Kalpana Kumari Pradhan

Children Stories Inspirational

4  

Kalpana Kumari Pradhan

Children Stories Inspirational

ଅପଚୟ

ଅପଚୟ

2 mins
339


ସେ କୌଣସି ଜିନିଷ ହେଉ ଅବା ସମୟ,ଯାହାର ଅପଚୟ ର ପରିଣାମ ଆମକୁ ଭୋଗ କରିବାକୁ ପଡିଥାଏ l ତୃତୀୟ ଶ୍ରେଣୀ ରେ ପଢୁଥିଲା ପପୁ l ଗ୍ରୀଷ୍ମ ଛୁଟି ରେ ମା ସହ ଅଜା ଘରକୁ ଯିବା ପାଇଁ ବାହାରିଲା l ଯିବା ପୂର୍ବରୁ ମା ସବୁ ସରଞ୍ଜାମ ପ୍ରସ୍ତୁତି କଲେ ଏବଂ ପାଣି ବୋତଲ ପୂର୍ଣ୍ଣ କରିବା ପାଇଁ ପପୁ କୁ କହିଲେ l

  ସକାଳୁ ସକାଳୁ ମା ପୁଅ ବାହାରିଗଲେ l ସେ ବସ ଯୋଗେ ପହଁଚିବେ ଭଣ୍ଡାରିବାସ ଛକ ରେ l ତା ପରେ ପାଦ ଚଲା ବାଟ ଦୁଇ କିଲୋମିଟର ପରେ ପପୁ ର ଅଜା ଙ୍କ ଗାଁ ହୀରା ପୁର l ଦିହେଁ ବସ ରୁ ଓଲ୍ହାଇଲେ l ମା ପପୁ କୁ ପାଣି ମାଗିଲେ l କିନ୍ତୁ ବୋତଲ ରେ ମାତ୍ର ଦୁଇ ଢ଼ୋକ ପାଣି ଥିଲା l

ମା :-ଏ କଣ ପପୁ, ତୁ ପିଇବା ପାଣି ହାତ ଧୋଇ ସାରିଦେଇଛ?

ପପୁ :-ହଁ ମା, ମୁଁ ଚକଲେଟ ଖାଇ ହାତ ଧୋଇ ଦେଇଛି l ଆଉ ପାଣି କିଣି ଦେବା l

ମା :- ଦେଖ ଦିନ ଦ୍ବିପ୍ରହର ହେଲାଣି l ବୈଶାଖ ମାସ ଖରା, ଶୋଷ ରେ ତଣ୍ଟି ଶୁଖି ଗଲାଣି l ତୁ କେବେ ବୁଝିଲୁନି ଯେ କୌଣସି ର ଦୁରୁପଯୋଗ ର ପରିଣାମ ଆମକୁ ଭୋଗ କରିବାକୁ ପଡେ l

କିନ୍ତୁ ପରତେ ଯାଏନି l ଆଗକୁ ବଢାନ୍ତି ଦୁହେଁ l ମା ବି କାଳେ ପୁଅ କୁ ଶୋଷ ହେବ ଭାବି କଷ୍ଟ ସହି ଯାଆନ୍ତି l ଯାହା ହେଲେ ବି ମାତୃ ହୃଦୟ l କିଛି ବାଟ ଗଲା ପରେ ପପୁ ଥିବା ପାଣି ପିଏ କିନ୍ତୁ ତାର ତୃଷ୍ଣା ମେଣ୍ଟିଲା ନାହିଁ l ଆସ୍ତେ ଆସ୍ତେ ସେ ବଢ଼ିବାରେ ଲାଗେ l ସେ ଗୋଟିଏ ଗଛ ମୂଳରେ ବସି ପଡେ l କହେ ତା ମୁଣ୍ଡ ଘୁରାଉଛି ସେ ଆଉ ଚାଲିପାରୁନି l ତାକୁ ମା କୋଳରେ ଧରନ୍ତି l ଏବଂ କେତେ ସମୟ ପରେ ସେହି ବାଟରେ ଯାଉଥିବା ଏକ ପଥିକ ଠାରୁ ପାଣି ମାଗି ତାକୁ ଦିଅନ୍ତି l ସେ ଟିକିଏ ସୁସ୍ଥ ଅନୁଭୂତ କରେ l ପୁଣି ସେମାନେ ଯାତ୍ରା କରନ୍ତି ହୀରା ପୁର ଅଭିମୁଖେ l ଏଥର କିନ୍ତୁ ପପୁ ବୁଝି ପାରେ ନିଜର ଭୁଲ l ମନେ ପଡେ ତାର ଜେଜେମା କଥା ସେ କିପରି ତାକୁ ବାରମ୍ବାର ମନା କରୁଥିଲେ ଗାଧୋଇଲା ବେଳେ, ବ୍ରସ କଲା ବେଳେ ଜଳ ଅପଚୟ କଲେ l ଅବା ତାକୁ ଅଯଥାରେ ନଷ୍ଟ କଲେ l


Rate this content
Log in