STORYMIRROR

Kalpana Kumari Pradhan

Romance Tragedy Inspirational

3  

Kalpana Kumari Pradhan

Romance Tragedy Inspirational

ପ୍ରୀତି ପରସ

ପ୍ରୀତି ପରସ

2 mins
323

ସଦା ମୁଖରିତ ଚଳ ଚଞ୍ଚଳ ଧରା ର ଗତି ଯେପରି ମନ୍ଥର ହୋଇଯାଇଛି l ମହାମାରୀର କ୍ରୁର ଆଘାତ ରେ ହା ରିବାରେଲାଗିଛି ନିଜର ଅସ୍ତିତ୍ୱ l ସମସ୍ତ ଙ୍କ ମନରେ   ଆଜି ଭୟ ବସା ବାନ୍ଧି ବସିଛି l ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ମାନବିକତା ର ରଜ୍ଜୁ    ବନ୍ଧା ହୋଇଥିବା ସମାଜ ପରସ୍ପର କୁ ନିଜର  ଶତ୍ରୁ ଭାବୁଛି ପରିସ୍ଥିତି ର କବଳ ରେ ପଡି l ବନ୍ଧୁ ସଖା ସହୋଦର ଆଦିଙ୍କୁ ଦେଖି ଉତଫୁଲ୍ଲିତ ହୋଉଥିବା ମଣିଷ ଆଜି କବାଟ କିଳି ନିଜକୁ ବନ୍ଦୀ କରିଛି ଚାରି କାନ୍ଥ ଭିତରେ   l

     

   ଜିତୁ ପେସା ରେ  ଜଣେ ରୂପା ବ୍ୟବସାୟୀ କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ଗାଁ ଗାଁ   ବୁଲି ଫଳ ବିକେ, ଲୋକଙ୍କୁ ସଚେତନବି    କରାଏ l    ସେଦିନ ଫଳ ଧରି ପହଞ୍ଚିଲି   ନିଧି ପୁର   ଗ୍ରାମ  ରେ  l ସେଠାରେ ଦେଖିଲି ଗାଁ   ମଝି ଚାନ୍ଦିନୀ ଉପରେ ବେଗଟିଏ ଛାତିରେ ଜାବୁଡି ଧରି   କଇଁ କଇଁ ହୋଇ   କାନ୍ଦୁଥିଲା ଝିଅ ଟିଏ l  କଟି ତଟ ଯାଏଁ ଲମ୍ବିତ କେଶରାଶି, ସୂର୍ଯ୍ୟ ଙ୍କ କଅଁଳିଆ ଖରା ରେ ମାସ୍କ ତଳୁ ବୁ ଝଲସି ଉଠୁଥିଲା ଚେହେରା ଟି l ନଜର ଫେରି ଲାନି ତାଉପରୁ l ନିଜକୁ ଅଟକାଇ ପାରିଲିନି ପାଖକୁ ଯାଇ ପଚାରିଲି  କଣ ହୋଇଛି ତୁମର,   କାହିଁକି କାନ୍ଦୁଛ?

  କାହିଁକି କେଜାଣି ଅତି ଆପଣାର ଲାଗୁଥିଲା  ଝିଅ ଟି l  ମନ ମୋର ଭାବୁଥିଲା ଏଇ   ଅନୁଭବ ବୋଧେ ପ୍ରେମ l  ନିଃସଙ୍ଗ   ଜୀବନ ରେ   ସୃଷ୍ଟି ହେଇଥିଲା ପ୍ରେମ ର  ଜୁଆର....,     ପ୍ରେମ ଜାଣେ ନାହଁ ବେଳେ କାଳ ନ ଖୋଜେ  ଜାତି

ଧରାଧାମ ରେ ଅପୂର୍ଵ   ଅନୁଭବ ଅଟେ      ପୀରତି "


ଆ ଖି ରେ ତାର ଅସହାୟତା ସ୍ୱଷ୍ଟ ପଢିହେଉଥାଏ l

ମୋ ପ୍ରଶ୍ନ ର ଉତ୍ତର ଦେଲା ନି ସେ l ପାଣି ବୋଟଲ ଟି ବଢ଼େଇ ପୁଣି ପଚାରିଲି l ପାଣି ଟିକେ ପିଇ ମୋଠୁ ଆଶ୍ୱାସନା ପାଇ     ସେ କହିଲା ମୁଁ..... ମୁଁ..... ଜୁଲି ( କାନ୍ଦି କାନ୍ଦି ଗଳା ବସି ଯାଇଛି )ମୋତେ ସିଲେଇ ଭଲ ଆସେ  ତେଣୁ ଭଲ ଦି ପଇସା ରୋଜଗାର ପାଇଁ   ଚାଲିଯାଇଥିଲି ରାଜ୍ୟ ବାହାରକୁ l   କୋରନ l ର ଭୟା ବହାତ କୁ ଦେଖି ଭାବିଲି ଫେରିଯିବି ଜନ୍ମଭୂମି l ପ୍ରତ୍ୟେକ ମଣିଷ ବିପଦ ରେ ପଡିଲେ ଖୋଜି ଥାଏ ମା କୋଳ 

ଏଠାରେ ପହଞ୍ଚି ସରକାର ଙ୍କ ନିୟମ ମାନି ଚଉଦ ଦିନ ସଙ୍ଘ ରୋଧ ରେ ରହି ଆଜି ଫେରିଲି ଗାଁକୁ କିନ୍ତୁ.... ମୋ ସାବତ ମା   ମୋତେ ଘରେ ପୁରାଉ ନାହିଁ l  ନା ନା ଗାଳି ଗୁଲଜ କରି ମୋବ୍ୟାଗ ଫୋପାଡ଼ି  ଦେଲା  ମୁଁ କାଳେ କରୋନା ଧରି ଆସିଛି ବୋଲି l  ମା କୁ ପିଲା ବେଳେ ହରେଇ ଯେଉଁ ଦୁଃଖ    ପାଇନଥିଲି  ସେ କଷ୍ଟ ଏବେ ପାଉଛି l    କୁଆଡେ ଯିବି ମୁଁ.....

      କିଛି  ନ ଭାବି ସଙ୍ଗେ ସଙ୍ଗେ   ତା ହାତ କୁ ଧରି କହିଲି   କାନ୍ଦ ନାହିଁ ତମେ ମୋ ପାଖେ ରହିବ ଚାଲ ସାଥିରେ l     ମୁଁହ ଟେକି ଚାହିଁଲା ଜିତୁ  କୁ l

ଦେବଦୁତ ସାଜି ଆସିଥିଲା ସେ ତା ଜୀବନରେ l ହସ  ହସ ଚେହରା ଆକର୍ଷଣୀୟ ରୂପ  ଜୁଲି ମଧ୍ୟ ପଡିଗଲା ତା ପ୍ରେମ ରେ l    ଜୁଲି     କୁ ସାଥିରେ ନେଇ ଯେବେ ଘରେ    ପହଞ୍ଚେ  ସେଠି ବି ସମ ଦଶା l  ଘର ଲୋକଙ୍କୁ ବୁଝେଇ ତାକୁ ଆମ ଗୋଦାମ ଘରେ ରଖିବାର ଅନୁମତି ପାଇଲି l


କିଛି ଦିନ ପରେ ମହାମାରୀ ରେ କବଳିତ ହେଲି ମୁଁ l

ଆତ୍ମୀୟ ସ୍ୱଜନ ମାନେ ମୋଠୁ ଦୁରେଇ ଗଲେ l ମୋ   ମା ମୋ କଥା ବୁଝୁଥାଏ, ସେତକ ବି ବନ୍ଦ କରିଦେଲେ ଘର ଲୋକ l ସେତେବେଳେ    ମୋ ସାଥୀ   ହୋଇଥିଲା ମୋ ପ୍ରେମ ଜୁଲି l   ସମାଜ ଦୃଷ୍ଟି କୌଣସି  ବନ୍ଧନ ରେ ବାନ୍ଧି ନ ହୋଇଥିଲେ ବି ଆମ ଭିତରେ ଥିଲା ପ୍ରୀତି ର ମଧୁର ବନ୍ଧନ, ପ୍ରଥମ ଦେଖା ରୁ l

ମୁଁ କାଳ ଗର୍ଭ କୁ ଟାଣି ହୋଇ ଗଲାବେଳେ ତା  ପ୍ରୀତି ପରସ ଜୀବନ୍ତ ଓ ମୂର୍ତ୍ତି ମନ୍ତ କରିଥିଲା ମୋତେ l ପ୍ରତିକୂକ

ସମୟ ର ସ୍ରୋତ ରେ ପ୍ରସ୍ପୁଟିତ ପ୍ରୀତି ପୁଷ୍ପ ମଉଳି ନ ଯାଇ

ପାଇଥିଲା ନବଜୀବନ   ବିଶ୍ଵନିୟନ୍ତା ଙ୍କ କୃପା ରୁ l ବର୍ତ୍ତମାନ ଆମେ ଦୁହେଁ ସମସ୍ତ ଙ୍କ ଅନୁମତି କ୍ରମେ ପତି ପତ୍ନୀ ହୋଇ ଏକ ସୁନ୍ଦର ଭବିଷ୍ୟତ ପଥରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance