Antaryami Sahu

Inspirational

3  

Antaryami Sahu

Inspirational

ସଂପର୍କ ଡୋରୀ

ସଂପର୍କ ଡୋରୀ

6 mins
267



ଦୀଲ୍ଲି ସହରରେ ମାଳତୀ ନାମକ ଏକ ବୁଢ଼ି ମା'ଟିଏ ବାସ କରୁଥାଏ । ସେଇ ବୁଢୀ ମା'ଙ୍କର ସ୍ଵାମୀ ନଥିଲେ ।ମାଳତୀ ମାଙ୍କୁ ଛାଡ଼ି ଦୀର୍ଘ କୋଡ଼ିଏ ବର୍ଷ ହେବ । ଏକେଲା ପଣ ଅନୁଭବ କରୁଥାନ୍ତି ସେଇ ଦୁଃଖିନୀ ମାଆ।ତାଙ୍କର ତିନି ପୁଅ ଥିଲେ। ତିନି ପୁଅ ଯାକ ବଡ ବଡ ବ୍ୟବସାୟୀ, ଭଗବାନଙ୍କ କରୁଣାରୁ କାହା ଘରେ କିଛି ଅସୁବିଧା ନଥିଲା। ଏଇମାଆ ଛୋଟ ବେଳରୁ ଭଗବାନ ରାଧାକାନ୍ତଙ୍କର ଅନନ୍ୟ ଭକ୍ତ ଥିଲେ।


ଝିଅ ଜନମ ତ ପରଘରକୁ । ବିଧିର ବିଧାନ ବଡ ବିଚିତ୍ର । କେତେ ଗେଳବସରରେ ଝିଅକୁ ଲାଳନ ପାଳନ କରିଥାନ୍ତି ବାପା ମାଆ, I ଯେତେବେଳେ ଝିଅ ବଡ ହୋଇଯାଏ, ସେତେବେଳେ ସେଇ ଗେଳବସରର ଝିଅକୁ ଅନ୍ୟ ଘରକୁ ବିଦା କରି ଦିଆଯାଏ । ଠିକ୍ ମାଳତୀ ମାଆଙ୍କ ଜୀବନରେ ମଧ୍ୟ ପରଘରକୁ ଯିବାକୁ ପଡିଲା। ମାଳତୀ ମାଆ ବିବାହ ହୋଇ ସ୍ୱାମୀ ଘରକୁ ଗଲେ। ସ୍ୱାମୀ ଘରେ ମଧ୍ୟ ଠିକ୍ ପୁର୍ବ ଭଳି ଭଗବାନଙ୍କ ଚରଣରେ ହିଁ ତାଙ୍କର ମନ ।


ସଂସାର ଆରମ୍ଭ କରି ସ୍ଵାମୀ ସହିତ ବହୁତ ଖୁସୀରେ ରହିଲେ। କିଛିବର୍ଷ ପରେ ତିନି ତିନିଟି ପୁତ୍ରର ଜନନୀ ହେବାର ସୌଭାଗ୍ୟ ପାଇଲେ। ସେ ମାଆ ସଂସାରରେ ଥାଆନ୍ତି କିନ୍ତୁ ସଂସାରର ମାୟା ତାଙ୍କୁ ଗ୍ରାସ କରିନଥିଲା। କାରଣ ସେ ମାଆ ଭଗବାନଙ୍କ ଶରଣରେ ଥିବାରୁ । ଏମିତି ବିତିଛି ସାଂସାରିକ ଜୀବନ ବହୁତ ଆନନ୍ଦ ଉଲ୍ଲାସରେ । କିଛିବର୍ଷ ଗଲାପରେ ସ୍ଵାମୀ ତାଙ୍କର ପରପାରିକୁ ଚାଲିଗଲେ । ମାଳତୀ ମାଆ ଏକା ହୋଇଗଲେ ।


ସେ ମାଆ ପ୍ରତ୍ୟେକ ବର୍ଷ ବୃନ୍ଦାବନ ଧାମ ଯାଇ ଗୋବର୍ଦ୍ଧନ ପରିକ୍ରମା କରି ଭଗବାନଙ୍କର ଲୀଳା ଧାମ ବୁଲି ଆସିଥାନ୍ତି। ଏହା ତାଙ୍କର ଛୋଟ ଥିବା ବୟସରୁ ଆରମ୍ଭ ।


ଯେତେବେଳେ ସେ ମାଆଙ୍କର ବୟସ ହୋଇ ଯାଇଛି ଆଉ ଚଳା ବୁଲା କରିପାରୁ ନାହାନ୍ତି। ବୃନ୍ଦାବନ ଧାମକୁ କେମିତି ଯାଇପାରିବେ । ତଥାପି ବହୁତ କଷ୍ଟରେ ତା ପୁର୍ବବର୍ଷ ବୃନ୍ଦାବନ ଯାଇଥିଲେ ଯେ, ସେଠାରୁ ବାଳଗୋପାଳଙ୍କ ବିଗ୍ରହ ଟିଏ ଆଣିକି ଆସିଥିଲେ। ସେହି ସମୟରୁ ହିଁ ସେହି ମାଆ ବାଳଗୋପାଳ କ୍ରିଷ୍ଣ କହ୍ନେୟାଙ୍କୁ ନିଜର ପୁଅ ବୋଲି ମାନି ନେଇଥିଲେ । ଆଉ ପୁତ୍ରବତ ସ୍ନେହ, ପ୍ରେମ ଦେଲେ । ବାଳଗୋପାଳଙ୍କ ପ୍ରେମରେ ଏମିତି ନିଜକୁ ହଜେଇ ଦେଲେ ଯେ, ଠିକ୍ ଗୋଟିଏ ପାଗଳିନି ପ୍ରାୟ ।


ସକାଳୁ ଉଠିବେ ନିଜେ ଗାଧୋଇବେ, ବାଳ- ଗୋପାଳଙ୍କୁ ଗାଧୋଇଦେବେ । ଫୁଲବଗିଚାରୁ ଫୁଲ ସଂଗ୍ରହ କରିବେ । ଫୁଲ ଆଣିବେ ମାଲା ଗୁନ୍ଥିବେ,ଭଗବାନଙ୍କର ସେବା କରିବେ ଏମିତି ନିତି ପ୍ରତି ତାଙ୍କର ସେବା ।


ଦିନେ ହଠାତ ତାଙ୍କର ଶରୀର ଅସୁସ୍ଥ ହୋଇଛି। ମାଳତୀ ମାଆ ଭଲ କରି ଶେଯରୁ ଉଠି ପାରୁନାହାନ୍ତି। ତଥାପି ନିଜ ପୁତ୍ର ପ୍ରେମରେ ଅନ୍ଧ ହୋଇ ଯାଇଛନ୍ତି ମାଆ ମାଳତୀ । କଣ କରିବେ..

ଯାହା ହେଲେ ମଧ୍ୟ ନିଜର ନିତ୍ୟକର୍ମ କରିବାକୁ ପଡିବ। ତାନହେଲେ ମୋର ପୁଅ ଭୋକ ଉପାସରେ ରହିବ। ବହୁତ କଷ୍ଟେମଷ୍ଟେ ବିଛଣାରୁ ଉଠି ଗାଧୋଇଛନ୍ତି। ତାପରେ ଫୁଲ ବଗିଚାକୁ ଯାଇଛନ୍ତି ଫୁଲ ତୋଲିବା ପାଇଁ, I ମାଳତୀ ମାଆଫୁଲ ତୋଲୁଛନ୍ତି ଠିକ୍ ଏଇ ସମୟରେ ତାଙ୍କ ମୁଣ୍ଡ ବୁଲେଇଦେଲା । ମୁହଁରେ ହରି ନାମ ଚାଲିଛି, Iହଠାତ ପଡିବାକୁ ଗଲା ବେଲେ ପଛରୁ ଛୋଟ ଶିଶୁଟିଏ ତିନି ଚାରିବର୍ଷର ହେବ ସେ ଧରିନେଲା ।


ମାଳତୀ ଯାହା ଦେଖିଲେ ତାହା ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ତଥାପି ସବୁଭ୍ରମ ବୋଲି ଲାଗିଲା। ଫୁଲ ସଂଗ୍ରହ କରି ନେଇଛନ୍ତି ମାଆ ମାଳତୀ । ବାଳ ଗୋପାଳଙ୍କର ସେବା କାନ୍ତି ଶେଷ କରିଛନ୍ତି। ତାପରେ ତାଙ୍କର ତିନି ପୁଅ ବୋହୁଙ୍କୁ ଡାକିଛନ୍ତି ନିଜ ପାଖକୁ। ଆଉ କହିଛନ୍ତି ପୁଅମାନେ ମୁଁ ଆଉ ଉଠି ବସି ପାରୁନି ତମେ ମାନେ କାଲିଠୁ ମୋର ସାନ ପୁଅର ଯତ୍ନ ଠିକ ଭାବରେ ନେବ। ଯେମିତି ତାର କିଛି ଅସୁବିଧା ନ ହୁଏ । ପୁଅ ବୋହୁ ମାନେ ମାଆଙ୍କର କଥାରେ ରାଜି ହୋଇଗଲେ।


ଆରଦିନ ପ୍ରଭାତ ସମୟରେ ତାଙ୍କ ପୁଅ ବୋହୂ ମିଶି ବାଳଗୋପାଳଙ୍କୁ ଗାଧୋଇବାକୁ ଆରମ୍ଭ କଲେ। ଗାଧୋଇସାରି କପଡ଼ା ବଦଳ କରୁଥାନ୍ତି ,ଠିକ୍ ଏଇ ସମୟରେ,ବାଳଗୋପାଳ ହାତରୁ ଖସିପଡିଲେ ତଳକୁ । ମାଳତୀ ମାଆ ଶୋଇଥିଲେ ପାଖ କୋଠରୀରେ । ସେ ବାଳଗୋପାଳଙ୍କର ପଡିବା ଶବ୍ଦ ଶୁଣି ସଙ୍ଗେ ସଙ୍ଗେ ଖଟରୁ ଉଠି ଆସିଛନ୍ତି। ଦେଖିଲେ ଯେ ତାଙ୍କର ପୁଅ ତଳେ ପଡିଯାଇଛି। ସଙ୍ଗେସଙ୍ଗେ ତଳରୁ ଉଠାଇ ନିଜ କୋଳକୁ ନେଇଯାଇଛନ୍ତି। ଆଉ ଯାବୁଡି ଧରି ଅନେକ କାନ୍ଦି ଛନ୍ତି ।


ପୁଅ ମାନଙ୍କୁ କହିଲେ, ମୁଁ ଆଜି ଟିକେ ମୋର ସାନ ପୁଅର ଯତ୍ନ ନନେଲି ବୋଲି ତୁମେମାନେ ମୋ ସାନପୁଅଟାକୁ ମାରିଦେବାକୁ ବସିଛ ।କି ଦୋଷ କରିଛି ସେ ତମର । ଏଡିକି ବକଟେ ପିଲା କେତେ ସୁନ୍ଦର ଦିସୁଛି। ଡଉଳ ଡାଉଳ ଚେହେରା କି ସୁନ୍ଦର ମୁଖମଣ୍ଡଳ ଆହା ! ମୋତେ ପଛେ ତମେ ମାରି ଦେଇଥାନ୍ତ। ମୋତେ ନ ମାରି ମୋ ପୁଅକୁ କାହିଁକି ମାରିଦେଲ । ଏ ପିଲାଏ ଦେଖ ଦେଖ ମୋ ସାନ ପୁଅର ଦେହରେ ଜୀବନ ଅଛି ସେ ମରିନି । ତାର ହାତ କି ଗୋଡ ନିଶ୍ଚୟ ଭାଙ୍ଗିଯାଇଥିବ । ତାକୁ ବହୁତ ଯନ୍ତ୍ରଣା ହେଉଥିବ । ତୁମେମାନେ ଯେତେଶୀଘ୍ର ପାରୁଛ ସେତେ ଶିଘ୍ର ଡାକ୍ତରକୁ ଡାକିଆଣ । ମୋ ପୁଅକୁ ଯେମିତି ହେଲେ ଭଲ କରିଦିଅ। ତମକୁ ହାତଯୋଡୁଛି ।


ପୁଅ ମାନେ କହିଲେ ମାଆ ଆମର ବାୟାଣୀ ହୋଇଗଲା ବୋଧେ । ମାଳତୀ ମାଆର ବୁକୁ ଫଟାକାନ୍ଦ ଶୁଣି ସାହି ପଡ଼ିଶା ଲୋକ ସବୁ ଦୌଡି ଆସିଲେ ।କଣ ହେଲା ବୋଲି ପଚାରି ବୁଝିଲେ। ପୁଅମାନେ ଘଟିଥିବା ଘଟଣା ପ୍ରକାଶ କଲେ । ସମସ୍ତେ ଭାବିଲେ ଯେ ମାଳତୀ ବାୟାଣୀ ହୋଇ ଗଲାଣି। ତା ଭିତରେ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ । ସେ କହିଲେ ପୁଅରେ ତୋ ମାଆର ମନ କଥା ରଖି ତମେ ମାନେ ଥରେ ଡାକ୍ତର ପାଖକୁ ଯାଅ ଓ ଡାକ୍ତରଙ୍କୁ ଡାକିଆଣ ।


। ସେହି ବୃଦ୍ଧ ବ୍ୟକ୍ତିଙ୍କର କଥା ଶୁଣି ପୁଅମାନେ ଗଲେ ଡାକ୍ତରଙ୍କୁ ଡାକି ଆଣିବାକୁ। ଡାକ୍ତରଙ୍କୁ ଘଟିଥିବା ଘଟଣା ବିଷୟରେ କହିଲେ, ଡାକ୍ତର କହିଲେ ଯେ ନିଶ୍ଚୟ ତମ ମାଆ ପାଗଳି ହୋଇଯାଇଥିବେ । ଆସିବାକୁ ମନା କରିଦେଲେ ଡାକ୍ତର । କିନ୍ତୁ ବହୁତ ନେହୁରା ହେବାପରେ ଡାକ୍ତର ରାଜି ହୋଇ ଆସିଲେ ମାଳତୀ ଘରକୁ ।


ମାଳତୀ ଦେଖୁ ଦେଖୁ କହିଲା, ଡାକ୍ତରବାବୁ ଭଲକରି ଦେଖ ।ମୋ ସାନପୁଅର କଣ ହୋଇଛି। ସେ ମୋତେ ଆଉ ମାଆ ବୋଲି ଡାକୁନି। ତା ମୁହଁରୁ କଥା ପଦିଏ ବାହାରୁନି। ଏଇମାନଙ୍କ ହାତରେ ଆଜି ଦିନକ ପାଇଁ ଟିକେ ରହିବାକୁ ଦେଇଥିଲି। ଏମାନେ ମୋ ପୁଅକୁ ସହିନପାରି ଉପରୁ ତଳକୁ କଚାଡି ଦେଲେ । 


ଡାକ୍ତର କହିଲେ ଠିକ୍ ଅଛି ମାଆ ମୁଁ ଦେଖୁଛି ତୋ ପୁଅର କଣ ହୋଇଛି। ଡାକ୍ତର ତାଙ୍କର ଷ୍ଟେଥୋସ୍କୋପଯନ୍ତ୍ର ପକାଇଲେ ଦେଖିଲେ, ନାଡି ଦେଖିଲେ ଆଉ ଭୁଲାଇ ଦେଇ କହିଲେ,ମାଆ ତମ ପୁଅର କିଛି ହୋଇ ନାହି ।  ସତରେ କଣ ଗୋଟିଏ ମୂର୍ତ୍ତି ଦେହରେ ଜୀବନ ଅଛି ଯେ ତାର ଶ୍ଵାସ ପ୍ରଶ୍ଵାସ ଚାଲିବ।ଦେହ ହାତ ଗୋଡ ଚାଲିବ ।ନାଁ ସେ କଥା କହିବ, କେବଳ ମନର ଭ୍ରମ ମାତ୍ର । ଏହା କଣ ସମ୍ଭବ


ହଁ. . .ସମ୍ଭବ 


ସବୁ ସମ୍ଭବ . . . .


ଡାକ୍ତରଙ୍କ କଥା ଶୁଣି ମାଳତୀଙ୍କର ମନରେ ସନ୍ଦେହ ହେଲା ଭାବିଲେ ଯେ ଡାକ୍ତର ତାଙ୍କୁ ଭଣ୍ଡାଇ ଦେଉଛି । ତେଣୁ ମାଆର ମନ ଯମା ମାନିଲାନାହିଁ । ପୁଣିଥରେ ମାଳତୀ କହିଲେ ଡାକ୍ତରବାବୁ ତୁମେ ଟିକେ ଭଲକରି ଦେଖ। ତୁମେ ଜଣେ ଡାକ୍ତର ! ତମେ ଭଗବାନଙ୍କ ସହିତ ସମାନ । ତମେ ଯେତେ ଟଙ୍କା ମାଗିବ ମୁଁ ତମକୁ ସେତେ ଟଙ୍କା ଦେବି । ବହୁତ କଷ୍ଟରେ ଉଠିପଡ଼ି ଘର ଭିତରକୁ ଯାଇ ଦଶ ହଜାର ଟଙ୍କା ଆଣି ବଢାଇ ଦେଲେ ଡାକ୍ତରଙ୍କ ହାତକୁ ଆଉ କହିଲେ,ଏଇ ଟଙ୍କା ନିଅ ଡାକ୍ତରବାବୁ ଆଉ ମୋ ସାନ ପୁଅକୁ ଭଲକରି ଦିଅ। ମୁଁ ତମ ହାତ ଧରୁଛି, ମୁଁ ତମ ଗୋଡ ଧରୁଛି ବାବୁ ।


ଡାକ୍ତରବାବୁ ସହି ପାରିଲେନି ଦୁଃଖିନୀ ମାଆର ଯନ୍ତ୍ରଣା ।ଡାକ୍ତର ପୁନର୍ବାର ତାଙ୍କର ଷ୍ଟେଥୋସ୍କୋପଯନ୍ତ୍ର ଯେତେବେଳେ ବାଳଗୋପାଳଙ୍କ ମୂର୍ତ୍ତିର ଛାତିରେ ଥୋଇ ଦେଇଛନ୍ତି। ସଙ୍ଗେସଙ୍ଗେ ଯନ୍ତ୍ରତାର ପ୍ରକୃତ ତଥ୍ୟ ପ୍ରକାଶ କରିଦେଇଛି ଯେ , ସେ ମୂର୍ତ୍ତି ନୁହେଁ ଗୋଟିଏ ଜୀବନ . . .


ବାରମ୍ଵାର ଯନ୍ତ୍ର ପକାଇ ଡାକ୍ତର ପରୀକ୍ଷା କରିଲେ ତାଙ୍କର ମୁଣ୍ଡ କାମ କଲାନି। ସେ ଏ କଣ ଦେଖୁଛନ୍ତି ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ।ମୂର୍ତ୍ତିର ଛାତିକୁ ଯେତେବେଳେ ସ୍ପର୍ଶ କରିଛନ୍ତି।ସେତେବେଳେ ହୃତପିଣ୍ଡର ସ୍ପନ୍ଦନ ଚାଲୁଛି। ହାତରନାଡି ଯେତେବେଳେ ଦେଖୁଛନ୍ତି, ସେତେବେଳେ ହାତର ନାଡି ଚାଲୁଛି।


ସଙ୍ଗେସଙ୍ଗେ ଡାକ୍ତର ଆଉ କଣ ପରୀକ୍ଷା କରିବ, ଭଗବାନ ତ ନିଜର ପ୍ରକୃତ ପ୍ରେମଭାବ ଜାଗ୍ରତ କରିଦେଇଛନ୍ତି। ଆଜି ଦେଖୁଛି ଦୁନିଆ ସଂପର୍କର ଡୋରୀକୁ । ସତେକି ଏହି ସଂପର୍କ ଜନ୍ମଜନ୍ମର ଯୁଗ ଯୁଗର ।


 ମାଆ ପ୍ରତି ସନ୍ତାନର ଅନାବିଳ ପ୍ରେମର ସଂପର୍କ |ବନ୍ଧୁ ସହିତ ବନ୍ଧୁତାର ପ୍ରେମ ସଂପର୍କ | ସଖା ସହିତ ସଖାର ପ୍ରେମ ସଂପର୍କ | ପ୍ରେମୀକା ସହିତ ପ୍ରେମୀର ଭଲ ପାଇବା । ଆମେ ଭଗବାନଙ୍କୁ ଯେଉଁ ଭାବରେ ଡାକିବା ଆମକୁ ଭଗବାନ ସେଇ ରୂପରେ ଦର୍ଶନ ଦେବେ । ଏଥିରେ ତିଲେ ମାତ୍ର ସନ୍ଦେହ ନାହିଁ।ଡାକ୍ତରବାବୁ ମାଳତୀ ମାଆର ପାଦରେ ପଡିଯାଇଛନ୍ତି ଆଉ କହିଛନ୍ତି। ମାଆ ତୋ ପୁଅର ତିଲେ ମାତ୍ର କିଛି ହୋଇନାହିଁ , Iତା ଦେହ ସଂପୂର୍ଣ୍ଣ ସୁସ୍ଥ ଅଛି। ତୁ ତୁଚ୍ଛାଟାରେ ଏମିତି ପାଗଳିନୀ ପ୍ରାୟ ହେଉଛୁ ।

.

ଏମିତି କିଏ ସଂସାରରେ ଅଛି ଯେ ତୋ ପୁଅର କ୍ଷତି କରିପାରିବ । ମାଆ ତୁ ବହୁତ ଭାଗ୍ୟବତୀ । କେଉଁ ଜନ୍ମରେ କେତେ ତପସ୍ୟା କରିଥିଲୁ ଯେ ଆଜି ବାଳ ଗୋପାଳ ତୋରି ପୁଅ ହୋଇଛନ୍ତି। ହେ ମାଆ ବାରମ୍ଵାର ତୋର ଚରଣ ଛୁଇଁବାକୁ ମନ ଲାଗୁଛି। ଏମିତି କହି ଗଡି ପଡିଛନ୍ତି ଡାକ୍ତରବାବୁ ମାଳତୀଙ୍କ ପାଦତଳେ ।


ଏହି ଦୃଶ୍ୟ ଦେଖିସମସ୍ତେ ଆବାକ ହୋଇଗଲେ ପ୍ରକୃତରେ କଣ ସବୁ ଘଟୁଛି । ଯେତେବେଳେ ଡାକ୍ତର ସବୁ କଥା ଖୋଲି ପ୍ରକାଶ କରିଦେଲେ ସମସ୍ତ ଉପସ୍ଥିତ ବ୍ୟକ୍ତି ହତଚକିତ ହୋଇଗଲେ । ଆଉ ମାଳତୀ ମାଆଙ୍କୁ ଧନ୍ୟ ଧନ୍ୟ କହି ସମସ୍ତେ ମାଳତୀ ମାଆର ପାଦତଳେ ପଡିଗଲେ ।


ବିତି ଯାଇଛି ଅନେକ ଦିନ ସମୟ ସୁଅରେ ଭାସିଚାଲିଛି ମଣିଷ। କେତେବେଳେ ଯେ ତାର ଜୀବନରେ କଣ ସବୁ ଘଟିବ। କେହି ମଧ୍ୟ ବିଶ୍ୱାସ କରିପାରିବେ ନାହିଁ।ସତରେ ମାଳତୀ ମାଆଙ୍କର ଜୀବନରେ ମଧ୍ୟ ଠିକ୍ ସେମିତି ଘଟିଗଲା ଆଉ ତାଙ୍କ ସାନ ପୁଅକୁ କୋଳରେ ଧରି ନିଜର ଶେଷ ନିଶ୍ଵାସ ତ୍ୟାଗକରିଛନ୍ତି ।ଆଉ ପୁତ୍ର ଭାବରେ ଦେଖୁଥିବାରୁ ଭଗବାନ ନିଶ୍ଚୟ ସେହି ମାଆଙ୍କୁ ମାତୃତ୍ଵର ଗତି ଦେଇଥିବେ ।


ଯେମିତି ଖରାପ ମନୋଭାବ ନେଇ ପୁତୁନା ଆସିଥିଲା ଭଗବାନଙ୍କୁ ମାରିଦେବା ପାଇଁ। କିନ୍ତୁ ପ୍ରକୃତି ସିନା ଅସୁର । ହେଲେ ସେ ମାଆର କାର୍ଯ୍ୟ କରିଥିବାରୁ ଭଗବାନ ପୁତୁନାକୁ ମାତୃତ୍ୱର ଗତି ଦେଇଥିଲେ । ଯିଏ ଯେଉଁ ଭାବରେ ଭଗବାନଙ୍କୁ ଦେଖିଥାଏ ଠିକ ଭଗବାନ ମଧ୍ୟ ତାଙ୍କ ଭକ୍ତର ମନୋଭାବ ଜାଣି ସେହି ଭାବରେ ଦେଖିଥାନ୍ତି ।


ଆଉ ଆମେ ନିଷ୍ଠାର ସହ ଭଗବାନଙ୍କୁ ବିଶ୍ୱାସ କରିବା । ଆଉ ନିଜର ମନ.ପ୍ରାଣ ସମର୍ପଣ କରି ଦେଇ ତାଙ୍କର ଶ୍ରୀଚରଣାରବିନ୍ଦକୁ ଆଶ୍ରୟ କରିବାହିଁ ପ୍ରକୃତ ଭଗବାନଙ୍କ ପ୍ରତିଭଲପାଇବା । ଯାହା ଦେଖି ଭଗବାନ ଅତ୍ୟନ୍ତ ଖୁସୀ ହୋଇ ଭକ୍ତର ସମସ୍ତ ଇଚ୍ଛାପୂର୍ଣ୍ଣ କରିଥାନ୍ତି। ତେଣୁ ଆମେ ସଦାସର୍ବଦା ଭଗବାନଙ୍କର ଆଶ୍ରୟରେ ହିଁ ରହିବା ପାଇଁ ଚେଷ୍ଟା କରିବା ,


ଜୟଶ୍ରୀ ରାଧେ. . .




Rate this content
Log in

Similar oriya story from Inspirational