ପ୍ରେମର ସଂଜ୍ଞା
ପ୍ରେମର ସଂଜ୍ଞା
କେତେ ପ୍ରକାର ଦାନୀ ଅଛନ୍ତି, ଦାନୀ କର୍ଣ୍ଣ ଓ ଦାନୀ ଶିବିଙ୍କ କଥା ତ ସମସ୍ତେ ଜାଣିଥିବେ, କିନ୍ତୁ ପ୍ରେମ ଦେଇ ଦାନୀ କେହି ନୁହେଁ, ବରଂ ପ୍ରମିକ /ପ୍ରେମିକା ବା ସ୍ୱାମୀ /ସ୍ତ୍ରୀ ବୋଲାନ୍ତି "ପ୍ରେମର ଦାନୀ" ବୋଲି ଶହେ ରୁ ଅନେଶତ ଭାଗ ଲୋକ ଜାଣନ୍ତି ବା କୁହନ୍ତି
ହେଲେ ସତରେ କଣ ପ୍ରେମିକ ପ୍ରେମିକା ଭିତରେ ପ୍ରେମ ଥାଏ, ସତରେ କଣ ସ୍ୱାମୀ ସ୍ତ୍ରୀ ଭିତରେ ପ୍ରେମ ଥାଏ???, ଏହି ପ୍ରଶ୍ନ ମୋ ମନକୁ ଖୁବ ଆନ୍ଦୋଳିତ କରେ, ଆଉ ଜୀବନର ବହୁ ଅଭିଜ୍ଞତା ରୁ ଝିଅ ଟିଏ ବିବାହ କରିପାରିବାର ପ୍ରତିଶ୍ରୁତି ବା ସତ୍ୟାସତ୍ୟ ହୃଦବୋଧ ହେବା ପରେ ହିଁ ଜଣକୁ ପ୍ରେମ ଦାନ କରିଥାଏ, ବୋଲି ମୋର ଏଯାଏ ଥିବା ଧାରଣା ଯେ ଆମୂଳକ, ଏକଥା ଆଉ ଏ ଶତାବ୍ଦୀ ରେ କେହି ମାନିବେନି କିନ୍ତୁ ମୁଁ ଏଵେ, ଆଜି ହିଁ ସେହି ଏକା କଥା ହିଁ ବିଶ୍ୱାସ କରେ, ନହେଲେ ବାହାହେଲା ପରେ ସ୍ତ୍ରୀ ଟିଏ ଯେତେ ଶିକ୍ଷିତ ଚାକିରିଆ ହେଇ ଥାଉନା କାହିଁକି, ସ୍ବାମୀକୁ ସମସ୍ତ ପ୍ରେମ ଦାନ କଲାପରେ ବି ପ୍ରେମିକା ଟିଏ ହୋଇପାରେନା, ସ୍ୱାମୀ ଟି ପ୍ରତି ମୁହୂର୍ତ୍ତ ରେ ଖୋଜୁଥାଏ ସ୍ତ୍ରୀ ର ଆନୁଗତ୍ୟ, ଶହନଶୀଳତା, କର୍ତ୍ତବ୍ୟପରାୟଣତା,ଆଉ ଦାସତ୍ୱ, ନପାଇଲେ ହୁଏନାହିଁ ପ୍ରେମିକ ଟିଏ ବରଂ ସାଜେ ନରରାକ୍ଷାସ, ପିଶାଚ ନହେଲେ ପରପୁରୁଷ ବନିଯାଏ ଆଉକାହାର, ନହେଲେ ଆସିଥାଏ ବିତୃଷ୍ନା l
ସେଇଥିପାଇଁ କି କଣ ଅନୁଭା ଏଯାଏଁ ବିବାହ କରିନାହିଁ ବୋଲି ସେ ମତେ ସଫା ସଫା କହିଥିଲା ଆଉ ମୁଁ ବି ଏ କଥାରେ ଏକମତ ହୋଇଥିଲି ସମ୍ପୂର୍ଣ୍ଣ, ହେଲେ ଆମ ଅଫିସର ବରିଷ୍ଠ କିରାଣୀଙ୍କୁ ଅନୁଭା ବିବାହ କଲାବେଳେ କେମିତି ଭାବିଲା ନାହିଁ ଯେ ତାଙ୍କ ସ୍ତ୍ରୀ ଓ ପିଲାମାନେ କଣ ଭାବିବେ, ଆଉ ଅନ୍ୟ ଜଣେ ସ୍ତ୍ରୀ ଲୋକର ହକ ଛଡେଇ ଅନୁଭା ନିଶ୍ଚୟ ବିରାଟ ଭୁଲ କରିଛି ଭାବି ମୁଁ ଆଉ ଅନୁଭା କୁ କିଛି ବି କହି ନଥିଲି, ହେଲେ ସେଦିନ ଅଫିସ ରେ ଅନୁଭା ର ଉପସ୍ଥିତି ଆଉ ତାର ଆମାୟିକ ବ୍ୟବହାର ରେ ମୁଁ କ୍ଷୁବ୍ଧ ହେଲାବେଳେ, ସେ ହସିଦେଇ ଚାଲିଗଲା, ଯେମିତି ତାର କିଛି ବି ଭୁଲ ନଥିଲା l
ସତରେ ଅନୁଭାର ଭୁଲ ନଥିଲା, ବିପତ୍ନୀକ ଅମୀୟ ବାବୁ ପୁଅ ଝିଅ ଙ୍କଠୁ ଅଣହେଳାର ଶୀକାର ହୋଇ ଜୀବନ ର ବାକି ସମୟ ଦୁର୍ଦ୍ଦିନ ରେ କାଟୁଥିଲା ବେଳେ, ତାଙ୍କୁ କ୍ୟାନ୍ସର ବୋଲି ଜାଣିଲା ପରେ ମଧ୍ୟ ପୁଅ ଝିଅ ଦୁହେଁ କିଛିବି ପଦକ୍ଷେପ ନେବା ଦୂରର କଥା ବରଂ ପୈତୃକ ଘର ଜମି ବାଡ଼ିର ହିସାବ ମାଗୁଥିଲେ ତ ଯେଉଁ ହିସାବ ର ପରିମାଣ ଅମୀୟବାବୁଙ୍କ ଅପରେସନ ପାଇଁ ନିହାତି ଜରୁରୀ ଥିଲା, ତ ବିବାହ ପରେ ଭାଗ ମାଗିବାର ପ୍ରଶ୍ନ ହିଁ ଉଠୁନଥିଲା ପୁଅ ଝିଅଙ୍କର ଯଦ୍ବାରା ସବୁ ଟଙ୍କା ଏକାଠି କରି ଅମୀୟ ବାବୁଙ୍କର ଅସ୍ତ୍ରୋପଚାର ସୁରୁଖୁରୁରେ ହେବାପାଇଁ ଅନୁଭାର ପ୍ରେମ ଦାନ ତାଙ୍କୁ ନୂଆ ଜୀବନ ଦେଇଥିଲା l
ସେଦିନ ହଠାତ ବଦଳୀ ଅର୍ଡର ଧରି ଅନୁଭା ରିଲିଭ ହୋଇ ଚାଲିଯିବା ବେଳେ ମତେ କୁଣ୍ଢେଇ ଢେର କାନ୍ଦି ଭୁଲ ବୁଝିବେନି ଅପା କହିବା ବେଳେ ମୋ କଣ୍ଠ ବାଷ୍ପାରୁଦ୍ଧ ହୋଇଗଲା ବେଳେ ଅନୁଭା ଖାଲି କହିଥିଲା ପ୍ରେମ ଗୋଟେ ଅଲଗା ଜିନିଷ ଅପା, ତାହା ସ୍ଥାନ କାଳ ପାତ୍ର କିଛିବି ବିଚାର କରେନା, ଏମିତିକି ସ୍ୱାର୍ଥହୀନ ଆଉ କେତେ ସ୍ବର୍ଗୀୟ ତାହା ଅବର୍ଣ୍ଣନୀୟ, ସେ ଚାଲିଗଲା ପରେ ଫୋନ କରି କହିଥିଲା ତୁମ ଅନ୍ତର ଭିତରେ ମୋ ପାଇଁ ଯାହା ସାଇତା, ସେଇଟା ହିଁ ପ୍ରକୃତ ପ୍ରେମ, ତୁମକୁ ମୋ ରାଣ, ମୋ ପାଇଁ ଛଟପଟ ହେବନାହିଁ, ହେଲେ ବି ମୋ ଛାତି ଭିତରୁ କଣ ଗୋଟେ କରତି ହୋଇଯାଉଥିଲା, ଏଇଟା ବୋଧେ ପ୍ରକୃତ ପ୍ରେମ ଥିଲା ଅନୁଭା ପାଇଁ l