Antaryami Sahu

Inspirational

2  

Antaryami Sahu

Inspirational

ଦୋଳ ଉତ୍ସବ

ଦୋଳ ଉତ୍ସବ

3 mins
206



ସୃଷ୍ଟିରେ ସ୍ରଷ୍ଟାଙ୍କ ନିର୍ଦ୍ଦେଶାନୁସାରେ ସାରା ଅନନ୍ତ ବ୍ରହ୍ମାଣ୍ଡ ପରିଚାଳିତ ହୋଇଥାଏ । ଏହି ସ୍ରଷ୍ଟ।ଙ୍କ ବିନା ନିର୍ଦ୍ଦେଶରେ ବୃକ୍ଷର ପତ୍ରଟିଏ ମଧ୍ୟ ଦୋହଲେ ନାହିଁ । ଏହା ହେଉଛି ସ୍ରଷ୍ଟାଙ୍କର ଚମତ୍କାରିତା । ଯେତେବେଳେ ସ୍ରଷ୍ଟା ଚାହିଁବେ ସେତେବେଳେ ସୃଷ୍ଟିରେ ପରିବର୍ତ୍ତନ ଆସିବ । ତାଙ୍କର ନିର୍ଦ୍ଦେଶରେ ବ୍ରହ୍ମା ଜୀବଜଗତର ସୃଷ୍ଟି କରିଥାନ୍ତି। ଏହି ସୃଷ୍ଟିର ପାଳନ କରିବାପାଇଁ ବିଷ୍ଣୁ ମଧ୍ୟ ସ୍ରଷ୍ଟାଙ୍କର ଆଜ୍ଞାକୁ ଚାହିଁ ବସିଥାନ୍ତି। ଏବଂ ପରିଶେଷରେ ଯେତେବେଳେ ସୃଷ୍ଟିରେ ଅନ୍ୟାୟ ଅତ୍ୟାଚାର ପାପ ହୋଇଗଲେ ଶଙ୍କର ରୁପରେ ସଂହାର କରିଥାନ୍ତି । ଭଗବାନ କେବଳ ଭକ୍ତର ଅଧୀନରେ ସଦାସର୍ବଦା । ଭକ୍ତର ସୁଖରେ ସୁଖି ପୁଣି ଭକ୍ତ ଦୁଃଖରେ ଦୁଖି ହୋଇଥାନ୍ତି । ଭକ୍ତ ଆଖିରୁ ଲୁହ ଝରିଲେ ଭଗବାନଙ୍କ ଆଖିରେ ଲହୁ ଝରିଥାଏ । ଯୁଗେ ଯୁଗେ ଭଗବାନ ଭକ୍ତ ର ଅଧିନ ହୋଇ ରହିଛନ୍ତି । କେବେ କେବେ ଭକ୍ତର ଦାସତ୍ଵ ସ୍ୱିକାର କରିଛନ୍ତି । କେବେ ଅର୍ଜୁନ ରଥରେ ସାରଥି ସାଜିଛନ୍ତି। କେବେ ବଳୀର ଦ୍ଵାରପାଳ ହୋଇ ଦ୍ଵାର ରକ୍ଷକ କାର୍ଯ୍ୟଭାର ତୁଲାଉଛନ୍ତି ପୁଣି କେବେ ଦ୍ରୌପଦୀଙ୍କ ଯୋତା ମଧ୍ୟ କାଖରେ ଯାକିଛନ୍ତି । ଏମିତି କେତେ ତୁଚ୍ଛ ଘୃଣ୍ୟ କାମ କରିଛନ୍ତି ମୋ ପ୍ରଭୁ ।


ସତରେ ପ୍ରଭୁ! ଆପଣ କେତେ ମହାନ . . .


ଧନ୍ୟ ମୋ ପ୍ରଭୁ! ଧନ୍ୟ ମହାପ୍ରଭୁ!


ଆପଣଙ୍କର ସଦାଜୟ ହେଉ . . .


 ଆପଣଙ୍କୁ ଶତକୋଟି ପ୍ରଣାମ . . .


ସ୍ରଷ୍ଟାଙ୍କ ଆଜ୍ଞାରେ କାହିଁ ଆବାହମାନ କାଳରୁ ଧରାପୃଷ୍ଠରେ ଋତୁଚକ୍ରର ଘୁର୍ଣ୍ଣାୟମାନ ଅବସ୍ଥା । ଚକ୍ର ଘୁରି ଘୁରି ପରିଶେଷରେ ଆସି ପହଞ୍ଚିଯାଇଥାଏ ନିଜର କେନ୍ଦ୍ରବିନ୍ଦୁ ପାଖକୁ | ଠିକ୍ ସେମିତି ଆଦି ମଧ୍ୟ ଅନ୍ତ ତାଙ୍କ ଇଚ୍ଛାରେ ହିଁ ହୋଇଥାଏ । ଜୀବଜଗତର କଲ୍ୟାଣ ପାଇଁ ପ୍ରଭୁ ବର୍ଷ, ମାସ,ବାର, ତିଥି ,ନକ୍ଷତ୍ର ସପ୍ତାହ , ଋତୁଚକ୍ର ତିଆରି କରିଛନ୍ତି । ବର୍ଷକ ବାରମାସ ଛଅଟି ଋତୁ । ଏହି ଛଅଟି ଋତୁଚକ୍ର ମଧ୍ୟରୁ ବସନ୍ତ ଋତୁ ଅନ୍ୟତମ ।


ବସନ୍ତ ଋତୁର ଆଗମନରେ ଧରାପୃଷ୍ଠହସି ଉଠେ । ଚାରିଆଡେ ବୃକ୍ଷଲତା ମାନଙ୍କରେ କଅଁଳିଆ ସବୁଜ ପତ୍ର

ଉଠିଥାଏ । ପ୍ରକୃତିରାଣୀ କେତେ ସୁନ୍ଦର ଦିଶୁ ଥାଏ । କୋଇଲୀର କୁହୁ କୁହୁତାନ ମନକୁ ପ୍ରଫୁଲ୍ଲିତ କରିଥାଏ । ଆମ୍ବ ବଉଳର ବାସ୍ନା, ହଳଦୀବସନ୍ତ ମାନେ ଏହି ଡାଳରୁ ସେହି ଡାଳକୁ ଉଡି ବୁଲିବାର ମନୋହର ଦୃଶ୍ୟ । ନାନାପ୍ରକାର ପୁଷ୍ପମାନେ ପ୍ରସ୍ଫୁଟିତ ହୋଇ ତାଙ୍କର ବାସ୍ନାକୁଚତୁଃର୍ଦ୍ଦିଶକୁ ପ୍ରସାରିତ କରିଥାନ୍ତି । ସୁଗନ୍ଧରେ ମନୋରମ ପରିବେଶ ଆହୁରି ପ୍ରେମିକ-ପ୍ରେମିକାଙ୍କ ମନକୁ ଆନ୍ଦୋଳିତ କରିଥାଏ ।


ଗୋପପୁର ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ବେଣୁବାଦନ କରି ବ୍ରଜପୁର ଗୋପାଙ୍ଗନା ମାନଙ୍କୁ ନିଜ ପାଖକୁ ଡାକିଥିଲେ । ରମଣୀୟ ପରିବେଶରେ ଗୋପୀମାନଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କ ରାସକ୍ରୀଡା ଆରମ୍ଭ ହୋଇଥିଲା । ରାସକ୍ରୀଡ଼ାର ଅନ୍ତିମ ହୋଇଛି ।

ହଠାତ୍ ଦିନେ ଭଗବାନ ଶ୍ରୀକୃଷ୍ଣ ଦୋଳଉତ୍ସବ କରିବାପାଇଁ ମନରେ ଭାବନା କରିଛନ୍ତି । ମନ ମଧ୍ୟରେ ବିଶ୍ଵକର୍ମାଙ୍କୁ ସ୍ମରଣ କରିଛନ୍ତି। ବିଶ୍ଵକର୍ମା ପହଞ୍ଚିଛନ୍ତି ପ୍ରଭୁଙ୍କ ସମ୍ମୁଖରେ । ଯୋଡହସ୍ତ ପୂର୍ବକ ବିଶ୍ଵକର୍ମା ପ୍ରଭୁଙ୍କୁ ଆଦେଶ ମାଗିଛନ୍ତି ।


ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ହେ ବିଶ୍ଵକର୍ମ। ତୁମ୍ଭେ ଆମ୍ଭ ପାଇଁ ଏକ ଦୋଳମଣ୍ଡପର ବ୍ୟବସ୍ଥା କର ।ଯାହା ଚଉଦ ବ୍ରହ୍ମାଣ୍ତ ମଧ୍ୟରେ ନଥିବ । ବିଶ୍ଵକର୍ମା ଭଗବାନଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ଦୋଳମଣ୍ଡପର ନିର୍ମାଣରେ ଲାଗିପଡିଲେ ସେଠାରେ ବିଶ୍ଵକର୍ମା ଚାରୋଟି ଦୋଳମଣ୍ଡପ ନିର୍ମାଣ କଲେ । ଚଉଦବ୍ରହ୍ମାଣ୍ତ ମୋହିନୀ ସେ ଦୋଳମଣ୍ଡପ । ଯାହା ବୃନ୍ଦାବନରେ ପ୍ରଭୁଙ୍କ ଆଶିର୍ବାଦରେ ବିରାଜମାନ। 


ସେଠାରେ ଚାରିଗୋଟି ମଣ୍ଡପ ନିର୍ମାଣ କରାଯାଇଥିଲା । ପ୍ରଥମ ଦୋଳି ବିଧାତା ପୁରୁଷଙ୍କ ପାଇଁ, ଦ୍ଵିତୀୟ ଦୋଳିରେ ସଦାଶିବ ଏବଂ ତୃତୀୟ ଦୋଳିରେ କୁବେର ବାସବ । ଏବଂ ମୁଖ୍ୟ ଦୋଳିରେ ସ୍ଵୟଂ ଜଗତର ନାଥ ଜଗନ୍ନାଥ ଦୀନଜନ ଶରଣରକ୍ଷଣ ଭକ୍ତ ବାଞ୍ଛ।କଳ୍ପତରୁ ଅଗତିର ଗତିଦାତା ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ।


ବୃନ୍ଦାବନରେ ଘୋଷଣା କରାଗଲା ସମସ୍ତ ବୃନ୍ଦାବନବାସୀ ମାନେ ଏହି ଦୋଳ ଉତ୍ସବକୁ ଦର୍ଶନ କରିପାରିବେ ।

ସେଦିନ ଥାଏ ଫାଲ୍ଗୁନ ମାସ ପୂର୍ଣ୍ଣମୀ ତିଥି ,ନକ୍ଷତ୍ର ଥାଏ ପୁର୍ବ ଫାଲ୍ଗୁନୀ । ସେହି ଶୁଭ ମୁହୁର୍ତ୍ତରେ ଭଗବାନ ଆରମ୍ଭ କଲେ "ଦୋଳଉତ୍ସବ " ଏହି ଦୋଳ ଉତ୍ସବରେ ସ୍ଵର୍ଗର ଦେବଗଣ, ଗନ୍ଧର୍ବ, ଯକ୍ଷ, ରକ୍ଷ,ନାଗ ଲୋକ, ମୁନି-ଋଷି ,ସାଧୁ-ସନ୍ଥ, ଦଶଦିଗପାଳ ଏବଂ ଅନ୍ୟାନ୍ୟ ଲୋକରୁ ଆସି ଉପସ୍ଥିତ ଥିଲେ । 

ନନ୍ଦ ଯଶୋଦା ଦୋଳମଣ୍ଡପରେ ଉପସ୍ଥିତ ଥିଲେ । ଯାହା ସେମାନେ ଦେଖି ନିଜ ଚକ୍ଷୁକୁ ବିଶ୍ୱାସ କରିପାରିଲେ ନାହିଁ । ଆମର ଏଡୁଟିଏ ଗୋବିନ୍ଦ ଆଜି କେମିତି ସ୍ଵର୍ଗପୁରକୁ ଲାଗିଯାଇଥିବା ଏହି ଉଚ୍ଚତମ ଦୋଳିରେ ଝୁଲଣ କରୁଛି । ସମସ୍ତ ବୃନ୍ଦାବନବାସୀ ଭୟରେ କମ୍ପମାନ ହୋଇଗଲେ । 

ଭୟସିନା କଲେ କିନ୍ତୁ ପ୍ରଭୁଙ୍କର ପ୍ରେମରେ ଅନ୍ଧ ହୋଇ ସେମାନେ କଣ ଦେଖୁଛନ୍ତି କଣ କର୍ମ କରୁଛନ୍ତି ତାହା ତାଙ୍କର ସ୍ମୃତିପଟରେ ରହିଲା ନାହିଁ .I


ଏମିତି କେତେ ଦଣ୍ଡ ବିତିଯାଇଛି । କାହାକୁ ସମୟ ଜଣାପଡ଼ୁନାହିଁ । କାହା ଦେହରେ ସଂଜ୍ଞା ନାହିଁ ।ଭଗବାନ ତାଙ୍କର ଲୀଳା ସାରି ସମସ୍ତଙ୍କୁ ବିଦାୟ ଦେଇ ନିଜର "ଦୋଳଉତ୍ସବ"କୁ ବିରାମ ଦେଇଛନ୍ତି । ତାପରେ ବୃନ୍ଦାବନବାସୀ ମାନେ ସେହି ଦୃଶ୍ୟକୁ ସ୍ୱପ୍ନବତ ଭାବିନେଇଛନ୍ତି । ଏମିତି ପ୍ରକାରେ ଭଗବାନ ଶ୍ରୀକୃଷ୍ଣ ଦୋଳଯାତ୍ରା ଉତ୍ସବ ବୃନ୍ଦାବନରେ ପାଳନ କରିଥିଲେ । ଯାହା ଆଜି ଆମେ ତାଙ୍କର ସୁଖ ପାଇଁ ପାଳନ କରିଆସୁଛେ . . .



Rate this content
Log in

Similar oriya story from Inspirational