STORYMIRROR

CHINMAYEE PRADHAN

Comedy Tragedy Fantasy

4  

CHINMAYEE PRADHAN

Comedy Tragedy Fantasy

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

2 mins
427


ରାଜନୀତିର ମୂଳମନ୍ତ୍ର ହେଉଛି ଷଡ଼ଯନ୍ତ୍ର। ଯିଏ ଯେତେ ଷଡ଼ଯନ୍ତ୍ର କରି ପାରିବ ସେ ରାଜନୀତିରେ ସେତେ ଆଗକୁ ଯାଇପାରିବ। ନୀତି ଆଦର୍ଶକୁ ଧରି ବସିଲେ କ'ଣ ରାଜନୀତି କରି ହୁଏ।ଦେଖ ଦିନବନ୍ଧୁ! ସମାଜ ସେବା କ୍ଷେତ୍ରରେ ତୁମର ବହୁତ ନାଁ ଅଛି। ସବୁ ଲୋକ ତୁମକୁ ଭଲରେ ଜାଣନ୍ତି ଏବଂ ବହୁତ ଭଲ ବି ପାଆନ୍ତି। ତୁମେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଲେ ହୁଏତ ‌ହାରି ଯାଇ ପାର କିନ୍ତୁ ଦଳ ତରଫରୁ ଲଢିଲେ ଜିତିବା ସୁନିଶ୍ଚିତ। ସାଧାରଣ ଲୋକଙ୍କ ଭୋଟ ସହିତ ତୁମେ ପାର୍ଟି ର ସବୁତକ ଭୋଟ ପାଇବ। ତେଣୁ ଏଥର ନିର୍ବାଚନରେ ଆମ ଦଳ ତରଫରୁ ତୁମକୁ ପ୍ରାର୍ଥୀ ଭାବେ ଠିଆ କରିବା ପାଇଁ ଚାହୁଁଚି। ଭଲ ଭାବରେ ଚିନ୍ତା କରି ଜଣେଇବ। ମୁଁ ଏଥର ଆସୁଛି।


   ବଡ଼ ଦ୍ବନ୍ଦରେ ପଡ଼ିଗଲେ ଦିନବନ୍ଧୁ। ମନ ପବିତ୍ର ଥିଲେ ଗାଡ଼ିଆ ଗଙ୍ଗା।ଏଇ କଥା ଭାବି ସେ ରାଜନୀତିରେ ପାଦ ଦେଲେ। ବିପୁଳ ପରିମାଣର ଭୋଟରେ ବିଜୟୀ ହେଲେ ମଧ୍ୟ।ତାଙ୍କ ନୀତି ଆଦର୍ଶ ଅନୁସାରେ ଲୋକଙ୍କର ସେବା କଲେ। ସବୁ ସରକାରୀ ଯୋଜନାକୁ ସହଜରେ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରି ସଫଳ ମଧ୍ୟ ହେଲେ। ତାଙ୍କ ପ୍ରତି ଲୋକଙ୍କର ଭଲ ପାଇବା ଆହୁରି ବଢିଲା। 


   ଲୋକ ମାନଙ୍କ ମଧ୍ୟରେ ଆଲୋଚନା ଚାଲିଲା ଯଦି ଦିନବନ୍ଧୁ ବାବୁ ଆମ ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହେଲେ ଆମ ରାଜ୍ୟର ଭାଗ୍ୟ ବଦଳି ଯାଆନ୍ତା। ତାଙ୍କ ପ୍ରତି ଲୋକଙ୍କର ଏତେ ଭଲପାଇବା ଦେଖି ଅନ୍ୟ ନେତାଙ୍କ ମଧ୍ୟରେ ଭାଳେଣୀ ପଡ଼ିଲା। ଏଇ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହେଲେ ଆମେ ସାତ ପୁରୁଷ କଣ ଗୋଟିଏ ପୁରୁଷକୁ ବି ଧନ ସଞ୍ଚୟ କରି ରଖି ପାରିବା ନାହିଁ। ରାଜନୀତିରୁ ଅବସର ପରେ ଆମ ପିଲାମାନେ ତ ଭିକ ମାଗିବେ। ତେଣୁ ଯେ କୌଣସି ଉପାୟରେ ୟାକୁ ହଟେଇବାକୁ ପଡ଼ିବ।


   କୌଶଳ କରି ସେମାନେ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଦଙ୍ଗା ସୃଷ୍ଟି କରେଇଲେ। ପୋଡ଼ା ଜଳା ଭଙ୍ଗାରୁଜା ସବୁ ଗୁଣ୍ଡା ମାନଙ୍କ ଦ୍ଵାରା କରେଇଲେ।ଆଉ ଏହାର ଦୋଷ ଲଦି ଦିଆଗଲା ଦିନବନ୍ଧୁ ଉପରେ। ବିଚରା ଦିନବନ୍ଧୁ ବିନା ଦୋଷରେ ଜେଲଦଣ୍ଡ ଭୋଗିଲା।  


   ଆମ ଦେଶର ନ୍ୟାୟ ବ୍ୟବସ୍ଥା କଥା ଆପଣମାନେ ଜାଣନ୍ତି। ଖୋଦ୍ ବିଚାରପତି ମଧ୍ୟ ଶାସକ ଦଳ ଦ୍ବାରା ପରିଚାଳିତ। ତେଣୁ ନେତା, ମନ୍ତ୍ରୀ, ଓକିଲ, ପୁଲିସ , ଜଜ୍ ଯାହା ହାତରେ ସେମାନେ ତ ଯାହା ଚାହିଁବେ ତାହା କରିବେ। ତେଣୁ ବିନା ଦୋଷରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଦିନବନ୍ଧୁ ଜେଲରେ ଥାଇ ଭାବୁଥିଲା, ସତରେ କ'ଣ ଥିଲା ତାର ଦୋଷ,? କାହିଁକି ସେ ଏତେ ବଡ଼ ଷଡ଼ଯନ୍ତ୍ରର ଶିକାର ହେଲା? ରାଜନୀତିରେ ପାଦ ଦେଲେ ଏମିତି ହିଁ ଭୋଗିବାକୁ ପଡେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy