Kalpana Kumari Pradhan

Tragedy

3  

Kalpana Kumari Pradhan

Tragedy

ବସନ୍ତ ର ବାର୍ତ୍ତା

ବସନ୍ତ ର ବାର୍ତ୍ତା

3 mins
15


ବସନ୍ତର ସନ୍ଧ୍ୟା, ଗୋଟିଏ ଉପବନର ଏକ କୋଣରେ ଥିବା ଗଛ ମୂଳେ ବସିଥିଲା ଲତା l ଏକାକୀ ନୀଳ ଆକାଶକୁ ଚାହିଁ ଅତୀତର ସ୍ମୃତି ମନ୍ଥନରେ ଥିଲା ତଲ୍ଲୀନ l ଆଜି ପରି ଲାଗୁଛି ଯେଉଁ ଦିନ ସେ ଭେଟି ଥିଲା ବସନ୍ତକୁ l

   ଏହି ପରି ଏକ ସଞ୍ଜ, ସାଥୀ ମେଳରେ ଉପବନ ରେ ବୁଲୁ ବୁଲୁ ହଠାତ ଝୁଣ୍ଟି ପଡିଥିଲା ଲତା ଏବଂ ଭୂମିରେ ଲୋଟିବା ପୂର୍ବରୁ ତାର ହାତକୁ ଶକ୍ତ ଭାବରେ ଧରି ନେଇଥିଲେ ଜଣେ l ମୁହଁ ଟେକି ଚାହିଁଲା ଲତା, ତା ହାତ ଧରିଛି ଏକ ସୁନ୍ଦର ଯୁବକ l ଲାଜ ରେ ମଥା ତଳକୁ ହୋଇଗଲା l

ଯୁବକ ଟି :ଦେଖିକି ଚାଲ, ସବୁବେଳେ କେହି ପାଖରେ ନଥିବେ l

ଲତା :ଆଜ୍ଞା....

ଲତାକୁ ଏତେ ଲାଜ ଲାଗୁଥିଲା ଯେ ସେ ଉପକାରୀ ଅଚିନ୍ହା ଯୁବକର ନା.. କଣ ପଚାରିବାକୁ ସାହସ ହେଲାନି l ସେଦିନ ରାତିରେ କାହିଁକି ତାକୁ ନିଦ ଆସିଲା ନି l ଶେଜରେ ପଡି ପଡି କେବଳ ଏକଡ଼... ସେକଡ଼.... ହେଉଛି l କଣ କରିବ ଫୋନ କଲା ସାଙ୍ଗ ସୁମି ପାଖକୁ..

ସୁମି : ହ୍ୟାଲୋ... ଆରେ ଲତା ଏତେ ରାତିରେ କଣ କଲ କଲୁ!କଣ ଆସୁବିଧା ହୋଇଛି କି...?

ଲତା :ଆରେ ନା ରେ ମୋତେ ନିଦ ଲାଗୁନି ସେଥିପାଇଁ ଫୋନ କରିଥିଲି l ଆଛା କହିଲୁ ଆଜି ସେ ପୁଅଟିର କଥା ମନେ ଅଛି?

ସୁମି :କୋଉ ପୁଅ

ଲତା : କଣ ସବୁ ଭୁଲି ଯାଉଛୁ, ଯିଏ ମୋ ହାତ ଧରିଥିଲେ l

ସୁମି :ଓହୋ କଥା ତା ହେଲେ ସେଇଠି l ପ୍ରଥମ ଦେଖାରେ ହିଁ ମନ ଦେଇଦେଲୁ ନା କଣ l

ଲତା :ତୋର ସବୁ ବେଳେ ମଜା (ଲାଜେଇ କି....)ସେମିତି କିଛି ନାହିଁ, କେତେ ଭଲ ପୁଅଟି ସତେ... କିନ୍ତୁ କଣ ହେବ ତାର ନା କଣ ମଧ୍ୟ ମୁଁ ଜାଣିପାରିଲିନି l

ସୁମି :"ଏଇ କଥାକୁ ନା ପେଲିଦେଲି କଲିକତାକୁ "ରହ ମୁଁ ତାର ଖବର ନେଉଛି ଯିଏ ମୋ ସାଙ୍ଗର ମନ ଚୋରାଇ ନେଲା l

ବିନିଦ୍ର ରଜନୀ ପାହିଲା, କେମିତି କଣ ନିତ୍ୟ କର୍ମ ସାରି ଲତା ବାହାରିଲା କଲେଜ l ସୁମି ସହ ଭେଟ ହେଲା ପରେ ସେ ଖାଲି ମୁରୁକି ମୁରୁକି ହସୁଥାଏ l ଲତା ପଚାରିଲା ତାଙ୍କ ନା କଣ?...

ସୁମି କହିଲା ଆରେ ସାଙ୍ଗ ତାଙ୍କ ନାମଟି ହେଲା ବସନ୍ତ, ସେ ଆମ ସିନିଅର ରୋହିତ ଭାଇଙ୍କ ଘରକୁ ବୁଲିବାକୁ ଆସିଛନ୍ତି l ସେ ତାଙ୍କର କଣ ସମ୍ପର୍କୀୟ ହେବେ l

ଲତା ଲାଜେଇ ପଚାରିଲା ତୁ କେମିତି ଏତେ କଥା ଜାଣିଲୁ l

 ସୁମି କହିଲା ଆଜି ପରା ମୁଁ କଲେଜ ଆସିଲା ବେଳେ ତାଙ୍କୁ ରୋହିତ ଭାଇଙ୍କ ଛାତ ଉପରେ ଦେଖିଲି l ଆଉ ରୋହିତ ଭାଇଙ୍କ ଠାରୁ ସବୁ ବୁଝି ନେଲି l

  ଲତା ମନ କି ଘର ଧରେ l ଏକ ଅଜଣା ପୁଲକରେ ତା ମନ ପ୍ରଫୁଲ୍ଲିତ l ତା ଚାରିପାଖରେ ଯେମିତି ସବୁ ବଦଳି ଯାଇଛି l ସବୁ ନୂଆଁ ନୂଆଁ ଲାଗୁଛି l ସେ ସେଦିନ ମଧ୍ୟ ଉପବନକୁ ବୁଲିବାକୁ ଗଲା ଏବଂ ପଡ଼ିଥିବା ଚୌକିରେ ବସି ଏକ ଲୟରେ ଚାହିଁ ରହିଥାଏ ଫାଟକ ଟିକୁ l କେତେ ଲୋକ ଯାଉଛନ୍ତି ଆସୁଛନ୍ତି କିନ୍ତୁ କାହିଁ ବସନ୍ତ ତ ଆସୁନି...

ବ୍ୟସ୍ତତା ଏତେ ବଢ଼ି ଗଲାଣି ଯେ କେତେବେଳେ ସନ୍ଧ୍ୟା ଯାଇ ଅନ୍ଧାର ଘୋଟି ଗଲାଣି ସେ ଜାଣି ପାରିନି l ଉପବନର ଆଲୋକ ମାଳା ଗୁଡିକ ଝକ ମକ ହୋଇ ଜଳି ଉଥିଲେଣି l ଆଉ ତାର ଧର୍ଯ୍ୟ ନାହିଁ... ମନ ଦୁଃଖରେ ଘର ଅଭିମୁଖେ ପାଦ କାଢିଲା ବେଳକୁ ପଛରୁ କାହାର ଅତି କୋମଳ ଡାକ ଲତା....

ପଛକୁ ଚାହିଁ ଲତା ଦେଖିଲା ସେ ଆଉ କେହି ନୁହେଁ ସେ ବସନ୍ତ....

ହସି ହସି କହିଲା ତୁମେ ଆସିବା ଆଗରୁ ମୁଁ ଆସି ତୁମକୁ ଚାହିଁ ବସିଛି l ଆଉ ତୁମ ବ୍ୟଗ୍ରତାକୁ ଦେଖୁଥିଲି l

ଲତା :ଲାଜେଇକି କଣ ଦେଖୁଥିଲେ ମୋର ଧର୍ଯ୍ୟ ନା ମୋ ପ୍ରତୀକ୍ଷାର ଉପହାସ କରୁଥିଲେ?

ବସନ୍ତ :ନା ଲତା ତୁମେ ଏପରି କୁହନି l ମୁଁ ସୁମି ଠାରୁ ସବୁ ଶୁଣିଛି l ମୁଁ ମଧ୍ୟ ତୁମକୁ ଦେଖିଲା ପରେ ମନେ ମନେ ଖୋଜୁଥିଲି...

ଏହିପରି ଦିନ ବିତିବା ସହିତ ସେମାନଙ୍କ ସମ୍ପର୍କ ନିବିଡ଼ ହେବାକୁ ଲାଗେ l ପ୍ରତ୍ୟେକ ଦିନ ସେହି କୃଷ୍ଣଚୁଡା ଗଛ ମୂଳେ ବସି ଦୁହେଁ ଅନେକ ସ୍ବପ୍ନ ଦେଖନ୍ତି l ଦୁହେଁ ଦୁହିଁଙ୍କୁ ପାଇବା ପାଇଁ ପ୍ରତୀକ୍ଷା ଆଉ ପ୍ରତିବନ୍ଧକ ଉଭୟକୁ ହସି ହସି ଆପଣେଇ ବାର ପ୍ରତିଶୃତି ମଧ୍ୟ ଦିଅନ୍ତି l

  କିନ୍ତୁ....

 ସେ ଦିନ ଆଉ ବସନ୍ତ ଆସିନଥିଲା l ଆସିଥିଲା ଏକ ଚିଠି, କେବଳ ଗୋଟିଏ ଧାଡି "ତୁମେ ମୋତେ ଭୁଲି ଯାଅ "l ଲତାର ସ୍ବପ୍ନର ଦୁନିଆରେ ଯେପରି କଳା ବାଦଲ ଘୋଟିଗଲା l ଚତୁର୍ଦିଗ ତାକୁ ଅନ୍ଧକାର ଦେଖାଗଲା l ତାପରେ ଧରା ବକ୍ଷ ରେ କେତେ ବସନ୍ତ ଆସି ତାଙ୍କରି ସ୍ପର୍ଶ ପ୍ରେମ ପ୍ରଣୟର ପୂରବୀ ଛୁଟାଇ ଦିଗ ମହାକାଇ ଦେଲେଣି l କିନ୍ତୁ ତା ପାଇଁ ବସନ୍ତ ଆଉ ଫେରିନି.......

   


Rate this content
Log in

Similar oriya story from Tragedy