Barsha rani Nanda

Classics Fantasy Children

3  

Barsha rani Nanda

Classics Fantasy Children

ସମସ୍ତେ ଶୋଇଯିବା ପରେ

ସମସ୍ତେ ଶୋଇଯିବା ପରେ

3 mins
315


.....୧.....

ଦିନସାରାର କାମ ବ୍ୟସ୍ତତା ଭିତରେ ମୁଁ ତା' ସାଙ୍ଗରେ କଥା ହୋଇ ପାରେନି। କେମିତି ବା କଥା ହେବି ଜାଣିଶୁଣି ତା' ମୁଣ୍ଡରୁ ବୋଝ ଓହ୍ଲେଇବ ବୋଲି ମତେ ବାହାଘର କରିଦେଲା। ଶାଶୁ ଶ୍ଵଶୁର ସମସ୍ତଙ୍କ ମନ ନେଇ ଚଳିବା ପାଇଁ ପଡ଼ୁଛି,ଏପଟେ ଅଫିସ୍ କାମ ଏପଟେ ଛୁଆର ଦାୟିତ୍ଵ ନେବା କେଉଁ କମ୍ କଥା କହୁନ। ସେଥିପାଇଁ ଦିନ ସାରା ତା' ସାଙ୍ଗରେ କଥା ହୋଇ ପାରେନି।

ସବୁ କାମ ଠିକ୍ ସମୟରେ କର, ଠିକ୍ ସମୟରେ ସମସ୍ତଙ୍କୁ ଖାଇବା ପାଇଁ ଦିଅ ତା' ପୁଣି ସମସ୍ତଙ୍କର ମନ ପସନ୍ଦର। ରାତିରେ ଯିଏ ଯାହା ଖଟକୁ ଯାଇ ସାରିଲା ପରେ ତା' ସାଙ୍ଗରେ ବହୁତ ଗପେ ମନଭରି। ମୁଁ ସିନା ତା' ପାଇଁ ସମୟ ବାହାର କରି ପାରେନି ସେ କିନ୍ତୁ ମୋର ସବୁ କାମରେ ନଜର ରଖିଥାଏ। ଏତେ ତରତର କାହିଁକି ହେଉଛୁ ଲୁଣ ଆଉଟିକେ ଦେ ମସଲାଟା ଟିକେ କମ୍ ପଡ଼ିଲା ଜୋଇଁ ଖାଇବେନି ଛୁଆଙ୍କ ଖାଇବାରେ ରାଗ କମ୍ ଦେ ଛୁଆଙ୍କ ପାଟି ବହୁତ ନରମ ସେମାନେ ଖାଇ ପାରିବେନି। ଶାଶୁଙ୍କୁ ବିପି ମେଡ଼ିସିନ୍ ଦେଲୁ ଖାଇବା ପାଇଁ। ତୁ ଖାଇଲୁଣି, ସମସ୍ତଙ୍କ କଥା ତ ବୁଝିଲୁ ଏବେ ତୁ ଖାଇନେ।

ଆଜି ଦରମା ପାଇଲୁ ବାପାଙ୍କୁ ପଠେଇଦେ ସେ ଏକା ଲୋକ ତତେ ମାଗି ପାରୁ ନାହାନ୍ତି ସିନା ହେଲେ ତୁ କେବେ ଦେବୁ ପଇସା ଅନେଇ ରହିଥିବେ।

ନାତି ନାତୁଣୀଙ୍କ ପାଇଁ ସେଇ ଜିନିଷଟା ଆଣ ସେମାନେ ଭଲ ପାଆନ୍ତି ପରା। ଏତେସବୁ କଥା କହି ଚାଲିଥାଏ ସେ। ଯେତେବେଳେ ସେ ମୋର ସବୁ କାମରେ ଧ୍ୟାନ ରଖେ କିନ୍ତୁ ସମୟ ଅଭାବ ପାଇଁ ବେଳେବେଳେ ତା' ଉପରେ ମୁଁ ବିରକ୍ତ ହୁଏ ସେ କିଛି ବି କୁହେନି ଟିକିଏ ସମୟ ମନଦୁଃଖ କରେ କିଛି କୁହେନି ତା'ପରେ କିଛି ସମୟ ପରେ ପୁଣି ତା'ର କଥା ଆରମ୍ଭ ହୋଇଯାଏ। ଅଫିସ୍ ରୁ ଫେରିବା ମାତ୍ରେ ପଚାରେ ଆଜି ଖାଇଲୁ ଭଲକି ନା କେବଳ କାମ କରି ଚାଲିଲୁ ଖାଇବା ପିଇବା ଭୁଲି। ମୁଁ କୁହେ ନା ଲୋ ବେଶି କାମ ଥିଲା କେମିତି ଶୀଘ୍ର ଘରକୁ ଫେରିବି ବୋଲି ଟିକିଏ ଖାଇଲି ଆଉ ବାକି ଛାଡିଦେଲି।

ସୁଁ ସୁଁ କରି କାନ୍ଦି ଉଠେ ସେ । କିଛି ସମୟ ପରେ ପୁଣି କୁହେ ଏତେ କାମ କଲେ କ'ଣ ହେବ ନିଜ କଥା ଟିକିଏ ଦେଖେ ତୁ କେମିତି ଦିଶୁଛୁ ଶୁଖିକି , ମୁଁ ବି କାନ୍ଦି କି କୁହେ ମୁଁ ନଖାଇବାଠୁ ଅଧିକା କଷ୍ଟ ତୁ ମତେ ଛାଡ଼ି ଚାଲି ଯିବାର ଦୁଃଖ ମତେ ଅଧିକା ଲାଗୁଛି। ସେ କୁହେ ମୁଁ ତୋ ପାଖରେ ନଥିଲେ ବି ଛାଇ ଭଳି ତୋ ପାଖରେ ରହିଛି। ଫଟୋ ହୋଇ କାନ୍ଥରେ ରହିବା ଆଉ ପାଖରେ ରହିବା କ'ଣ ସମାନ କୁହ ନା ମା।

ହଁ ମୋ ମା ଛାଡି ଚାଲିଯାଇଛନ୍ତି ଏଇ ଦୁଇ ବର୍ଷ ହେଲା । ସେ ଦେହ ସିନା ତ୍ୟାଗ କରି ଦେଇଛି କିନ୍ତୁ ତା ଆତ୍ମା ଏବେବି ମୋ ପାଖରେ ଛାଇଟିଏ ଭଳି ମୋ ପାଖରେ ପାଖରେ ରହିଛି। ତା' ଫଟୋ ରଖିଛି ମୋ ଶୋଇବା ପାଖରେ ସେ ମତେ କେବେ ବି ଏକା ହେବା ପାଇଁ ଦିଏନି। ଫୁଲ ମାଳ ଲଗେଇ ଦେଲେ ସେ ଜମା ବି ଭଲପାଏନି ମୋ ପାଇଁ ଏ ଫୁଲ ମାଳ କିଣି ପଇସା ଖର୍ଚ୍ଚ କରନି ବୋଲି କୁହେ। ହଁ ସେ ମା ପରା । ସେ ସହି ପାରେନି ମୋ ଦୁଃଖ। ଦିନେ ଅଫିସ୍ ରୁ ତରତର ହୋଇ ବାହାରି ଆସୁଥିଲି ଗୋଡ଼ ଟିକେ ମୋଡ଼ି ହୋଇଗଲା ସେ କେତେ ଦିନ ଯାଏଁ ସୁଁ ସୁଁ ହୋଇ କାନ୍ଦିଛି। ତା' ସାଙ୍ଗରେ ଗପେ ମୁଁ ମନଭରି। ସବୁବେଳେ ତ ତା ସାଙ୍ଗରେ କଥା ହୋଇବି ପାରିବିନି ନା ସମସ୍ତେ କହିବେ ପଗେଳି ହୋଇଗଲାଣି ବୋଲି ସେଥିପାଇଁ ରାତିରେ ସମସ୍ତେ ଶୋଇଗଲା ପରେ ମୁଁ ତା' ସାଙ୍ଗରେ କଥା ହୁଏ।

.....୨........

  ସମସ୍ତେ ଶୋଇଗଲା ପରେ ଶୁଭେ ତା ରୁଣୁଝୁଣୁ ଶଦ୍ଦ । ପାଦର ପାଉଁଜିର ଶଦ୍ଦ। କଥା କହିବାର ଶଦ୍ଦ। ହଁ ମୁଁ ଅନୁଭବ କରିଛି ତା ଉପସ୍ଥିତିକୁ। ମହ ମହ ବାସି ଉଠେ ଘର। ବାସୁମତୀ ଚାଉଳର ଅନ୍ନ , ଗୁରୁବାର ମାଣବସାରେ ମା ଲକ୍ଷ୍ମୀଙ୍କ ଠାରେ ଲଗଉଥିବା ଭୋଗର ବାସ୍ନାରେ ଘର ମହକି ଯାଏ। ମହ ମହ ଅନ୍ନପୂର୍ଣ୍ଣା ଚାଉଳର ଅନ୍ନ,ମୁଗ ଡାଲି, ମିଶାମିଶି ତରକାରୀ,ଶାଗ,ଖଟା ମା ଯେମିତି ବାଢିଥାଏ ଲକ୍ଷ୍ମୀଙ୍କ ପାଖରେ ଠିକ୍ ସେମିତି ବାସ୍ନା। ପେଟ ପୂରିଗଲା ଭଳି ଲାଗେ। କିନ୍ତୁ କେବେ ଦେଖି‌ ପାରିନି ତାକୁ। ସତରେ କଣ ସେ ଲକ୍ଷ୍ମୀ ମା ହୋଇ ଥାଇପାରେ। ଦିନେ ସ୍ବପ୍ନରେ ଅନୁଭବ କରୁଥାଏ ତା ଉପସ୍ଥିତିକୁ। ଆଖି ଖୋଲିବା ପାଇଁ ଚାହିଁଲି ଆଖି ଖୋଲୁ ନଥାଏ ଶୋଷ କରୁଥାଏ, କାହାକୁ ଡାକିବି ପାରୁ ନଥାଏ କିନ୍ତୁ ଯେତେବେଳେ ମା ଆସି ହଲେଇ ଦେଲେ ଝିଅ ଉଠ୍ ସ୍ବପ୍ନ ଦେଖୁଛୁ କି ? ଉଠିଲି ଦେଖିଲା ବେଳକୁ ସତରେ ସେଇ ବାସ୍ନା ଯେଉଁ ବାସ୍ନାକୁ ଅନୁଭବ କରୁଥିଲି ମୁଁ ସ୍ବପ୍ନରେ ,ଇଏ କାହାର ଉପସ୍ଥିତି ହୋଇ ଥାଇପାରେ।



Rate this content
Log in

Similar oriya story from Classics