Barsha rani Nanda

Classics Fantasy Others

3  

Barsha rani Nanda

Classics Fantasy Others

ଆସ ନୂଆ ଖାଏମା

ଆସ ନୂଆ ଖାଏମା

5 mins
244


ପୂର୍ବ ଓଡ଼ିଶା ନେ ରଜ ଯେନ୍ତା ବଡ଼୍ ତିହାର୍। ଆମର୍ ପଶ୍ଚିମ୍ ଓଡ଼ିଶାନେ ହେନ୍ତା ନୂଆଖାଇ ବଡ଼୍ ତିହାର୍। ନୂଆଖାଇ ବଏଲେ ଇଟା ଚାଷୀ ମାନ୍ କର୍ ପରବ୍ ଆଏ। ଚାଷୀ ତାର୍ କ୍ଷେତେ ନୂଆ ଧାନ୍ ହେଲେ ମା ଲକ୍ଷ୍ମୀ କେ ଆରୁ ତାର୍ ଇଷ୍ଟଦେବୀ କେ ଦେଇକରି ଖାଉଥିଲା । ତ ଏବେ ସେଟାକେ ସମସ୍ତେ ମିଶି କରି ପାଳନ୍ କରୁଚନ୍।


ଆଗେ ନେଇ କେ ଯାର୍ ହିସାବ୍ ରେ ସେ ନୂଆଖାଉ ଥିଲେ। ଧାନ୍ ହେଲା ବଲେ ଇଟା ଗାଁ ନେ ମିଟିଙ୍ଗ୍ କର୍ ବେ,

ଜ୍ୟୋତିଷ କେ ବି ଡାକ୍ ବେ,ଗାଁ ର ମୁଖ୍ୟ ଲୋକ୍,ବୟସ୍କ ଲୋକ୍ ସବୁ ବସିଥିବେ ଇଟା, ଆରୁ ଭଲଦିନ ଦେଖିକରି ବ୍ରାହ୍ମଣ କେତେଟା ଲଗ୍ନ ବାହାର୍ କର୍ ବା,ଆରୁ ସେନୁ ଗାଁ ର ଯେନ୍ ବୟସ୍କ ଲୋକ୍ ମାନେ ଥିବେ,ସେମାନ୍ କର୍ ସୁବିଧା ହିସାବରେ ଦିନ୍ ଗୋଟେ ବଛା ହେବା ।


ଆଗେ ତ ଗାଁ ମାନ୍ କେ ବଜା ବାଲା ଗୋଟେ ରଖିଥିବେ..... ସେ ନେଇକେ ପଞ୍ଚାୟତ୍ ରେ ଇଟା ହେବା କି ସେଟା ହେବା ସବୁ କହି ବୁଲୁଥିଲା।ହେନ୍ତା ବଜା ବାଲା ଗାଁ ସାରା ବଜା ବଜେଇ କରି କହି ବୁଲ୍ ବା ଆମର୍ ଗାଁ ନେ ଇ ଦିନ୍ ନୂଆ ଖିଆ ହେବା ବଲିକରି।...


ତାପରେ ନେଇ କେ ଲୋକ୍ ଲାଗି ପଡ୍ ବେ ନୂଆଖାଇ ଯୋଗାଡ଼୍ ନେ।ଇ ଗାଁ ନେ ଗୋଟେ ଦିନ୍ ସେ ଗାଁ ନେ ଗୋଟେ ଦିନ୍ ଏନ୍ତା କରି ନୂଆ ଖାଉଥିଲେ।ତାପରେ ସର୍ କାର୍ କରିଦେଲା ଯେ ଗଣେଶ ପୂଜା ର ପର ଦିନ୍ ନୂଆଖାଇ ପାଳନ୍ ହେବା।


ମା ସମଲେଶ୍ବରୀଙ୍କ ର୍ ନେ ନୂଆ ଖିଆ ର ଲଗନ୍ ବାହାର୍ କର୍ ସନ୍ ଜ୍ୟୋତିଷ୍ ମନେ।ସମ୍ ଲେଇ ମାର୍ ନେ ଯେତେବେଳେ ଭୋଗ୍ ଲାଗି ହେସି ସେ ଏକା ସମୟ ନେ ପଶ୍ଚିମ୍ ଓଡ଼ିଶାନେ ସବୁ ଦେବୀଦେବତା ମନ୍ଦିର୍ ନେ ନୂଆ ଲାଗିହେସି। 

ହେଲେ ଏବେ ବି ମା ମାଣିକେଶ୍ଵରୀ ନେ ଦଶମୀ ନେ ନୂଆ ଲାଗି ହେସି।ଆରୁ ଭବାନୀପାଟଣା ର ଲୋକ୍ ଦଶମୀ ନେ ନୂଆ ଖାଏସନ୍।ରାମ୍ ପୁର୍ ରଜା ଘର୍ ନେ ବି ଦଶମୀ ରେ ନୂଆ ଲାଗି ହେସି ଆରୁ ରାମ୍ପୁର୍ ର ଲୋକ ବି ଦଶମୀ ନେ ଖାଏସନ୍।ଆରୁ ବାକି ଜାଗା ନେ ପଞ୍ଚମୀ ନେ ଏକା ଖାଏସନ୍।


ପଶ୍ଚିମ ଓଡ଼ିଶାର ବଡ଼୍ ତିହାର୍ ଇଟା। ନୂଆଖାଇ ଆସ୍ ଲେ ସବୁ ଆନନ୍ଦ୍ ଉସତ୍। ନୂଆଖାଇ ନେ ସବୁ ନୂଆ କର୍ ବାକେ ପଡ଼୍ ସି। ନୂଆଖାଇ ର୍ କେତେ ଦିନ ଆଗରୁ ଦୋକାନ୍ ବଜାର୍ ଗହଲ୍ ଚହଲ୍ ରହେସି।ଇଟା ଆମର୍ ବଡ଼୍ ତିହାର୍ ବଲି ସବୁ ଯୁଗାଡ୍ କର୍ ବାକେ ପଡ଼୍ ସି।ଆରୁ ନୂଆଖାଇ ଆଏଲେ ତ ଦୋକାନୀ ମାନେ ଖୁବ୍ ଉସତ୍ ହେସନ୍।ଭଲ୍‌ ଦୁଇ ପଇସା ରୋଜଗାର ହେସି ନୂଆଖାଇ ଆସ୍ ଲେ ବଲି।


ନୂଆଖାଇ ର୍ ପ୍ରସ୍ତୁତି ତ ବହୁତ୍ କଷ୍ଟ କାମ୍ ଆଏ।ଘରର୍ ସବୁ ଲୁଗାପଟା ସଫା କର୍ ବାକେ ପଡ଼୍ ସି।ଯାର୍ ମାଟି ଘର୍ ନୂଆଖାଇ ମାସେ ଆଗ୍ ରୁ ମାଟି ଲିପା ଲୁପି କର୍ ସନ୍,ଝୋଟି ଦେସନ୍। ଏବେ ତ ସଭେ ସିମେଣ୍ଟ ଘର୍ କଲେନା,ହେଲେ ବି ନୂଆଖାଇ ର୍ ଆଗର୍ ନୁ ରଙ୍ଗ ମରା ହେସି l

ଘର୍ ଝଡା ହେସି।ଡବା ଡୁବି ସବୁ ସଫା ସୁତର୍ କରା ହେସି।

ସବ୍ କର୍ ଲାଗି ନୂଆ ଲୁଗା ହେସି। ଅରୁଆ ଚାଉଲ୍,ମୁଗ୍ ଡାଏଲ୍,ପିଠା ର୍ ସାମଗ୍ରୀ ସବ୍ ଆନ୍ ବାକେ ପଡ଼୍ ସି।ନୂଆ କୁଲା,ନୂଆ ହାଣ୍ଡି,ଫଲ୍ ସା ପତର୍ ,ନୂଆ ଧାନ୍,ନୂଆ ଚୁଡ଼ା,କଦ୍ ଲୀ,ଗୁଡ଼, ।ସବ୍ ଯୁଗାଡ୍ କର୍ ବା କେ ପଡ଼୍ ସି।ଘରର୍ ଲାଗି ସବୁ ଜିନିଷ୍ ଆଣବାକେ ପଡ଼୍ ସି।


ଆମେ ଫଲ୍ ସା ପତର୍ ନେ ନେଇ ଖାଉ ଆମର୍ କଦ୍ ଲୀ ପତର୍ ରେ ମା ର୍ ନେ ଭୋଗ୍ ଲାଗି ହେସି,ଆରୁ ଆମେ ବି କଦ୍ ଲୀ ପତର୍ ନେ ନୂଆ ଖାଏସୁ।ସମ୍ ଲେଇ ମନ୍ଦିର ନେ ଖଡ଼ି ପାଞ୍ଜି ଦେଖିକରି ଯେନ୍ ଶୁଭ୍ ଲଗନ୍ ବାହାର୍ କରି ଥିସନ୍ ହେ ଟାଇମ୍ ରେ ଏକା ପଶ୍ଚିମ ଓଡ଼ିଶାରେ ମା ଙ୍କ ର୍ ନେ ଭୋଗ୍ ହେସି।ଆରୁ ଗାଁ ମାନ୍ କେ ଯେନ୍ ମନ୍ଦିର୍ ମାନେ ଅଛେ ସେ ମନ୍ଦିର୍ ନେ ବି ସେ ଟାଇମ୍ ରେ ଲାଗି ହେସି ନୁଆ।.....


ନୂଆଖାଇ ଆଗର୍ ଦିନର୍ ଠାନୁ ସଭେ ଲାଗି ପଡ୍ ସନ୍ ପ୍ରସ୍ତୁତି କର୍ ବାର୍ ନେ।ସବୁ ଦେବୀ ଦେବତା କେ ସଫା ସୁତର୍ କରି ରଖ୍ ସନ୍। ନୂଆଖାଇ ର୍ ଦିନ୍ ଘରର୍ ଯେନ୍ ମୁଖ୍ୟ ସେ ଉପାସ୍ ଥିସନ୍। ସକାଳୁ ଉଠିକରି ଘରର୍ ସ୍ତ୍ରୀ ଲୋକ୍ ଜଣେ ସେ ଗାଧିକରି ଆସି କରି ଇଷ୍ଟଦେବୀ ର୍ ନେ ଯେନ୍ ନୂଆ ଚୂଡା ର୍ ଭୋଗ୍ ଦେବେ ,ଆର୍ ଯେନ୍ ପିଠା ପନା ପୂଜା କର୍ ବେ ତାର୍ ପ୍ରସ୍ତୁତି କର୍ ସନ୍।ନୂଆ ଲୁଗା ପିନ୍ଧି କରି ଘରର୍ ଯେନ୍ ସ୍ତ୍ରୀ ଲୋକ୍ ମାନେ ତାଙ୍କର୍ କାମ୍ ଆରମ୍ଭ୍ କରି ଦେସନ୍।ଭୋଗ୍ କର୍ ବାର୍ ଯେନ୍ ନୂଆ ଚୁଡ଼ା କେ ସେଟା ନୂଆ ଧାନ୍ ଅନା ହେଇଥିସି, ନିଜେ ଧାନ୍ କେ କୁଟିକରି, ତାକେ ଭାଜି ଦିଆ ହେସି, ସେଟାକେ ଗୁଡ଼୍ , ନଡ଼ିଆ,କଦ୍ ଲୀ ସବୁ ଦେଇକି ଭୋଗ୍ କରା ଯାଏସି।ନୂଆ ଚୁଡ଼ା ନେ ଯେନ୍ କରା ଯାଇଥିସି ସେଟା ଆରୁ ପିଠାପଣା ସବୁ ମା ଲକ୍ଷ୍ମୀ କେ ଆରୁ ଇଷ୍ଟଦେବୀ କେ ଅର୍ପଣ କରା ହେସି।


ତାର୍ ପରେ ନୂଆ ଲୁଗା ପଟା ପିନ୍ଧି କରି ନୂଆ ଭୋଗ୍ ଖାଏବାକେ ସଭେ ଗୁଟେ ନେ ହେସନ୍ ।ଘରର୍ ସବୁ ବଡ଼ ନୁ ସାନ୍ ହିସାବେ ବଏସନ୍ ,ଘରର୍ ଯେନ୍ ମୁଖ୍ୟ ସେ ନେଇକେ ପତର୍ ଖଣ୍ଡେ ଖଣ୍ଡେ ଦେଇକରି ସବ୍ କେ ସେ ନୂଆ ଚୁଡାର୍ ଭୋଗ୍ ଦେସନ୍ ଆରୁ ମୁଖ୍ୟ ଯେନ୍ ଥିସନ୍ ନେଇ କେ ସେ ଆଗେ ଖାଏସନ୍ ଆରୁ ତାର୍ ପରେ ସଭେ ଖାଏସନ୍।


ତାର୍ ପରେ ଘରେ ଦେବୀ ଦେବତା କେ ଯାଇକରି ଆଗେ ମୁଖ୍ୟ ଯିଏ ଥିସନ୍ ଜୁହାର କର୍ ସନ୍ ଆରୁ ଭଗ୍ ବାନ୍ କେ ମାଗ୍ ସନ୍ ଯେ ସବୁବେଳେ ଆମ୍ କେ ଏନ୍ତା ଗୁଟେ ନେ କରି ରଖିଥା,ବରଷ୍ ସାରା ଖୁସିରେ କଟୁ ,ତୋର୍ ଦୟା ନୁ ବରଷ୍ ସାରା ଖାଏବାର୍ ଊଣା ନେଇ ହେଉ । 

ତାପରେ ସଭେ ଜୁହାର୍ କର୍ ସନ୍ ଭଗ୍ ବାନ୍ ପାଖେ।ତାର୍ ପରେ ସାନ୍ ମାନେ ବଡ଼୍ ଲୋକ୍‌କେ ଜୁହାର୍ କର୍ ସନ୍।


ତାପରେ ଆରମ୍ଭ୍ ହେସି ଖାଏବାର୍ ପରବ୍।ନେଇ କହି ପାରେ ତମ୍‌ କେ କେତେନି କେତେ ଆଇଟମ୍ ହେଇଥିସି ।ଖାଲି ଦେଖିଦେଲେ ଏକା ପେଟ୍‌ପୂରି ଯାଏ ସିନା।

ଆରୁ ବଡ଼ ବଡ଼ ଲୋକ ମାନେ କହେସନ୍ ଯେ ଇ ନୂଆଖାଇ ର୍ ଦିନେ ଭଲ୍ କରି ଖାଇଥିବ ବଲେ ଲକ୍ଷ୍ମୀ ମା ବରଷ୍ ସାରା ଖାଏବାର୍ ଊଣା ନେଇ କରେ।ହେଥିର୍ ଲାଗି ସେ ଦିନ୍ କେବେ କେଭେ ଫିକା ଉଡା ନେଇ କରନ୍।ଖାଏବାର୍ ଲାଗି ବହୁତ୍ ଟେ ଆଇଟମ୍ ହେଇଥିସି।......

ଭାତ,ଡାଲି,ଘାଣ୍ଟ ତରକାରୀ,ଚିପ୍ସ୍,ପନିର୍,ଖଟା,ଖିରି,କଦଳୀ ଭଜା,ଦହି ବାଇଗଣ,ମାଖନ୍ ଶାଗ୍ ଆର୍ କର୍ଡି ଭଜା, କାକରା ପିଠା।ଏତ୍ କି ତ ଆମର୍ ଘରେ ହେସି ବଲିକରି କହିଦେଲି।


ଆମର୍ ଟା ପୂଜା ପରବ୍ ରେ ମିଠା ବରା ଯେନ୍ତା କରି ବି ହେସି ଫେର୍ ସକାଳୁ ଟିଫିନ୍ ନେ ବରା,ଚଟଣୀ,ପିଠା ଏନ୍ତା ଖିଆ ସରି ଥିସି ନା।ଆମର୍ ଘର୍ ମାନ୍ କେ ଘରର୍ ମୁଖ୍ୟ ଯେନ୍ ଯିଏ ପୂଜା କର୍ ବେ ସେ ଜଣେ ଏକା ଉପାସ୍ ଥିସନ୍ ବାକି ସଭେ ଖାଏସନ୍। ଅଲ୍ ଗା ଘର୍ ମାନ୍ କେ ଛୁଆ ନୁ ବଡ଼୍ ତକ୍ ସଭେ ଉପାସ୍ ଥିସନ୍ ନୂଆ ଖାଏଲା ତକ୍। 


ହଁ ସୁନ ତାର୍ ପରେ ନେଇ କେ ଖାଇ ସାର୍ ଲା ପରେ ସଭେ ଫେର୍ ଘାଏ ସଜବାଜ ହେଇ କରି ଆମେ ଯାଏସୁ ଆମର୍ ନୁ ଯେନ୍ ବଡ଼୍ ମାନେ ଅଛନ୍ ଆମର୍ ବଂଶରେ ସେମାନ୍ କୁ ଜୁହାର୍ କରି।ଆମର୍ ନୁ ଯେନ୍ ମାନେ ସାନ୍ ସେମାନେ ବି ଆଏସନ୍ ଆମ୍ କେ ଜୁହାର୍ କରି।


ଗାଁ ଗାଁ ନେ ନୂଆ ଖିଆ ସରିଗଲା ବଲେ ଆରମ୍ଭ୍ ହେଇ ଯାଏସି ନୂଆଖାଇ ଭେଟ୍ ଘାଟ୍।ଏନ୍ତା ହେଇ କରି ନୂଆଖାଇ ର୍ ଦିନ୍ ଖୁବ୍ ଉସତ୍ ଲାଗ୍ ସି।ନୂଆଲୁଗା ପିନ୍ଧା ହେସି .....ଫେର୍ ରକମ୍ ରକମ ର୍ ଖାଏବା ଜିନିଷ ହେଇ ଥିସି, ଫେର୍ ସେ ଦିନ୍ ସବ୍ କେ ଫୁର୍ ସତ୍ ଯିଏ ଯେନ୍ ଧନ୍ଦାବାଡି କର୍ ସନ୍ ସେଦିନ୍ ବନ୍ଦ୍ କରି କରି ଘରେ ମଜା କର୍ ସନ୍, ଫେର୍ ନେଇ କେ ଆର୍ ଗୁଟେ କାଣା ଖୁସି ଲାଗ୍ ସି କି ଭାଇ ଭାଇ ଯେତେ ନେଇ କଥା ହେଉଥିଲେ ବି ସେ ଦିନେ ସବୁ ରାଗ୍ ରୁଷା ଭୁଲି କରି ଗୋଟେ ନେ ହେସନ୍ ଆରୁ ମିଶି କରି ନୂଆ ଖାଏସନ୍।


ଯିଏ ଯେତେ ଦୂରେ ବି ଥାଉନ୍ ନୂଆଖାଇ ପାଳ୍ ବାର୍ ଲାଗି ସଭେ ଘର୍ କେ ଆଏ ସନ୍।ଭାଇ ଭାଇ ଯେତେ ବି ମାଡ଼୍ ହେଇଥାଉନ୍ ସବ୍ କେ ମିଶେଇ ଦେଇ ପାର୍ ସି ଇ ନୂଆଖାଇ ପର୍ବ। ପରିବାର୍ ଭିତରେ ଯେନ୍ ବଡ଼୍ ଭାଇ ଥିସନ୍ ସେ କେତେ ଦିନର୍ ଆଗ୍ ରୁ ଅଲଗା ଯେନ୍ ଭାଇ ମାନେ ଥିସନ୍ ସବ୍ କେ କହେସନ୍ ଯେ ଆମର୍ ଘରେ ନୂଆ ଖାଏମା ବଲି।


ସାନ ଭାଇ ମାନେ ଯେତେ ବି ରାଗ ରୁଷା ହେଇଥନ୍ ବଡ଼୍ ଭାଇ ଏତ୍ କି ଖାଲି କହେସନ୍ ଯେ ଛାଡ଼୍ ଯାହା ବି ହେଇଛେ ସବୁ ଭୁଲି ଯା ଆମର୍ ନେ ନୂଆ ଖାଏମା ହେଲା ।ଏତ୍ କି କଥା ଶୁଣ୍ ଲେ ରାଗ୍ ବି କେନ୍ ଆଡେ ଭାଗ୍ ସି ନୂଆଖାଇ ଦିନ୍ ସଭେ ଗୁଟେ ନେ ହେଇ କରି ନୂଆ ଖାଏସନ୍।ଆରୁ ନେଇ କେ ନୂଆଖାଇ ଦିନେ ନେଇକେ ଯଦି ନେଇ ମିଶ୍ ଲେ ବଲେ ସେମାନେ ଆର୍ କେଭେ ନେଇ ମିଶନ୍‌।


ତାର୍ ପରଦିନ କଥା ଆର୍ ନେଇ କହେନା ,ଥାଉ ନା,କାଯେ କି ଆମେ ତ ପୂରା ଭେଜି ଟେରିୟାନ୍, ନୂଆଖାଇ ଦିନ୍ ଏକା ଆମ୍ କେ ମଜା ଲାଗ୍ ସି ନା ।ଯିଏ ଆଇଁସ୍ ଖାଏସି ସେ ଏକା କହି ପାର୍ ବା ନୂଆଖାଇ ବାସି କଥା- ହା- ହା ମୋର୍ କିଛି ଅନୁଭୂତି ନେଇନା ବାସି କେ ନେଇକରି।


ମା ସମ୍ ଲେଇ,ମା ମାଣିକେଶ୍ଵରୀ ସବ୍ କେ ପଣତ୍ କାନି ଢାବିକରି ରଖି ଥାଉନ୍।



Rate this content
Log in

Similar oriya story from Classics