିକ ମିଳନ କୁ ଅଧିକ ଗୁରୁତ୍ବ ଦିଏ, ଏହା ଅଦ୍ଭୁତ,ଅଶ୍ୟୈରିକ,ଅମାପ, ପବିତ୍ର ମୟ,ଶାସ୍ବତ,ଶତଜ୍ଞାନ ,‌‌‌‌‌‌‌‌ଅମୃତର ଭଣ୍ଡାର ମୟ ।


      ଏହି ପ୍ରେମ ର ବାଖ୍ୟା କୁ କଳନା କରି କେତେବେଳେ ଯେ ଆଖି ଲାଗିଯାଇଛି ଜାଣି ନାହିଁ, ସକାଳ ୭ଟା ହେଲାଣି ନିଜ ଭାଙ୍ଗୁନି ଡେରିରେ ଶୋଉଥିବାରୁ ଭୋର୍ ନିଦଟା ଗାଢ଼ ହୋଇଛି ଝିଅ ର ଡାକ ରେ ଉଠି ଦେଖିଲି ସେ ମୋ ସମ୍ମୁଖରେ ଚା କପ୍ ଧରି ଠିଆ ହୋଇଛି ଓ ମୁଚୁକି ହସି ମୁଁ ଯେମିତି ତାର ଶିଶୁ ମୁଣ୍ଡକୁ ଆଉଁସି ଦେଲା ଚା ପିଇବା ଭିତରେ ତା'ର କର୍ତ୍ତବ୍ୟ କୁ ଅନୁଭବ କରୁଥିଲି ଓ ମୋ ସଂସ୍କାର କୁ ମାପୁଥିଲି ମାତୃ ପ୍ରେମର ସ୍ବାଦ ସନ୍ତାନ ପାଖରୁ ପାଉଥିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance