ସ୍ମୃତି
ସ୍ମୃତି
ବହୁ ଦିନ ବିତିଗଲା ପରେ
ହଠାତ୍ ଆଜି
ତମର ମିଳିଲା ଦର୍ଶନ ।
ଭାବିବି ନଥିଲି ଜୀବନରେ କେବେ
ତମକୁ ଦେଖିବି ବୋଲି,
ଆଶା ମଧ୍ୟ ନଥିଲା ମନରେ ।
ଆଶା ମୋର ରହିଯାଇଥିଲା ଆଶାରେ ।
ତମେ କି ବୁଝିପାରିବ ମୋ
ମନର ବେଦନା ।
ଓ8 କି ଯନ୍ତ୍ରଣା ।
ସାଥି ବିନା ଜୀବନ ଯେ ବେକାର ।
ଏ କଥା ତମେ କ'ଣ ଜାଣିନ ।
ନାଁ !ଜାଣିସବୁ ଅଜଣା ହେଉଛ ।
ତମେ କି ବୁଝିପାରିବ ଏକ ଦରଦିର ଦୁଃଖ ।
ତମ ପାଖରେ ତ ହୃଦୟ ନାହିଁ ।
କେମିତି ବା ଜାଣିବ ହୃଦୟର ସ୍ପନ୍ଦନ ।
ତମେ ସିନା ପାଇଗଲ ସୁଖର ସଂସାର,
ସ୍ୱାମୀ ସହିତ ଅଛ ଆରାମରେ ।
ସ୍ଵାମୀ କୋଳରେ ମଥା ରଖି ଶୋଉଛ ।
ମୁଁ କିନ୍ତୁ ଏଠି ପଡିଛି ଗୋଟାଏ କାଠଗଣ୍ଡି ଭଲି ।
କାଠଗଣ୍ଡିର କିଏ ଅଛି କହିଲ . . .
ନାଁ,ଆହାଃକରିବାକୁ. . . .
, ନାଁ ସାହା ହେବାକୁ . . .
ନାଁ, କଥା ପଦେ ହେବାକୁ . . .
ଆଜି ଦେଖିବାର ସୁଯୋଗ ପାଇଛି ଯେତେବେଲେ ।
ମନ ଭରି ଉପଭୋଗ କରିବି।
ସେଇ ଚନ୍ଦ୍ର ବଦନୀଟାକୁ ॥
ଏତେ ଦିନରୁ ଜଳୁଥିବା ଏଇ ଅଶାନ୍ତ ମନକୁ।
ଶାନ୍ତ କରିଦିଅ ଆଜି ।
କିଛିକ୍ଷଣ ମୋ ସମ୍ମୁଖରେ ଛିଡ଼ାହୋଇ ।
ଆଗରୁ ବି କିଛି ମାଗି ନ ଥିଲି ଏବେ ମଧ୍ୟ ନୁହେଁ।
କାରଣ ମୁଁ ତତେ ବେଶୀ ଭଲ ପାଏ।
ପାଇବାରେ ଯେତେ ଆନନ୍ଦ ପାଇଥାନ୍ତି
ତାଠୁ ବେଶୀ ଆନନ୍ଦରେ ଅଛି
ହରାଇଦେଇ ତମକୁ ।
ତୁମ ସ୍ମୃତିକୁ ମାନସପଟ୍ଟରେ ରଖି,
ହୃଦୟ ଭିତରେ ତୋତେ ସାଇତି ରଖିଛି ସଜାଇ ।
ତୁମୋରସ୍କୃତି,ତୁମୋର ଗିତୀ ।
ଜଳିବାରେ ଯେତେ ଆନନ୍ଦ ଅଛି।
ଆଉ କଉଠି ମିଳେନା।
ସେଥିପାଇଁତ ଏମିତି ଜଳୁଛି
ତମରି ବିରହରେ ।
ମୁଁ ଚାହିଁଥିଲେ ବାହାହୋଇପାରିଥାନ୍ତି ।
କିନ୍ତୁ , ବାହାହେଲିନି ତମ ପାଇଁ।
ଭାବିନେଇଛି ସଦାସର୍ବଦା ତମେ
ମୋ ହୃଦୟ ଭିତରେ ଅଛ।
ମୁଁ କେବେ ଏକା ନୁହେଁ।
ଆଉ କଣ ଦରକାର ଅଛି ଏ ଜୀବନେ ।
ତମର ସ୍କୃତି ଅଛି ମୋର ସବୁ ଅଛି,
ତୁମେ ହିଁ ମୋର ସବୁ କିଛି. I
ଏମିତି କଟାଇ ଦେବି ମୋର ଶେଷ ଜୀବନ ।
ଭାବିବି ନାହିଁ ମନରେ ନିସଙ୍ଗ ବୋଲି ।
ଏହା ହେଉଛି ତମ ପ୍ରତି
ମୋର ଭଲ ପାଇବାର ଉପହାର ହେବ।
କଥାଦେଇଥିଲି ଯେଣୁ ରଖିଛି ଶପଥ ।
ଆଉ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ରହିବ।
କେବେ ଯଦି ଶୁଣ କାହା ମୁଖରୁ ,
ମୁଁ ମରିଯାଇଛି।
ମୋ ପାଇଁ ପୋଖରୀରେ
ବୁଡ଼ ଟିକେ ଦେବ।
ଆଉ ମୋ ପାଇଁ ତମେ ପିଣ୍ଡ ବାଢ଼ିଦେବ ।
ଆଉ ସେହି ପିଣ୍ଡ ପାଇ ମୋର ଆତ୍ମ।
ଅତୃପ୍ତ ହେବନାହିଁ କି ଭ୍ରମିବ ନାହିଁ।
ସବୁ ଦିନପାଇଁ ଶାନ୍ତି ହୋଇଯିବ।
ହଁ..ହଁ..
ସବୁଦିନ ପାଇଁ ଶାନ୍ତି ହୋଇଯିବ ।
ଆଉ ସେହିଦିନ ମୋର ଭଲ ପାଇବା
ସାର୍ଥକ ହୋଇଯିବ।
ଅମର ହୋଇ ଯିବ ।