Kalpana Kumari Pradhan

Inspirational

3.5  

Kalpana Kumari Pradhan

Inspirational

ସମର୍ଥ

ସମର୍ଥ

2 mins
132


ଗୋଟିଏ ଉପବନରେ ଗୋଟିଏ ଗୁଣ୍ଡୁଚିମୂଷା ରହୁଥିଲା l ତା'ର ତିନୋଟି ପୁଅ l ସେ ଦୁଇ ପୁଅକୁ ଭାରି ଧୁରନ୍ଧର ଭାବେ l

ଏବଂ ସାନ ପୁଅ ପ୍ରତି ତା'ର ଅଲଗା ଭାବନା ଥାଏ l କାରଣ ସେ ଟିକିଏ ଅଳସୁଆ ପ୍ରକୃତିର ଥିଲା l ତେଣୁ ସେ ଖାଦ୍ୟ ସଂଗ୍ରହ କରିବାକୁ ଗଲାବେଳେ ବଡ଼ ଦୁଇ ପୁଅକୁ ଧରି ଯାଏ l

  ଏହି କଥା କିନ୍ତୁ ସାନ ପୁଅ ଗିଟୁକୁ ଭାରି ଖରାପ ଲାଗେ l ଏବଂ ଉପବନରେ ସେ ଏକାନ୍ତରେ ବସି ଲୁହ ଝରାଏ l ତା'ର ଜଣେ ଅନ୍ତରଙ୍ଗ ସାଙ୍ଗ ହେଲା ସେହି ଉପବନରେ ରହୁଥିବା ମଧୁ l ସେ ତାକୁ ସବୁ ବେଳେ ବୁଝାଏ, ଦିନ ଆସିବ ତୋ ବାପା ତୋ କଥା ନିଶ୍ଚୟ ବୁଝିବେ l

   ଦିନ ବିତି ଚାଲେ, ବର୍ଷା ଦିନ ଆସି ଉପସ୍ଥିତ l ଖାଦ୍ୟ ସଂଗ୍ରହରେ ଯାଇଥାଏ ଗୁଣ୍ଡୁଚିମୂଷାଟି l ହଠାତ୍ ତା'ର ଗୋଡ଼ ଖସିଗଲା ଏବଂ ଏକ ଗାତକୁ ଗଳି ପଡିଲା l ତା'ର ଗୋଡ଼ ଭାଙ୍ଗି ଗଲା l ବହୁତ କଷ୍ଟରେ ତାକୁ ସେ ଗାତରୁ ଉଦ୍ଧାର କଲେ l

   ଏଥର ପୁଅ ମାନେ ପରିବାରର ଭାର ନେଲେ l ଦୁଇ ପୁଅ ଯାହା ସଂଗ୍ରହ କରି ଆଣନ୍ତି ତାହା ସମସ୍ତଙ୍କ ପେଟ ପୁରା ହୁଏ ନାହିଁ l ଏପଟେ ଘରେ ବସି ବସି ତାକୁ ଭାରି ଭୋକ ବି ଲାଗେ l ଏପରି ଏକ ମୁହୂର୍ତ୍ତରେ ସେ ଜାଣିବାକୁ ପାଇଲା ତା' ସାନ ପୁଅ କେତେ ସମର୍ଥ l

   ସାନ ପୁଅ ସକାଳୁ ସକାଳୁ ବାହାରିଯାଏ ଖାଦ୍ୟ ସଂଗ୍ରହରେ l ଯାହା ଆଣେ ନିଜେ ନଖାଇ ବାପାଙ୍କୁ ଦିଏ l

ଆଉ କିଛି ରଖିଦିଏ ପରଦିନ ପାଇଁ l ଯାହା ବାପା ଏକୁଟିଆ ଥିଲା ବେଳେ ଖାଇବେ l କିନ୍ତୁ ଅନ୍ୟ ଦୁଇ ଜଣ ବାପାଙ୍କୁ କମ୍ ଖାଇବା ଦେଇ ନିଜେ ଭରପୁର ଖାଆନ୍ତି l ସେ ନିଜେ ତା' ଭୁଲ ବୁଝିଲା ଏବଂ ତାର ପ୍ରକୃତ ସମର୍ଥ ପୁଅକୁ କୁଣ୍ଢେଇ କାନ୍ଦିବାକୁ ଲାଗିଲା l ସେତେବେଳେ ଗିଟୁ ବୁଝିଲା ତା' ବନ୍ଧୁ କଥା ଆଜି ସତ ହୋଇଛି l


Rate this content
Log in

Similar oriya story from Inspirational