ପ୍ରେମର ବଳିଦାନ
ପ୍ରେମର ବଳିଦାନ
ଏମିତି ତମ ସାଥିରେ ସାରା ଜୀବନ ହାତଧରି ବାଟ ଚାଲିବା ପାଇଁ ଇଚ୍ଛା ହେଉଛି। ସତରେ ସ୍ବପ୍ନା, ତମେ ହେଉଛ ମୋ ଜୀବନ, ତମେ ହେଉଛ ମୋ ସ୍ପନ୍ଦନ। ତମ ବିନା ମୋ ପାଇଁ ବଞ୍ଚିବାଟା ବହୁତ କଷ୍ଟ । ତମଠାରୁ ଦୂରତା ଯମାରୁ ସହିପାରୁନାହିଁ। ହେ ପ୍ରିୟତମା ,ତମେ ମୋ କହୁଥିବା କଥା ବୋଧେ ଠିକ୍ ସେ ବୁଝିପାରୁନାହଁ। ମୋ କଥା ବୁଝିବାକୁ ଚେଷ୍ଟା କର । ମୁଁ ତମ ବିନା ବଞ୍ଚିପାରିବି ନାହିଁ। ତୁମେ ମୋ ପ୍ରଥମ ପ୍ରେମର ଆରମ୍ଭ ,ଆଉତୁମେ ହିଁ ମୋ ପ୍ରେମର ଶେଷ ପୃଷ୍ଟ। ।
ଏମିତି ଅନେକ ବିଲାପ କରି ଚାଲିଛନ୍ତି ସାଗର ଦାସ । କିନ୍ତୁ ପ୍ରାଣପ୍ରିୟା ସ୍ଵପ୍ନା ଯମା ବୁଝୁନାହାନ୍ତି।
ସ୍ୱପ୍ନା ବାରମ୍ଵାର କହୁଛନ୍ତି !
ମୋତେ ଭୁଲିଯାଅ ସାଗର , ତମେ ମୋତେ ଭୁଲିଯାଅ। ତମ ଆଉ ମୋ ଭିତରେ ଅନେକ ଦୂରତା । ହଜାର,ହଜାର ପ୍ରତି ବନ୍ଧକ ।
ତମେ ହେଉଛ ଧନୀ ଘର ପୁଅ । ମୁଁ ଗୋଟିଏ ଗରୀବ ଘର ଝିଅ ।
ତମର କୋଠା ବାଡି ମୋଟର କାର ସବୁ ଅଛି । ପ୍ରତିପତି ଆଭିଜାତ୍ୟ ଅଛି। ମୋ ବାପାଙ୍କର କିଛିନାହିଁ ସାମାନ୍ୟ ମୂଳୀଆଟିଏ।
ମୋ ବାପା ମୂଳ କରି ଦୁଇ ପଇସା ରୋଜଗାର କରି ଆଣିଲେ ଆମ ପରିବାର ଚଳେ। ତମଘରେ ବନ୍ଧୁ ବାନ୍ଧିବା ଏତେ ସହଜ ନୁହେଁ। ମୁଁ ସ୍ୱପ୍ନରେ ସୁଦ୍ଧା ତମ ଘରର ବୋହୂ ହୋଇପାରିବି ନାହିଁ। ତମେ ମୋ କଥା ବୁଝିବାକୁ ଚେଷ୍ଟା କର ।
ମୁଁ ବାମନ ହୋଇ ଚନ୍ଦ୍ରକୁ କାହିଁକି ହାତ ବଢ଼ାଇବି। ତମର ଆଉ ମୋ ଭିତରେ ଅନେକ ଦୂରତା । ମୁଁ ତମକୁ ହାତ ଯୋଡି ଅନୁରୋଧ କରୁଛି ସାଗର, ତମେ ମୋତେ ଭୁଲିଯାଅ।
ମୁହଁମୋଡି ଚାଲିଯାଉଛନ୍ତି ସ୍ୱପ୍ନା , ପଛରୁ ହାତକୁ ଭିଡ଼ି ଧରିଛନ୍ତି ସାଗର ।
କହିଛନ୍ତି ଦେଖ ସ୍ୱପ୍ନା , ତମକୁ ଯେତେ ବୁଝାଇବା ସବୁ ବେକାର । ଠିକ୍ ଅଛି . ମୁଁ କଣ କଲେ ତମକୁ ମୋ କଥାରେ ବିଶ୍ଵାସ ହେବ। ତମେ ଯାହା କହିବ ମୁଁ ତାହା କରିବି। ଦରକାର ପଡ଼ିଲେ ମୋ ଜୀବନକୁ ମଧ୍ୟ ବାଜି ଲଗାଇ ଦେବି। ତମ ପାଇଁ ଆକାଶକୁ ଯାଇ ଜହ୍ନକୁ ତୋଳି ଆଣିଦେବି।
ସ୍ୱପ୍ନା କହୁଛନ୍ତି ନାଇଁ ସାଗର ତମର କିଛି କରିବାର ଦରକାର ନାହିଁ। ତମର କୌଣସି ଜିନିଷର ମୋତେ ଆବଶ୍ୟକତା ନାହିଁ।ମୋତେ କେବଳ ତୁମରି ଭଲ ପାଇବା ମୋ ପାଇଁ ସବୁ କିଛି।
କିନ୍ତୁ ମନରେ ମୋର ତଥାପି ସନ୍ଦେହଜାଗ୍ରତ ହେଉଛି, Iତୁମେ ସିନା ମତେ ନିଜର ମନର ରାଣୀ ସଜାଇ ତମ ଘରକୁ ନେଇ ଯିବ । ହେଲେ ତମ ଘରେ ରାଜି ହେଲେ ତ ।
ତମ ବାପା ଯେଉଁ ଭଲି ଲୋକ। ତାଙ୍କର ପ୍ରତିଷ୍ଠା, ପ୍ରତିପତି ଉପରେ କଳଙ୍କର କାଳିମା ବୋଲି ହୋଇଯିବ। ସମାଜର ଲୋକଙ୍କ ଆଗରେ ସେ ମୁହଁ ଟେକି ବାଟ ଚାଲିପାରିବେ ନାହିଁ। ମୁଁ ତମ ବାପାଙ୍କ ମୁଣ୍ଡ ତଳକୁ କରିପାରିବି ନାହିଁ ସାଗର, I
ତମକୁ ହାତ ଯୋଡି ନେହୁରା ହେଉଛି। ତମ ଗୋଡ଼ ତଳେ ପଡ଼ୁଛି, ମୋତେ ଏତିକି ଦୟ। କର ସାଗର, ତମେ ମୋତେ ଭୁଲିଯାଇ ଆଉ କୌଣସି ଝିଅଟିଏ ଦେଖି ବାହାହୋଇ ତା ସହିତ ସୁଖରେ ସଂସାର କର। ମୁଁ ବହୁତ ଖୁସିହେବି ସାଗର
ତମକୁ ମୋନିୟମ . . . .
ତମକୁ ମୋ ରାଣ . . .
ସାଗର ସ୍ବପ୍ନାଙ୍କ ମୁହଁରେ ହାତଦେଇ କହୁଛନ୍ତି ତମେ ଏପରି ରାଣ ନିୟମ ଦେଇ ମୋ ମୁହଁକୁ କେବେ ଚୁପ୍ କରାଯାଇ ପାରିବ ନାହିଁ ।
ନାଇଁ ସ୍ଵପ୍ନା ତମେ ଏତେ ହେଲା ପରେ ମଧ୍ୟ ମୋ କଥା ଉପରେ ତମର ଟିକିଏ ମାତ୍ର ବିଶ୍ୱାସ ନାହିଁ। ମୋ ଉପରେ ତମର ଭରଷା ନାହିଁ। ଠିକ୍ ଅଛି ଶେଷରେ, ମୋର ଗୋଟିଏ କଥା ଶୁଣି ରଖ ତମେ ଯଦି ମୋର ନହୁଅ ତା ହେଲେ ମୁଁ ମୋ ଜୀବନ ହାରିଦେବି। ସେତେବେଳେ ତମେ ବୁଝିବ ଯେ ମୁଁ ତମକୁ କେତେ ଭଲ ପାଉଥିଲି। ଠିକ୍ ଅଛି ସ୍ଵପ୍ନା,
ତମେ ଏବେ ଆସିପାର।
ସ୍ଵପ୍ନା ଚାଲିଯାଇଛନ୍ତି ଘରକୁ । ଚାଲିଯାଇଛନ୍ତି ସାଗର । ଦୁହେଁ ଦୁହିଁଙ୍କ ବାଟରେ ଚାଲିଯାଇଛନ୍ତି । ଦୁହିଁଙ୍କ ମନରେ ଉଠି ଯାଇଛି ଝଡ । ସ୍ୱପ୍ନା ତାଙ୍କ ଜିଦିରେ ଅଟଳ, ସାଗରତାଙ୍କ ଜିଦିରେ ଅଟଳ।
ରାତ୍ର ସମୟ ଏପଟେ ସ୍ୱପ୍ନା ଶୋଇଛନ୍ତି ତାଙ୍କ ଘରେ, ଆଉ ଅନ୍ୟ ପଟରେ ଶୋଇଛନ୍ତି ସାଗର । ମନରେ ଅନେକ ଭାବନା, ଶୋଇପାରୁ ନାହାନ୍ତି ସାଗର । କେତେ ଆଶା କରିଥିଲେ ସ୍ୱପ୍ନାଙ୍କୁ ନିଜର ସ୍ତ୍ରୀ କରି ଘରକୁ ଆଣିବେ । ସେ ବରବେଶ ହୋଇ ବାଜା ବଜାଇ ବାଣ ଫୁଟାଇ ରୋଷଣି ଜାଳି କେତେ ଆଡ଼ମ୍ବର ସହିତ ବାହାହୋଇଥାନ୍ତେ। ତାଙ୍କର ସୁନେଲି ସ୍ବପ୍ନ ସବୁ ସ୍ଵପ୍ନରେ ହିଁ ରହିଗଲା।
ଶେଷରେ ସେ କଣ କରିବେ କିଛି ଭାବିଚିନ୍ତି ପାରିଲେ ନାହିଁ। ନିଜକୁ ନିଜେ ସମ୍ଭାଳି ପାରିଲେ ନାହିଁ ସାଗର, ଯେତେ ମନକୁ ବୁଝାଇଲେ ଅମାନିଆ ମନ ତାଙ୍କର ଯମାରୁ ମାନିଲାନାହିଁ। ଶେଷରେ ସେ ବିଷ ପିଇଦେଇ ଚିରଦିନ ପାଇଁ ଏହି ଦୁନିଆ ଦାଣ୍ଡରୁ ବିଦାୟ ନେଇଗଲେ ।
ସକାଳୁ ସକାଳୁ ଗାଁରେ ଚହଳ ପଡିଗଲା ସାଗର ଦାସ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି କଥା ଶୁଣି ସହିପାରିଲେନି ପ୍ରେମ ବିରହିଣୀ ସ୍ଵପ୍ନା । ସେ ମଧ୍ୟ ପ୍ରାଣ ପ୍ରିୟତ୍ତମ ସାଗରଙ୍କ ବିରହରେ, ବିଷ ଖାଇ ଆତ୍ମହତ୍ୟା କରିଦେଲେ . .
ଜଣେ ଜଣଙ୍କଠାରୁ ଦୁରକୁ ଅନେକ ଦୁରକୁ ଚାଲିଗଲେ ।ଯେଉଁ ଯାଗାକୁ ଥରେ ଗଲେ ଆଉ ଫେରି ହୁଏ ନାହିଁ। ଆପଣାର ଜନ ସମସ୍ତେ ପର ହୋଇଯାଇଥାନ୍ତି ।ଦୁହେଁ ଦୁହିଁଙ୍କ ପାଇଁ ଆଜି ନିଜ ଜୀବନକୁ ଆହୁତି ଦେଇଦେଲେ ।
ହେଲେ ଲାଭ କଣ ହେଲା।
ଭଲପାଇବାର ମାନେ ନୁହେଁ ଜୀବନ ଦେଇ ଦେବା, ଭଲପାଇବାର ମାନେ କିଛି ତ୍ୟାଗ କରି ଦେବା ହିଁ ପ୍ରକୃତ ଭଲ ପାଇବା । ପାଇବାରେ ଯେତିକି ଆନନ୍ଦ ଥାଏ ତା ଠାରୁ ଶହେ ଗୁଣ ଆନନ୍ଦ ଥାଏ ,ପାଇକି ହରାଇଦେବାରେ । ଯଦି ଜଣକୁ ଭଲ ପାଉଛେ,ତାପ୍ରତି ଆମେ ନିଜ ଜୀବନକୁ ଉତ୍ସର୍ଗ କରି ଦେବା ।
ମୋ ମତରେ ଅଯଥାରେ ଦୁଇଟି ନିଷ୍ପାପ ସରଳ ହୃଦୟର ଅକାରଣରେ ଜୀବନ ଚାଲିଗଲା।
ହେ ବନ୍ଧୁ . .
ଭଲ ପାଇବାର ମାନେ ନୁହେଁ ଯେ, ଆମେ ବିଷପିଇ ଆତ୍ମହତ୍ୟା କରିଦେବା ।
ଭଲ ପାଇବାର ମାନେ ନୁହେଁ ଯେ, ଆମେ ଆମର ପବିତ୍ର ପ୍ରେମକୁ କଳଙ୍କିତ କରିବା।
ଭଗବାନ ମଣିଷ ଜନ୍ମ ଦେଇଛନ୍ତି। ଏଇ ମଣିଷ କୁ ମୃତ୍ୟୁ ଦେବା କେବଳ ତାଙ୍କର ହିଁ ଅଧିକାର। ଜୀବନ ନେବା ଓ ଦେବା କେବଳ ଜଣଙ୍କର କାମ ସେ ହେଉଛନ୍ତି ଭଗବାନ । ଆତ୍ମହତ୍ୟା କରିବା ମହାପାପ ।ଏଣୁ ଆମେ ଆତ୍ମହତ୍ୟା ନକରି କେମିତି ସମସ୍ୟା ସମାଧାନ ହେବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ମନକୁ ସଦାସର୍ବଦା ବଶୀଭୂତ କରିବାପାଇଁ ଚେଷ୍ଟା କରିବା ।
ଏମିତି ବାଡୁଅ ବୟସରେ ଅନେକ ଲୋକଙ୍କ ଜୀବନରେ କିଛି ଘଟଣା ଘଟିବା ସ୍ୱଭାବିକ କଥା । ତେଣୁ କଲେଜ ଜୀବନରେ ସଦାସର୍ବଦା ନିଜର ପାଠ୍ୟ ବିଷୟବସ୍ତୁ ଉପରେ ହିଁ ଆଳୋଚନା କରିବା ହିଁ ପ୍ରକୃତ ବୁଦ୍ଧିବାନର କାର୍ଯ୍ୟ ଏବଂ କର୍ତ୍ତବ୍ୟ . . .।