Barsha rani Nanda

Fantasy

4  

Barsha rani Nanda

Fantasy

ପ୍ରେମର ନାଁ ତ୍ୟାଗ

ପ୍ରେମର ନାଁ ତ୍ୟାଗ

6 mins
200


ବିଶ୍ଵାସ ଓ ଭରସା ରେ ହିଁ ଯୋଡ଼ି ହୋଇଥାଏ ସମ୍ପର୍କ ସେ ବନ୍ଧୁତା ହେଉ ବା ପ୍ରେମ। ତ୍ୟାଗ ର ଅନ୍ୟ ନାମ ପ୍ରେମ।ଆମେ ଯାହାକୁ ଭଲପାଉ ତା ଖୁସି ପାଇଁ ଆମେ ନିଜ ଖୁସି କୁ ତ୍ୟାଗ କରି ଦେଉ। ଯେଉଁ ଠାରେ ସ୍ବାର୍ଥ ଥାଏ ତାକୁ ପ୍ରେମ କେବେ କୁହା ଯାଏନି। ମୁଁ ମଧ୍ୟ ଜଣଙ୍କ ଖୁସି ପାଇଁ ମୋ ଭଲପାଇବା କୁ ହୃଦୟରେ ଚାପି ରଖି ନିଜ ଭଲପାଇବା କୁ ଅନ୍ୟ ଜଣଙ୍କ ହାତରେ ସମର୍ପି ଦେଇଛି।ନିଜ ଖୁସି କୁ ତ୍ୟାଗ କରି ଦେଇଛି ଆଉ ଜଣଙ୍କ ପାଇଁ।

ହୃଦୟ କୁ ଦେଖେଇବା ପାଇଁ ଯଦି ବା କିଛି ଚେନ୍ ସିଷ୍ଟମ୍ ଥାଆନ୍ତା ତା'ହେଲେ ନିଶ୍ଚୟ ତାଙ୍କୁ ଦେଖେଇ ଥାଆନ୍ତି ତାଙ୍କ ପ୍ରତି ମୋର ଭଲପାଇବା କେତେ ,ତାଙ୍କ ଛଡ଼ା ମୋ ହୃଦୟରେ ଆଉ କେହି ନାହାନ୍ତି ସେଇଟା ବି ପ୍ରମାଣ ହେଇ ଯାଇ ଥାଆନ୍ତା।


କେବେ ମୁଁ କାହାକୁ କହିପାରିନି ଆଶୁତୋଷ କୁ କେତେ ଭଲପାଏ।କାହିଁକିନା ଦୁନିଆ ଆଗରେ ଦେଖିଚାହିଁ ଚଳିବାକୁ ପଡେ ସେଥିପାଇଁ।ମୁଁ ଜାଣିଛି ସିଏ ବି କାହାକୁ କହି ନଥିବେ ମତେ କେତେ ଭଲପାଆନ୍ତି। ଭଲପାଇବା ଯେ ଏମିତି ହୃଦୟ ଭିତରେ ବନ୍ଦୀ ହୋଇ ରହିଯିବ ମୁଁ କେବେ ଭାବି ନଥିଲି।ସେ ଯାହା ବି ହେଉ ଆଶୁତୋଷ ମତେ ବହୁତ ଭଲ ପାଉଥିଲେ।ହେଲୋ ଆପ୍ ରୁ ଆରମ୍ଭ ହେଇଥିଲା ତାଙ୍କ ସାଙ୍ଗରେ କଥାବାର୍ତ୍ତା।ସତକଥା କହିବାକୁ ଗଲେ ଇଆଡୁ ସିଆଡୁ ଲୋକ ଙ୍କ ମେସେଜ୍ ଆସିଲେ ବ୍ଲକ୍ କରିଦିଏ ଏଇଟା ମୋ ଗୁଣ।ହେଲୋ ହେଲୋ କେତୋଟି ଆସିଥିଲା ଆଶୁତୋଷ ର କିନ୍ତୁ କଣ ଭାବିକି ମୁଁ ପ୍ରତି ଉତ୍ତର ଦେଇଥିଲି।


ପ୍ରଥମ ଦିନ ପରିଚୟ ହେଇଗଲା ତାପରଦିନ ସିଏ ତାଙ୍କ କଥା କହିଲେ ଆଉ ମୁଁ ମୋ କଥା ତାପରଦିନ ସିଏ ମୋ ନମ୍ବର ମାଗିଥିଲେ ମୁଁ କିନ୍ତୁ ଏତେ ସହଜରେ ନମ୍ବର ଦିଏନି କାହାକୁ ତେଣୁ ମୁଁ ମୋ ବୋଉଙ୍କ ନମ୍ବର ଦେଲି ଆଉ ମୁଁ ନମାଗିବା ସତ୍ତ୍ୱେ ମଧ୍ୟ ସିଏ ତାଙ୍କ ନମ୍ବର ଜାଗାରେ ତାଙ୍କ ବୋଉଙ୍କ ନମ୍ବର ମତେ ଦେଇଥିଲେ।ମୁଁ ସମସ୍ତଙ୍କୁ ମେସେଜ୍ କରେ ଫୋନ୍ ରେ ବେଶି କଥା ହେବା ମୋର ପସନ୍ଦ ନୁହେଁ ସେଥିପାଇଁ ମୁଁ ତାଙ୍କୁ ମେସେଜ୍ କରେ।ଯେହେତୁ ସେ ଚାକିରୀ କରନ୍ତି ତାଙ୍କୁ ସମୟ ନଥାଏ ମେସେଜ୍ ଦେଖିବା ପାଇଁ।


ଏମିତି ମେସେଜ୍ ରେ ହିଁ ଦୁଇ ମାସ ସରିଗଲା। ଆଶୁତୋଷ ତାପରେ ବହୁତ ଅନୁରୋଧ କଲେ ଫୋନ୍ ରେ କଥା ହେବା ପାଇଁ ତଥାପି ବି ମୁଁ ଫୋନ୍ କଲିନି।ଦିନେ ସେ କେଉଁଠିକୁ ଯାଉଥାନ୍ତି ବସ୍ ରେ ଥାନ୍ତି ମୋ ମେସେଜ୍ ଗଲା ସେ ମହାଶୟ ହଠାତ୍ ମତେ ଭିଡିଓ କଲ୍ କଲେ ରିସିଭ୍ କରିବା ପାଇଁ ରାଣ ପକେଇଲେ ବୋଲି ବାଧ୍ୟ ରେ ଉଠେଇଲି କିନ୍ତୁ ଟିକିଏ ଏମିତି କଥା ହେଇକି ଗୋଟାଏ ମିନିଟ୍ ରେ ଫୋନ୍ ରଖିଲେ ଆଉ ସେ ମେସେଜ୍ କଲେ ମୁଁ କେମିତି ଦିଶୁଛି କିଛି କହିଲୁନି।ଭଲ ଦିଶୁନ ବୋଲି ମୁଁ ମଜାକ୍ କରିଥିଲି କିନ୍ତୁ ସେଇ ପ୍ରଥମ ଦେଖା ରେ ସେ ବହୁତ ସୁନ୍ଦର ଦିଶୁଥିଲେ।


ଆଶୁତୋଷ - ହଉ ଠିକ୍ ଅଛି ଏଥର ତୋ ପାଳି ତୁ କେବେ ଫୋନ୍ କରିବୁ ମୁଁ ଅପେକ୍ଷା ରେ ରହିଲି ।ହେଲେ ବି ମୁଁ ଫୋନ୍ କଲିନି ତାପରେ ମହାଶୟ ରାଗରେ ପ୍ରକମ୍ପିତ ହେଇଗଲେ। ମୁଁ ଦିଲ୍ଲୀ ଯିବି ଅଫିସ୍ କାମରେ ଯଦି ଫୋନ୍ କରିବୁ ତାହେଲେ କଥା ହେଇ ପାରିବି ଅଳ୍ପ ସମୟ ପାଇଁ କିନ୍ତୁ ମେସେଜ୍ ଦେଖି ପାରିବିନି ସମୟ ହେବନି।କ'ଣ କହୁଚୁ ଫୋନ୍ କରିବୁ ନାହିଁ। ମୁଁ ଏଇ ତାରିଖରେ ଯିବି ଦେଖେ ଫୋନ୍ କରିବୁ ଯଦି କରିବୁ ମହାଶୟ କଡାକଡି ନିର୍ଦ୍ଦେଶ ଶୁଣେଇ ଦେଲେ।ସେ ଯେଉଁ ତାରିଖରେ କହିଥିଲେ ସେଇ ଦିନ ମୁଁ ଫୋନ୍ କଲି ସାର୍ ଉଠେଇଲେ କେତେ ବେଳେ ବାହାରିବ ବୋଲି ପଚାରିଲା ବେଳକୁ କ‌ହୁଛନ୍ତି କୁଆଡେ ଯିବା କଥା କହୁଛୁ ମୋର କୁଆଡେ ଯିବା ପ୍ରୋଗ୍ରାମ ନାହିଁ ଏବେ। ତାପରେ ମୁଁ ଜାଣିଗଲି ମୁଁ କେମିତି ଫୋନ୍ କରିବି ସେଥିପାଇଁ ଏଇଟା ଗୋଟେ ବାହାନା ଥିଲା ।ହଉ ଠକ କହିକି ଫୋନ୍ ରଖିଲି।


ଏମିତି କଥା ବାର୍ତ୍ତା ଭିତରେ ଦିନେ ଆଶୁତୋଷ କହିଲେ ମୁଁ ଜଣକୁ ବହୁତ ଭଲପାଏ କିନ୍ତୁ ସିଏ ଜାଣିନି,ମୁଁ କହିଥିଲି ସିଏ କିଏ ତା ନାଁ କୁହ ମୁଁ ତାକୁ କହିଦେବି କିନ୍ତୁ ସେ କହିଲେ ନାଇଁ ସେ ଜାଣିଲେ ରାଗିବ ଥାଉ କହିବିନି କିନ୍ତୁ ମୁଁ ତାକୁ ବହୁତ ଭଲପାଏ। ଏମିତି ଦିଦିନ କହିବା ପରେ ମୁଁ ରାଣ ପକେଇ ଥିଲି ଆଉ ସିଏ କହିଲେ ମୁଁ ତତେ ଭଲପାଏ ବହୁତ ଭଲ ପାଏ। କିନ୍ତୁ ତାଙ୍କ କଥା ଶୁଣିକି ମୁଁ ଟିକେ ବିଚଳିତ ହେଇଗଲି କାହିଁକି ନା ଏଇ ପ୍ରେମ ଅର୍ଥ କ'ଣ ବି ମୁଁ ବୁଝିନି ଏମିତି ଦୁଇ ,ତିନି ଦିନ ଆଉ ଆଶୁତୋଷ ଙ୍କୁ ମେସେଜ୍ କଲିନି ତାଙ୍କ ମେସେଜ୍ ଦେଖିକି ବି ଅଣଦେଖା କରୁଥାଏ।ସିଏ ବହୁତ ସରି କହିଥିଲେ।ତୁ ରିପ୍ଲାଏ କାହିଁକି ଦେଉନୁ ସରି ଲୋ ଲେଖିକି ମେସେଜ୍ କରୁଥାନ୍ତି।ଏଥର କିନ୍ତୁ ପ୍ରତି ଉତ୍ତର ଦେବା ପାଇଁ ବାଧ୍ୟ ହେଲି ଆଉ ମୁଁ ବି ତୁମକୁ ଭଲପାଏ ବୋଲି କହିଲି।ସେଇ ଭଲପାଇବା ହୃଦୟ ର ଜାଗା ଆବୋରି ନେବ ମୋତେ ଜଣା ନଥାଏ।


ଏଇ ଭିତରେ ସେ ମତେ ବହୁତ ସୁନ୍ଦର ନାଁ ଟେ ବି ଦେଇଥିଲେ। ସବୁବେଳେ ସେଇ ନାଁ ରେ ହିଁ ଡାକନ୍ତି। ଏମିତି ରେ ବର୍ଷେ ପୂରିଗଲା। ଦିନ ସାରା କାମ ବ୍ୟସ୍ତତା ରେ କଥା ହେବା ସହଜ ନୁହେଁ ସବୁବେଳେ କଲ୍ ବି କରି ହୁଏନି ତେଣୁ ରାତିରେ ଆଶୁତୋଷ ଟାଇମ୍ ଦେଇଥାନ୍ତି ୧୦.୨୫ ସେଇ ଟାଇମ୍ ରେ ଦୁଇ ଜଣ ଯାକ ଅନ୍ ଲାଇନ୍ ଆସୁ ଯଦି ମୁଁ ଗୋଟାଏ ସେକେଣ୍ଡ ଡେରିରେ ଆସେ ସିଏ ରାଗିକି ଆଉ କଥା ହୁଅନ୍ତି ନି ତେଣୁ ମୁଁ ସମୟ କୁ ଅପେକ୍ଷା କରି ଆଗରୁ ମେସେଜ୍ ଟେ କରିଦିଏ।ଏମିତି ରେ ଦିନ ସାରା ର ଭଲମନ୍ଦ ସବୁ କଥା ହୋଇଯାଉ, ଯଦି ମୁଁ କୁହେ ମୁଁ ଖାଇବିନି ଭୋକ ନାହିଁ ତାହେଲେ ସିଏ ବି କୁହନ୍ତି ମତେ ଭୋକ ନାହିଁ ମୁଁ ବି ଖାଇବିନି ମତେ ଭଲ ଲାଗୁନି ଏମିତି ସବୁ ଆରମ୍ଭ ହେଇଯାଏ।ଯଦି ମୁଁ କେବେ କୁହେ ମରିଯିବି ତାହେଲେ ସିଏ କୁହନ୍ତି ତୁ ପାଗଳ କି କଣ ଏମିତି ହେଉଛୁ ବହୁତ ପ୍ରକାର ରେ ଗାଳି ଦିଅନ୍ତି ଏମିତି ତୁ ଆଉ କେବେ କହିବୁନି ବୋଲି ମଧ୍ୟ କୁହନ୍ତି।ଯଦି ମୁଁ ବାଏ କୁହେ ମତେ କୁହନ୍ତି ପାଗେଳି ବାଏ କୁହନ୍ତିନି ମିସ୍ ୟୁ କହିବୁ।ବାଏ ଶଦ୍ଦ ଶୁଣିବା ପାଇଁ ମତେ ଜମାବି ଭଲ ଲାଗେନି ଲୋ।


ଯେହେତୁ ରବିବାର ଛୁଟି ଥାଏ ମୋର ଅପେକ୍ଷା ଥାଏ ସେଇ ରବିବାର କୁ ଆଉ ସେଦିନ ଦିନ ସାରା କଥା ହେଉ।ଦିନେ ଆଶୁତୋଷ ମତେ କହିଲେ ମିଷ୍ଟି ଗୋଟିଏ କଥା କହିବି ତତେ ମୁଁ ବାହା ହେବା ପାଇଁ ଚାହେଁ ତୁ କ'ଣ କହୁଚୁ ମୁଁ ଚୁପ୍ ରହିଲି ପୁଣି ସେ କହିଲେ ମୋର କିଛି ଦରକାର ନାହିଁ କେବଳ ତୁ ଦରକାର।କିଛି ଅସୁବିଧା ସତ୍ତ୍ୱେ ମୁଁ ମନା କରିଥିଲି ସେ ରାଗିକି କଥା ବି ହେଉ ନଥିଲେ। ଏମିତି ହିଁ କେତେ ଦିନ ପରେ ଗୋଟିଏ ଭିଡିଓ ଦେଖିଲି ତାଙ୍କ ରିଙ୍ଗ୍ ସେରେମୋନି ର ନିଜକୁ ମୁଁ ସମ୍ଭାଳି ପାରି ନଥିଲି।

ମନେ ମନେ ବହୁତ କାନ୍ଦିକି ମଧ୍ୟ ତାଙ୍କ ସାଙ୍ଗରେ କଥା ହେଉଥିଲି ଯେହେତୁ ସେ ମତେ କିଛି କହି ନଥିଲେ।


ବାହାଘର ର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ବାହାଘରକୁ ମାସେ ବାକି ଥାଏ ମତେ କହିଲେ ଏଇ ତାରିଖ ରେ ବାହାଘର ଅଛି ମୁଁ ଖୁସି ହେଲି ଯାହାହେଉ ସିଏ ଖୁସିରେ ରୁହନ୍ତୁ। କେତେଦିନ ଥିଲା ମୋ ଠାରୁ ବିଦାୟ ମାଗିଲେ ବାହାଘରର ଆଗାମୀ ଜୀବନ ମଙ୍ଗଳମୟ ହେଉ ବୋଲି କହି ଛାତିରେ ଛାତିଏ କୋହ ଆଖିରେ ଆଖିଏ ଲୁହ ରଖି ଖୁସି ରେ ତାଙ୍କୁ ବିଦାୟ ଦେଲି।


ଏବେ ସେ ବହୁତ ଖୁସି ରେ ଅଛନ୍ତି ।ତାଙ୍କ ସ୍ତ୍ରୀ ର ଫଟୋ ସବୁ ସୋସିଆଲ ମିଡିଆରେ ଦେଖି ଖୁସି ଲାଗେ ଯାହା ହେଉ ମତେ ଭଲପାଉ ଥିବା ଲୋକ ଏବେ ବହୁତ ଖୁସି ରେ ଅଛି। ଦୁଇ ବର୍ଷ ଭଲପାଇବା ଭିତରେ ବି ଆମେ କେବେବି ଭେଟ ହେଇ ପାରିନୁ କାହିଁକି ନା ସିଏ ମୋ ଠୁ ୮୦୦ କିଲୋମିଟର୍ ଦୂରରେ।ଆଉ ଏବେ କିନ୍ତୁ ମୁଁ ଆଉ ଚାହୁଁନି ତାଙ୍କ ସାଙ୍ଗରେ ମୋର ଭେଟ ହେଉ।ଏତେ ଲମ୍ବା ରାସ୍ତାର ଦୂରତା ଥିଲେ ବି ଆମ ହୃଦୟ ରେ ଦୂରତା ନଥିଲା।ଏବେ ବି ତାଙ୍କର ମେସେଜ୍ ଆସେ ଉଭୟ ଉଭୟଙ୍କ ର ଭଲମନ୍ଦ ବୁଝିନେଉ।କିନ୍ତୁ ମୋ ସାଙ୍ଗରେ କଥା ହେବା ପାଇଁ ଯେତେ ଜରୁରୀ ଥିଲା ସେଇ ଜରୁରୀ ବୋଧେ ଏବେ ଆଉ ନାହିଁ।ମୁଁ କିନ୍ତୁ ଏବେ ବି ତାଙ୍କୁ ବହୁତ ଭଲ ପାଏ।


କୃଷ୍ଣ ଓ ରାଧା ଜଣେ ଅନ୍ୟ ଜଣକୁ ମୂହୁର୍ତ୍ତ ଟେ ଛାଡି ରହି ପାରୁ ନଥିଲେ କିନ୍ତୁ ରାଧା କୃଷ୍ଣଙ୍କୁ ପାଇ ପାରି ନଥିଲେ ବି ସାରା ଜୀବନ କୃଷ୍ଣ ଙ୍କୁ ସେ ହୃଦୟରେ ରଖିଥିଲେ। କିନ୍ତୁ ମୁଁ ମନକୁ ପଚାରେ ମୋ ଆଶୁତୋଷ ଙ୍କ ହୃଦୟରେ ଏବେବି କ'ଣ ସତରେ ମୋ ପାଇଁ ଜାଗା ଅଛି।ହୃଦୟରେ ହେଉ ବା ପାଦ ତଳେ।ମୁଁ ଚାହେଁ ମୋ ଭଲ ପାଇବା କୁ ନେଇ କିଏ ଯେମିତି ଅଣ ନିଶ୍ଵାସୀ ହୋଇ ନ ପଡୁ।ଯଦି ମୁଁ ଏବେ ବି ତାଙ୍କ ହୃଦୟରେ ଅଛି ମୋ ପରିଚୟ କ'ଣ ପ୍ରେମିକା ନା ବନ୍ଧୁ ସେଇଟା ଜାଣିନି।ଦିନେ କୃଷ୍ଣ ରାଧା ଙ୍କୁ ପଚାରିଲେ ରାଧା ତୁମେ ରୁକ୍ମିଣୀ ଙ୍କୁ ମୋ ସାଙ୍ଗରେ ଦେଖି କାହିଁକି ଈର୍ଷା କରନି ?ତୁମେ କଣ ରୁକ୍ମିଣୀ ଙ୍କୁ ସତରେ ଏତେ ଭଲପାଅ ରାଧା ଙ୍କ ଉତ୍ତର ଅତି ଚମତ୍କାର ଥିଲା କ୍ରିଷ୍ଣା ରୁକ୍ମିଣୀ ହେଲେ ତୁମ ସ୍ତ୍ରୀ ଆଉ ମୁଁ ତୁମ ପ୍ରେମିକା କାହିଁକି ଈର୍ଷା କରିବି, ମୁଁ ତୁମର ଭାଗ୍ୟରେ ନାହିଁ ସତ ହେଲେ ଏବେବି ତୁମର ହୃଦୟରେ ଅଛି ,ୟା ଠୁ ବଡ଼ ମୋ ପାଇଁ କଣ ହେଇ ପାରେ। ଯେତେବେଳେ ବି ତୁମେ ମନେପଡ ଠିକ୍ ଏଇ କଥାଟି ମୋର ମନକୁ ଆସେ ମୁଁ ତୁମ ଭାଗ୍ୟରେ ରେ ନାହିଁ ସତ କିନ୍ତୁ ହୃଦୟରେ ସବୁବେଳେ ଅଛି।


ଜୀବନ ସାରା ମୋ ସାଙ୍ଗରେ ରହିବାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏବେ ବି ମନରେ ଜୀବନ୍ତ ରହିଛି।ମୋ ଜାଗା ଯେଉଁଠି ବି ହେଉ ମୁଁ ସବୁବେଳେ ତୁମକୁ ଖୁସିରେ ଦେଖିବା ପାଇଁ ଚାହେଁ।ତୁମର ସ୍ନେହ, ଭଲପାଇବା,ଗାଳି ସବୁ ବହୁତ ଭଲ ଲାଗେ ମତେ।ଯାହା ବି ହେଉ ତୁମେ ସବୁ ବେଳେ ଭଲରେ ଥାଅ ,ଖୁସିରେ ଥାଅ।ତୁମେ ଏମିତି ହୃଦୟରେ ରହିବ ସାରା ଜୀବନ। ଯିଏ ଯାହାକୁ ଭଲପାଏ ତା ଖୁସି ପାଇଁ ନିଜ ଖୁସି କୁ ତ୍ୟାଗ କରିଦିଏ। ମୁଁ ମଧ୍ୟ ମୋ ଆଶୁତୋଷ ଙ୍କୁ ଖୁସି ରେ ଦେଖିବା ପାଇଁ ମୋ ଖୁସି କୁ ତ୍ୟାଗ କରି ଦେଇଛି ତାଙ୍କୁ ସମର୍ପଣ କରି ଦେଇଛି ଆଉ ଜଣଙ୍କ ହାତରେ।ଆଜି ବି ସେଇ ରବିବାର ଦିନ ହାତରେ ମୋବାଇଲ୍ ଧରି ଜଗି ବସିଥାଏ କିନ୍ତୁ ସେଇ ସଠିକ୍ ସମୟ ଓ ରବିବାର ସେଇ ଅପେକ୍ଷାରେ ହିଁ ରହିଯାଏ। ଅଜାଣତରେ ଦୁଇ ଟୋପା ଲୁହ ଝରିଆସେ ।ତୁମ ପାଇଁ ଏଇ ଅପେକ୍ଷା ଜନ୍ମ ଜନ୍ମ ଯାଏ କରିବି।



Rate this content
Log in

Similar oriya story from Fantasy