STORYMIRROR

Barsha rani Nanda

Romance Classics Fantasy

3  

Barsha rani Nanda

Romance Classics Fantasy

ନୂଆ ବର୍ଷରେ ପ୍ରେମ

ନୂଆ ବର୍ଷରେ ପ୍ରେମ

2 mins
144

ସମସ୍ତଙ୍କ ନୂଆ ବର୍ଷର ମେସେଜ୍ ଆସିବା ଆଗରୁ ମୁଁ ଚାହୁଁଥିଲି ସିଏ ମତେ ମେସେଜ୍ କରି ନୂତନ ବର୍ଷ ର ଶୁଭେଚ୍ଛା ଜଣାନ୍ତୁ।

ହଁ କାହିଁକି ନା ମୁଁ ତାଙ୍କୁ ଭଲପାଏ, ଜୀବନ ଠୁ ବି ଅଧିକା ସେଥିପାଇଁ ବୋଧେ ମନ ତାଙ୍କ ଠାରୁ ଏତିକି ଆଶା କରୁଥିଲା।

ହଁ ହଁ ଭଲ ପାଇବା ରେ ଏଇଟା ତ ସ୍ବାଭାବିକ କଥା।

ସେ ଜଣେ ବ୍ୟସ୍ତ ମଣିଷ। ପ୍ରାୟ ସମୟ ସେ ବ୍ୟସ୍ତ ରୁହନ୍ତି । ସତରେ ବେଳେ ବେଳେ ବିରକ୍ତ ହୁଏ ମୁଁ ତାଙ୍କ ଉପରେ କାହିଁକି ନା କାମରେ ବ୍ୟସ୍ତ ରହି ମତେ ଅଣଦେଖା ବି କରନ୍ତି , କେତେବେଳେ କେଉଁ କଥା ତାଙ୍କର ଠିକ୍ ନାହିଁ। କିନ୍ତୁ,ନା ବେଳେବେଳେ ଚୁପ୍ ରହିବା ପାଇଁ ବି ପଡେ କାହିଁକି ନା କାଳେ ସିଏ ଦୁଃଖୀ ହୋଇଯିବେ ମୋ କଥାକୁ ନେଇ ସେଥିପାଇଁ ଚୁପ୍ ରହିବା ହିଁ ସବୁଠୁ ଭଲ ଲାଗେ । ସିଏ ବେଶି ବ୍ୟସ୍ତ ରହିଲେ ମତେ ଡର ବି ଲାଗେ କାଳେ ଆଉ କେଉଁ ଝିଅ ମିଳି ଯାଇ ନାହାନ୍ତି ତ ତାଙ୍କୁ। ବିଶ୍ଵାସ ଓ ତ୍ୟାଗ ରେ ବନ୍ଧା ଏ ପ୍ରେମ ବୋଲି ଗୋଟିଏ ଅମୂଲ୍ୟ ଜିନିଷ ,ଯେଉଁଟା କି ଭଗବାନ ଙ୍କ ଉପହାର ଆମ ପାଇଁ ‌। ବିଶ୍ଵାସ,ଓ ତ୍ୟାଗରେ ବନ୍ଧା ଏ ସମ୍ପର୍କ ବୋଲି ତ ଯେତେ ଯାହା ହେଲେ କେବେ ଓହରି ଯାଇନି ମୁଁ।

ଦେଖୁ ଦେଖୁ ୧୧.୫୯ ରୁ ପୂରା ଶୂନ ହୋଇଗଲା।

ମେସେଜ୍ ଆସିବା ଆରମ୍ଭ ହୋଇଯିବ ଏବେ। ଆରେ ଦେଖୁଦେଖୁ ମୋବାଇଲ୍ ରେ ମେସେଜ୍ ବାଜି ଉଠିଲା ଚଟାପଟ୍ ଯାଇ ଦେଖିଲା ବେଳକୁ ଲେଖା ଅଛି ପ୍ରିୟ ମଣିଷ ର ମେସେଜ୍

ହାପି ନିଉ ଇୟର୍ ଡିୟର୍ ମନଟା ଯେମିତି ପୂଜାର କୁଣ୍ଢେମୋଟ ହୋଇ ଯାଉଥିଲା। ତା'ପରେ କଲ୍ ଆସିଲା ହେଲୋ ହାପି ନିଉ ଇୟର୍ ପୂଜା ମଧ୍ୟ ନୂତନ ବର୍ଷ ର ଶୁଭେଚ୍ଛା ଜଣେଇ ଥିଲା।

କ'ଣ କରୁଛୁ, ଏତେ ବେଳ ଯାଏଁ ଚାହିଁଚୁ ଶୀଘ୍ର ଶୋଇପଡେ। ହଁ ପୂରା ଖିଆଲ୍ ରଖନ୍ତି ନା ସେ ମୋର ସେଥିପାଇଁ ସେ ରାତିରେ ମୁଁ ବେଶି ସମୟ ଚାହିଁଲେ ତାଙ୍କୁ ଭଲ ଲାଗେନି, ନୂଆ ବର୍ଷ ବା ଆଜି ଶୋଇବି କ'ଣ ମେସେଜ୍ ର ରିପ୍ଲାଏ ନଦେଲେ କ'ଣ ଭାବିବେ ସମସ୍ତେ ହଉ ହଉ ଶୀଘ୍ର ଶୁଅ ଦେହ ଖରାପ ହେବ ବେଶି ରାତି ଯାଏ ଚାହିଁଲେ। ହଉ କହିକି ଫୋନ୍ କାଟିଲା ପୂଜା। ଏତେ ଭଲପାଅ ମତେ କହିକି ମୁରୁକି ମୁରୁକି ହସୁଥିଲା ପୂଜା। ହଁ ପୂଜା ଓ ଆଶୁତୋଷ ର ସମ୍ପର୍କ ଏମିତି ବହୁତ ମଜ୍ ବୁତ୍। ଏମିତି ଏକ ପ୍ରେମ। ଯାହାର ଅନ୍ତ ହିଁ ନାହିଁ। ବିଶ୍ଵାସ,ଭରଷା, ସ୍ନେହ, ଶ୍ରଦ୍ଧା, ଭଲପାଇବା, ତ୍ୟାଗ ର ମୂଳଦୁଆ ରେ ଗଢା ଏ ସମ୍ପର୍କ।ସମସ୍ତଙ୍କୁ ଶୁଭେଚ୍ଛା ପୁଣିଥରେ ନୂତନ ବର୍ଷର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance