STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ପ୍ରେମ ସରପ୍ରାଇଜ

ପ୍ରେମ ସରପ୍ରାଇଜ

3 mins
3


ପ୍ରଥମ ରାତିରେ ଆଲୋକ ତାଙ୍କ ନିଜ ଆଡୁ କହିଥିଲେ ତୁମକୁ ଓ ତୁମ ପ୍ରେମ ପାଇବାକୁ ସେହିଦିନ ନିଷ୍ପତ୍ତି ନେଇଥିଲି ଯୋଉଦିନ କଲେଜରେ ମୋ ସଫଳତା କାହାଣୀ ଶୁଣି ମଧ୍ୟ ତୁମେ ଚୁପଚାପ ଫେରିଯାଇଥିଲ କମନରୁମକୁ କିଛିନକହି . ତୁମଠାରୁ କଥା ପଦେ ଶୁଣିବାକୁ କମ ପ୍ଲାନ ପ୍ରସ୍ତୁତ କରିନି ମୁଁ!ଜାଣ ସେଥିପାଇଁ କଲେଜ କୁଇନ ମିତାକୁ ମଧ୍ୟ କିଛିଦିନ ହାତ କରିବାକୁ ପଡିଥିଲା ମତେ. ହଉ ଏବେ କୁହ କିଛି... ଏ ରାତି ପରା ସରି ଯାଉଛି. ନିକିତା କହିଥିଲେ ମତେ ସୁନାବେଶ ଦେଖିବାର ଇଛା ଅଛି. ଓଃ ଏଇ କଥା ନିଶ୍ଚୟ ଯିବାର ପ୍ରତିଶ୍ରୁତି ଦେଇଥିଲେ ଆଲୋକ.ସୁନାବେଶ ଦିନ ସିଂହଦ୍ୱାର ଲୋକରଣ୍ୟ. ପିମ୍ପୁଡି ଗଳିବାକୁ ରାସ୍ତା ନାହିଁ. ହାତ ଧରି ଆଲୋକ ନେଉଥାଆନ୍ତି ନିକିତାଙ୍କୁ.ଧକ୍କା ଖାଇଲେ ନିକିତା ଯାହା ସଙ୍ଗେ ସେ ଥିଲା ତାଙ୍କ ଗାଁର ମନୋଜ. ନିକିତାଙ୍କୁ ବିବାହିତ ଦେଖି ଚମକି ପଡିଥିଲା ମନୋଜ. ମାମୁଁଘର ଗାଁରେ ରହି ପାଠ ପଢୁଥିଲା ବେଳେ ତାର ସେହି ଗାଁ ଝିଅ ନିକିତା ସହ ପରିଚୟ. ଯାହାକୁ ନେଇ ଅନେକ ସ୍ବପ୍ନ ଦେଖିଛି ସେ. ବର୍ତ୍ତମାନ ବେସରକାରୀ ଚାକିରୀ କରୁଛି ସେ. ସରକାରୀ ଚାକିରୀ ପାଇଲା ପରେ ନିଶ୍ଚୟ ମାମୁଁଘର ଗାଁକୁ ଯାଇ ନିକିତାର ହାତ ମାଗିବାକୁ ମନସ୍ଥ କରିଥିବା ମନୋଜ ଆସିଛି ସୁନାବେଶରେ ଥିବା ଠାକୁରଙ୍କୁ ତାର ମନକଥା ଜଣେଇବାକୁ ହେଲେ କି ବିଚିତ୍ର କଥା ସେହି ନିକିତା ସହ ଧକ୍କା ଖାଇ ସେ ଦେଖୁଛି ତାର ବିବାହିତ ସୁନାବଧୂ ବେଶ.ହୃଦୟ ଖଣ୍ଡ ଖଣ୍ଡ ହୋଇଯାଇଛି ତାର. କିଛି ଅଳ୍ପ ଆଳାପ ପରେ ମନୋଜ ଚାଲିଗଲା ସତ କିନ୍ତୁ ତା କଥାବାର୍ତ୍ତା ହାବଭାବ ଭରିଦେଇଗଲା ନିକିତା ଉପରେ ସନ୍ଦେହ କରିବାକୁ ଅନେକ କିଛି ଆଲୋକଙ୍କୁ.ଆଲୋକ ଚାହିଁଲେ ପତ୍ନୀ ମୁଁହକୁ.ଲାଜୁଆ ଆଖିରେ ନିକିତା ଖୁବ ସୁନ୍ଦର ଦେଖାଯାଉଥିଲେ କିନ୍ତୁ ସନ୍ଦେହର କୁହେଳିକାରେ ଛଟପଟ ହେଉଥିଲେ ଆଲୋକ. କିଛି ବି ପଚାରି ପାରୁନଥିଲେ ନିକିତାକୁ. ହଠାତ ମିତା ସହ ଦେଖାହେବା ଯେମିତି ଵିଧିନିର୍ଦ୍ଦିଷ୍ଟ ଥିଲା. ମିତା ଏଯାଏଁ ବିବାହ କରିନଥିଲା. ତାର କେଇପଦ କଥା ଯଥା ନିକିତା ତୁ କଲେଜର ସବୁଠୁ ହାଣ୍ଡସମ ଟୋକାଟାକୁ ପାଇଗଲୁ କହିବା ଯେମିତି ତୀର ବିଦ୍ଧ ହେଲା ଆଲୋକଙ୍କ ଛାତିରେ. ନିକିତା ହସିଦେଇ ପ୍ରଭୁଙ୍କୁ ମୁଣ୍ଡିଆ ମାରି ଯେବେ କହୁଥିଲା ଭାଇଭଉଣୀଙ୍କ ଭଳି ମାଆ ଲଷ୍ମୀଙ୍କ ପାଇଁ ଗୋଟେ ରଥ କରନା ସାଆନ୍ତେ. ଜଗତ୍ର ଜାଣନ୍ତା ପ୍ରଭୁ,ପ୍ରେମରେ ଆଜି ମଧ୍ୟ ମନୁଷ୍ୟ ପରି ଅଛନ୍ତି. ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ଶାଶ୍ୱତ ପ୍ରେମ ବଞ୍ଚାଇବାକୁ ଯାଇ ପ୍ରଭୁ ମାଆ ଲଷ୍ମୀଙ୍କ ପାଇଁ ରଥ ଗଢ଼ାଇଦେଇଛନ୍ତି. ଏମିତି ଭାବୁ ଭାବୁ ଆଲୋକ ହାତ ମୁଠାରୁ ସେ ହୁଗୁଳି ସାରିଥିଲେ. ଗହଳିରେ ଆଲୋକ ପରିବର୍ତ୍ତେ ମନୋଜର ହାତ ଧରି ବାହାରକୁ ଆସି ଖୋଜୁଥିଲେ ଆଲୋକକୁ. ମିତା ସହିତ ଆଇସକ୍ରିମ ଓ ପାନ ଖାଉ ଖାଉ ମନୋଜ ସହ ସ୍ତ୍ରୀକୁ ଦେଖି ସନ୍ଦେହର କଳାଵାଦଲ ବରଷି ଯାଇଥିଲା ଯେମିତି ଆଲୋକଙ୍କ ହୃଦୟରେ.।

   ପୁରୀରୁ ଫେରିଲା ପରେ ଆଲୋକଙ୍କ ପୂର୍ବ ସ୍ନେହ, ସହାନୁଭୂତି, ଅନୁରାଗ କି ଅନୁକମ୍ପା ନଥିଲା ନିକିତାଙ୍କ ପ୍ରତି. ନିକିତା ପ୍ରଥମେ ପ୍ରଥମେ ଜାଣିପାରୁନଥିଲେ.ଜାଣିଲା ପରେ ଭାବିନେଲେ ଏଥିପାଇଁ ସେ ହିଁ ଦାୟୀ. ପ୍ରଭୁଙ୍କୁ ଆଲୋକଙ୍କ ପ୍ରେମ ମାଗିବା ଛାଡି ମାଆ ଲଷ୍ମୀଙ୍କ ପାଇଁ ରଥ ତିଆରି କରିବାକୁ କହିବା କଣ ଦରକାର ଥିଲା? ସେ ନିଜେ ଜଗତର ହର୍ତ୍ତା, କର୍ତ୍ତା ଓ ଦଇବବିଧାତା. ତାଙ୍କୁ କଣ ଜଣା ନାହିଁ କଣ କରିବା ଉଚିତ ଅନୁଚିତ!ପ୍ରଭୁ ହେ ମତେ କ୍ଷମା କରିଦିଅ ମତେ ମୋ ସ୍ୱାମୀଙ୍କ ପ୍ରେମ ଫେରାଇ ଦିଅ ପ୍ରଭୁ କହୁଥାନ୍ତି ନିକିତା ଠାକୁର ଘରେ ଚତୁର୍ଦ୍ଧାଙ୍କ ଆଗରେ.ଏହି ସମୟରେ ଆଲୋକ ଫେରିଲେ ଏବଂ ମିତା ଆଜି ଆମ ଘରେ ଖାଇବେ ଭଲକରି ବିରିୟାନୀ, ଦହିକଡି ଓ ମିତାକୁ ଭଲ ଲାଗୁଥିବା ମଟର ପନିର ସହିତ କ୍ଷୀରି କରିବାକୁ କହିଦେଇ ଗଲେ ଆଲୋକ.ତାଙ୍କ କଥା ଅନୁଯାୟୀ ସବୁ ପ୍ରସ୍ତୁତ କରୁଥିଲେ ମଧ୍ୟ ନିକିତା ମନଭିତରେ ଆନ୍ଦୋଳନ. ମନକୁ ବୁଝାଇ ତିଆରି କରୁ କରୁ ଭାବୁଥାଆନ୍ତି ନିକିତା ଯେ ମିତା ତାଙ୍କର ମଧ୍ୟ ସାଙ୍ଗ. ବନ୍ଧୁତ୍ୱ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ ଭାବି ସବୁ କାମ କରିଯାଉଥିଲେ ମଧ୍ୟ ମନରେ କୋଉଠି ନା କୋଉଠି ଆସୁଥିବା ପ୍ରଶ୍ନବାଚୀଟି ତାଙ୍କୁ ବ୍ୟତିବ୍ୟସ୍ତ କରୁଥାଏ. କହିବାକୁଗଲେ ମିତା ସହ ଆଲୋକଙ୍କର ଘନିଷ୍ଠତା ନିକିତାଙ୍କୁ ଭଲ ଲାଗୁନଥାଏ.

   ମିତା ଓ ଆଲୋକ ପହଁଞ୍ଚି କହିଲେ ଆମ ତିନିଜଣଙ୍କ ସହ ଆଉ ଜଣେ ଗେଷ୍ଟ ଆସୁଛନ୍ତି ତାଙ୍କ ପାଇଁ ମଧ୍ୟ ବାଢ଼. ଅପ୍ରସ୍ତୁତ ହେଲେ ନିକିତା କିନ୍ତୁ ସବୁ ଖାଦ୍ୟ ଅଧିକା ଥିବାରୁ ସୁରୁଖୁରୁରେ ବଢ଼ାବଢି କରୁଥିବା ଦେଖି ଆଲୋକ କହୁଥାନ୍ତି ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ... ଘରଣୀ ଥିଲେ କି ହେବ ପରଆତ୍ମା ନଚିହ୍ନିଲେ... କି ହେବ ଘରଣୀ ଥିଲେ! ଭଲଲାଗୁନଥିଲା ନିକିତାଙ୍କୁ କିନ୍ତୁ ମିତା ତାଙ୍କ ସାଙ୍ଗ ପୁଣି ଦିନେ ଆଲୋକଙ୍କ ଭଉଣୀର ଅଭିନୟ କରି ଆଲୋକ ସହିତ ମନାନ୍ତର ଓ ମତାନ୍ତର ସଜାଡି ଥିଲା ଏଇ ବାନ୍ଧବୀ. ଆଜି କୋଉ ପାଣି କୁଆଡେ ଯାଉଛି ପରଖିବାକୁ ନିକିତା ଦୃଢ଼ପରିକର. ଏହି ସମୟରେ ଆଗନ୍ତୁକ ପହଞ୍ଚିଗଲେ. ତାଙ୍କୁ ଦେଖି ନିକିତାର ହୋସ ଉଡିଯିବା ପୂର୍ବରୁ ଆଲୋକ କହୁଥିଲେ ମିତା ଏବେ ତୁମ ବାନ୍ଧବୀରୁ ଭାଉଜ ହେବାକୁ ଯାଉଛନ୍ତି, କାରଣ ମନୋଜଙ୍କ ସହ ତାଙ୍କର ଆର ମାସରେ ବାହାଘର ପକ୍କା ହୋଇସାରିଛି. ନିକିତା ହସିବେ କି କାନ୍ଦିବେ ବୁଝିବା ଆଗରୁ ମନୋଜ କହୁଥିଲେ ଚଞ୍ଚଳ ବାଢ଼ ନିକିତା, ଭାରି ଭୋକ. ମିତାର ବାହାଘର ପରେ ଦୁଇ ଦମ୍ପତ୍ତି ମିଶି ଏବର୍ଷ ଏକତ୍ର ମହାପ୍ରଭୁଙ୍କ ସୁନାବେଶ ଦେଖି ଗଲାବେଳେ ନିଜ ନିଜ ବାପା ମାଆଙ୍କୁ ଗାଁରୁ ଡକାଇ ନେବାକୁ ଭୁଲିନଥିଲେ.


Rate this content
Log in

Similar oriya story from Romance