Kalpana Kumari Pradhan

Tragedy Inspirational

4  

Kalpana Kumari Pradhan

Tragedy Inspirational

ମହାନ

ମହାନ

2 mins
269


ସମସ୍ତେ ମା ଙ୍କୁ ନେଇ ଅନେକ ଗାଥା, କବିତା, ଗଳ୍ପ ଲେଖନ୍ତି l ସର୍ବସଂହା ଧରିତ୍ରୀ ସହିତ ତୁଳନା କରନ୍ତି l ତାର ମହାନୀୟତା ର ଜୟ ଗାନ କରନ୍ତି l କେତେ ଜନ ସଚେତନ ର କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ l ତଥାପି ଆଜିର ସମାଜରେ ଅବହେଳିତ ବୟସ୍କ ର ସଂଖ୍ୟା ବଢ଼ି ଚାଲିଛି l ବଢ଼ି ଚାଲିଛି ଵୃଦ୍ଧାଶ୍ରମ ର ସଂଖ୍ୟା l

     ସେଦିନ ଗାଁ ମୁଣ୍ଡ ବରଗଛ ପାଖରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l ଗହଳି ଦେଖି ମୁଁ ବି ଅଟକି ଗଲି l ଜଣକୁ ପଚାରି ବୁଝିବାକୁ ଚାହିଁଲି କାହିଁକି ଭିଡ଼ ଜମିଛି l ପ୍ରତି ଉତ୍ତର ରେ ସେ କହିଲେ -"କେହି ଜଣେ ଅସି ବର୍ଷ ର ବୃଦ୍ଧା ଙ୍କୁ ଆଣି ଏଠି ଛାଡି ଦେଇଛି l"

    ଗହଳି ଆଡେଇ ଦେଖିଲି ବୃଦ୍ଧା ଟି କୁ l ଚମ ଧୁଡୁ ଧୁଡୁ, ଆଖି ଗୁଡିକ କୋରଡ଼ ରେ ଥିଲା ଭଳି ଲାଗୁଛି l ମେରୁଦଣ୍ଡ ନଇଁ ଗଲାଣି l ଆଖି ଗୁଡିକ ପେଜୁଆ ପେଜୁଆ, ବାଳ ରେ କାହିଁ କେବେଠାରୁ ତେଲ ଟିକେ ବାଜିନି l ଲୋକ ମାନଙ୍କ କୋଳାହଳ ପ୍ରତି ତାର ଧ୍ୟାନ ନଥାଏ l ସେ ତାର ଲୁଗା ପୁଟୁଳି ଟିକୁ ହାତ ମାରୁଥାଏ l ପାଖରେ ଥିବା ପାଣି ବୋତଲ ଟିକୁ ସଜାଡୁ ଥାଏ l ଥରିଲା ଥରିଲା ହାତରେ ପୁଟୁଳି ରୁ ଚୁଡା ଟିକିଏ କାଡି ପାଟିରେ ପକାଇଲା l

    ସମସ୍ତେ କେତେ କଣ କଥା ବାର୍ତ୍ତା କରୁଥାନ୍ତି l ତା ପରେ ଧୀରେ ଧୀରେ ଗହଳି କମି ବାକୁ ଲାଗିଲା l ସମସ୍ତେ ଦେଖିଲେ ସେହି ବୃଦ୍ଧା ଟିର ଆଶ୍ରୟ ସ୍ଥଳୀ ପାଲଟିଲା ସେହି ବରଗଛ ତଳେ ଥିବା ମଣ୍ଡପଟି l ସେ କାହା ସହିତ ଏତେ କଥା ବାର୍ତ୍ତା କରେନି l ତାର ଅବସ୍ଥା ଦେଖି ଯିଏ ଯାହା ଦିଏ ଆଦରରେ ଗ୍ରହଣ କରେ l କାହାକୁ ଜୋର କରି କିଛି ମାଗେନି l ଯେଉଁ ଦିନ କିଛି ନ ପାଏ ପାଖରେ ଥିବା ନଳକୂଅ ରୁ ପାଣି ମୁନ୍ଦେ ପିଇ ଶୋଇ ପଡ଼େ l

  ସେଦିନ କାହିଁକି କେଜାଣି ତାଙ୍କ ସହ କଥା ହେବା ପାଇଁ ମନ ଟାଣିଲା l ବଜାର ରୁ ଫେରିବା ବାଟରେ ବସି ପଡିଲି ତାଙ୍କ ପାଖରେ l ଆଣିଥିବା ପାଉଁରୁଟି ଟିକୁ ବଢ଼ାଇ ଦେଲି ତାଙ୍କ ହାତ କୁ l ହସ ଟିଏ ଫୁଟିଗଲା ଶୁଖିଲା ମୁହଁ ଟିରେ l

ଥରିଲା କଣ୍ଠରେ ପଚାରିଲେ ତୁମେ କିଏ ବାପା? ତୁମ ନାମ କଣ?..

ପ୍ରତି ଉତ୍ତର ରେ ମୁଁ କହିଲି ମୁଁ ବେଣୁ, ଏଇ ଗାଁ ର ଜଣେ ବାସିନ୍ଦା l

'ବେଣୁ '......

କହି ମାଉସୀ ଙ୍କ ଆଖି କୋଣରୁ ଝରି ଆସିଲା ଅମାନିଆ ଲୁହ ଗୁଡାକ l ଯାହା ବହୁତ ଦିନ ରୁ ବନ୍ଦୀ ଥିଲେ ମାଉସୀ ଙ୍କ ଆଖିରେ l

   କଣ ହେଲା ମାଉସୀ, "କାହିଁକି ଏମିତି କାନ୍ଦିଲ!"

କିଛି ନୁହଁ ପୁଅ ମୋର ମୋ ପୁଅ କଥା ମନେ ପଡିଗଲା l

ମୋ ପୁଅ ବେଣୁ ଭାରି ସରଳ l ସେବା କଣ କରିବ ଏତେ ବଡ଼ ପରିବାର ଭାର ତାରି ଉପରେ l ଘରେ ବୋହୂ କୁ ମିଶାଇ ନାତୁଣୀ ନାତି ହୋଇ ଆଠ ଲୋକ l ତା ପରେ ମୁଁ ବୟସ ହେଲାଣି ତାଙ୍କରି ଉପରେ ଆହୁରି ବୋଝ l ପୁଅ କେତେ କଷ୍ଟ କରିବ l ବୋହୂ ସବୁବେଳେ ଝଗଡା କରେ ପୁଅ ସଙ୍ଗରେ l ତେଣୁ ମୁଁ ଘର ଛାଡି ଚାଲି ଆସିଲି l

ତାଙ୍କ ଠାରୁ ସବୁ ଶୁଣିଲି ଏବଂ ସାନ୍ତ୍ୱନା ଜଣାଇ ବିଦାୟ ନେଲି l

  ଫେରିଲା ବେଳେ ଭାବୁଥିଲି ସେତରେ ମା' ମନ କେତେ ମହାନ l ଦୁନିଆ ର ସବୁ ଦୁଃଖ କଷ୍ଟ ସହି ସଦା ସନ୍ତାନ ର ମଙ୍ଗଳ କାମନା   କରୁଥାଏ l ତୁମ ମହାନତା ବର୍ଣ୍ଣନା ପାଇଁ ଶବ୍ଦ ନିଅଣ୍ଟ ପଡିବl

 


Rate this content
Log in

Similar oriya story from Tragedy