Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.
Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.

CHINMAYEE PRADHAN

Romance

3  

CHINMAYEE PRADHAN

Romance

ପ୍ରେମରେ ପ୍ରଥମ ଦେଖା

ପ୍ରେମରେ ପ୍ରଥମ ଦେଖା

4 mins
173



ପ୍ରଥମ ପ୍ରେମର ଛୁଆଁକୁ କିଏ ଅବା ଭୁଲି ପାରେ? ମୁଁ ବି ଭୁଲିନାହିଁ। ହଁ ଆଜି ବି ମନେ ଅଛି ସେ ଅଭୁଲା ସ୍ପର୍ଶ। ଯାହା ସୃଷ୍ଟି କରିଥିଲା ମୋ ତନୁତେମନରେ ଅଦ୍ଭୁତ ଏକ ଶିହରଣ। ଯାହା କରିଥିଲା ତନୁରୁ ମନକୁ ହରଣ। ଆମର ସେଇ ପ୍ରଥମ ଦେଖା। ଏବେ ବି ସ୍ପଷ୍ଟ ଭାବେ ହୃଦୟେ ଲେଖା। ପ୍ରଥମ ଦିନରେ ଦୁଇଜଣ ସାଥୀ ହେଇ ବିତେଇ ଥିବା ସେଇ ଚାରିଘଣ୍ଟାର ମହାର୍ଘ ମୁହୂର୍ତ୍ତ । ବସଷ୍ଟାଣ୍ଡରେ ତୁମ ଆସିବା ବାଟକୁ ଚାତକ ପରି ଚାହିଁ ରହିଥିଲି।


 ତୁମେ ଯେତେବେଳେ ସେଇ କଳା ରଙ୍ଗର ସାର୍ଟ ଓ ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧି ବସରୁ ଓହ୍ଲେଇଲ ତୁମକୁ ଦେଖି ମୋ ହାର୍ଟବିଟ଼୍ ଜୋରେ ଧକ୍ ଧକ୍ ହେବାକୁ ଲାଗିଲା। ମୁଁ ବିଶ୍ୱାସ କରି ପାରୁନଥିଲି ଯେ ସତରେ ତୁମେ ଆସିଛ ବୋଲି। ମଧ୍ୟାହ୍ନ ସମୟରେ ଆସି ଥିବାରୁ ଆମେ ପ୍ରଥମେ ହୋଟେଲ ଗଲୁ ଖାଇବାକୁ। ମୁଁ ଶାକାହାରୀ ହେଇଥିବାରୁ ବିନା ପିଆଜ ରସୁଣ ହୋଟେଲରେ ଖାଇଲୁ। ପ୍ରଥମ ଥର ଗୋଟେ ପୁଅ ସାଙ୍ଗରେ ଏକାଠି ବସି ହୋଟେଲରେ ଖାଇବା ମତେ କେମିତି ଗୋଟେ ଲାଜ ଲାଜ ଲାଗୁଥିଲା। ମୁଁ ପେମେଣ୍ଟ କରିବାକୁ ଯାଉଥିଲି ହେଲେ ତୁମେ ଦେଇଦେଲ। ତୁମେ କହିଲ କୋଉଠି ଏଠି ପାଖରେ କିଛି ଭଲ ଜାଗା ଅଛି କି ବସି କଥା ହେବାପାଇଁ। ମୁଁ କହିଲି ହଁ ଏଇ ପାଖରେ ମନ୍ଦିର ଅଛି ତା ଭିତରେ ବି ଗାର୍ଡେନ ପରି ସୁନ୍ଦର ପରିବେଶ ଅଛି। ଦୁହେଁ ସାଙ୍ଗହୋଇ ସେଇଠିକି ଗଲୁ।ସିମେଣ୍ଟ ପାହାଚ ଉପରେ ବସିଲୁ। ତୁମେ ମୋ ପାଖକୁ ଲାଗି ବସିଲ। ମୁଁ ଟିକେ ଘୁଞ୍ଚି ଆସିଲି। ତୁମେ ପୁଣି ଥରେ ମୋ ପାଖକୁ ଲାଗି ଆସିଲ। କହିଲ, 'କାଇଁ ଘୁଞ୍ଚୁଛୁ? ପାଖରେ ବସ୍।' ମୁଁ କହିଲି ଟିକେ ଦୂରରେ ବସ। କାଳେ କିଏ ଖରାପ ଭାବିବେ। ଅସଲରେ ତାଙ୍କ ପାଖରେ ବସିବାକୁ ମତେ ଲାଜ ଲାଗୁଥିଲା ଆଉ କେମିତି ହାର୍ଟବିଟ଼୍ ବଢି ବଢି ଯାଉଥିଲା। ଛାତିଟା ଧକ୍ ଧକ୍ ହେଉଥିଲା। ମୁଁ କହିଲି, ତୁମେ ତ ଏତେ ଡେଙ୍ଗା ଆଉ ବହୁତ ସୁନ୍ଦର। ମୁଁ ତ ତୁମ ଛାତି ପର୍ଯ୍ୟନ୍ତ ହେବି ଆଉ ତୁମଠାରୁ କଲର୍ କମ୍। ତୁମର ମୋର ଯୋଡି କଣ ମାନିବ! ତୁମେ କହିଲ, ହଁ ହାଇଟ୍ ଟିକେ କମ୍।, 

ଚଳିବ। କଲର୍ ଠିକ୍ ଅଛି।

-ଘର ଲୋକେ ରାଜି ହେଇଯିବେ ତ! 

-ହଁ ଦେଖିବା ଘରେ କହିବା।

-ଆମ ଘରେ ଯଦି ରାଜି ନ ହୁଅନ୍ତି?


  ତୁମର ଏ ପଦେ କଥା ଶୁଣି ମୋ ପାଦତଳୁ ମାଟି ଖସିଗଲା ପରି ଲାଗିଲା। ମୁଁ କିଛି ନ କହି ତଳକୁ ମୁହଁ କରି ଠିଆ ହେଲି। ତୁମେ ହସିକି କହିଲ, ଆରେ ଘରେ କାଇଁ ମନା କରିବେ। ମୋ କଥାରେ ରାଜି ହେଇଯିବେ ଲାଗୁଛି। ଟିକେ ଆଶ୍ୱସ୍ତି ମିଳିଲା।


  ଆମେ ସେ ପୁରୁଣା ରାଜବାଟୀ ବୁଲିବାକୁ ଗଲେ। ବହୁ ପୁରାତନ କୋଠାଟି ଭାଂଗିରୁଜି ଗଲାଣି। ଆଉ କେହି ସେଠି ଏବେ ରହୁନାହାନ୍ତି। ମୁଁ ଅବଶ୍ୟ ଆଗରୁ କେବେ ସେଇଠିକି ଯାଇନଥିଲି। ଖାଲି ଶୁଣିଥିଲି ଯେ ରାଜବାଟୀ ଅଛି ବୋଲି।ଆମେ ସେ କୋଠା ବୁଲିକି ଦେଖୁଥିଲେ। 

ମୁଁ କହିଲି, ତୁମକୁ ଏଠି ଡର ଲାଗୁଛି କି?

ତୁମେ - ନାଇଁ ଯେ ନିଛାଟିଆ ସ୍ଥାନ। ଏଠି କାହିଁକି ବେଶୀ ସମୟ ରହିବା। 

ମୁଁ - ଏଇ ଚାଲ ସେପଟକୁ ଟିକେ ଯାଇକି ଦେଖିବା। ସେଇପଟେ ବୋଧେ ଉପର ମହଲାକୁ ବାଟ ଅଛି। 

ତୁମେ - ନାଇଁ ଥାଉ ସେପଟ ଅନ୍ଧାର ହେଇଛି। ଜନ୍ତୁଜନ୍ତା ଥିବେ। ଯାଆନା। 

 ମୁଁ ତୁମ କଥା ନ ଶୁଣି ଯାଉଥିଲି ସେଇଠିକି। ତୁମେ ମୋ ହାତ ଧରି ଟାଣି ଆଣିଲ ଆଉ କହିଲ, ମୋର ଗୋଟିଏ ବୋଲି ଧନ, ଏମିତି ଛାଡି ଦେବିନି। ଏତେ ଦିନ ପରେ ପାଇଛି। ବିଶ୍ୱାସ କର ସେତେବେଳେ ମତେ ସ୍ୱର୍ଗରେ ଉଡିଲା ପରି ଲାଗିଲା। ମତେ କିଏ ଏତେ ଭଲପାଇବ ମୁଁ ତ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି। ଇଛା ହେଉଥିଲା ସେମିତି ମୋ ହାତ ଧରି ରଖିଥାନ୍ତ କି।ସେଠାରେ ଦୁଇତିନିଟା ଫଟୋ ଉଠାଇ ଆମେ ଫେରି ଆସିଥିଲେ। ସେଠୁ ଆମେ ଫେରୁଥିଲେ ସେଇ ଛୋଟ ଗଳି ରାସ୍ତା ଦେଇ। କେତେ ପାଖାପାଖି ଚାଲୁଥିଲେ। ହେଲେ କେହି କାହାକୁ ସ୍ପର୍ଶ ନ କରି। ବହୁତ୍ ଇଚ୍ଛା ହେଉଥିଲା ତୁମ ହାତଧରି ଚାଲିବାକୁ। କେତେ ଥର ଚାହିଁଛି ତୁମର ସେ ସୁନ୍ଦର ହାତକୁ। ହେଲେ ଧରିବାକୁ ସାହସ ପାଇନି।

  

  ବାଟରେ ମାର୍କେଟ୍ ଦେଇ ଫେରୁଥିବା ବେଳେ ତୁମେ ମନେ ପକେଇଲ କାଲି ତ ପ୍ରଥମାଷ୍ଟମୀ। ତୁ କାଲି ପାଇଁ ନୂଆ କିଛି କିଣିଛୁ? ମୁଁ କହିଲି ନାଁ କିଣିନି। ତୁମେ କଣ କରିଛ? 

-ମୁଁ କିଣି ସାରିଛି। ଚାଲ୍ ଏ ଶାଢୀ ଦୋକାନରୁ ଶାଢୀ ଗୋଟିଏ ତୋ ପାଇଁ କିଣିବା। 

  ଦୁହେଁ ଶାଢୀ ଦୋକାନକୁ ଯାଇ ଗୋଟିଏ କମଳା ରଙ୍ଗର ଶାଢୀ କିଣିଥିଲେ। ସେଇଟା ଥିଲା ମୋ ପାଇଁ ତୁମର ପ୍ରଥମ ଉପହାର। ତୁମ ବସ୍ ଟାଇମ୍ ହେଇଗଲା। ତୁମକୁ ଛାଡିବାକୁ ଟିକେ ବି ଇଚ୍ଛା ହଉ ନ ଥିଲା।ବସ୍ ଟା ଆଉ ଟିକେ ଡେରିରେ ଛାଡନ୍ତାକି। ମୋ ରୁମ୍ ପାଖ ଦେଇ ଯିବାକୁ ଥିବାରୁ ମୁଁ ବି ସେ ବସ୍ରେ ବସିଲି।


 ଦୁହେଁ ଡବଲ ସିଟରେ ପାଖାପାଖି ବସିଲେ। ତୁମେ କିଣି ଦେଇଥିବା ଶାଢୀକୁ ମୁଁ ଆଣ୍ଠୁ ଉପରେ ରଖି ଧରିଥିଲି। ତୁମେ ମୋର ବାମହାତକୁ ଶାଢୀ ଉପରେ ରଖି ଡାହାଣ ହାତକୁ ତଳେ ରଖି ଧରିଥିଲ। ମୋର ଡାହାଣ ହାତ ଉପରେ ତୁମର ବାମ ହାତ ଥିଲା।

 ମୁଁ କହିଲି, ଧରିଲ ଯଦି ହାତକୁ ମୋର କରିବନି କେବେ ଦୂର।

ତୁମେ କହିଲ, ଆଉ କଣ ଛାଡିବା ପାଇଁ ଧରିଛି ନା କଣ। ମୁଁ କହିଲି ଏଇ ସମୟଟା ଏଇଠି ଅଟକି ଯାଆନ୍ତାନି। ତୁମେ ହସିଲ ଆଉ କହିଲ, କଣ ଛାଡିକି ଯିବା ପାଇଁ ଇଚ୍ଛା ହଉନି? ମୁଁ କିଛି ନ କହି ବସି ରହିଲି। ମତେ କାନ୍ଦ ଲାଗି ଆସୁଥିଲା। ଆଖି ଲୁହ ଛଳ ଛଳ ହେଇ ଯାଇଥିଲା। ତୁମେ ତୁମ ଛାତି ଉପରକୁ ଆଉଜେଇ ନେଇ ମୋ ମୁଣ୍ଡ ଆଉଁସି ଦେଲ। କହିଲ, ମନ ଦୁଃଖ କରନା। ପୁଣି ଦେଖା ହେବ। ଏବେ ଲୁହଗୁଡା ବନ୍ଧବାଡ ନ ମାନି ବହିଗଲେ। ସେଗୁଡ଼ିକୁ ପୋଛି ମୁହଁ ସଫା କରିବାକୁ ହେବ। ଏବେ ମୋ ଓହ୍ଲେଇବା ସମୟ ହେଇ ଯାଇଥିଲା। ଲୁହମିଶା ମୁହଁରେ ହସି ଦେଇ ବିଦାୟ ନେଇ ଆସିଲି। ତୁମେ ବି ଦୁଃଖଭରା ମନରେ ମତେ ଚାହିଁ ରହିଥିଲ। ବିଚ୍ଛେଦ ତ ସବୁବେଳେ କଷ୍ଟଦାୟକ। ଅପେକ୍ଷା ପୁଣି କେବେ ହେବ ଦେଖା।। ।।।


   ହୃଦୟର ରାଣୀ.....


   



Rate this content
Log in

More oriya story from CHINMAYEE PRADHAN

Similar oriya story from Romance