STORYMIRROR

Antaryami Sahu

Inspirational

4  

Antaryami Sahu

Inspirational

ବିଦାୟର ଦୁଃଖ (SmBoss )

ବିଦାୟର ଦୁଃଖ (SmBoss )

2 mins
254

ସଂସାରରେ ସବୁଠାରୁ ବଡ ଦୁଃଖ ହେଲା ବିଦାୟର ଦୁଃଖ । ଆମର ମନର ମିଳନ ହେଉ,ଦେହର ମିଳନ ହେଉ, ବସ୍ତୁର ମିଳନ ହେଉ , ବନ୍ଧୁ-ବାନ୍ଧବଙ୍କର ମିଳନ ହେଉ ,ମାଆ - ବାପାଙ୍କର ମିଳନ ହେଉ, ସ୍ୱାମୀ-ସ୍ତ୍ରୀ ଙ୍କର ମିଳନ ହେଉ କିମ୍ବା ପ୍ରେମିକ-ପ୍ରେମିକାଙ୍କର ମିଳନ ହେଉ,ଦୁନିଆରେ ଆମେଯେତିକି ମଧୁର ସଂପର୍କ, ମଧୁର ମିଳନ ଅଛି ସବୁ ମିଳନରେ ଆନନ୍ଦ ଥାଏ । ଏବଂ ଯେତେବେଳେ ଏହି ସଂପର୍କର ଡୋରୀ କେତେବେଳେ କାଳର କରାଳ ଗତିରେ ଭାସିଯାଇଥାଏ ଅନ୍ୟ ଦିଗକୁ ସେତେବେଳେ ଯେଉଁ ଦୁଃଖ ହୁଏ ତାହା ଅବର୍ଣ୍ଣନୀୟ। ବସ୍ତୁର ମିଳନରେ ଯେତିକି ଆନନ୍ଦ ଥାଏ,ବସ୍ତୁର ବିଚ୍ଛେଦରେ ସେତିକି ଦୁଃଖ ମିଳିଥାଏ। ମନର ମିଳନରେ ଯେତିକି ଆନନ୍ଦ ମିଳିଥାଏ ତା ଠାରୁ ବିଛେଦର ଦୁଃଖ ଅତି ହୃଦୟ ବିଦାରକ

ସତରେ..!

ଜୀବନରେ ଗୋପୀମାନେ କେବେ ଭାବନଥିଲେ ଯେ, ଆମ ଜୀବନରେ ଏମିତି ଦିନ ଆସିବ ବୋଲି। ସମୟ ଡୋରୀରେ ସମସ୍ତେ ବନ୍ଧା ,ଏ ଜଗତ ବନ୍ଧା, ହଠାତ୍ ଯେତେବେଳେ ଗୋପୀମାନେଶୁଣିବାକୁ ପାଇଲେ ଯେ , ଆମର ପ୍ରାଣପ୍ରିୟ ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ମଥୁରାପୁରରୁ କିଏ ଅକ୍ରୁର ନାମକ ଜଣେ ବ୍ୟକ୍ତି ଆସିଛନ୍ତି ସାଙ୍ଗରେ ମଥୁରାପୁରକୁ ନେଇଯିବା ପାଇଁ। ଏହିକଥା ଶୁଣି ଗୋପାଙ୍ଗନାମାନଙ୍କର ଅବସ୍ଥା କହିଲେ ନସରେ । ସମସ୍ତ ଗୋପାଙ୍ଗନା ମାନେ ଏକତ୍ରିତ ହୋଇଛନ୍ତି ଆଉ ଆକୁରଙ୍କୁ ବିଭିନ୍ନ ପ୍ରକାର କହି ଗାଳି ଦେଇଛନ୍ତି। ଶେଷରେଅକ୍ରୁରଙ୍କୁ କହୁଛନ୍ତି ହେ ଅକ୍ରୁର ତୁମେ ଆମର ପ୍ରାଣ ପ୍ରିୟ ଶ୍ରୀକୃଷ୍ଣଙ୍କୁ ଆମଠାରୁ ଦୁରେଇ ନିଅ ନାହିଁ। ହେ ଅକ୍ରୁର ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତିଆମ ମନ -ପ୍ରାଣ, ଶ୍ରୀକୃଷ୍ଣ ହେଉଛନ୍ତି ଆମର ଶ୍ଵାସ -ପ୍ରଶ୍ଵାସ, ଶ୍ରୀକୃଷ୍ଣ ହେଉଛନ୍ତି ଆମର ଗତି -ମୁକ୍ତି ।କୃଷ୍ଣ ବିନା ଆମେ କାହା ମୁହଁକୁ ସଦାସର୍ବଦା ଅନାଇବସିଥିବୁ। କାହାର ବେଣୁନାଦକୁ କର୍ଣ୍ଣ ଡେରିକି ଶୁଣିବୁ। ଯେତେବେଳେ ଆମର ଶ୍ରୀକୃଷ୍ଣ ଗୋ ଚାରଣ କରି ଫେରୁଥାନ୍ତି ତାଙ୍କର କି କମନୀୟ ରୁପକାନ୍ତି ଆହା . . .

ଆମ ଗୋପପୁରରେ କେତେ କେତେ ବିପତ୍ତି ନ ଆସିଛି ସବୁ ବିପଦରୁ ଆମକୁ ଏହି ଭଗବାନ ଶ୍ରୀକୃଷ୍ଣରକ୍ଷା କରିଛନ୍ତି। 

ଗୋପେ କେତେ ବିପତ୍ତି ନ ପଡିଲା

କୃଷ୍ଣ ଥିବାରୁ କିଛି ନ ହୋଇଲା । ।

ଆମ ପାଇଁ ଭଗବାନ ଆଉ କ'ଣ ସବୁନ କରିଛନ୍ତି। ଜନ୍ମ ର ତିନିଦିନ ହେଉ ହେଉ ଭଗବାନ ପୂତନା ଭଳି ରାକ୍ଷସିଟାକୁ ବଧ କରିଦେଲେ । ଏଭଳି କେତେ ଅସୁର ମାନଙ୍କୁ କଂସ ବ୍ରଜପୁରକୁ ପ୍ରେରଣ କଲା ଶକଟା,କେଶୀ, ବକା, ଅଘା ଭଲିକେତେ କେତେ ଅସୁର ମାନଙ୍କଠାରୁ ଭଗବାନ ଆମକୁ ଏବ୍ରଜପୁରକୁ ରକ୍ଷା କରିଆସିଛନ୍ତି।କାଳିୟ ସର୍ପକୁ ଦଳନ କରି ଯମୁନା ନଦୀକୁ ସର୍ପ ଭୟରୁ ରକ୍ଷା କରିଛନ୍ତି। 

ଏମିତି ଭଗବାନ କରିଯାଇଥିବା ଅନେକ କାମକୁ ମନେପକାଇ ଆଜି ଗୋପୀମାନେ ବହୁତ ଦୁଃଖି । ଦୁଃଖରେ ମ୍ରିୟମାଣ ହୋଇ ପଡୁଛନ୍ତି। ଅନେକ ବୁଝାଇବା ସତ୍ତ୍ଵେ ବି ଅକ୍ରୁର ବୁଝିଲେ ନାହିଁ। କାରଣ ସେ ରାଜା କଂସଙ୍କର ଆଜ୍ଞାରେ ଆସିଥିଲା ଦୁତପଣରେ, ସଙ୍ଗରେ କୃଷ୍ଣ-ବଳରାମଙ୍କୁ ସାଙ୍ଗରେ ନେଇ ଯିବା ପାଇଁ।

ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ-ବଳରାମ ବାହାରିଛନ୍ତି ଅକ୍ରୁର ସାଥିରେ ମଥୁରା ଯିବାପାଇଁ।

ଗୋପୀ ମାନେ କାନ୍ଦି କାନ୍ଦି ଧରାଶାୟୀ ହୋଇଯାଉଛନ୍ତି ହେ ପ୍ରଭୁ ଆପଣ ଆମକୁ ସବୁଦିନ ପାଇଁ ଛାଡ଼ି ଚାଳିଯାଉନାହାନ୍ତିତ । ଆମେ କାହା ମୁଖ ଅନାଇ ବଞ୍ଚିବୁ ।ଯେମିତି ଜଳ ବିନା ମାଛ ବଞ୍ଚିପାରେ ନାହିଁ। ଜହ୍ନ ବିନା କଇଁ ରହିପାରେନା ଠିକ୍ ଆପଣ ବିନା ଆମର ଜୀବନ ବ୍ୟର୍ଥ ।

ଶେଷରେ ଅନେକ କଥା କହିବାପରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ହେ ଗୋପାଙ୍ଗନାମାନେ ମୁଁ ଯେଉଁଠି ଥିଲେ ମଧ୍ୟ ମୋ ମନ ତମ ପାଖରେ, ତମ ବିନା ମୁଁ ମଧ୍ୟ ଯେଉଁଠିକି ଗଲେ ମଧ୍ୟ ଶାନ୍ତିରେ ରହିପାରିବି ନାହିଁ, ଶେଷରେ ଭଗବାନ ଶ୍ରୀକୃଷ୍ଣ କଥା ଦେଇଛନ୍ତି ହେ ଗୋପାଙ୍ଗନା ମାନେ ମୁଁ ମାତ୍ର ଚାରିଦିନ ରହି ଫେରିଆସିବି। ଏହା କହି ଭଗବାନ ଗୋପୀମାନଙ୍କ ପାଖରୁ ବିଦାୟ ନେଇଛନ୍ତି. . . .

କ୍ରମଶଃ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational