STORYMIRROR

Kalpana Kumari Pradhan

Tragedy Inspirational

4  

Kalpana Kumari Pradhan

Tragedy Inspirational

ଅବସର ର ବାସ

ଅବସର ର ବାସ

4 mins
225

ଦ୍ରୁତ ଗତି ରେ ମାଡି ଚାଲିଥାଏ ମୋ ଯାନ ଟି, କେତେ ନଦୀ, ପାହାଡ଼, ପର୍ବତ ଅଙ୍କା ବଙ୍କା ପଥ ଦେଇ l ଗନ୍ତବ୍ୟ ସ୍ଥଳୀ ଧୀରେ ଧୀରେ ନିକଟତର ହେବାକୁ ବସିଲାଣି l ତା ସାଙ୍ଗକୁ ମୋ ହୃଦୟ ତଳେ ଶୋଇ ରହିଥିବା ସ୍ମୃତି ଗୁଡାକ ବି ଚେଇଁ ଉଠିଲେଣି l ଯେବେ ମୋ ଜନ୍ମଭୂମି କୁ ଛୁଇଁ ବହୁଥିବା ପବନ ମୋ ଦେହରେ ଘଷି ହୋଇ ଚାଲିଗଲା ଲାଗିଲା ଯେପରି ବୟସ ର ଅପରାହ୍ନ ରେ ଫୁଲେଇ ବସନ୍ତ ର ପ୍ରେମ ପ୍ରଣୟ ବାର୍ତ୍ତା ଦେବାକୁ ଯେପରି ମଳୟ କୁ ପ୍ରେରଣ କରିଛି l ସାଙ୍ଗରେ ମୋର ନାତି ସୌରଭ, ତାର ମଜା ମଜା କଥା l ପଥ କ୍ଲାନ୍ତି ଦୂର କରିଦେଉଥାଏ l ସନ୍ଧ୍ୟା ଆଗତ ପ୍ରାୟ ଆମେ ପହଞ୍ଚିଲୁ ମୋ ଗାଁ ରେ l
          
      ମୋ ଗାଁ ରୂପଦେଇ ପୁର, ଆଜି ରୂପସୀ କନ୍ୟା ପରି ଖୁବ ସୁନ୍ଦର ହୋଇଗଲାଣି l ଗାଁ ଭିତରେ ଦେଇ ଲମ୍ବି ଯାଇଛି କଳା ମଚମଚ ପିଚୁ ସଡ଼କ ଟିଏ l ନାହିଁ ଆଉ ଦନ୍ତୁରି ବୋହୁ ପରି ଖାଲ ଖମା ପୂର୍ଣ୍ଣ ଗ୍ରାମ୍ୟ ପଥ ଯେଉଁଥିରେ କେଁ କଟର ଶବ୍ଦ କରି ଗଡି ଯାଉଥିଲା ଦନିଆ ଦାଦା ଙ୍କ ଶଗଡ଼ l ନାହିଁ ଆଉ ମାଟି ଝାଟି ଘର l ଖୁବ ସୁନ୍ଦର ସୁନ୍ଦର ପକ୍କା ଘର l ଭାରି ଖୁସି ଲାଗୁଥିଲା ମୋ ଜନ୍ମଭୂମି କୁ ଦେଖି l 
      ଦାଦାପୁଅ ଭାଇ ଶିବରାମ କୁ ମୋ ଆସିବା ଖବର ଜଣେଇ ଥାଏ l ସେ ଆମ ରହିବା ବ୍ୟବସ୍ତା କରିଥିଲା ତାଙ୍କରି ଘରେ l କାରଣ ମୁଁ ଗାଁ ଛାଡିବାର ଅନେକ ବର୍ଷ ବିତି ସାରିଥିଲା l ହଠାତ ମୁଁ କାହିଁକି ଗାଁକୁ ଫେରିଲି....? ଏ ପ୍ରଶ୍ନ ଗାଁ ପରିବେଶ ରେ ଏକ ସରଗରମ ମାହୋଲ ସୃଷ୍ଟି କରିଥିଲା l
     ରାତ୍ରି ଟି ଭାଇ ଘରେ ଖୁବ ସୁଖରେ କଟିଲା l ସକାଳୁ ସକାଳୁ ସୌରଭ ର ବ୍ୟତିବ୍ୟସ୍ତ ହୋଇ ଖୋଜୁ ଥାଏ ଜେଜେ ଙ୍କୁ... l ଏତେ ସକାଳୁ ତାକୁ ନ କହି ଜେଜେ କୁଆଡେ ଚାଲି ଗଲେ l ତାକୁ ଦେଖି ଅଗଣା ରେ ବସି ହସୁଥାନ୍ତି ଡମୁଣି ମା, ମୋତେ ଚିଗୁଲେଇ କହିଲେ କି ଭାଵ ଜେଜେ ନାତି ର l ଘଡିଏ ନ ଦେଖିଲେ ଝୁରି ହେଉଛି l ସୌରଭ କହିଲା ମା ତମ ଥଟ୍ଟା ଥାଉ..., 'ମୋ ଜେଜେ କାହାନ୍ତି l ସେ ଗମ୍ଭୀର ହୋଇ କହିଲେ ତୁମର ବାରି ସାହି ରେ ଥିବା ସେଇ ପୁରୁଣା ଘରକୁ l ସାନ ଜେଜେ ଙ୍କୁ ଚାବି ମାଗିଲା ବେଳେ ମୁଁ ଶୁଣିଚି l ସେ ଅଣନିଶ୍ୱାସୀ ହୋଇ ଦୌଡ଼ିଲା l ଯାଇ ଦେଖେ ତ ' ଜେଜେ ସେଇ ଭଗ୍ନ ଗୃହ ର ପାଖରେ ଥିବା ଏକ ବୃକ୍ଷ ର ଛାଇ ରେ ବସିଛନ୍ତି l ଆଖିରେ ତାଙ୍କରି ସେ ଚମକ ନାହିଁ ଯାହା ସେ ଗତ କାଲି ଆସିଲା ବେଳେ ଅନୁଭବ କରିଥିଲା l
         ଜେଜେ.... ଜେଜେ... ଏ କ'ଣ ତୁମ ଗାଁ କୁ ଆସି ନାତି କୁ ଭୁଲି ଗଲ..?
ନା ରେ ତୋତେ ଭୁଲିଲେ ମୋ ଗତି କାହିଁ l ତୁ ତୋ ମୋ ଅପରାହ୍ନ ର ଏକ ମାତ୍ର ସାହାରା l 
ସୌରଭ :-କାହଁକି ଜେଜେ ତୁମେ ଏତେ ଭାଙ୍ଗି ପଡୁଛ, ତୁମ ନାତି ତୁମ ସହ ସବୁବେଳେ ଅଛି l ମୋତେ ଟିକେ କହିବ....
ଶୁଣେ.. (ସଜଳ ନୟନ ର ନିର୍ମଳ ଜଳ ବିନ୍ଦୁ )ଅବାରିତ ବାରି ଧାରା ପରି ଛୁଟି ଆସୁଥିଲା l ଦିନ ଥିଲା ଏଇ ଗାଁ ପରିବେଶ କୁ ମୁଁ ଭାରି ଘୃଣା କରୁଥିଲି l ଏଠି ରହିଲେ ମୋର ତଥା ମୋ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ l ମୋର ଭାରି ଉଚ୍ଚାଭିଳାଷ, ମୋର ପିଲା ମାନେ ସମସ୍ତ ଙ୍କ ଠୁଁ ନିଆରା ହୁଅନ୍ତୁ l ସେଇ ସ୍ବପ୍ନ ନେଇ ମୁଁ ମୋର ବଦଳି କରି କର୍ମକ୍ଷେତ୍ର ସହର କଲି l ବାପା ମାଆ ଙ୍କ ମୁଁ ଏକ ମାତ୍ର ସନ୍ତାନ l ତେଣୁ ସେ ଅନିଚ୍ଛା ସତ୍ୱେ ମଧ୍ୟ ମୋ ସହିତ ସହର କୁ ଗଲେ l କିନ୍ତୁ ତାଙ୍କ ମନ ଗାଁ ରେ l ତୁ ତ ତାଙ୍କୁ ଦେଖିନୁ ଭାରି ସ୍ନେହ କରନ୍ତି ମୁଁ କିନ୍ତୁ ହତଭାଗା ତାଙ୍କୁ କିଛି ଦେଇପାରିଲିନି l
ତୋ ବାପା ବିଦେଶ ରେ ଭଲ ଚାକିରି ପାଇ ସେ ଚାଲିଗଲା l ସେଇଠି ତୋର ଜନ୍ମ l ତୋ ସାନ ଦାଦା ଖୁଡୀ ଙ୍କ କଥା ତୁ ଜାଣୁ l
ସେମାନେ କେବଳ ମୋ ସମ୍ପତି କୁ ଭଲ ପାଆନ୍ତି l ମୋର ଦେହ ଖରାପ ଖବର ପାଇ ତୋ ବାପା ମା ଙ୍କୁ ସମୟ ହେଲାନି ଆସିବା ପାଇଁ l କିନ୍ତୁ ତୁ ଛୁଟି ଆସିଲୁ ମୋତେ ଦେଖିବା ପାଇଁ l ତୁ ଯେବେ ବି ଅସୁଥିଲୁ ବୁଲିବାକୁ ମୋ ସହ ତୋର ଭାରି ଭାଵ l ହୁଏତ କେଉଁ ଜନ୍ମ ରେ କଣ ଟିକେ ପୁଣ୍ୟ କରିଥିଲି ତେଣୁ ତତେ ପାଇଛି l ତୋ ଜେଜେ ମା ଗଲା ପରେ ମୁଁ ବୁଝିଲି ମୋ ପିଲାଙ୍କୁ ମୁଁ ତ ମଣିଷ କଲି କିନ୍ତୁ ତାଙ୍କ ଭିତରେ ମଣିଷତ୍ୱ ର ସଂଚାର କରିପାରିଲିନି l ହୁଏତ ଏଥି ପାଇଁ ମୁଁ ହିଁ ଦାୟୀ l ଜୀବନର ଦୌଡ ରେ ସେମାନେ ଏତେ ମଜ୍ଜି ଗଲେ ଯେ..... ଛାଡେ (ଏକ ଦୀର୍ଘନିଶ୍ୱାସ ଛାଡି )
ସୌରଭ ଜେଜେ ମୁଁ ତମକୁ ଗାଁ କୁ ନେଇ ଆସିଲି ତୁମେ ଖୁସି ହେବ ବୋଲି କିନ୍ତୁ କଣ ତୁମେ ପୁଣି ମନ ଦୁଃଖ କରୁଛ...
ଏତିକି ବେଳେ ବାଟ ଦେଇ ଯାଉଥିବା ଜଣେ ବୟସ୍କ ମହିଳା ଜେଜେ ଙ୍କୁ ଦେଖି ଭାରି ଖୁସି ହୋଇଗଲେ l
ମହିଳା -ଆରେ ଦିନୁ (ଦୀନବନ୍ଧୁ ), ଭଲ ଅଛୁ ବାବା,
କେତେ ଦିନରେ ଗାଁ କୁ ଫେରିଲୁ, ସବୁ ଭଲ ତ..?
ହଁ ଖୁଡୀ ହସି କହିଲେ ଦୀନବନ୍ଧୁ l ନାତି କୁ ଚିନ୍ହାଇ ଦେଲେ ଏ ମୋର କୁନ୍ତି ଖୁଡୀ l
କିଛି ସମୟ ବାର୍ତ୍ତାଳାପ ପରେ ସେ ଚାଲିଗଲେ l ଦୀନବନ୍ଧୁ କହିଲେ ବୟସରେ ଯେବେ ସଞ୍ଜ ଆସେ ନା ମଣିଷ ଭାରି ନିସ୍ଵ ହୋଇ ପଡେ l ନିଜର ଆତ୍ମୀୟ ସ୍ୱଜନ କୁ ସେ ଖୋଜେ l ତାର ଥକିଲା ପାଦରେ ଟିକେ ସାହସ ଆଉ ଥରିଲା ହାତରେ ଟିକେ ଭରସା ମିଳେ l କିନ୍ତୁ ପ୍ରତି ମୁହୂର୍ତ୍ତ ମୋର ଅବସର ପରେ ନିଜର ସ୍ଵ ନିର୍ମିତ ଗୁମ୍ଫା ରେ ମୁଁ ଥିଲି ବନ୍ଦୀ l   ମୁଁ କିଛି ଅର୍ଥ ଆଣିଛି ତୁ ଦାୟୀ ତ୍ୱ ନେଇ ଏ ଅସଜଡ଼ା ଘରକୁ ଟିକେ ସଜାଡି ଦେବୁ, ସେ ଏସବୁ କହିଲା ବେଳେ ବାକରୁଦ୍ଧ ହୋଇ ଆସୁଥାଏ l 
ସୌରଭ :ଜେଜେ ତୁମେ ଏଠି ତୁମେ କାହିଁକି ରହିବ, ଚାଲ ମୋ ସହିତ ଆମେ ମିଶିକି ଚାଲିଯିବା ବିଦେଶ l
ଜେଜେ :ମୁଁ ଯେଉଁ ଭୁଲ କରିଥିଲି ତୁ ସେଇ କଥା କହୁଚୁ, ମୋ ବାପା ମାଆ ଙ୍କୁ ସହରରେ କେତେ ଅଣନିଶ୍ୱାସୀ ଲାଗୁ ନ ଥିବ l ଆଜି ମୁଁ ସେଇ କଥା ମର୍ମେ ମର୍ମେ ବୁଝିଛି l ଏଠି ଟିକେ ପିଣ୍ଡା ରେ ଘଡିଏ ବସି ପଡିଲେ କେତେ ସାହି ଭାଇ, ନାତି, ନାତୁଣୀ, ଆତ୍ମୀୟ ମାନେ ଘେରି ଯିବେ କଥା ଦି ପଦ ହେବା ପାଇଁ l ଯାହା ମୁଁ  ସହରର ଭବ୍ୟ ଅଟ୍ଟାଳିକା ରେ ପାଇ ପାରିବିନି l ଦୁହେଁ ଜେଜେ ନାତି ଲାଗିଲେ ପ୍ରକୃତ ଅବସର ର ବାସ ନିର୍ମାଣ ରେ l


Rate this content
Log in

Similar oriya story from Tragedy