STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ସଂସାର ହାଟ

ସଂସାର ହାଟ

3 mins
195

ଧନ୍ୟ ଧନ୍ୟ ତୁମ୍ଭେ ସ୍ରଷ୍ଟା । ଧନ୍ୟ ଧନ୍ୟ ତୁମ୍ଭ ସୃଷ୍ଟି । ବଡ ବିଚିତ୍ରମୟ ତୁମ୍ଭର ଏହି ବିଶାଳ ସଂସାର । କାହାର ଅବା ଶକ୍ତି ଅଛି ଆପଣଙ୍କର ଲୀଳା ବୁଝିବାକୁ । ଆପଣ ହେଉଛନ୍ତି ଲୀଳାମୟ ପୁରୁଷ । ଆପଣ ଯୋଗମାୟା ବଳରେ ସାରା ସଂସାରକୁ ଖେଳ ଖେଳନ୍ତି । କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ପୁଣି ଅଣୁଠାରୁ ପରମାଣୁ ପର୍ଯ୍ୟନ୍ତ । ସମସ୍ତ ଜୀବ ଜଗତ ଆପଣଙ୍କ ମାୟାକୁ ବୁଝି ନପାରି ଅନ୍ଧ ହୋଇ ସାଂସାରିକ ବନ୍ଧନରେ ଆବଦ୍ଧ ହୋଇ ଯାଆନ୍ତି । ନିଜ ନିଜର ପିତା, ମାତା,ପୁତ୍ର, ସ୍ତ୍ରୀ, କନ୍ୟା, ବନ୍ଧୁ ବାନ୍ଧବ ମାନଙ୍କ ସ୍ନେହ, ପ୍ରେମ ଫାଶରେ ବାନ୍ଧି ହୋଇ ନିଜର ଆଧ୍ଯାତ୍ମିକ ଚେତନାରୁ ନିବୃତ ହୋଇଯାଇଥାନ୍ତି ।

ଯେଉଁ ସୁଖ ଟିକକ ପାଇଲେ ମଣିଷ ତାର ଚିନ୍ତା ଓ ଚେତନାକୁ ଭୁଲିଯାଇ ସାଂସାରିକ ସୁଖକୁ ନିଜର ସର୍ବସ୍ଵ ଏବଂ ଏହା ହେଉଛି ମୋପାଇଁ ଜୀବନର ସବୁଠାରୁ ମୂଲ୍ୟବାନ ଓ ମୋ ପାଇଁ ମୁକ୍ତିର ଦ୍ଵାର ବୋଲି ବିବେଚନା କରିଥାଏ । 

ଏହା କେତେଦୁର ଯଥାର୍ଥ  ଜୀବର ପ୍ରକୃତ କର୍ମ ହେଉଛି ଭଗବତ ଆଶ୍ରୟ । ଭଗବାନଙ୍କର ସେବା,ଗୁଣ, କୀର୍ତ୍ତନ, ଚିନ୍ତନ ଓ ମନନ କରିବା ହେଉଛି ପରମ କର୍ତବ୍ୟ । ସାଂସାରିକ ଜୀବନକୁ ସୁଖମୟ କରିବାକୁ ଚେଷ୍ଟା କରିବା ହେଲା ମାନବର ପ୍ରଥମ କର୍ତ୍ତବ୍ୟ । ଯେହେତୁ ପିତାମାତା ଆମକୁ ଜନ୍ମ ଦେଇଛନ୍ତି ତେଣୁ ଆମର ପ୍ରଥମ କର୍ତବ୍ୟ ପିତାମାତାଙ୍କର ସେବା କରିବା ଉଦ୍ଦେଶ୍ୟରେ ମନ ବଳାଇବା।ଦ୍ଵିତୀୟ କର୍ତବ୍ୟ ହେଲା ସ୍ତ୍ରୀ,ପୁତ୍ର,କନ୍ୟା ଓ ସ୍ଵଜନ ବନ୍ଧୁ ବାନ୍ଧବ ମାନଙ୍କର ଇଚ୍ଛାକୁ ପୂରଣ କରିବାକୁ ସମର୍ଥ ହେବା । ଏହା ହେଉଛି ଇହ ଜଗତରେ ପ୍ରବେଶ କରିଥିବା ପ୍ରତ୍ୟେକ ମାନବଙ୍କ ପରମ ଧର୍ମ । ଆମେ ସଂସାରରେ ରହିଛେ ବା ବିତରଣ କରୁଛେ କିଛିଦିନ ପାଇଁ । ଆମକୁ ଆମର କର୍ତ୍ତବ୍ୟ କର୍ମକୁ ସମ୍ପାଦନ କରିବାକୁ ହେବ । ଯେତେଦିନ ସଂସାରରେ ପରିଭ୍ରମଣ କରୁଥିବା ସେ ସମୟରେ ପରିବାରର ସମସ୍ତ ସଦସ୍ୟଙ୍କର ସୁଚାରୁ ରୁପେ ଭରଣ ପୋଷଣ କରିବା ।

ତାପରେ କିଛି ସମୟ କାଢି ଦୁଃଖି ଅରକ୍ଷିତ ଜନତା ଜନାର୍ଦ୍ଦନ ମାନଙ୍କର ସେବା କରିବା । ତେବେ ଯାଇ ମନୁଷ୍ୟ ଜୀବନ ଦେବ ଦୁର୍ଲଭ ହେବ ।

ହ ଜଗତରେ ପ୍ରବେଶ କରିଥିବା ପ୍ରତ୍ୟେକ ଜୀବଜଗତର ପ୍ରାଣୀ ସେ ତାର ପୂର୍ବ କର୍ମଫଳ ହେତୁରୁ ଧନୀ, ଗରୀବ,ଦୁଃଖି,ଦୀନ, ହୀନ,ଦରିଦ୍ର, ଭିକାରୀ ହୋଇ ଥାଆନ୍ତି । ଏବଂ ପୂର୍ବ ଜନ୍ମର କିଛି ସୁକୃତ କିଛି କିଛି ସଞ୍ଚିତ ପୁଣ୍ୟ ଫଳରେ ମାନବ ଯୋନିରେ ଜନ୍ମ ଗ୍ରହଣ ସମ୍ଭବପର ହୋଇଥାଏ । ଯାହା ଆମର ସନାତନ ସଂସ୍କୃତିର ବେଦ ,ଶାସ୍ତ୍ର ,ପୁରାଣ ,ଉପନିଷଦ ମାନଙ୍କରେ ବର୍ଣ୍ଣନା ରହିଛି ।

ଅନେକ ଜନ୍ମ ପୂଣ୍ୟଫଳେ

ମନୁଷ୍ୟ ଜନ୍ମ ମହୀତଳେ (ଭାଗବତ)

ସଂସାରରେ ଅନେକ ଭୋଗ୍ୟ ବସ୍ତୁ ରହିଛି । ଯାହା ଭୋଗୀ ମଣିଷକୁ ସୁପଥରୁ କୁପଥକୁ ଟାଣିନେଇ ଯାଇଥାଏ । ତାପୂର୍ବରୁ ଆମେ ଏହି ଦୁନିଆ ହାଟରୁ ସଉଦା କିଣିବାକୁ ବାଧ୍ୟ ହେଉଛେ । ଆମେ ବଜାରକୁ ଆସିଛେ ସଉଦା କିଣିବା ପାଇଁ । ବଜାରରେ ଅନେକ ପ୍ରକାର ଦୋକାନୀ । ବିଭିନ୍ନ ପ୍ରକାରର ଦ୍ରବ୍ୟ ବସାଇ ଥାନ୍ତି । ପନିପରିବାଠୁଁ ଆରମ୍ଭ କରି ସୁନା ଦୋକାନ ପର୍ଯ୍ୟନ୍ତ ଥାଏ । ସେ ସମୟରେ ଆମର ଯାହା ସଉଦା ଆବଶ୍ୟକତା ପଡ଼େ ସେସବୁକୁ ଆମ୍ଭେ କିଣିଥାଉ । ଆମ ହାତରେ ହଜାରେ ଟଙ୍କା ଅଛି ତାହେଲେ ଆମେ ପନିପରିବା ଦୋକାନ ,ମସଳା, ମାଛ, ମାଂସ, କପଡ଼ା ଦୋକାନକୁ ଯାଇ ପାରିବା ଏବଂ ସଉଦା କରି ପାରିବା ।

କିନ୍ତୁ!6ସ ସମୟରେ ସୁନା ଦୋକାନର ଦ୍ଵାର ମଧ୍ୟ ମାଡିବାକୁ ଆମକୁ ଲଜ୍ଜା ଅନୁଭବ ହେବ । କାରଣ ଆମ ହାତରେ ଦାମୀ ମୂଲ୍ୟବାନ ଧାତୁ କ୍ରୟ କରିବାର ସେତିକି ଅର୍ଥ ନାହିଁ ।

ଠିକ୍ ସେହିପରି ଏହି ଜାଗତିକ ଜଗତରେ ଆମେ କମ ମୂଲ୍ୟରେ ସୁନା ଦୋକାନକୁ ଯାଇ ପାରୁନା । ତା ହେଲେ

ପରମାର୍ଥ ଜଗତରେ କେମିତି ପ୍ରବେଶ କରିପାରିବା ।

ଏହି ଜାଗତିକ ଜଗତର ହାଟରେ ଅନେକ ଭିଡ଼ ପରିଲକ୍ଷିତ ହୁଏ । ସେହି ଭିଡ଼କୁ ଆମେ କିପରି ଭାବରେ ଅନ୍ତର୍ନିହିତ ଶକ୍ତି, ଆଧ୍ୟାତ୍ମିକତା ଏବଂ ଚେତନା ଶକ୍ତିର ବିକାଶ ଘଟାଇ ଏହାକୁ ପାରି କରିପାରିବା ସେ ନିମନ୍ତେ ଯତ୍ନବାନ ହେବାକୁ ପଡିବ । 

କାରଣ ଭିଡ଼ ଭିତରେ ଅନେକ ଲୋକ ସୁଯୋଗ ଖୋଜୁଥାନ୍ତି ସେ ନିଜର ହୁଅନ୍ତୁ ବା ପର । ତେଣୁ ବେଳହୁଁ ସାବଧାନ ହୋଇ ଯିଏ ଏ ଅନନ୍ତ ଜଗତର ମୂଳ କାରଣ ଅଟନ୍ତି ସେହି ପରମ ପୁରୁଷ ଯୋଗେଶ୍ଵର ଶ୍ରୀକୃଷ୍ଣଚନ୍ଦ୍ରଙ୍କର ପଦାର ବିନ୍ଦରେ ଶରଣ ନେଇ ଜୀବନକୁ ଏହି ସଂସାର ହାଟର ଭିଡ ଭିତରୁ ନିଜକୁ ପ୍ରସ୍ତୁତ କରି ପାରିଲେ ଅନ୍ତେ ଭିଡ଼ ପରିଲକ୍ଷିତ ହେବ ନାହିଁ ଏବଂ ଜୀବନର ଅନ୍ତିମ ଗତି ସରସ ସୁନ୍ଦର ଓ ମଧୁମୟ ହେବ ।



Rate this content
Log in

Similar oriya story from Inspirational