Kalpana Kumari Pradhan

Children Stories

3  

Kalpana Kumari Pradhan

Children Stories

କାଉ ବୁଦ୍ଧି ଶିଖିଲା

କାଉ ବୁଦ୍ଧି ଶିଖିଲା

2 mins
208


ଭଳି ଭଳି ଗଛରେ ପରି ପୂର୍ଣ୍ଣ ଜଙ୍ଗଲ ଟିଏ l ସେହି ଜଙ୍ଗଲ ମଧ୍ୟରେ ଏକ ବିରାଟ ଗଛରେ ବସା ବାନ୍ଧିଥିଲା କୁଲୁ କାଉ l ସେ ଦିନସାରା ବୁଲି ବୁଲି ଯାହା ଖାଦ୍ୟ ସଂଗ୍ରହ କରେ, ସେଥିରେ ତା ପରିବାର ଟି ଖୁବ ଖୁସିରେ ଚଳି ଯାଅନ୍ତି l କିନ୍ତୁ ସେ ଖୁସି ନଥାଏ l କାରଣ ବିନା ପରିଶ୍ରମରେ ଜୀବନ ଅତିବାହିତ କରିବାକୁ ଚାହୁଁଥିଲା l

   ଦିନେ ସେ ଜଙ୍ଗଲରେ ବୁଲିବା ବେଳେ ତାର ଦେଖା ହେଲା ତା ସାଙ୍ଗ ଟିଲୁ ସହ l ଯିଏ କି ତା ପରିବାର ସହ ସହରରେ ଏକ ମହଲ ନିକଟରେ ଥିବା ଏକ ଗଛରେ ତାର ବସା l ବଡ଼ ଘର, କେତେକଣ ଖାଇବା ତାଙ୍କର ଖାଦ୍ୟ ବଳି ଯାଏ l ଫୋପାଡ଼ି ଦିଅନ୍ତି ତାହା ତାର ପରିବାର ଆନନ୍ଦରେ ଖାଇଥାନ୍ତି l ପ୍ରତ୍ୟେକ ଦିନ ଭଳି ଭଳି ଖାଇବା l ଦିନ ରାତି କେବଳ ଆରାମ ହିଁ ଆରାମ l

   ଏ ସବୁ ଶୁଣିବା ପରେ କୁଲୁର ମନ ଆଉ ଜଙ୍ଗଲରେ ଲାଗିଲାନି l ସେ ତା ଘରଣୀକୁ ବୁଝାଇ ସୁଝାଇ ରାଜି କରାଇଲା ସହରକୁ ଯିବାକୁ l କିନ୍ତୁ ତା ସ୍ତ୍ରୀର ମନ ମାନୁ ନ ଥାଏ l ସେ କହୁଥିଲା ଏ ଜଙ୍ଗଲରେ ଆମେ ଶାନ୍ତିରେ ଅଛୁ, ପୁଣି ସହର କାହିଁକି ? କିନ୍ତୁ କୁଲୁ କଥାକୁ ସମ୍ମାନ ଦେଇ ସେ ଗଲା l ସେଇ ଗଛରେ ବସା ବାନ୍ଧି ରହିଲେ l କିଛି ଦିନ ଖୁବ ଖୁସି ରେ ରହିଲେ l ତାର ଗୋଟିଏ ଛୋଟ ଛୁଆ ବି ହୋଇ ଯାଇଥିନା, ଯାର ନାମ ଟିନୁ l ଏତିକି ବେଳେ ମହଲରେ ଗୋଟିଏ ବଡ଼ ପର୍ବର ଆୟୋଜନ ହେଲା l ଘର ପାଖରେ ଏପରି କାଉ ବସା ଦେଖି ଅଥିତି ଅଭ୍ୟାଗତ ମାନେ କଣ ଭାବିବେ ଭାବି l ସବୁ କାଉ ବସା କୁ କାଡି ଫୋପାଡ଼ି ଦେଲେ l ତଳେ ପଡି ତାର ଟିନୁ ର ମୃତ୍ୟୁ ବରଣ କଲା l କୁଲୁ କାଉ ବୁଦ୍ଧି ଶିଖିଲା କିନ୍ତୁ ତାକୁ ସେଥିପାଇଁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡିଲା l


Rate this content
Log in