Soumya Shubhadarshinee

Tragedy

4  

Soumya Shubhadarshinee

Tragedy

ପ୍ରତାରକ

ପ୍ରତାରକ

6 mins
169



  ସେମାନେ ପ୍ରସ୍ତୁତ ନଥିଲେ ବା ପ୍ରସ୍ତୁତ ହେବାକୁ ଇଚ୍ଛା କରୁନଥିଲେ । ବିଭିନ୍ନ ବାହାନା ଥିଲା ତାଙ୍କ ପାଖରେ ଏଡେଇ ଯିବାକୁ ସେ ମୁହୂର୍ତ୍ତ । ସବା ସାନ ପୁଅଟି କିନ୍ତୁ ଇଛୁକ ଥିଲା ଗୋଟେ ମୋହରେ । ଦୁଇ ବଡ଼ ଭଉଣୀଙ୍କ ହଜାରେ ଟାଳଟୁଳ ପରେବି ତା' ଭିତରୁ ସେ ଇଚ୍ଛା ମରିଲା ନାହିଁ ବରଂ ଆହୁରି ଶକ୍ତ ହେଲା । 

 କହିବାକୁ କଷ୍ଟ ଲାଗିଲେ ମଧ୍ୟ ଏଥର ନିରଞ୍ଜନ ବଡ଼ ନାନୀ ଦୁଇଟିଙ୍କୁ ଅବଜ୍ଞା କଲେ ଓ ଏକାକୀ ନିଷ୍ପତ୍ତି ନେଇଗଲେ । ବୟସ ଆଉ ଛୋଟ ନଥିଲା ତାଙ୍କର , ସେ ଏବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହେଇସାରିଥିଲେ।

 ଚାକିରୀ ଡୋରୀ ଛିଡିଲା ପରେ ଏ ସହର ଜୀବନ ତାଙ୍କୁ ରୁଦ୍ଧଶ୍ୱାସ କଲା । ଆଉ ମନ ପିଞ୍ଜରାବଦ୍ଧ ହେବାକୁ ଇଚ୍ଛା କଲାନି । ଏବେ ସେ ଖୋଜୁଥିଲା ଦିଗନ୍ତ ବିସ୍ତାରୀ ଆକାଶ । ଉଡିବାକୁ ମନବୋଧ କରି ମୁକ୍ତ ହେଇ , ସ୍ୱାଧୀନ ହେଇ , ପ୍ରାଣବନ୍ତ ହେଇ । 

 ବୁଢ଼ୀ ନାନୀ ଦୁଇଟି କିନ୍ତୁ ଏବେବି ଥିଲେ ସଂସାର ଜଞ୍ଜାଳରେ । ହୁଏତ ସ୍ତ୍ରୀଟିଏ 

ମୃତ୍ୟୁବତ ପିଞ୍ଜରାବଦ୍ଧ ହେବାର ଚୁକ୍ତିରେ ରହିବାକୁ ଭଲ ପାଏ ।..........

 ଭାଇ କିନ୍ତୁ ଏବେ ମୁକ୍ତି ଖୋଜୁଥିଲା ଆତୁର ହେଇ । ତେଣୁ ସେ ଏକାକୀ ବାହାରିଗଲେ ।



  କୃଷ୍ଣ ଦାସପୁର ଠାରେ ତାଙ୍କର କୋଠୀଟିଏ ଅଛି , ବାପାଙ୍କ କୋଠୀ । ଏଇଟି ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ଭାବେ ଉଭା ହେଲା ବାପାଙ୍କ ଅନ୍ତିମ ଦିନଗୁଡିକରେ ।

 ବାପା ଦୁଇ ଝିଅ ଓ ଏକମାତ୍ର ପୁଅକୁ ପାଖରେ ବସେଇ ଜଣେଇ ଥିଲେ , '' ତୁମେ ସବୁ ଜାଣିବା ଉଚିତ ବୋଲି ମୋର ଧାରଣା ହେଲା ଆଜି କାରଣ ମୁଁ ହୁଏତ କାଲି ଦେଖିବି ନାହିଁ । ମୋର କୋଠୀଟିଏ ତୁମମାନଙ୍କ ପାଇଁ ଛାଡି ଯାଉଛି । ବରଦା ମା' ସେଇଠି ରହିଆସିଛି । ଏବେ ତୁମେ ସେଇଟିକୁ ନିଜର ଦାୟୀତ୍ୱ ବୋଲି 

ଧରିନେବ । ''

  ବଡ଼ ରହସ୍ୟ ଥିଲା ଏଇ କଥାରେ । ବାପା ଓ କୋଠୀ ; ତା' ସହ ପୁଣି ବରଦା ମା' ?....... 

 ଯଦି ଏତକ ସତ ତେବେ ଆଜିଯାଏଁ ଗୋପ୍ୟ ରହିଥିଲା କାହିଁକି ??.......


 ପିଲାଏ ଚକିତ ହେଲେ ଆଉ ଅନୁସନ୍ଧିତ୍ସୁ ମଧ୍ୟ । କିନ୍ତୁ ନିୟତିର ନିର୍ଣ୍ଣୟ ବଡ଼ ଅପ୍ରତ୍ୟାଶିତ । ବାପା ନିଜ ବାକ୍ୟରେ ସଠିକ ରହିବାର ପ୍ରତିଶୃତି ନେଇ ଚାଲିଗଲେ 

ପରଦିନ । ରହସ୍ୟ ହେଇ ରହିଗଲା 

କୋଠୀ । 


  ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ ଓ ଘରର ଦାୟୀତ୍ୱ ଭିତରେ ଆବଦ୍ଧ ରହିଗଲେ 

ପିଲାଏ। ନାନୀ ଦୁଇଟି ନିଜ ସମ୍ପନ୍ନ ସଂସାରକୁ ଫେରିଗଲେ ଆଉ ନିରଞ୍ଜନ ପରିବାରର ମୁଖ୍ୟ ଭାବେ ବ୍ୟସ୍ତ ରହିଗଲେ ।

 ଗତ ମାସରେ ତାଙ୍କର ଅବସର ପରେ ସଭିଏଁ ଏକାଠି ହେଇଥିଲେ ଯେଉଁଠି କୋଠୀ କଥା ପୁଣି ଆଲୋଚନା 

ହେଇଥିଲା । କେହି କିନ୍ତୁ ଏଯାଏଁ ସେଠିକୁ ଯାଇ ନଥିଲେ ।

  ଅବସର ନେଲା ପରେ ନିରଞ୍ଜନ ଢେର ଇଚ୍ଛା କରିଥିଲେ କିନ୍ତୁ ଏକୁଟିଆ ଯିବାକୁ ଭୟ

 ଥିଲା । ଅଜଣା ଆଶଙ୍କା ସବୁ କାହିଁକି କେଜାଣି ବ୍ୟତିବ୍ୟସ୍ତ କରୁଥିଲା । ନାନୀ ଦୁଇଟି ସାଥିରେ ଗଲେ ସାହସ ମିଳିବ ଏମିତି ଭାବନା ଉଜ୍ଜୀବିତ ହେଉଥିଲା ମନରେ ।

  ଅଜଣା ବସ୍ତୁ ହେଉ ବା ସମ୍ପତ୍ତି ; ସେଠି ଆତଙ୍କ ରୁହେ ମଣିଷ ମନରେ ।........




 ଡାକରେ ଟେଲିଗ୍ରାମଟିଏ ଆସିବା ଆଜିକାଲି ବଡ଼ ବିଚିତ୍ର , କିଏ କରୁଛି ସେସବୁ ଆଉ ଏଇ ମୋବାଇଲ ଯୁଗରେ ?........

କିନ୍ତୁ ବରଦା ମା' କରିଥିଲେ । ଯେଉଁଠି ବିକଳ ହେଇ ଅଳି କରିଥିଲେ , " ବାବୁ ନିରଞ୍ଜନ ବାର୍ତା ପାଇଲା କ୍ଷଣି ଆସିଯିବ ସମୟ ଘୋର ଅଭାବ । "

  

 କି ସମ୍ମୋହନ ଥିଲା ସେଥିରେ ଜଣା ନାହିଁ କିନ୍ତୁ ନିରଞ୍ଜନ ସତରେ ବସିବା ଜାଗାରୁ ଉଠି ଏକାକୀ ଆସିଗଲେ କୃଷ୍ଣଦାସପୁର । ନାନୀ ଦୁଇଟିଙ୍କୁ ଜଣେଇବା ମଧ୍ୟ ଆବଶ୍ୟକ ମନେ କଲେନାହିଁ । ଜଣା ଥିଲା ସେମାନେ ବ୍ୟସ୍ତ ରହିବେ ଆଜୀବନ ।


  ଖଇରା ପଡ଼ିଆଠୁ ପାଞ୍ଚ କିଲୋମିଟର ଦୂରରେ କୋଠୀ । ଜଣେଇଲା ମଳିମୁଣ୍ଡିଆ ଗାଁ ଲୋକଟିଏ । ହେଲେ ସେ ଆଶ୍ଚର୍ଯ୍ୟ ମଧ୍ୟ ହେଲା ଏତକ ଦେଖି ,ଯେ କେହି ଜଣେ କୋଠୀ ଖୋଜୁଛି !.........


  ହାଁ କରି ଅନେଇଲା ଘଡ଼ିଏ ସେ ନିରଞ୍ଜନଙ୍କୁ .... ଆଉ ଟିକେ ଧୀର ଗଳାରେ ପଚାରିଲା ," ସେଠିକୁ କାହିଁକି ଯିବେ , ସେ କୋଠୀ ଭଦ୍ରଲୋକଙ୍କ ପାଇଁ ନୁହେଁ ?''


 ତା' ସ୍ୱରରେ ଥିଲା କିଛି ଆଶ୍ଚର୍ଯ୍ୟ ଓ ଢେର ଘୃଣା । ଯାହା ଭୟଙ୍କର ଲାଗିଲା 

ନିରଞ୍ଜନଙ୍କୁ । ଭଦ୍ର ଲୋକଙ୍କ ପାଇଁ ନିଷିଦ୍ଧ କୋଠୀ ସହ ବାପା କେମିତି ସଂଶ୍ଳିଷ୍ଟ ଥିଲେ ??.........


 ମୁହୂର୍ତ୍ତକ ପାଇଁ ଫେରିଯିବାକୁ ଭାବିଲେ ସେ ; ଥାଉ ସେ କୋଠୀ ରହସ୍ୟ ହେଇ । ଏକାକୀ ଗୋଟେ ଘୃଣିତ ଅତୀତ ଖେଳେଇ ବାପାଙ୍କ ସ୍ୱରୂପ ନଷ୍ଟ କରିବାକୁ ସାହସ ହେଲାନି । ସେ ଗାଡି ବୁଲେଇ ଫେରିବାକୁ କହିଲେ ଡ୍ରାଇଭରକୁ ।


 କିନ୍ତୁ କାହିଁକି କେଜାଣି ଡ୍ରାଇଭରଟା କହିଲା , '' ଏତେ ବାଟ ଆସିଲେଣି ଜଦି ଦେଖିଦେଇ ଯାଆନ୍ତୁ , ଗାଁ ଲୋକଙ୍କ ଉପରେ କି ବିଶ୍ୱାସ ? ତିଳକୁ ତାଳ କରିବା ସେମାନଙ୍କ ପ୍ରକୃତି ।''

*****************


  କୋଠୀ ବୋଲି କୁହାଯାଉଥିବା ଘରଟି ପୁରୁଣା କାଳିଆ କମକୁଟ ହେଇଥିବା ପାଚେରୀ ଘେରା ଏକ ମହଲା କୋଠାଟିଏ ଯାହା ସମୟର ତାଡ଼ନାରେ ବେଶ ଜୀର୍ଣ୍ଣ । ରଙ୍ଗ ଛଡା , ଶିଉଳି ଘେରା ସେ ଘରଟିର ଦୁଆର ଫାଁ ମେଲା ତଥାପି ନିରଞ୍ଜନ ଦର୍ଜାର ଜଂଜିର ପିିଟିଲେ । ଭିତରୁ କିନ୍ତୁ କୌଣସି ସୋର ଶବଦ ନାହିଁ । ବେଶ କିଛି ସମୟ ଅପେକ୍ଷା ପରେ ଦୋଦୋପାଞ୍ଚ

ହେଇ ସେ ବୈଠକି ଭିତରକୁ ପଶିଲେ । ବାସ ସେତିକି ଥିଲା ଭୟ , ତା' ପରେ ସବୁ କିଛି ନିଜର ହେଇଗଲା ।


 ଅବିଶ୍ୱାସନୀୟ ରୂପ ବୈଠକିର । ଘରଟି ବେଶ ବଡ଼ ଆଉ ସୁସଜ୍ଜିତ । ବଡ଼ ନିଖୁଣ ସେ ଚିତ୍ରକର ଯେ ଆଙ୍କିଛି ତୈଳ ଚିତ୍ର । ପ୍ରଥମେ ବାଳଗୋପାଳଙ୍କ ଚିତ୍ର ରଖିଛି ପାଟ କନା ଉପରେ । ଚିତ୍ର ତଳେ ଝିଆଁଳି 

ଅକ୍ଷରରେ ତାରିଖ ଓ ଦିନ - ତା୧୨:୦୨:୧୯୬୦ , ରବିବାର । ଆଜି ଆସିଲୁ ଧନ ।ଆଶ୍ଚର୍ଯ୍ୟ ହେଲେ ନିରଞ୍ଜନ ତାଙ୍କରି ଜନ୍ମ ତାରିଖ ସେଇଟି । 


 ପରେପରେ ସେ ସାରା ଘରର ଚିତ୍ର ସବୁ ଦରାଣ୍ଡି ପକେଇଲେ । ତାଙ୍କ ବିଦ୍ୟାରମ୍ଭ ଚିତ୍ର ସହ ତାରିଖ ତା ୦୩ : ୦୨ : ୧୯୬୬ ।

ତାଙ୍କ ବ୍ରତଘରର ଚିତ୍ର ନନା ଓ ବୋଉ ସହ ବ୍ରହ୍ମଚାରୀ ତାରିଖ ୦୯ : ୦୪ : ୧୯୭୧ । ଆଜି ତୁ ଦ୍ଵିଜ ହେଲୁ ଧନ । 


ତାଙ୍କ ମ୍ୟାଟ୍ରିକ ପରୀକ୍ଷା ଫଳ ବାହାରିବା ଦିନ , ତାଙ୍କ ଷୋହଳ ପୂଜା , ତାଙ୍କ କଲେଜ ବେଳ , ତାଙ୍କ ବିବାହ , ତାଙ୍କ ପୁଅର ଜନ୍ମ ଏମିତି ସମସ୍ତ ବିଶେଷ ଘଟଣାର ଗୋଟିଏ ଗୋଟିଏ ଚିତ୍ର ଶୋଭା ପାଉଥିବା ଘର । ପ୍ରତ୍ୟକ ଚିତ୍ର ପୁରୁଣା କିନ୍ତୁ ଆଜିବି ବେଶ ଜୀବନ୍ତ । ସୁନ୍ଦର କାଚ ବନ୍ଧେଇ ହେଇ ପୋଛିପାଛି ରଖାଯାଇଛି ଖୁବ୍ ଯତ୍ନରେ ।


  ନିରଞ୍ଜନ ବିଭୋର , ନିରଞ୍ଜନ ବାକରୁଦ୍ଧ , ନିରଞ୍ଜନ ନିରୁଦ୍ଧିଷ୍ଟ ।

 କିଏ ଏଇ ବରଦା ମା' ? କି ରହସ୍ୟ ଏଇ କୋଠୀ ? ତାଙ୍କ ସହ କି ସମ୍ପର୍କ ?....


 ସେ ମିଳିମୁଣ୍ଡିଆ ଗାଁ ଲୋକଟା ଯେଉଠିକୁ ଯିବାକୁ ବାରଣ କରୁଥିଲା ସେଇଠି ତାଙ୍କ ସଜଳ ସ୍ମୃତି ଓଃ !..........

 କାହାରି ଲହରା କାଶ ଶବ୍ଦ ଶୁଣି ନିରଞ୍ଜନ ପ୍ରକୃତିସ୍ଥ ହେଲେ । ନଇଁ ବୁଢ଼ୀଟିଏ , ବୟସର ଛୁଆଁରେ ମଳିନ କିନ୍ତୁ ଆଖିରେ ଆଜିବି ଅଛି ଆକର୍ଷଣ । ସୁନ୍ଦରୀ କୁହାଯିବ ଅଚିରେ । 

 ସେ ନିରଞ୍ଜନଙ୍କୁ ଦେଖି ଏକରକମ ଧାଇଁ ଆସି କୁଣ୍ଢେଇ ପକେଇଲେ । ଧନ ବୋଲି ସମ୍ବୋଧନ କରି ଢେର ଆଶୀର୍ବାଦ ଦେଲେ । ଏଇ ବୃଦ୍ଧ ବୟସରେ ଏଭଳି ସମ୍ଭାଷଣ ବଡ଼ ଅଡୁଆ ଲାଗୁଥିଲା ନିରଞ୍ଜନଙ୍କୁ , କିନ୍ତୁ ସେ ଯେମିତି ଯନ୍ତ୍ରବତ ନିଜକୁ ସମର୍ପି ଦେଇଥିଲେ ବୁଢ଼ୀଙ୍କ କୋଳରେ ।

 ସେ ତାଙ୍କ ହାତ ଧରି ବୁଢ଼ୀ ଭିତର ଘରକୁ ଟାଣି ନେଲେ , କହୁଥିଲେ ଅସ୍ପଷ୍ଟ କିଛି ଗୁଣୁଗୁଣୁ । ନିରଞ୍ଜନ ବୁଝି ପାରୁ ନଥିଲେ କିନ୍ତୁ ଶୁଣୁ ଥିଲେ । ଭିତର ଘରେ ବଡ଼ ପଲଙ୍କଟିଏ ଉପରେ ମୃତବତ ପଡିଥିଲା ନାରୀ ଅବୟବଟିଏ । ନିସ୍ପନ୍ଦ , ନିଥର ଦେହଟି ଭିତରେ ପ୍ରାଣର କୌଣସି ପ୍ରବାହ ଦୃଶ୍ୟ ହେଉନଥିଲା ନିରଞ୍ଜନଙ୍କୁ । ବୁଢ଼ୀ କିନ୍ତୁ ସେଇ ନିର୍ଜୀବ ଦେହକୁ ଦୃଷ୍ଟି ଦେଇ କହିଲେ , '' ତୋର ପୁଣ୍ୟ ଫଳ ଆସିଛି ମାଳ , ଦେଖ ନୀର ଆସିଛି । ତୋର ମୁକ୍ତି , ତୋର ଧନ ।''

 ଅବୁଝା ଥିଲା ବୁଢ଼ୀଙ୍କ କଥା , ଆଶ୍ଚର୍ଯ୍ୟ ଥିଲା ଶଯ୍ୟାସାୟୀ ନାରୀର କଥା । କିନ୍ତୁ କୌଣସି ପ୍ରଶ୍ନ କରିବାକୁ ମନ ହେଉନଥିଲା ନିରଞ୍ଜନଙ୍କୁ ।


 ବୁଢ଼ୀ ଛୋଟ ଖଟୁଲିଟିଏ ଉପରେ ନିରଞ୍ଜନଙ୍କୁ ବସେଇ ତାଙ୍କ ହାତରେ ଧରେଇ ଦେଲା ଗୀତାଟିଏ । କହିଲା ଅଧ୍ୟାୟଟିଏ ବଡ଼ ପାଟିରେ ପଢି ଶୁଣେଇବାକୁ । ସେତକ ସରିବା ଉତ୍ତାରୁ ଧରେଇ ଦେଲେ ତୁଳସୀ ଓ ଗଙ୍ଗାଜଳ ଦେବାକୁ ମାଳ ପାଟିରେ । ନିରଞ୍ଜନ ସେତକ ମଧ୍ୟ କଲେ ଜଣେ ବାଧ୍ୟ ମଣିଷ ଭଳି । 


 ବାସ ସରିଗଲା ବୁଢ଼ୀଙ୍କ ବ୍ୟସ୍ତତା । ସେ ଦିଶିଲେ ପ୍ରସନ୍ନ ଓ ବାହାରିଗଲେ ରୋଷେଇ ଶାଳକୁ ନିରଞ୍ଜନଙ୍କୁ ଶଯ୍ୟାସାୟୀ ମାଳ ପାଖରେ ବସେଇ ।

  ଚଳଚିତ୍ର ଭଳି ଘଟୁଥିଲା ଘଟଣା ସବୁ ନିରଞ୍ଜନଙ୍କ ଆଗରେ । ସେ ହତବୁଦ୍ଧି ହେଇ ଖୋଜୁଥିଲେ ଏଇ କୋଠୀ ସହ ତାଙ୍କ ସମ୍ପର୍କ , ଖୋଜୁଥିଲେ ବରଦା ମା'ଙ୍କୁ ।


  ମିଠା ଅଟା ଚକୁଳି ଚାରୋଟି କଂସା ଥାଳିରେ ଧରି ଆସିଗଲେ ବୁଢ଼ୀ ଆଉ ଧରେଇ ଦେଲେ ବଡ଼ ଶ୍ରଦ୍ଧାରେ । '' ବାବୁରେ ଏତିକି ଅଛି ଆଜି , ତୋ ମନ ପାଇବ କି ନାହିଁ ଚଳେଇ ଦେବୁ । ଆସିବାକୁ ଏତେ ଡେରି କଲୁ ଯେ ବୁଢ଼ୀ ଆଖି ମୋର ଅନ୍ଧୁଣି ହେଲା । ମା' ତୋ'ର କତରା ଲଗା ହେଲା ।''

 ମା' ଶବ୍ଦଟି ଯେମିତି ଗଳାରେ ଲାଗିଗଲା ନିରଞ୍ଜନଙ୍କ । ପ୍ରବଳ କାଶି ଉଠିଲେ ସେ । ବୁଢ଼ୀ ତରବର ହେଇ କଂସା ଗିଲାସଟି ବଢ଼େଇଲେ ନିଜ ଥରଥର ହାତରେ ।

 ନିରଞ୍ଜନ ଅବିଶ୍ୱାସୀ ଆଖିରେ କହିଲେ , 

'' ମୋ ମା' ଆଜିକୁ ପାଞ୍ଚ ବର୍ଷ ହେଲା ଚାଲିଗଲେଣି ।"

 ବୁଢ଼ୀ ତାଙ୍କ ଓଠରେ ହାତ ଦେଇ କହିଲେ , '' ଅଶୁଭ କଥା ଗୁଡା ଧରନା ତୁଣ୍ଡରେ ମାଳ ବଞ୍ଚିଛି ଧନ।" 

 ଏବେ ନିରଞ୍ଜନ ବିରକ୍ତ ହେଇ ଚଢା ଗଳାରେ କହିଲେ , "ମୋ ମା' ଙ୍କ ନାଁ ଯଶୋଦା , ମାଳ ନୁହେଁ ।"

 ବୁଢ଼ୀ ନିରବୀ ଗଲେ । ନିରଞ୍ଜନଙ୍କ ମୁଣ୍ଡ ଆଉଁସି କହିଲେ , " ହଁ ଧନ ସେ ଯଶୋଦା ଆଉ ଏଇ ମାଳ ଦେବକୀ । ତୋ ବାପା ଭଲ ଲୋକ ନଥିଲା ନୀର । ମାଳକୁ ସିନ୍ଦୁର ଦେଲାନି କିନ୍ତୁ ସ୍ତ୍ରୀ ସଜେଇ ଗଲା । ସ୍ୱାର୍ଥପର ପୁଅ ପାଇଁ ସବୁ ଛଳନା କଲା । ମୋ ମାଳ ବିଚାରୀ ଫସିଗଲା ।"

 ସ୍ତବ୍ଧ ଥିଲେ ନିରଞ୍ଜନ । କଥା ସ୍ଫ୍ରୁରୁ ନଥିଲା ଓଠରୁ । ନନା ଏତେ କପଟ କରିଥିଲେ ଜମା ବିଶ୍ୱାସ ହେଉନଥିଲା ତାଙ୍କର ।

 ଗୋଟେ ଛଳନାର ପ୍ରତିମୂର୍ତ୍ତି ଭାବେ ନନାଙ୍କ ମୁହଁ ଭାରି କଦର୍ଯ୍ୟ ଲାଗୁଥିଲା ଆଜି । ପ୍ରତାରକର ପୁତ୍ର ଦ୍ରୁତ ଗତିରେ ସେ ଘରୁ ବାହାରିଗଲେ ।


        

  

  

  


Rate this content
Log in

Similar oriya story from Tragedy