STORYMIRROR

CHINMAYEE PRADHAN

Tragedy Fantasy Thriller

3  

CHINMAYEE PRADHAN

Tragedy Fantasy Thriller

ରାତି ସାଢ଼େ ଦି'ଟା

ରାତି ସାଢ଼େ ଦି'ଟା

2 mins
182


 ଜଗନ୍ନାଥ ଧାମ ପୁରୀରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ବ୍ରାହ୍ମୀ ଛାତ୍ରୀ ନିବାସର ମୁଁ ଅନ୍ତେବାସୀ ଥାଏ।

ପ୍ରଥମ ଥର ଘର ଠାରୁ ଦୂରରେ ରହିଥିବା ହେତୁ ଆମେ ସମସ୍ତେ ମନ ଦୁଃଖରେ ଥାଉ। ଦ୍ବିତୀୟ ମହଲାର ରୁମ୍ ନଂ ୩୧ ଥିଲା ଆମ ସାତ ଜଣଙ୍କ ଠିକଣା।ନୂଆ ନୂଆ ସମୁଦ୍ର କୂଳରେ ବାଲି ଉପରେ ଝାଉଁ ବଣର ବିଶ୍ୱବିଦ୍ୟାଳୟ ପରିସରର ପରିବେଶ ବି ବେଶ୍ ଆମୋଦଦାୟକ ଥିଲା।

   

  ଆମେ ଲାଇବ୍ରେରୀ ବୁଲି ଦେଖିବାକୁ ଯାଇଥିଲୁ। ତା'ର ଶେଷ ଉପର ମହଲାକୁ ଯିବା ପାଇଁ ଭାରି ଇଚ୍ଛା ହେଲା। ହେଲେ ସିନିୟର୍ ମାନେ ମନା କରିଥିଲେ ସେଇଠିକି ଯିବା ପାଇଁ। କେତେ ଜଣ ରାଜି ହୋଇନଥିଲେ। ମୁଁ ଭାରି ଉତ୍କଣ୍ଠିତ ଥିଲି ଯିବା ପାଇଁ। ଯେଉଁଠିକି ଯିବାକୁ ବାରଣ ଥାଏ, ସେଇଠିକି ଯିବାକୁ ତ ବେଶୀ ଇଚ୍ଛା ହୁଏ ରହସ୍ୟ ଭେଦ କରିବା ପାଇଁ। ତେଣୁ ମୁଁ ଦି ତିନି ଜଣ ସାଙ୍ଗଙ୍କୁ ଧରି ଚାଲିଲି ଉପରକୁ। କେମିତି ଗୋଟେ ଅଜବ ଲାଗୁଥିଲା। ନିଛାଟିଆ ନିଛାଟିଆ.... ଚାରିପଟେ ମିରର ଭାଙ୍ଗି ଗଲାଣି, ଠାଏ ଠାଏ କାନ୍ଥରେ ଗଛ ଉଠିଛି, ବୁଢିଆଣୀ ବସା ବି ବାନ୍ଧିଛି। ଲିଫ୍ଟ ପଏଣ୍ଟ କାମ ହେଇନି। କେମିତି ମୋ ଗୋଡ ସେଠିକି ଟାଣି ହେଇଗଲା। ଅନ୍ଧାର ଘେରି ରହିଥିବା ସେ ଗାତ ଭିତରକୁ ମୁଁ ଚାହିଁଲା ବେଳେ ତା ଭିତରେ ବସା ବାନ୍ଧି ରହିଥିବା ଚିମିରି ଗୁଡିକ ହଠାତ୍ ଫଡ୍ଫାଡ୍ ହୋଇ ଉଡି ଆସିଲେ ଉପରକୁ। ମୁଁ ଚମକି ପଡି ଘୁଞ୍ଚି ଆସିଲି। ଟିକେ ଡର ବି ଲଗିଲା। ସାଙ୍ଗମାନେ ବି ଡରିଗଲେ। ସେଠୁ ଆମେ ଶୀଘ୍ର ପଳେଇ ଆସିଲୁ।


    ଥରେ ରାତିରେ ମତେ ଝାଡା ଲାଗିଲା। ଉଠି ମୋବାଇଲ୍ ଦେଖିଲାବେଳକୁ ସାଢେ ଦିଟା। କାହାକୁ ନ ଉଠାଇ ଏକା ବାର୍ଥରୁମ୍ ଗଲି। ଠିକ୍ ଡୋର୍ ଲକ୍ କଲାବେଳକୁ କାହାର ପାଉଁଜି ଶବ୍ଦ ଶୁଣିଲି। ଶବ୍ଦଟି ବାର୍ଥରୁମ୍ ଆଡକୁ ଆସୁଥିବା ପରି ଲାଗିଲା। ଡୋର୍ ଖୋଲି ଦେଖିଲି କେହି ନାହାନ୍ତି।ବାର୍ଥରୁମ୍ ଚଟାଣ ଗୁଡା କେମିତି ନାଲି ନାଲି ଦେଖାଗଲା। ଡର ଡର ଲାଗିଲା। ମୁଁ ବସିକି ପଳେଇ ଆସି ଶୋଇଗଲି।ସେଇ ପାଉଁଜିର ଛମ୍ ଛମ୍ ଶବ୍ଦ ରାତି ସାରା ଶୁଭିଲା। ମୁଁ ଶୋଇ ପାରିଲିନି। ସାଙ୍ଗମାନଙ୍କୁ ଡାକିବା ପାଇଁ ବି ସାହସ ହେଉ ନ ଥିଲା। ସେମିତି ରାତି ପାହିଲା। ସକାଳେ କାହାକୁ କହିଲିନି କାଳେ କିଏ ଡରିବ ବୋଲି।


    ତା ପର ଦିନ ବି ରାତିରେ ଝାଡା ଲାଗିଲା। ମୋବାଇଲ ଦେଖିଲାବେଳକୁ ଠିକ୍ ସେଇ ସାଢେ ଦିଟା। ଏକା ଯିବାକୁ ସାହସ ହେଲାନି। କବିତାକୁ ଡାକିଲି। ସେ ବାହାରେ ଠିଆ ହେଲା ମୁଁ ଭିତରକୁ ଗଲି। ମୁଁ ବାଥରୁମ୍ ଡୋର୍ ବନ୍ଦ କରିବାବେଳେ ଏକ ଶବ୍ଦ ଶୁଣାଗଲା କଣ ଦୁମ୍ କରି ପଡିଲା ପରି। ଡର ଲାଗିଲା। କିଛି ସମୟ ପରେ ପୁଣି ବଡ ଜୋରରେ ଟ୍ରକରୁ ଗୋଡି ଓଜାଡିଲା ପରି ଶୁଭିଲା। ସେ ଡରିଗଲା ମୁଁ ବି। ପୁଣି କିଏ ଚାଲିଲା ପରି ଶବ୍ଦ। ସେ ଏଥର ଡରିକି ଡାକିଲା। ସରିଲା, ଆଉ କେତେ ସମୟ ଲାଗିବ? ମୋର ଟିକେ ଡେରି ହୁଏ ବସିବାରେ। ତଥାପି କହିଲି ହଁ ସରିଲା ବୋଲି। ଦି ଜଣ ଆସି ଶୋଇଲୁ। ସେ ରାତି ସାରା ବି ସେମିତି ପାଉଁଜି ପିନ୍ଧି ଚାଲିଲା ଶବ୍ଦ। ସେ ବି ଶୁଣୁଛି ଶୋଇନି ମୁଁ ବି ଶୁଣୁଛି ଶୋଇନି। ଖାଲି ଠାକୁରଙ୍କୁ ଡାକୁଥାଏ କେମିତି ଶୀଘ୍ର ରାତି ପାହିବ।ସକାଳୁ ଉଠି ଦି ଜଣ କହିଲୁ। ଓଃ କି ଭୟଙ୍କର ଥିଲା ସେ ଶବ୍ଦ! ଆଉ ଜଣେ ସାଙ୍ଗ ବି ଡରିଥିବା କଥା କହିଲା। ସେ ଦିନ ରାତିରେ ଠାକୁରଙ୍କୁ ଡାକି ଶୋଇଲି ଆଉ ନିଦ ନ ଭାଂଗୁ କି ଝାଡା ନ ଲାଗୁ। ଠାକୁର ଡାକ ଅଧା ଶୁଣିଲେ। ରାତିରେ ଝାଡା ଲାଗିଲା ନାହିଁ ସତ ହେଲେ ନିଦଟା ଭାଂଗି ଗଲା। ଆଉ ମୋବାଇଲ ଦେଖିଲାବେଳକୁ ଠିକ୍ ସାଢେ ଦିଟା। ଭାରି ଭୟ ଲାଗିଲା। ଜୋରରେ ଆଖି ବନ୍ଦ କରି ଘୋଡେଇ ହୋଇ ଶୋଇପଡ଼ିଲି। ଏମିତି କେତେ ଦିନ ପର୍ଯ୍ୟନ୍ତ ସେଇ ସାଢେ ଦିଟାରେ ହିଁ ନିଦ ଭାଙ୍ଗିଲା। ଭାବୁଥାଏ ଏଇ ସାଢେ ଦିଟା ସମୟଟା ଉଭେଇ ଯାଆନ୍ତା କି। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy