STORYMIRROR

Seetaram Dash

Romance

3  

Seetaram Dash

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
611


     ବିନୟ ବର୍ଷାକୁ ବହୁତ ଭଲ ପାଏ। ପିଲାଟି ଦିନରୁ ବର୍ଷା ପ୍ରତି ତାର ଏ ଅହେତୁକ ଆକର୍ଷଣ। ଟିପି ଟିପି ବର୍ଷାରେ ସେ ଧୁମ୍ ଭିଜେ। ଆକାଶର କଳା ହାଣ୍ଡିଆ ମେଘ ସାଙ୍ଗକୁ ବିଜୁଳିର ଚକମ ତା ମନରେ ସୃଷ୍ଟି କରେ ଅପୁରନ୍ତ ଆନନ୍ଦ। ବର୍ଷା ଛାଡି ଗଲା ପରେ ଘର ଆଗରେ ଥିବା ବୃକ୍ଷ କୁ ଦୋହଲାଇ ଦେଲେ ଝରି ପଡେ ବଡ଼ ବଡ଼ ବର୍ଷା ବିନ୍ଧୁ। ଖୁବ ଭଲ ଲାଗେ ତାକୁ।


        ରାତ୍ରଭୋଜନ ସମୟ। ଖାଇବା ଟେବୁଲ ପାଖରେ ବସିଛନ୍ତି ବିନୟ। ବାହାରେ ବିଦାୟୀ ବେଳରେ ମେଘର ରାଜୁତି। ମେଘ ପବନର ଏକ ମାଦକଭରା ପରିବେଶ। ବୀଣା ବିନୟଙ୍କୁ ଅନ୍ୟମନସ୍କ ଦେଖି ପଚାରିଲେ, କଣ ରୋଷେଇ ଭଲ ଲାଗୁନି କି? ବିନୟ କହିଲେ, ହଁ ଭଲ ହୋଇଛି ସବୁ, କିନ୍ତୁ ମୁଁ ସର(ସରିତା) କଥା ଭାବୁଥିଲି। କଥାଟା ଜମା ଭଲ ଲାଗିଲାନି ବୀଣାଙ୍କୁ। ତାଙ୍କର ହାଵ ଭାବ ହଟାତ ବଦଳି ଗଲା। ବିରକ୍ତ ହୋଇ କହିଲେ, ହଁ ସ୍ତ୍ରୀ ପାଇଁ ସିନା ସମୟ ନାହିଁ, ହେଲେ ପ୍ରେମିକା ମାନଙ୍କ ପାଇଁ କଣ ସମୟ ଅଭାବ। ଖାଲି ସର କାଇଁ ଲବଣୀ, ଝିଲ୍ଲୀ, ରସାବଳି, ସୀତା ଆଉ ଗୀତା କେତେ ଝିଅଙ୍କ କଥା ମନେ ପଡିବ? କିଛି ସମୟ ପାଇଁ ଘରେ ନିରବତା ଖେଳିଗଲା। 


       ଖାଇସାରି ହାତ ଧୋଇବା ସମୟରେ ବିନୟ କହିଲେ, ଗପଟି ଏ ପଢ଼ିଥିଲି। ସର' ହେଉଛି ସେ "ପଖିଆ" ଗଳ୍ପର ନାୟିକା।


ଶୋଇବା ସମୟରେ ବୀଣା କହୁଥିଲେ,


 ତମ ପେଟ ପୂରିଲାଟି। ରାଗରେ ଅଧା ପେଟେ ଖାଇଛ ନା? ବିନୟ କହିଲେ, ଆରେ ନା।ଏଇ ଛୋଟ ଛୋଟ କଥାରେ କଣ ରାଗ? "ମୁଁ ସବୁ କରିପାରିବି କିନ୍ତୁ ତୁମକୁ କାହା ସହିତ ଭାଗ କରି ପାରିବିନି"..! କହୁ କହୁ କାନ୍ଧି ପକାଇଲେ ବୀଣା।


ବିନୟ ବୀଣାଙ୍କୁ ମୃଦୁ ଆଲିଙ୍ଗନରେ କହିଲେ, ଲଭ ୟୁ ଡାର୍ଲିଂଗ। ତୁମକୁ କଷ୍ଟ ହେଲା ଭଳି କୌଣସି କାମ ମୁଁ କେବେ କରିବିନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance