Antaryami Sahu

Inspirational

3  

Antaryami Sahu

Inspirational

ଶ୍ରୀ ଶ୍ରୀ ସଦଗୁରୁ

ଶ୍ରୀ ଶ୍ରୀ ସଦଗୁରୁ

2 mins
160



   


ଗୁରବେ ଗୌରଚନ୍ଦ୍ରାୟଃ ରାଧିକାୟେ ତଦାଳୟେ,

କୃଷ୍ଣାୟ କୃଷ୍ଣଭକ୍ତାୟ ତଦଭକ୍ତାୟ ନମୋନମଃ ।


ହେ ପରମପୂଜ୍ୟ ହେପରମ ଆରାଧ୍ଯ ପ୍ରାତଃ ସ୍ମରଣୀୟ ମଦୀୟ ଶ୍ରୀଶ୍ରୀ ସଦଗୁରୁ ଦେବଙ୍କର ଅଭୟ ରଚରଣାରବିନ୍ଦରେ ଏ ଅଧମ ଅକିଞ୍ଚନ ସେବକର ଅନନ୍ତ କୋଟି ଭୂମିଷ୍ଠ ଦଣ୍ଡବତ ପ୍ରଣାମ । ଜୟଶ୍ରୀ ରାଧେ ।


ଆମ ଭାରତୀୟ ସନାତନ ସଂସ୍କୃତିରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର, ଭଗବାନଙ୍କ ରୂପରେ ପୂଜା କରାଯାଏ । ସେଥିପାଇଁ ଗୁରୁଙ୍କୁ ଧ୍ୟାନ, କରିବା ସମୟରେ ଶିଷ୍ୟ

 "ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣ, ଗୁରୁଦେବ ମହେଶ୍ଵର: ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ " 

ବୋଲି ପ୍ରଣିପାତ କରିଥାଏ ।


ଗୁରୁଙ୍କୁ ନମଣିବ ନର,

ଗୁରୁ ଯେ ସାକ୍ଷାତେ ଇଶ୍ଵର । ।ଶ୍ରୀ ଭାଗବତ ।।


ଗୁରୁଙ୍କୁ ମନରେ କେବେହେଲେ ମନୁଷ୍ୟ ଜ୍ଞାନରେ ବିବେଚନା କରିବା ନାହିଁ । ଏହା ଭାବିବା ଦ୍ୱାରା ଆମର ଅପରାଧ ହୋଇଥାଏ । ଅପରାଧ ହେଲେ ଅପରାଧର କ୍ଷମା ନାହିଁ । ଗୁରୁ ଶିଷ୍ୟକୁ ଅଜ୍ଞାନ ରୁପକ ଘୋର ଅନ୍ଧକାର ଠାରୁ ଉଦ୍ଧାର କରି ଆଲୋକର ଶିଖା ଦେଖାଇଥାନ୍ତି । ସ୍ୱୟଂ ନନ୍ଦ ନନ୍ଦନ ଭଗବାନ ଶ୍ରୀକୃଷ୍ଣ ଶ୍ରୀଗୁରୁ ରୂପରେ ଅବତୀର୍ଣ୍ଣ ହୋଇଥାନ୍ତି । ଗୁରୁ ହେଉଛନ୍ତି ଗୁଣର ଅତୀତ ଓ ରୁପରୁ ବର୍ଦ୍ଧିତ । ଏଣୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ।


ମୁହିଁ ବସଇ ଗୁରୁଦେହେ,

ମୋ ତହୁଁ ଗୁରୁ ଭିନ୍ନ ନୋହେ । । ଶ୍ରୀଭାଗବତ ।


ନିଜର ଭଗବାନଙ୍କ ସେବାରେ କିଛି ତ୍ରୁଟି ହେଲେ: ତାହା ଗୁରୁଦେବଙ୍କୁ ଜଣାଇ ଆପଣ ସମାଧାନ କରିପାରିବେ । ଭଗବାନ ଆପଣଙ୍କର କିଛି ଅସୁବିଧା କରିପାରିବେ ନାହିଁ । କିନ୍ତୁ, 

ଯଦି ଶ୍ରୀଗୁରୁ ଶିଷ୍ୟ ପ୍ରତି ରୁଷ୍ଟ ହୁଅନ୍ତି ତାହେଲେ ଭଗବାନ ମଧ୍ୟ ରକ୍ଷାକରି ପାରିବେ ନାହିଁ। 

କୃଷ୍ଣରୁଷ୍ଟ ହୈଲେ ଗୁରୁ ରାଖିବାରେ ପାରେ,

ଗୁରୁରୁଷ୍ଟ ହୈଲେ କୃଷ୍ଣ ରାଖିବାରେ ନାରେ ।

(ଚୈ:ଚ: ମୃତ)


ଏଣୁ ଆମେ ଗୁରୁଦେବଙ୍କ ସେବାରେ ହେଉ, ଗୁରୁଙ୍କ ବାଣୀରେ ହେଉ ସଦା ସର୍ବଦା ସହମତି ପ୍ରକାଶ କରିବା ଓ ଗୁରୁଙ୍କ ପ୍ରତ୍ୟେକଟି ବାକ୍ୟ ମାନି ଚଳିବାକୁ ଚେଷ୍ଟା କରିବା । କିନ୍ତୁ ଆମେ ତ ଜଣେ ଜଣେ ଅଭାଗା ମଣିଷ । ଆମ ଭାଗ୍ୟରେ ଗୁରୁଙ୍କର ସାନ୍ନିଧ୍ଯ ମିଳିପାରୁନାହିଁ ।


ଶିକ୍ଷାଗୁରୁ ଅନେକ,ଦୀକ୍ଷାଗୁରୁ ଏକ

ଆମ ଜୀବନ କାଳରେ ଆମେ କିଛି ଶିକ୍ଷା କରିବା ପାଇଁ ଅନେକ ଗୁରୁ କରିଥାଉଁ । କିନ୍ତୁ ଆମର ପ୍ରଥମ ଗୁରୁ ହେଉଛନ୍ତି ଜନ୍ମଦାତା ଓ ଜନ୍ମଦାତ୍ରୀ । ତାପରେ ଆମର ଶିକ୍ଷାଗୁରୁ । ଏମିତିକି ଆମେ ବିଭିନ୍ନ ସମୟରେ ବିଭିନ୍ନ କାମ ଶିଖିବା ପାଇଁ ଗୁରୁ କରିଥାଉଁ । ଆଉ ଆମର ଜୀବନଚର୍ଯ୍ୟା ଭିତରେ ଅନେକ ଗୁରୁ ଆସିଥାନ୍ତି । ଏହା ପ୍ରାୟ ସମସ୍ତଙ୍କ ଜୀବନରେ ଆସିଥାଏ । କିନ୍ତୁ ଦୀକ୍ଷାଗୁରୁ ସମସ୍ତଙ୍କ ଜୀବନରେ ଆସନ୍ତି ନାହିଁ ।


ଜୀବନରେ ଦୀକ୍ଷାଗୁରୁ ନିହାତି ଆବଶ୍ୟକ । ଶାସ୍ତ୍ରରେ ପ୍ରମାଣ ଅଛନ୍ତି

 "ଗୁରୁବିନା ଭବନିଧି ତରଇନା କୋଇ "

ଏହି ଭବରୁପକ ସମୁଦ୍ରରୁ ଉଦ୍ଧାର ହେବ।ପାଇଁ ଦୀକ୍ଷାଗୁରୁଙ୍କର ଆବଶ୍ୟକ ଜରୁରୀ । 

ଗୁରୁଙ୍କର କୃପା ଯେତେ ଦିନ ପର୍ଯ୍ୟନ୍ତ ଶିଷ୍ୟ ଉପରେ ନ ପଡିଛି ସେତେଦିନ ପର୍ଯ୍ୟନ୍ତ ଶିଷ୍ୟର କୌଣସି ପ୍ରକାର ଉତ୍ତରୋତ୍ତର ଉନ୍ନତି ପରିଲକ୍ଷିତ ହୁଏନାହିଁ । ଏକାଧାରରେ ଗୁରୁ ହେଉଛନ୍ତି ମାତା , ପିତା, ଭାଇ, ବନ୍ଧୁ,ପତିଠାରୁ ଉର୍ଦ୍ଧ୍ଵରେ । ଆଉ ବିନା ଗୁରୁରେ ଜୀବର ମୁକ୍ତି ନାହିଁ । ସ୍ୱାମୀ ନଥିବା ସ୍ତ୍ରୀର ଅବସ୍ଥା ଯାହା, ଗୁରୁ ନଥିବା ଶିଷ୍ୟର ଅବସ୍ଥା ଠିକ୍ ସେଇଆ ।

ଗୁରୁ ମାତା ଗୁରୁ ପିତା ଗୁରୁହନପତି,

ଗୁରୁ ବିନା ଏ ସଂସାରେ ନାହିଁ ଆନଗତି । ଚୈ: ଚ଼: ମୃତ । ।

ଆମରି ସନାତନ ଶାସ୍ତ୍ରରେ ଅନେକ ପ୍ରମାଣ ଅଛନ୍ତି । ଇନ୍ଦ୍ର, ଚନ୍ଦ୍ର, ଠାରୁ ହର -ବ୍ରହ୍ମା ପର୍ଯ୍ୟନ୍ତ। ଶ୍ରୀରାମ, ଶ୍ରୀକୃଷ୍ଣ ଭଗବାନ ମଧ୍ୟ ଗୁରୁ କରିଥିଲେ । ଏଣୁ ଆମେ ଶାସ୍ତ୍ର ପ୍ରମାଣ ଭିତିକ ଅନୁସାରେ ଜୀବନକାଳ ମାତ୍ରରେ ଥରୁଟିଏ ଦୀକ୍ଷାଗୁରୁ କରିବାପାଇଁ ଚେଷ୍ଟା କରିବା । ସେ ଚତୁସଂପ୍ରଦାୟ ଭିତ୍ତିକ ହୋଇଥିବା ଆବଶ୍ୟକ । ଗୁରୁ ବିଷୟରେ ଅନେକ ତଥ୍ୟ ଅଛି କିନ୍ତୁ ଏଠାରେ ସବୁ ପ୍ରକାଶ କରି ନାହିଁ ।


ଏଣୁ ସମସ୍ତଙ୍କୁ ନିବେଦନ କରିବି ଯେଉଁମାନେ ବିନା ଗୁରୁଦୀକ୍ଷାରେ ଅଛନ୍ତି ସେମାନେ ତାଙ୍କ ଜୀବନ କାଳ ଭିତରେ ଗୁରୁଟିଏ ନିଶ୍ଚୟ କରିବେ । ଏବଂ ନିଜର ଗତିକୁ ସରସ ସୁନ୍ଦର କରିବେ ବୋଲି ବିଶ୍ଵାସ ରଖୁଛି ।


ଜୟ ଶ୍ରୀସଦଗୁରୁ ଦେବ. . .

ଜୟଶ୍ରୀ ରାଧେ

            

    



Rate this content
Log in

Similar oriya story from Inspirational