Soumya Shubhadarshinee

Romance

3  

Soumya Shubhadarshinee

Romance

ପରିଭ୍ରମଣ

ପରିଭ୍ରମଣ

6 mins
189


 


 ନିଶବ୍ଦତାର ବି ଗୋଟେ ନିଜସ୍ୱ ସ୍ୱର ଥାଏ ଯାହା ସହବାସରେ ଖୁବ୍ କୋଳାହଳ କରିପାରେ । ଏମିତିକି ସହବାସରରୂପରେଖ ବଦଳେଇ ଦେଇପାରେ ।


********************

 ସୁଲଗ୍ନା ପୁଣି ଥରେ ଦେଖିଲା ଦୂର ଦିଗନ୍ତରେ ନିଷ୍ପ୍ରଭ ହେଇଆସୁଥିବା ସୂର୍ଯ୍ୟଙ୍କୁ ନିରିଖେଇ । ଇଏ ସେଇ ଟି ଯେ ପୂର୍ଣ୍ଣ ବୀର୍ଯ୍ୟ ସହ ଜାଳିପାରନ୍ତି ଦିନର ସ୍ୱରୂପ । ଯେ ତପ୍ତ ଶିଖାରେ ଧ୍ଵଂସୀପାରନ୍ତି ଜୀବନ । ଯେ ଲେଲିହାନ ଅଗ୍ନି ବର୍ଷେଇ ଟକମକ ଫୁଟେଇ ପାରନ୍ତିରକ୍ତ । ସେଇ ପରିଚିତ ଅଂଶୁମାନ ଦିନର ଅତିକ୍ରାନ୍ତେ କେଡେ ନିରୀହ , କେଡେ ଶୀତଳ , କେଡେ ନିଷ୍ପ୍ରଭ ଆହା !


 ଭାରି କରୁଣ ଏଇ ପ୍ରଦୋଷର ଅଂଶୁମାନ । ଯେମିତି ଟିକିଏ ବି ଅହଂ ନାହିଁ , ଟିକିଏ ବି ଦୁର୍ଦ୍ଧଶତା ନାହିଁ , ଟିକିଏ ବି ପ୍ରତାପ ନାହିଁ । 


ସୁଲଗ୍ନାକୁ କେମିତି ଗୋଟେ କଷ୍ଟ ହେଲା । ନା ' ପ୍ରକୃତରେ କଷ୍ଟ ନୁହେଁ ଜ୍ଵଳନ , ନାରୀ ମନର ଜ୍ଵଳନ । ଅସୁୟା , ପରଶ୍ରୀକାତରତା,ହିଂସା , ଦ୍ଵେଷ , ଭଳି ଗୁଡ଼ାଏ ଅପଶବ୍ଦର ମିଶାମିଶି ପ୍ରଭାବ । ନାରୀ ଭିତରେ ଏଇ ଜ୍ଵଳନ ଗତାନୁଗତିକ । କିଛି ହଜମ କରିନିଅନ୍ତି ଆଉ କିଛି ପାରନ୍ତି ନାହିଁ । 


 ସୁଲଗ୍ନା ହଜମ କରିନେଇଛି କିନ୍ତୁ ଏବେ ସେ ଅଗ୍ନିମାନ୍ଦ୍ୟର ଶିକାର । ଗୋଟେ ଭୟଙ୍କର ଆଲୋଡନ ତା' ଭିତରେ ସେଇ ଜ୍ଵଳନକୁ ନେଇ ।

 

  ଠିକ ସେ କହିହେବନି କେବେଠୁ କିନ୍ତୁ କହିହେବ ଅନେକ ଦିନ ହେଇଗଲାଣି । ଯେବେବି ଦେଖୁଛି ସେ ଅସ୍ତାଚଳର ଅଂଶୁମାନ ଏମିତି ଆଲୋଡିତ ହେଉଛି ଭିତରେ ଭିତରେ । ଖୁବ୍ ଜୋରରେ କାନ୍ଦିବାକୁ ଇଚ୍ଛା ହୁଏ । ଗଳା ଫଟେଇ ଚିତ୍କାର କରିବାକୁ ମନ ହୁଏ । କିଛି ଗୋଟେ ଖିନଭିନ କରିଦେବକୁ ମନ ହୁଏ । ନିଜର ନୀରବତାକୁ ଅତିକ୍ରମ କରି କିଛି ଶବ୍ଦ ସ୍ରୋତ ସହ ଭେଟ କରିବାକୁ ମନ ହୁଏ । 


 କିନ୍ତୁ ସେ ପାରେନି । କିଛି ମଧ୍ୟ କହି ପାରେନି । ଭୟ ଲାଗେ , ଜୀବନର ଭୟ , ସମାଜିକ ପରିଚୟର ଭୟ , ପାରିବାରିକ ସନ୍ତୁଳନର ଭୟ ଏମିତି ସବୁ ଏକା ସାଙ୍ଗରେ ମାଡି ବସନ୍ତି ।


***********************


 ମୀରାମ୍ବିକା ଅଭିଜିତର ନିଜସ୍ୱ ସ୍ୱପ୍ନ ଥିଲା । ପିଲାଟା ବେଶ କ୍ରିଏଟିଭ୍ । ସବୁବେଳେ କିଛି ଭିନ୍ନ କରିବାର ପ୍ରୟାସରେରୁହେ । ସେଥିପାଇଁ ହିଁ ସୁଲଗ୍ନାର ପସନ୍ଦ ଅଭିଜିତ । ହଜାରେ ସାଧାରଣ ମଣିଷଙ୍କ ଭିଡରେ ବାରି ହେଇପଡୁଥିବା ପିଲାଟେ ହେଲା ଅଭିଜିତ । ଯେ ନିଜର ନିଜସ୍ୱ ପାରିଲା ପଣରେ କରିପାରେ କିଛି ଅଦ୍ଭୁତ । କଲେଜରେ ପଢ଼ୁଥିବା , ନୂଆ ନୂଆ ସ୍ୱପ୍ନ ଦେଖୁଥିବା , କିଛି ଜୀବନରେ କରି ଦେଖେଇ ଦେବାର ଇଚ୍ଛାରଖୁଥିବା ସୁଲଗ୍ନା ପାଇଁ ଅଭିଜିତ ଥିଲା ଗୋଟେ ଇପ୍ସିତ ମଣିଷ । ସେ ବି ଥିଲା ଭିନ୍ନ କିଛି କରିବାର ଝୁଙ୍କରେ । କଲେଜରୁ ହିଁ ମିରାମ୍ବିକା ଉଭୟଙ୍କର ସାଇତା ସ୍ୱପ୍ନ 

 ଥିଲା ।


  କିନ୍ନର ମାନଙ୍କୁ ନେଇ ତିଆରି ହେଇଥିବା ସାମାଜିକ ପରିବେଶର ପରିଭାଷା ପରିବର୍ତ୍ତନ କରିବା ସହଜ ନୁହେଁ କଦାପି । ଏଇଟା ଗୋଟେ ବିଶାଳ ସମସ୍ୟା । ସମାଜର ଗୋଟିଏ ସମର୍ଥ ଜନ ସମୂହ ଅଲୋଡ଼ା , ଉପେକ୍ଷିତ ଆଉ ପରିତ୍ୟକ୍ତ ଜୀବନ ଜିଇଁବା ସତରେ ପରିତାପର 

ବିଷୟ । କାହିଁକି କେଜାଣି ସେଇ ମଣିଷ ଗୁଡିକ ଅଭିଜିତକୁ ବ୍ୟତିବ୍ୟସ୍ତ କରୁଥିଲେ। କଲେଜ ପଢ଼ା ସମୟରେ ସେ ସାମାଜିକ ବିଜ୍ଞାନ ହିଁ ବାଛିଥିଲା କେବଳ ଏଇ ଗୋଷ୍ଠୀ ପାଇଁ । କରିବାର ଥିଲା ବିଶେଷ କିଛି। ମୀରାମ୍ବିକା ଏଇ ପର୍ଯ୍ୟାୟର ପ୍ରଥମ ପଦକ୍ଷେପ ଥିଲା । ଗୋଟେ ଅନୁଷ୍ଠାନ ଯେଉଁଠି ସମସ୍ତ କର୍ମକର୍ତ୍ତା କିନ୍ନର । ତା'ର ଏଇ ପ୍ରୋଜେକ୍ଟ ବିଷୟରେ ପ୍ରଥମ ଆଲୋଚନା ଥିଲା ପିଜି ସମୟର ନ୍ୟାସନାଲ ସେମିନାରରେ । ଡିପାର୍ଟମେଣ୍ଟରେ ସଭିଏଁ ଏଭଳି ପରିକଳ୍ପନା ପାଇଁ ବିପୁଳ ସାଧୁବାଦ ଦେଇଥିଲେ । ଭୁରି ଭୁରି ପ୍ରଶଂସାରେ ପୋତି ପକେଇଥିଲେ ସାର୍ ଆଉ ମଡାମ ମାନେ । ତା'ର ଏଇ ପ୍ରୋଜେକ୍ଟ ଆପୃଭ ହେଇଥିଲା ସର୍ବ ସମ୍ମତିରେ । 


  ମିଳିତ ଭାବେ ଅଭିଜିତ ଆଉ ସୁଲଗ୍ନା ପ୍ରୋଜେକ୍ଟଟିର ଦାୟିତ୍ୱ ନେଇ ଆରମ୍ଭ କରିଥିଲେ ଗୋଟେ ଅଭିଯାନ । ମୀରାମ୍ବିକା ପରବର୍ତ୍ତୀ ସମୟରେ ପରିଚୟ ହେଇଗଲା ଉଭୟଙ୍କର । ସେଇ ଦୁହେଁ ସାଥିରେ ଚାଲିବାକୁ ଆରମ୍ଭ କଲେ ଯେ ସାରା ଜୀବନ ପାଇଁ ଚାଲିବାର ପ୍ରତିଶ୍ରୁତି ନେଇଗଲେ।

 ବେଶ ସଫଳ ହେଇଥିଲା ଏଇ ପ୍ରୟାସ । ପ୍ରଚୁର ଅର୍ଥ ସାହାଯ୍ୟ ମିଳିଥିଲା ପରବର୍ତ୍ତୀ ସମୟରେ ଏଇ ଏନ. ଜି .ଓ କୁ । ସାରା ଭାରତରୁ କିନ୍ନର ସମାଜ ନିଜ କଳାକୃତି ପ୍ରଦର୍ଶନ କରୁଥିଲା ମୀରମ୍ବିକାର ବ୍ୟାନର ତଳେ । ଅନେକ ସଫଳ ବ୍ୟବସାୟ କରି ସାମାଜିକ ପରିଚୟ ପାଇଲେ ଏଇ ସଂସ୍ଥା ସହାୟତାରେ । ଅଭିଜିତ ଆଉ ସୁଲଗ୍ନା ସମ୍ମାନିତ ହେଲେ ଅନେକ ସାମାଜିକ ଅନୁଷ୍ଠାନ ଦ୍ୱାରା । 

 ଭିନ୍ନ ଧାରାରେ ଚାଲିଲେ ଦୁଇଟି ସାଧାରଣ ମଣିଷ । ମେସିନ୍ ଭଳି ଚଳଚଞ୍ଚଳ ହେଇଗଲା ଜୀବନ । ବିଭିନ୍ନ କାର୍ଯ୍ୟକ୍ରମର ପରିକଳ୍ପନା , ସେଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ପ୍ରଚେଷ୍ଟା , ସଫଳତା ପରବର୍ତ୍ତୀ ଉଲ୍ଲାସ ଆଉ ପରିଶେଷରେ ଆତ୍ମ ତୃପ୍ତି । ଏସବୁର ପ୍ରଭାବ ଖୁବ୍ ନିଆରା । ଅଭିଜିତ କିନ୍ତୁରୁହେ ସବୁବେଳେ ସ୍ଥିତପ୍ରଜ୍ଞ । ନା' ତ ସମସ୍ୟାରେ ବ୍ୟତିବ୍ୟସ୍ତ ହୁଏ ନା' ସଫଳତାରେ ଉତ୍ଫୁଲ୍ଲିତ । ଏଇ ଗୁଣ ସବୁଠାରୁ ଭଲ ଲାଗେ ସୁଲଗ୍ନାକୁ । ଗୋଟେ ସ୍ଥିରତା ଦେଖିହୁଏ ମଣିଷ ଟା ଭିତରେ । 


  ବଡ଼ ଜରୁରୀ ଏଇ ସ୍ଥିରତା ଜୀବନ କାରବାରରେ । ଏମିତି ମଣିଷ ଟେ ହିଁ ଘର ଗଢିବାରେ ସଫଳ । ସାରା ଜୀବନ ସାଥିରେ ଚାଲିବାର ପ୍ରତିଶ୍ରୁତି । ଅଭିଜିତ ଯେତିକି ପ୍ରତିବଦ୍ଧ ନିଜ କାମ ପାଇଁ ଠିକ ସେତିକିରହିବେ ନିଜ ପ୍ରେମ ପାଇଁ । ୟା ଠାରୁ ଅଧିକ ଆଉ କଣ ଲୋଡ଼ା ଏଇ ଅବିଶ୍ୱାସୀ ପୃଥିବୀରେ । ଜିଇଁ ହେଇଯିବ ଏମିତି ମଣିଷ ସହ ବେଶ ସହଜରେ । 


 କିନ୍ତୁ ଏଇ ଭାବନା କେବଳ ଆଉ କେବଳ ସୁଲଗ୍ନା ଭିତରେ । ଅଭିଜିତ ଭିତରେ ଏମିତି ଅନୁଭବ ଟିକିଏ ବି ନାହିଁ । ସେରାତିଦିନ ସୁଲଗ୍ନା ସହ କାର୍ଯ୍ୟବ୍ୟସ୍ତରହିପାରେ କିନ୍ତୁ ଥରୁଟିଏ ନିଜର ଅଧିକାର ଯତେଇ 

ପାରେନି । ସବୁ ସୁଖ ଦୁଃଖରେ ସୁଲଗ୍ନାକୁ ସାମିଲ କରିପାରେ କିନ୍ତୁ ଆପଣାର ବୋଲି ପ୍ରତ୍ୟୟ ଦେଇ ପାରେନି । ସେ ଗୋଟେ ସଫଳ ପାର୍ଟନର୍ ବ୍ୟତୀତ ଆଉ ଅଧିକ ନୁହେଁ। ସୁଲଗ୍ନାକୁ କଷ୍ଟ ଦିଏ ଏଇ ବେପରୁଆ ପଣ । କଷ୍ଟ ଦିଏ ଏଇ ମନୋଭାବ । ବୁଝି ପାରେନି ତା' ଭିତରର ନାରୀ ମନ , 

'' କାହିଁକି ଏମିତି ଅଭିଜିତ ନିରୂପଦ୍ରବ ତା' ପ୍ରତି ? ପୃଥିବୀରେ ଆଉ କେହି ତା' ଠାରୁ ଅଧିକ ଯୋଗ୍ୟ ଅଛିକି ଅଭିଜିତ ପାଇଁ ?''

 କିନ୍ତୁ କୌଣସି ଉତ୍ତର ମିଳେନି ଏଇ 

ପ୍ରଶ୍ନର । ଅଭିଜିତ କେବେ ବୁଝି ପାରେନି ସୁଲଗ୍ନାର ଏଇ ମନୋଦଶା । ବା ବୁଝି ପାରେ କେଜାଣି ?.....


 କିନ୍ତୁ କେତେଦିନ ଏମିତି ଲୁଚକାଳି ଖେଳ ? 

ସୁଲଗ୍ନାକୁ କହିବାକୁ ପଡିଲା କାରଣ ସବୁ ଘଟଣାର ନିର୍ଦ୍ଦିଷ୍ଟ ସମୟ ଥାଏ । ଅଭିଜିତ ଏଇ ପ୍ରସ୍ତାବରେ ଖୁସିହେଲା , କିନ୍ତୁ ସମ୍ମତ ହେଲାନାହିଁ । କାରଣ ବି ବଡ଼ ବିଚିତ୍ର , ସେ ଏଇ ଅନୁଷ୍ଠାନ ପାଇଁ ସାରା ଜୀବନ ପ୍ରତିବଦ୍ଧରହିବାକୁ ଚାହେଁ !.............


  

 ଅବୁଝା ସତରେ ବଡ଼ ଅବୁଝା ଥିଲା ଏଇ ପ୍ରସଙ୍ଗ । ମୁଣ୍ଡ ଗୋଳମାଳ ହେଇଗଲା ସୁଲଗ୍ନାର । ସେ ତ ଏ କାମରେ ପାଦରେ ପାଦ ମିଶେଇ ଚାଳିବାରେ ମାହୀର । ବିବାହ ଯେ ଏଇ ପ୍ରୟାସ ପଥର ଅନ୍ତରାୟ ହେବ କେମିତି ଭାବୁଛି ଅଭିଜିତ । ଏବେ ବୟସର ଉନ୍ମାଦନା ଅଛି । ଏକା ଏକା 

ହରକ୍ୟୁଲସ୍ ହେଇ ପୃଥିବୀ ଟେକି ଧରିବାର

ଝୁଙ୍କ ଅଛି । କିନ୍ତୁ ସାରା ଜୀବନ ଏମିତିରହିବା ସମ୍ଭବ ନୁହେଁ । ବିବାହ ନାମକ ଅନୁଷ୍ଠାନର ଆବଶ୍ୟକତା ବାର୍ଦ୍ଧକ୍ୟରେ ଯେବେ ଆମେ ଗୋଟେ ସହଯାତ୍ରୀ ଉପରେ ନିର୍ଭର କରୁ । ଯେବେ ଆମକୁ ଏକାକିତ୍ୱ ଭୟ ଦେଖାଏ । ଯେବେ ଆମେ ନିଜକୁ ବାଣ୍ଟିବାକୁ , ଶୁଣେଇବାକୁ , ବୁଝେଇବାକୁ ମଣିଷ ପାଉନା । ଯେବେ ଆମେ ଆଉଟ ଅଫ୍ ଡେଟ୍ ହେଇଯାଉ । ଯୌବନର ଉଦ୍ଦାମତା କମି ଗଲା ପରେ ବୁଝା ପଡେ ନିଜର ସିମିତତା ।


କିନ୍ତୁ ଅଭିଜିତ ଏମିତିରହିଲା ନିଜ ଜିଦରେ ଅଟଳ । ଏଇ ନିଷ୍ପତ୍ତି ସହଜ ନଥିଲା , କିନ୍ତୁ ଅଭିଜିତ ସେଇ ଭାବନା ଭିତରେ ହିଁରହିଲା । ସୁଲଗ୍ନା ପୂରାପୂରି ଭାଙ୍ଗି ଯିବା ପର୍ଯ୍ୟନ୍ତ ଚେଷ୍ଟା କଲା କିନ୍ତୁ ଅସଫଳ 

ହେଲା । ଅଭିଜିତ ନିଜର ନିଷ୍ପତ୍ତି ପରିବର୍ତ୍ତନ କଲା ନାହିଁ ।


*****************


 ବିବାହ କଲା ସେ ମୟୁରୀ ସହ । ସମାଜର ବିନା ସମ୍ମତିରେ । ପରିବାରର ପ୍ରତିରୋଧ ପରେ । ଆଉ ସୁଲଗ୍ନାକୁ ନିବୁଜ ହେବାକୁ ହେଲା ନିଜ ଭାବନା ଆଉ ସ୍ୱପ୍ନ ଭିତରେ ସାରା ଜୀବନ ପାଇଁ। ଅବଶ୍ୟ ଠିକ ଥିଲା ଏଯାଏଁ ସବୁକିଛି । କାହାରି ମନ ଆଉ ଇଚ୍ଛା ଉପରେ ଆମର ଅକ୍ତିଆର ନଥାଏ । ଯଦି ଅଭିଜିତ ପାଇଁ ଏଇଟାହିଁ ଜୀବନ ଜିଇଁବାର କଳା ଏଥିରେ ସୁଲଗ୍ନା ଦୁଃଖ କରିବାର 

ନୁହେଁ ।


 କିନ୍ତୁ ସେମିତି ହେଲା ନାହିଁ । ମୟୂରୀ ସହ ଗୋଟିଏ ବର୍ଷର ସମ୍ପର୍କ ପରେ ଅଭିଜିତ ନିଜକୁ ଦୂରେଇ ନେଲା । ଭାଙ୍ଗିଗଲା ଗୋଟେ ନିଷିଦ୍ଧ ବିବାହ । ଖୁସି ହେଲା ସୁଲଗ୍ନା । ଲାଗିଲା ଏବେ ଅଭିଜିତର ମୋହ ଭଙ୍ଗ ହେଇଛି । ସେ ଏବେ ବାସ୍ତବତା ସହ ପରିଚିତ ହେଇଛି । ଏବେ ସେ ଦୁହେଁ ନିଶ୍ଚିତ ଘର ଗଢିବାର ସୁଯୋଗ ପାଇବେ । 


 କିନ୍ତୁ ଏସବୁ ହେଲାନାହିଁ । ଅଭିଜିତ ନୀରବ ହେଇଗଲା । ଅସମ୍ଭବ ଭାବରେ ନୀରବ । ମୀରମ୍ବିକା ସହ ବି ସମ୍ପର୍କ ଭାଙ୍ଗିଦେଲା । ଏକଦମ ଦୁରେଇ ଗଲା ସାଧାରଣ ଜୀବନ ଭିତରୁ । ସତ ଚେଷ୍ଟା ପରେ ମଧ୍ୟ ସୁଲଗ୍ନା ବୁଝି ପାରିଲା ନାହିଁ ଏଭଳି ପରିବର୍ତ୍ତନର କାରଣ । ମୟୁରୀ ସହ ମଧ୍ୟ କଥା ହେବାକୁ ଚେଷ୍ଟା କଲା ସୁଲଗ୍ନା । କିନ୍ତୁ ସେ ଏହି ଘଟଣା ସଂକ୍ରାନ୍ତିୟ କୌଣସି ଚର୍ଚ୍ଚା କରିବାକୁ ଇଚ୍ଛା ପ୍ରକାଶ କଲା ନାହିଁ ।

 ଗୋଟେ ଅଜବ ହତାଶା ଭିତରେ ହଜିଗଲା ଜୀବନ । ଅଭିଜିତ ଲାଗିଲା ନିଷ୍ପ୍ରଭ ଅସ୍ତଚଳ ସୂର୍ଯ୍ୟ ଭଳି । ବିସ୍ମୃତ ହେଇଗଲା ତା'ର ସମସ୍ତ ଅତୀତ । ଭିନ୍ନ ମଣିଷ ଟେ ହେଇଗଲା ଅଭିଜିତ । ଖୁର୍ଣ୍ଣ , ବିକ୍ଷିପ୍ତ , ଜରାଜୀର୍ଣ୍ଣ । ସହି ହେଉନଥିଲା ଏମିତି ରୂପ । 

ସୁଲଗ୍ନା ପରିବାର ଏମିତି ଅଦ୍ଭୁତ ମଣିଷ ଟା ହାତରେ ସୁଲଗ୍ନାକୁ ଦେବାକୁ ଇଚ୍ଛା କଲେନାହିଁ । ସୁଲଗ୍ନାକୁ ନିଜ ପାଇଁ ଜୀବନ ସାଥି ବାଛିବାକୁ ବାଧ୍ୟ କଲେ। ସୁଲଗ୍ନା ହଁ ଆଉ ନାହିଁ ଭିତରେ ସନ୍ତୁଳି ହେଲା ।

 ମମି ଭଲ ପ୍ରଶ୍ନ କରିଥିଲା , '' ସେ କ'ଣ କେବେ ତୋ ପ୍ରତି ଅନୁରକ୍ତ ଥିଲା ?''

 ନା' ନଥିଲା , କେବେ ନୁହଁ । ସେ ନିଜେ ନିଷ୍ପତ୍ତି ନେଇଥିଲା କିନ୍ନର ଟେ ବିବାହ କରିବାକୁ । ଆଉ ସେ ନିଜେ ଭାଙ୍ଗିଛି ନିଜ ବିବାହ । ଏଥିରେ ସୁଲଗ୍ନା କେଉଁଠି ଥିଲା ଯେ ଆଜିରହିବ । ବ୍ୟସ୍ତ ହେବ । ଜୀବନକୁ ଏଭଳି ମଣିଷ ପାଇଁ ତିଳ ତିଳ କରି 

ଜାଳିବ ।

 

********************


 ଭୁଲିବାର ନୁହେଁ ସେଇ ସନ୍ଧ୍ୟା , ଠିକ ଏମିତି ସୂର୍ଯ୍ୟ ଅସ୍ତଗାମୀ । ଆକାଶରେ ବର୍ଣ୍ଣର ବୈଭବ । ସବୁକିଛି ସୁନ୍ଦର । ସେଦିନ ସେମାନେ ସୁଲଗ୍ନାକୁ ଦେଖିବାକୁ ଅସିଥିଲେ ବାଲେଶ୍ୱରରୁ । ତରୁଣ ମହାପାତ୍ର ପିଲାଟି ବେଶ ମାର୍ଜିତ ଆଉ ସୁଦର୍ଶନ । ପରିବାର ଲୋକେ ମଧ୍ୟ ବେଶ ଭଲ । 

 ସୁଲଗ୍ନାକୁ ଭଲ ଲାଗୁଥିଲା ସେଇ ପରିବେଶ । ଅଭିଜିତକୁ ନେଇ ତିଆରି ହେଇଥିବା ତିକ୍ତତା ଭିତରୁ ମୁକ୍ତ ହେବାର ସମ୍ଭାବନା ଟିଏ ଦିଶୁଥିଲା ଧୀରେଧୀରେ ।

 ସବୁକିଛି ବ୍ୟବସ୍ଥିତ ଥିବା ସମୟରେ । ତରୁଣ ଙ୍କ ପରିବାର ମୁଦି ପିନ୍ଧା ଦିନ ସଂକ୍ରାନ୍ତିୟ ସିଦ୍ଧାନ୍ତ ନେବାକୁ ଯାଉଥିବା ସମୟରେ ହିଁ ଘଟିଥିଲା ଅଭାବିତ ।

 ଅଭିଜିତ ଆସିଗଲେ ଧୂମକେତୁ ଭଳି । ଅପ୍ରତ୍ୟାଶିତ ଭାବେ ଆବିର୍ଭୂତ ହେଇ ଯେବେ ଜିଦ କଲେ ଏଇ ବାହାଘର ଭାଙ୍ଗି ବାକୁ ଆଶ୍ଚର୍ଯ୍ୟ ଚକିତରହିଗଲା ସୁଲଗ୍ନା ।

 କାହିଁକି ଏମିତି କଲେ ଅଭିଜିତ ?....


ସେ କ'ଣ ସୁଲଗ୍ନା ପ୍ରତି ଆସକ୍ତ ଏବେ ?

କାହିଁ କାହିନଥିଲେ ତ କେବେ ? 


  

 


Rate this content
Log in

Similar oriya story from Romance