Barsha rani Nanda

Fantasy Others

3  

Barsha rani Nanda

Fantasy Others

ସିଏ ମୋ ବାପାଙ୍କ ପରି

ସିଏ ମୋ ବାପାଙ୍କ ପରି

5 mins
192


"ଭାଇ" ତା କଥା କହୁଥିଲେ ବି ସରିବନି । ଠିକ୍ ବାପା, ମା ଙ୍କ ପରି ଭଲପାଇବା ଦିଏ ସେ । ଭାଇ ଛୋଟ ହେଉ ବା ବଡ଼ କିଛି ଫରକ୍ ହିଁ ପଡେନି । କଥା ହେଲା ଆମ ଭାଇ ଆମକୁ କେତେ ଭଲରେ ବୁଝି ପାରିଛି । କେଉଁ ଭାଇ ଭଉଣୀ କ'ଣ ସେଇଟା ଅଲଗା କଥା କିନ୍ତୁ ମୋ ମମି ଆମ ଦି ଜଣଙ୍କୁ ଛୋଟବେଳୁ ହିଁ ଶିଖେଇ ଆସିଛନ୍ତି ଯେ ତମକୁ ଯଦି ଗୋଟିଏ ବାଦାମ ମିଳେ ତାହେଲେ ତାକୁ ଦି ଫାଳ କରି ଦିଜଣ ଖାଇବ.... ତାହେଲେ ଯାଇ ଭାଇ ଭଉଣୀ ଙ୍କ ଭିତରେ ସ୍ନେହ ରହିବ ।


ସେଇଆ ହିଁ ହେଲା ବାପୁ ମାନେ ମୋ ଭାଇ ଯେତେବେଳେ ଛୋଟ ଥିଲା ତାକୁ ଯିଏ ଯାହା ବି ଟିକିଏ ଦେଇଥିବ ଆଉ କହିଥିବ ଲୁଚେଇକି ଖାଇଦେ ସେ ଜମା ଖାଇବନି ମୋ ଆଗରେ ଯେମିତି ହେଲେ ବି ଦେଖେଇବ ଆଉ ଟିକିଏ ବି ହେଉ ପଛେ ମତେ ଦେବ ଆଉ ଖାଇବ ।

ଯେତେ ଦିନ ଯାଏଁ ଭାଇ ର ବୁଦ୍ଧି ପାକଳ ହେଇନି ମାନେ ତାର ଛୋଟ ପିଲା ଙ୍କ ବୁଦ୍ଧି ଭଳି ଅଛି ତାହେଲେ ସେ ଆମକୁ ଯାହା ବି କହିଲେ ଚଳିଥାଏ, ଯେତେ ବେଳେ ସେ ବଡ଼ ହେଇଯାଏ ମାନେ ରୋଜଗାର କ୍ଷମ ହେଇଯାଏ ସିଏ ଯାହା ଟିକେ କହିଦେଲେ ଆମକୁ ଟିକେ କଷ୍ଟ ହୁଏ ।

ନା..ନା...ଆମେ ମନଦୁଃଖ କରିବା କଥା ନୁହେଁ କାହିଁକି ନା ଖାଲି ସିଏ କ'ଣ ଆମକୁ ବୁଝିବ ଆମେ ବି ତାକୁ ଭଲ କି ବୁଝିବା ଦରକାର । ଭାଇ ଯଦି ସବୁବେଳେ ତମକୁ ରାଗୁଛି କି ଖରାପ ବ୍ୟବହାର କରୁଛି ତ ନିହାତି ଭାବେ ଭଉଣୀ ର ବି ଭୁଲ୍ ଥିବ ।


ମୋ ଭାଇ ଯଦି ମତେ କିଛି କୁହେ ମୁଁ ଟିକେ ନାକ କାନ୍ଦୁରୀ ଟା ଟିକିଏ କାନ୍ଦେ କିନ୍ତୁ ଟିକିଏ ପରେ ହେ ଛାଡ ମ ତା କଥାକୁ କିଏ ପଚାରୁଛି ଆଉ ଟିକିଏ ଗଲେ ବୁଲେଇ ନେବ ମତେ ଏମିତି ଭାବିକି ଭୁଲି ଯାଏ । ସେ ଯଉ ମତେ ରାଗି ଥାଏ ତାର ଜୋରିମାନା ବି କଲେକ୍ସନ୍ କରେ ମୁଁ । ସେଇଟା ସେ ଜାଣିବି ପାରେନି ।


ଥରେ ଏମିତି କାମରେ ଆମେ ଭାଇ ଭଉଣୀ ଦି ଜଣ ଭବାନୀପାଟଣା ଯାଉଥାଉ । ଆଉ ଆମକୁ ବାଟରେ ଜଣେ ଭେଟିଲେ । ତମ ମାଙ୍କୁ ଟିକିଏ ପଇସା ଦେଇଦେବ ମୋର ତ ସମୟ ହେଉନି ଯିବା ପାଇଁ କହିକି ୫୦୦ ଟଙ୍କା ଦେଲେ ମତେ । ପୁଣି ଥରେ ମନେ ପକେଇକି ଦେଇଦେବ ବୋଲି କହିଲେ । ସେ ଯାହା ବି ହେଉ ସେଇଟା ଘରକୁ ଆସିକି ମମିଙ୍କ ପାଖେ ଜମା ଦେବା ପାଇଁ ପଡିବ । ଭଲକି ରଖେ କହିକି ପକେଟ୍ ରେ ରଖିଲି । ସେଦିନ ଯୋଗକୁ ମୁଁ ପର୍ସ ନେବା ଭୁଲି ଯାଇଛି । ବାପୁ ବି କହିଲା ଦେ ପଇସା ରଖିଦେବି ବୋଲି ମୁଁ କହିଲି ନା କିଛି ହେବନି ମୁଁ ରଖିଛି ।

ଆମେ କାମ ସାରି ଫେରି ଆସିଲା ବେଳେ ବାଟରେ ୩୦୦ ଟଙ୍କା ଜିନିଷ କିଣି ଦେଇଥିଲୁ । ମୋ ପାଖରେ ଆଉ ଦୁଇ ସହ ଟଙ୍କା ଥିଲା । ଯେହେତୁ ପଇସା ରଖିବା ପାଇଁ ଭଲ ଲାଗେ ତ ମୁଁ ରଖିଛି ବୋଲି କହିଦେଲି ବାପୁ କୁ । କିନ୍ତୁ ପଇସା ଯଦି ରଖିବାକୁ ଭଲ ଲାଗେ ତାହେଲେ ତାକୁ ଦାୟିତ୍ଵ ରେ ରଖିବାର ଅଛି । ମୁଁ ବି ସବୁବେଳେ ପଇସା କୁ ଦାୟିତ୍ଵ ରେ ରଖେ କିନ୍ତୁ ସେଥର ବି ମୁଁ କେମିତି ଏତେ ଖାମ୍ ଖିଆଲ୍ ହେଲି ନିଜେ ବି ଜାଣିନି ।


ଅଧା ବାଟରେ ଓହ୍ଲେଇ ଲୁ କ'ଣ ଗୋଟେ କିଣିବା ପାଇଁ ପକେଟ୍ ଅଣ୍ଡାଳିଲା ବେଳକୁ ପଇସା ନାହିଁ । ମୁଁ ତ ବାୟା ହେଇ ଖୋଜିଲି ରୁମାଲ୍ ଝାଡିଲି ସେଠି ନଥିଲା ପକେଟ୍ ରେ ବି ନାହିଁ କୁଆଡେ ଗଲା ବୋଲି ବାୟା ଭଳି ହେଲି ।

ପଛେ ମନେ ପଡ଼ିଲା ଯେ ବାପୁ ତା ସାଙ୍ଗ ଜଣକୁ ଭେଟିଲା ସେଠି ମୁଁ ରୁମାଲ୍ କାଢିଲି ଖାଇଥିଲି ତ ହାତ ପୋଛିବା ପାଇଁ ସେଠି ହିଁ ପଡ଼ି ଯାଇଥିବ । ବହୁତ ବିରକ୍ତ ଲାଗିଲା ନିଜ ଉପରେ ।


ବାପୁ କହିଲା ସେଥିପାଇଁ ତ ରଖିଦେବି ପର୍ସରେ ଦେ ବୋଲି କହିଲି ତୁ ଦେଲୁନି । ଯଦି ଆପଣ ଭିକାରୀ କୁ କୋଡ଼ିଏ ଟଙ୍କା ଦେଇଦେବେ ନା କିଛି ବି ଲାଗିବନି କିନ୍ତୁ ଯଦି କୋଡ଼ିଏ ଟଙ୍କା ଅଜାଣତରେ କଉଠି ପଡିଗଲା ନା ହଜିଗଲା ସେଦିନ ଭଲ ଲାଗିବନି । ମତେ ବି ସେମିତି ବିରକ୍ତ ଲାଗୁଥାଏ ।


ଘରକୁ ଯାଇକି ଯଦି ମମିଙ୍କୁ କହିବି ପଡିଗଲା ବୋଲି ମମି ଶୁଣେଇବେ ଏବେ ବୁହେ । ଏଡେ ବଡ଼ ହେଲୁଣି ଦାୟିତ୍ଵ ବୋଲି କିଛି ଜିନିଷ ନାହିଁ , ଏତିକି ପଇସା କୁ ସମ୍ଭାଳି ରଖି ପାରୁନି ଘରର ଦାୟିତ୍ଵ କ'ଣ ନେବୁ , ଏମିତି ବହୁତ କଥା ଶୁଣିବାକୁ ପଡିବ ମତେ ,ପୁଣି ଯିଏ ସିଲେଇ ବା ପାଇଁ ଶାଢ଼ୀ, ବ୍ଲାଉଜ୍ ସବୁ ଦେଇଛି ସେ ଫୋନ୍ କରି ଦେଇଥିବ ପଇସା ଦେଇ ଦେଇଛି ଛୁଆ ମାନଙ୍କୁ ବୋଲି । କ'ଣ କରିବି ଏବେ ମତେ ଗାଳି ବହୁତ ପଡିବ ବୋଲି ଭାବୁଥାଏ ।

ବାଇକ୍ ଚାଲିଲା ଭିତରେ ବି ଆମେ ଭାଇ ଭଉଣୀ ବହୁତ ଗପସପ କରି ଯାଉ । ବାପୁ ମତେ ବହୁତ କଥା କହୁଛି କିନ୍ତୁ ମୁଁ ଉତ୍ତର ଦେଉନି.... ସେ ଜାଣିଗଲା ମୁଁ ମନଦୁଃଖ ରେ ଅଛି ବୋଲି ।


ତାର ଗୋଟିଏ ଲକ୍ଷଣ ହେଲା ଯେକୌଣସି କଥାକୁ ବି ସେ ବହୁତ ସହଜ ରେ ସମାଧାନ କରିଦିଏ । ଟେନ୍ ସନ୍ ଥିଲା ବେଳେ ବି ହସି ହସି କଥାହୁଏ ତମେ ଜାଣି ପାରିବନି ଯେ ସେ ଟେନ୍ ସନ୍ ରେ ଅଛି ନା କ'ଣ । କଷ୍ଟ କାମକୁ ବି ସହଜରେ ନିଏ ସେ । ମତେ ତ ବହୁତ ଆଶ୍ଚର୍ଯ୍ୟ ଲାଗେ ।

ସେ ଯେତେବେଳେ ଜାଣିଲା ମନଦୁଃଖ କରୁଛି ମୁଁ ମତେ କହୁଛି ତୋ ଭାଇ ଅଛି ପରା ଟେନ୍ ସନ୍ କ'ଣ ପାଇଁ ନେଉଛୁ । ମୋ ଏକାଉଣ୍ଟ୍ ରେ ପଇସା ଅଛି ଆଉ ମୁଁ ଅଛି ତୋ ପାଖେ ମାନେ ତୋର କିଛି ଚିନ୍ତା ନାହିଁ ହେଲା । ହମ୍ ହେ ନା ।


ବିନ୍ଦାସ୍ ରେ ବସେ ଚାଲ୍ ମୁଁ ପଇସା ଉଠେଇ ଦେବି ତୁ ଦେଇ ଦେବୁ ମମିଙ୍କୁ ।

ଏଥର ମୋର ଟେନ୍ ସନ୍ ଗଲା । ଆମ ପାଖ ଏଟି ଏମ୍ ରେ ପଇସା ଉଠେଇ ଦେଲା ଆଉ ମମିଙ୍କୁ ଦେଇ ଦେଲି ମୁଁ । ମମି କିଛି ଜାଣି ପାରିଲେନି । ତା ପରଠୁ ମୁଁ ପର୍ସ ନେବା ପାଇଁ ଭୁଲେନି । ସବୁବେଳେ ଦାୟିତ୍ଵ ରେ ରଖେ ପଇସା କୁ ।


ସିଏ ଥିଲେ ସେଥିପାଇଁ ମୁଁ ସବୁବେଳେ ବିନ୍ଦାସ୍ ଥାଏ ।

ସେ ଯେତେବେଳେ ବି ମୋ ସାଙ୍ଗରେ ଯାଏ ଡାକ୍ତରଖାନା ... ମତେ ସିରିଞ୍ଜ୍ ଲାଗିଥାଏ ହାତରେ.... ମୁଁ କାନ୍ଦୁଥିବି ସେ ହସୁଥିବ... ଆଉ ଏମିତି କଥା ସବୁ କହିବ ମୁଁ ହସିବାକୁ ବାଧ୍ୟ ହେଇଯାଏ । ହାତ ର ସିରିଞ୍ଜ ଲାଗିଥାଏ ନା ଦରଜ ବି କିଛି ମାତ୍ରାରେ କମିଯାଏ । ଏତେ ଦାୟିତ୍ଵ ନିଏ ଯେ ମୋ ପାଖ ବେଡ୍ ରେ ଯେଉଁ ମାନେ ଥାଆନ୍ତି ସବୁ ମତେ ପଚାରନ୍ତି ଇଏ ତମ ବାପା କି ?


ହା...ହା... ମୁଁ ଯେତେବେଳେ କୁହେ ବାପା ଙ୍କର କାମ ଅଛି ଆସି ପାରିଲେନି ଇଏ ମୋ ସାନ ଭାଇ । ତ ସେମାନେ ଆଶ୍ଚର୍ଯ୍ୟ ହେଇ ଯାଆନ୍ତି ଭାଇ ବି ଭଉଣୀ ପାଇଁ ଏତିକି କରିପାରେ । ଆଉ ଯେଉଁ ଥର କେବଳ ମମି କି ଡାଡି ଯାଆନ୍ତି ନର୍ସ ମାନେ ସବୁ ପଚାରନ୍ତି ବାଦଲ ଆସିନି ଏଥର ?ବାପ୍ ରେ ଏତେ କେୟାର୍ ନିଏ ସେ ବର୍ଷାର ।


ହା....ହା......ହା.....

ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ମୋ ଭାଇ କ'ଣ କ'ଣ କରେ । ଯେହେତୁ ମତେ ବ୍ଲଡ୍ ଦିଆ ହୁଏ ମୋ ହାତରେ ସିରିଞ୍ଜ୍ ଲାଗିଥାଏ ବହୁତ ଦରଜ ହୁଏ । ମୁଭ୍ ଆଣିକି ସ୍ପ୍ରେ କରେ ଦରଜ କମିବା ପାଇଁ । ମୁଁ ତ ହାତରେ ଖାଇବି ପାରେନି । ତ ସେ ମତେ ଖୁଆଇ ଦିଏ ....ମୁଣ୍ଡ କୁଣ୍ଡେଇ ଦିଏ । ଡାକ୍ତର ଖାନାରେ ଆଡ୍ ମିଟ୍ ହେଲେ ବହୁତ କାମ ଥାଏ ସେସବୁ କରେ । ସେ ମାଛ କେବେ ଖାଏନି କଣ୍ଟା ଡରରେ ...ମତେ ଖୁଆଇ ଦିଏ କଣ୍ଟା କାଢିକି । ଆଉ ଗୋଟେ କଥା କହିବି ମତେ କଷ୍ଟ ହେଲେ ସେ ଦେଖି ପାରେନି.... ମତେ ଯେତେବେଳେ ନର୍ସ ସିରିଞ୍ଜ ଲଗାନ୍ତି ହାତରେ... କେଜାଣି କଣ ଭାବି ଦିଏ ସେ

.....ତାର ମୁଣ୍ଡ ବୁଲେଇ ଯାଏ । କଷ୍ଟ କାମକୁ ସହଜରେ କରିଦେବା ଲୋକ ମୋ କଷ୍ଟ ଦେଖିଲେ ହାର୍ ମାନିଯାଏ ।

ସେ ମୋ ପାଖେ ଅଛି ମାନେ ମୋର କିଛି ଅସୁବିଧା ନାହିଁ । ସେ ମୋ ପାଖେ ଥିଲେ ମୁଁ ପୂରା ବିନ୍ଦାସ୍ । ଛୋଟ ବେଳୁ ସେ କେବେ କାନ୍ଦେନି । ଭଗବାନ କରନ୍ତୁ ସବୁବେଳେ ସେ ଏମିତି ହସୁଥାଉ ।


Rate this content
Log in

Similar oriya story from Fantasy