Barsha rani Nanda

Drama Romance Fantasy

4  

Barsha rani Nanda

Drama Romance Fantasy

ପ୍ରେମ ଓ ଅଭିମାନ

ପ୍ରେମ ଓ ଅଭିମାନ

3 mins
330


ଆଚ୍ଛା ବିନେଶ୍ ତୁମେ କୁହତ ତୁମର ମନେ ଅଛି ନା ନାହିଁ ଆଜି ପ୍ରପୋଜ୍ ଡେ ବୋଲି ? କ'ଣ କ'ଣ ବିନି ଆଜି କି ଡେ? ଆଉ ଥରେ କୁହ ତ ? ବିନି ବିରକ୍ତି ଭରା ସ୍ବରରେ ଉତ୍ତର ଦେଲା ପ୍ରପୋଜ୍ ଡେ। ମୁଁ ଜାଣି ଥିଲି ତୁମର ମନେ ନାହିଁ ,ଏବେ କହିବ ମୋର ବହୁତ କାମ ଥିଲା, ବହୁତ ବ୍ୟସ୍ତ ଥିଲି, ଆଜି ମିଟିଙ୍ଗ୍ ଥିଲା, ସକାଳୁ ଉଠି ତରବରରେ ଅଫିସ୍ ଚାଲିଗଲି ସେଥିପାଇଁ ମୋର ସମୟ ନଥିଲା ତମକୁ ମେସେଜ୍ କି ଫୋନ୍ କରିବା ପାଇଁ। ସେପଟୁ ଶୁଭୁଥିଲା ବିନେଶ୍ ହସ। ହସ ଶୁଣି ବିନି ଆହୁରି ରାଗି ଯାଇଥିଲା। ମୋ କଥା କୁ ହସରେ ଉଡେଇ ଦେଉଛ କାନରେ ପୂରେଇଲେ ସିନା ମୋ କଥାଟା ମନେ ମନେ ପଡନ୍ତା। ହଁ କିଏ ଜାଣିଛି ମୋ କଥା ମନେ ନ ପଡ଼ିବାର ଆହୁରି ବି କିଛି କାରଣ ଥିବ ସାର୍ ଙ୍କର।

ମାନେ ଏ ଅଫିସ୍ ,ମିଟିଙ୍ଗ୍,ସମୟ ନ ମିଳିବା ଏସବୁକୁ ଛାଡ଼ିବି ଆହୁରି ଅଲଗା କିଛି କାରଣ ଥାଇପାରେ।

ମୋ ମତରେ ଏତେବେଳ ଯାଏ ଯଦି ବିନେଶ୍ ଚୁପ୍ ଚାପ୍ ବିନି ର କଥା ଶୁଣିଥିଲା ତାହେଲେ ସେ ନିଶ୍ଚିତ ଭାବରେ ଭଲ ହିଁ ହୋଇଥିବ ଆଉ ବିନିକୁ ବହୁତ ଭଲ ଭାବରେ ବୁଝି ପାରିଥିବ।

ନହେଲେ ଏତେ ରାଗ କଥାକୁ କିଏ ଶୁଣିପାରେ।

ହଁ ତାପରେ ଭିନେଶ୍ ଚୁପ୍ ଚାପ୍ ସବୁ କଥା ଶୁଣିବା ପରେ ଉତ୍ତର ଦେଇ କହିଲା ଆପଣ ଯାହା ଭାବୁଛନ୍ତି ମାଡାମ୍ ତାହା ବିଲ୍ କୁଲ୍ ନୁହେଁ। ଆପଣଙ୍କୁ ମୁଁ ଆଗରୁ କହିଛି ଯେ ଏଇ ତାରିଖରେ ମିଟିଙ୍ଗ୍ ଅଛି ମୁଁ ଉପସ୍ଥିତ ରହିବା ନିତାନ୍ତ ଜରୁରୀ ଯଦି ତମେ ବୁଝି ନପାରିଲ ତାହା ମୋ ଦୋଷ ନୁହେଁ।

ମୋ ଶୋଇବି ଯାଉଛି ସରି।

ବିନି ରାଗ ଗରଗର ହୋଇ ଫୋନ୍ ଖଟ ଉପରେ କଚାଡି ଦେଲା। ଏବେ ତିନି,ଚାରି ଦିନ ଯାଏଁ ସେ ଫୋନ୍ କରୁନି କି ବିନେଶ୍ ର ବି ଫୋନ୍ ଆସୁନି।

ବିନି ମୁହଁ ମାଡି ବସୁଛି। ଗୁମ୍ ସୁମ୍ ରହୁଛି କେତେଦିନ ହେଲା।

କିନ୍ତୁ, କାଲି ଭାଲେଣ୍ଟାଇନ୍ ଡେ ଏଇଟା ବି ତାଙ୍କୁ ଜଣା ନଥିବ। ମୁଁ ଯେତେ କଚାଡି ହେଲେ ବି କିଛି ଲାଭ ନାହିଁ କହି ସୁଁ ସୁଁ ହୋଇ କାନ୍ଦୁଥାଏ ବିନି। ହେଲେ ଏ ବିନେଶ୍ କେମିତିକା ପିଲା ଆମର ବାହାଘର ପାଇଁ ସବୁ କଥା ସରିଲାଣି, ହେଲେ ମୋ ପାଇଁ ତାଙ୍କର ଦାୟିତ୍ଵ ହିଁ ନାହିଁ। ହଁ ଛାଡ ,ମ କିଏ ପଚାରୁଛି କହି ଶୋଇଲା।

ରାତି ଅଧରେ ଫୋନ୍ ,ଫୋନ୍ ପୁଣି ଆସିଛି ବିନେଶ୍ ର। ଉଠେଇବ ନା ନାହିଁ ଏବେ। ଯଦି ବି କିଛି ଅସୁବିଧା ହେଇଥିବ ତାହେଲେ କ'ଣ କେମିତି ହେବ। ଏପଟେ ବିନି ତ ଜୋରରେ ରାଗିକି ଅଛି ଫୋନ୍ ଉଠେଇବ ବା କେମିତି ସେଇଆ ଭାବୁଛି। ଫୋନ୍ ଉଠେଇଲା ଶେଷରେ । ହଁ କୁହ। ହଁ ବିନି ଟିକେ ବାହାରକୁ ଆସ ବଢିଆ ଜହ୍ନ ଟା ହେଇଛି ଆସ ଦେଖ ଟିକେ ବାହାରିକି।

ବିନି ବିନା ପ୍ରତିବାଦରେ ବାହାର କୁ ବାହାରି ଅନେଇଲା ଆକାଶକୁ ଆରେ ବିନେଶ୍ ଅଧା ରାତିରେ ପାଗଳ ହେଇଗଲେଣି ଆଜି ମେଘୁଆ କରିଛି ତାଙ୍କୁ ଜହ୍ନ କେଉଁ ଆଖିରେ ଦିଶିଲା କେଜାଣି। ହଁ ହଁ ଜହ୍ନ ଦେଖିଲି ଯାଉଛି ଶୋଇବି କହି ପଳେଇ ଆସୁଛି ବିନେଶ୍ ଡାକିଲା ବିନି ବିନି ଏପଟେ ଦେଖ ମୁଁ ଏପଟେ ଅଛି। ତମେ ଏଠି କ'ଣ କରୁଛ କହି ଛାତ ଉପରେ ଥାଇ ତଳକୁ ଦେଖିଲା ପୂରା ଗେଟ୍ ସାରା ଲିଚୁ ଲାଇଟ୍ , ବାହାର ବଗିଚା ରେ ଫୁଲ ତୋଡା ସହ ଅନେକ ଜିନିଷ। ବିନି ଖୁସି ରେ ତଳକୁ ଓହ୍ଲେଇ ଗଲା ଦେଖିଲା ବେଳକୁ ବଗିଚାର ଖଣ୍ଡେ ଏରିଆ ସଜାସଜି କରି ଦେଇଛି ବିନେଶ୍ ତା ସହ ଟେଡି ବିୟର୍,ଗୋଲାପ ତୋଡା, ଚକୋଲେଟ୍, ଡ୍ରେସ୍, ଏମିତି ଅନେକ କିଛି ଜିନିଷ ।

ବିନି ଧାଇଁ ଯାଇ କୁଣ୍ଢେଇ ଧରିଲା ବିନେଶ୍ କୁ। ବାପ୍ ରେ ମା ଚଣ୍ଡୀ ର ରାଗ ଶାନ୍ତ ହେଲାଣି ନା ଅଛି ଏଯାଏଁ। କିନ୍ତୁ,ଯା ବି ହେଉ ଦୁଇ ଦିନ ହେଲା ମୁଁ ଟିକେ ମୁକ୍ତି ପାଇଛି । ପୁଣି ବିନେଶ୍ ର ହସ ଆରମ୍ଭ ହେଇଗଲା। ହଁ ହସ ହସ ମୋ ଉପରେ ମୋତେ ଦେଖେଇ କି ନ ହସିଲେ ତମେ ଶାନ୍ତି ରେ ରହି ପାରିବନି କହି ଟିକିଏ ବିରକ୍ତ ହୋଇଗଲା ବିନି।

ବିନେଶ୍ ସାଙ୍ଗେ ସାଙ୍ଗେ କହି ପକେଇଲା ମା ଚଣ୍ଡୀ ପ୍ରମିଜ୍ କରୁଛି ତମକୁ କେବେ ଦୂରେଇ ଦେବିନି ମୋ ଠାରୁ। ତମେ ସିନା ଭାବୁଛ ମୁଁ ଆଉ କାହା ସାଙ୍ଗରେ ଗପୁଛି ତମକୁ ଫୋନ୍ ନଂ କରିକି ହେଲେ ସତରେ ମତେ ସମୟ ହିଁ ମିଳୁନି। ହଉ ହଉ ତମେ ପୁଣି ବିଶ୍ଵାସ କରିବନି ପୁଣି ବିରକ୍ତ ହେଇ ମତେ କହିବ ଦୁନିଆ ରେ ତମେ ହିଁ ଗୋଟିଏ ମଣିଷ ଯାହାର ସମୟ ବହୁତ ଅଭାବ । ସତରେ ବିନି ତମେ ସିନା ଫୁଲେଇ ହେଇ ମୋ ଉପରେ ରାଗି ଗୋଡ଼ କଚାଡି ହେଇ ଫୋନ୍ ଫୋପାଡୁଛ ହେଲେ ତୁମ ବିନା କ'ଣ ମୁଁ ରହି ପାରିବି। ଆଉ ହଁ ଆମ ବାହାଘର ଆର ମାସ ଠିକ୍ ଏଇ ଦିନ ହେବ ବୋଲି ମା ଆଜି ଜ୍ୟୋତିଷ ଙ୍କ ଠୁ ବୁଝି କହୁଥିଲେ। ତମେ ଆଉ ମୁଁ ଚାଲୁଥିବା ସାଥି ହୋଇ। ଏବେ ଖୁସି ତ । ଏଣିକି ଇଆଡେ ମତେ ରାଗିବା ବନ୍ଦ କର ହେଲା। ବିନି ଆଉ ବିନେଶ୍ ହସୁଥିଲେ ଆକାଶକୁ ଅନେଇ।



Rate this content
Log in

Similar oriya story from Drama