STORYMIRROR

Sunanda Mohanty

Romance Inspirational Thriller

4  

Sunanda Mohanty

Romance Inspirational Thriller

ପ୍ରେମ ପୃଥିବୀ

ପ୍ରେମ ପୃଥିବୀ

4 mins
274


ଲଣ୍ଡନର ଜୈନିକ ବସ୍ ଡ୍ରାଇଭରର ଉତ୍ତର ଥିଲା କୌତୁହଳପ୍ରଦ କିନ୍ତୁ ପ୍ରକୃତ ଘଟଣା ପରି ଲାଗେ ସତ୍ୟ. ଜଣେ ଆରବ ମୁସଲମାନ ଲଣ୍ଡନରେ ଏକ ବସ୍‌ରେ ଚଢି ବସ୍ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ ଯେ ତୁରନ୍ତ ବସ୍‌ରେ ବାଜୁଥିବା ପାଶ୍ଚାତ୍ୟ ସଙ୍ଗୀତ ବନ୍ଦ କରନ୍ତୁ.ଯେତେବେଳେ ବସ୍ ଡ୍ରାଇଭର ଏହାର କାରଣ ପଚାରିଲେ, ଆରବ ମୁସଲମାନ କହିଥିଲେ ଯେ "ଇସଲାମର ଶିକ୍ଷା ଅନୁଯାୟୀ, ସଙ୍ଗୀତ ଶୁଣିବା ହାରାମ ଅଟେ କାରଣ ପ୍ରିୟ ପ୍ରୋଫେଟ ଭବିଷ୍ୟ‌ଦ୍‌ବକ୍ତାଙ୍କ ସମୟରେ ସଙ୍ଗୀତ ନଥିଲା ଏବଂ ବିଶେଷ କରି ପାଶ୍ଚାତ୍ୟ ସଙ୍ଗୀତ ନଥିଲା.ବସ୍ ଡ୍ରାଇଭର ଭଦ୍ର ଭାବରେ ରେଡିଓ ବନ୍ଦ କରିଦେଲା.ବସର କବାଟ ଖୋଲି ଆରବ ମୁସଲମାନଙ୍କୁ ବସରୁ ଓହ୍ଲାଇବାକୁ ଅନୁରୋଧ କଲା !ଆରବ ମୁସଲମାନ ଏହାର କାରଣ ପଚାରିଥିଲେ.ବସ୍ ଡ୍ରାଇଭର ଭଦ୍ର ଭାବରେ ଉତ୍ତର ଦେଇଥିଲା ହେ ଆରବ ଭାଇ,ପ୍ରିୟ ପ୍ରୋଫେଟ ଭବିଷ୍ୟ‌ଦ୍‌ବକ୍ତାଙ୍କ ସମୟରେ ଟ୍ୟାକ୍ସି ନଥିଲା, ବସ୍ ନଥିଲା, ବୋମା ନଥିଲା, ବିମାନ ଅପହରଣକାରୀ ନଥିଲା, ମସଜିଦରେ ଲାଉଡ ସ୍ପିକର ନଥିଲା, ଆତ୍ମଘାତୀ ଆକ୍ରମଣ ନଥିଲା, ଆର ଡି ଏକ୍ସ ନଥିଲା, ଏ କେ ସତଚାଳିଶ ନଥିଲା, କେବଳ ସବୁ ସ୍ଥାନରେ ଶାନ୍ତି ବିରାଜମାନ କରୁଥିଲା.ଅନ୍ୟ କୌଣସି ସ୍ଥାନକୁ ଯାଅ ଏବଂ ଇସଲାମ ନାମର ସମ୍ମାନ ପାଇଁ ଚୁପଚାପ୍ ଓହ୍ଲାଇ ଓଟ ଉପରେ ବସି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅପେକ୍ଷା କର ଭାଇ.ବସ ଡ୍ରାଇଭର ପୁଣି କହୁଥିଲେ 

 ନାନକଙ୍କ ପୂର୍ବରୁ କୌଣସି ଶିଖ ନଥିଲେ ! 

 ମହମ୍ମଦଙ୍କ ପୂର୍ବରୁ କୌଣସି ମୁସଲମାନ ନଥିଲେ ! ଯୀଶୁଙ୍କ ପୂର୍ବରୁ କୌଣସି ଖ୍ରୀଷ୍ଟିଆନ୍ ନଥିଲେ !ଈଷଭଦେବଙ୍କ ପୂର୍ବରୁ କୌଣସି ଜୈନ ନଥିଲେ !ବୁଦ୍ଧଙ୍କ ପୂର୍ବରୁ କୌଣସି ବୌଦ୍ଧ ନଥିଲେ ! କାର୍ଲ ମାର୍କ୍ସଙ୍କ ପୂର୍ବରୁ କୌଣସି ବାମପନ୍ଥୀ ନଥିଲେ !କିନ୍ତୁକୃଷ୍ଣଙ୍କ ପୂର୍ବରୁ ରାମ,ରାମଙ୍କ ପୂର୍ବରୁ ଜମଦଗ୍ନି,ଜମଦଗ୍ନିଙ୍କ ପୂର୍ବରୁ ଅତ୍ରି,ଅତ୍ରିଙ୍କ ପୂର୍ବରୁ ଅଗସ୍ତ୍ୟ,ଅଗସ୍ତ୍ୟଙ୍କ ପୂର୍ବରୁ ପତଞ୍ଜଳି,ପତଞ୍ଜଳିଙ୍କ ପୂର୍ବରୁ କନଡ ଥିଲେ, କନଡଙ୍କ ପୂର୍ବରୁ ଯଜ୍ଞବାଲକ୍ୟ ଥିଲେ,ଯଜ୍ଞବାଲକ୍ୟଙ୍କ ପୂର୍ବରୁ ସମସ୍ତେ "ସନାତନ ବୈଦିକ" ଅନୁସରଣକାରୀ ଥିଲେ ..!ଜଣେ ସବୁ ଧର୍ମକୁ ଭଲପାଉଥିବା "ହିନ୍ଦୁ"ଭାଇ ହୋଇଥିବାରୁ ମୁଁ ଅନୁରୋଧ କରୁଛି ଯେ ରାସ୍ତା ଘାଟରେ କିମ୍ବା ସର୍ବ ସାଧାରଣ ସ୍ଥାନରେ ନିଜ ପରିଚୟରେ ଧର୍ମକୁ ନଯୋଡ଼ି ବରଂ ମଣିଷ ପଣିଆକୁ ଯୋଡନ୍ତୁ. ସଂଗୀତ ରୁଚିବୋଧ ହେଉନି ବୋଲି କୁହନ୍ତୁ ତ କ୍ୟାସେଟ ବନ୍ଦ କରିଦେବି କିନ୍ତୁ ଧର୍ମ ବା ଧାର୍ମିକ ଅବତାରୀଙ୍କ ନାମ ନିଅନ୍ତୁ ନାହିଁ ଦୟାକରି. ଏଣିକି ଆପଣ ମୋ ବସରେ ଯିବେ କି ନଯିବେ ଆପଣଙ୍କ ଇଛା ଓ ଖୁସି ଉପରେ ନିର୍ଭର କରେ.

 ଉପରୋକ୍ତ ବିଷୟଟି ଏଠି ଅବତାରଣା କରିବାର ଅନେକ କାରଣ ଭିତରୁ ସେଦିନ ବସରେ ଆମେ ସ୍ୱାମୀ ସ୍ତ୍ରୀ ସିଟ ନପାଇ ଆରାମରେ ବସିପାରିନଥିବା ବେଳେ କିଛି ଲୋକ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଆଗୁଆ ସିଟ ପାଇ ଆରାମରେ ବସିଯାଇଥିଲେ. ମୋ ସ୍ତ୍ରୀ ଶ୍ରଦ୍ଧାରେ ନେଇଯାଉଥିବା ଏକମାତ୍ର ବୃକ୍ଷ ଚରାଟି ହାତରେ ଓହଳି ଓହଳି ହାତକୁ କଷ୍ଟ ପାଉଥିଲା ତ ହାତ ଲମ୍ବି ଆସି ପଲିଥିନରେ ଥିବା ଛୋଟ ଗଛଟି ରହି ଯାଇଥିଲା ବସିଥିବା ଜଣେ ଭଦ୍ରଵ୍ୟକ୍ତିଙ୍କ ଜଂଘରେ ରେ ତ ହାତ ହାଲୁକା ଲାଗିଲା ସ୍ତ୍ରୀଙ୍କର ଆଉ ମୁଁ ଦେଖିଲି ପ୍ରିୟ ଗଛଟି ଯେମିତି ସିଟଟିଏ ପାଇଯାଇଛି ଯେମିତି ସନ୍ତାନଟିକୁ କେହି ଜଣେ ଟେକିନେଇ ଠିଆ ହୋଇ କଷ୍ଟ ପାଉଥିବା ସ୍ତ୍ରୀ ଲୋକ ପାଖରୁ ନେଇ କୋଳ କରି ବସାଇ ଦେଇଛି. ହେଲେ ମତେ ଖରାପ ଲାଗିଲା କହିଲି ଆରେ ଏ କଣ କରୁଛ ଭଦ୍ରବ୍ୟକ୍ତିଙ୍କ ଜଂଘରେ ମାଟିଲଗା ଚାରା ଗଛଟିକୁ ରଖି ନେଲ ଯେ. ଅନିଚ୍ଛା ସତ୍ୱେ ବା ନିଜ ଅଵିଵେକିପଣିଆକୁ ସଜାଡି ମୋ ସ୍ତ୍ରୀ କହିଲେ ତେବେ ଫୋପାଡି ଦିଅ ଚାରା ଗଛର ପଲିଥିନଟିକୁ, ସମ୍ଭାଳି ହେଉନି ହାତ. ପ୍ରତିବାଦ କରିଥିଲେ ସେହି ବସିଥିବା ଭଦ୍ରବ୍ୟକ୍ତି. କହିଥିଲେ ଗଛଟି ଖାଲି ଆପଣଙ୍କ ସନ୍ତାନ ନୁହେଁ ବରଂ ଏ ବସ ଭିତରେ ଥିବା ସମସ୍ତଙ୍କ ସନ୍ତାନ ସେ. ଯଦି ବଞ୍ଚିଯାଏ କୌଣସି କୋଣରେ ତ କେତେ ମଣିଷଙ୍କୁ ଆଶ୍ରୟ ଦେବା ସହ ଜୀଵନ ଦେବ. ଖାଲି ସେତିକି ନୁହେଁ ବରଂ ଅନେକ ପକ୍ଷୀଙ୍କ ଘର ଵନିଯିବ.ଆମେ ସମସ୍ତେ ଇଶ୍ୱରଙ୍କ ସନ୍ତାନ କିନ୍ତୁ ଏ ଗଛଟି ହିଁ ସାକ୍ଷାତ ଇଶ୍ୱର. ଜାତି ଧର୍ମ ଅବତାରୀ ଓ ଅବତାର ନିର୍ବିଶେଷରେ ଗଛହିଁ ପରମ ଇଶ୍ୱର, ଏକଥା ତ କେହି ଅସ୍ବୀକାର କରିପାରିବେନି. ମୋ ସ୍ତ୍ରୀ କହୁଥିଲେ ନାଇଁ ଶନିଦଶା କାଟିବାକୁ ଏ ଓସ୍ତ ଚାରାଟି ଆଣିଥିଲି ତ...ସ୍ତ୍ରୀଙ୍କୁ ବଡ଼ ବଡ଼ ଆଖିରେ ଚାହିଁ ରହିଥିଲି ମୁଁ ତ ଭଦ୍ରଵ୍ୟକ୍ତି କହୁଥିଲେ ଠିକ ଅଛି ବଞ୍ଚିଗଲେ ଅନେକ ଲୋକଙ୍କ ଶନିଦଶା କାଟିବ ଏ ବୃକ୍ଷ. ମୋ ପାଖରେ ଥାଉ, ଗଲାବେଳେ ନେଇଯିବେ. ସେଦିନ ମୁଁ କୃତ୍ୟ କୃତ୍ୟ ହୋଇ ଭାବୁଥିଲି ମଣିଷପଣିଆ ଆଜି ବି ବଞ୍ଚିଥିବାରୁ ଏ ସଂସାର ଚାଲିଛି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ.ଯା ହେଉ ଗାଁ ମୁଣ୍ଡେ ଗଛଟିକୁ ପୋତି ଦେଇ ଗଛଟିକୁ ବଞ୍ଚାଇଦେଇ ଶ୍ରୀମତୀ କୃତ୍ୟ କୃତ୍ୟ ହୋଇଥିଲେ.

   ସମୟକ୍ରମେ ଗାଁ ମୁଣ୍ଡେ ଥିବା ସେହି ଏକୁଟିଆ ଓସ୍ତ ଗଛ ମୂଳେ ବାବାଜୀ ଜଣେ ନିଜ ଡେରା ପକେଇଥାନ୍ତି. ସେଇ ବାଟ ଦେଇ ଯାଉଥିବା ଲୋକ ବା ପଥିକମାନଙ୍କୁ ଡାକ ପକାଉଥାଆନ୍ତି କହି କହି କି ଗୁରୁମନ୍ତ୍ର ନେଇଯାଆନ୍ତୁ ହେଲେ ତାଙ୍କ କଥା କେହି ଶୁଣିଲା ନାଶୁଣିଲା ପରି ଚାଲିଯାଉଥାଆନ୍ତି. ସେହି ଓସ୍ତଗଛ ମୂଳେ ଅନେକ ଯାତ୍ରୀ ଦଣ୍ଡେ ବା ଘଡିଏ ବିଶ୍ରାମ ନେଇ ଚାଲିଯାଉଥିଲା ବେଳେ ସାଧୁ ସନ୍ୟାସୀ ବାବାଜଣଙ୍କ ଯେତେ ଡାକି ଗୁରୁମନ୍ତ୍ର ନେବାକୁ କହିଲେ ମଧ୍ୟ କେହି ଶୁଣୁ ନଥାନ୍ତି. ଏସବୁ କଥା ଦୂରରୁ ଗାଈଆଳ ପିଲାଟି ଲକ୍ଷ କରୁଥାଏ ଆଉ ଭାବୁଥାଏ ସତରେ କଣ ସାଧୁଜୀଙ୍କ ପାଖରେ କିଛି ଗୁରୁମନ୍ତ୍ର ଅଛି!ସେ ଦିନେ ତାଙ୍କ ପାଖକୁ ଯାଇ ପ୍ରଣାମ କରି କହିଲା ସାଧୁଜୀ ମୁଁ ଏକ ଗରୀବ ବାଳକ. ପିତାଙ୍କ ମୃତ୍ୟୁ ପରେ ମାଆକୁ କୁମ୍ଭୀର ଭିଡ଼ିନେଲା ପରେ ମୁଁ ସମ୍ପୂର୍ଣ୍ଣ ଅସହାୟ ହୋଇ ଗାଇ ଜଗୁଛି. ଆପଣଙ୍କ ପାଖେ କଣ ଏମିତି କିଛି ମନ୍ତ୍ର ଅଛି ଯାହା ଦ୍ୱାରା ମତେ ସବୁକିଛି ପ୍ରାପ୍ତ ହେବା ସହ ମୋ ଉର୍ନ୍ନତିରେ ସହାୟକ ହୋଇପାରିବ?ପିଲାଟିକୁ କିଛି ସମୟ ଚାହିଁବା ପରେ ଗୁରୁଜୀ କହିଲେ ହଁ ନିଶ୍ଚୟ. କେମିତି ମହାଭାଗ. ଯେମିତି ସମୟ ବାହାର କରି ଗାଈମାନଙ୍କୁ ଛାଡି ମୋ ପାଖକୁ ଆସିପାରିଲୁ ଠିକ ସେମିତି କର୍ମ ସହିତ ସମୟକୁ ଉଚିତ ବାଟରେ ବିନିଯୋଗ କରିପାରିଲେ ତୁ ହୀରା ପାଲଟି ହୀରା ପାଇବୁ ଓ ହୀରା ବାଣ୍ଟିବୁ. ସମୟ ସହିତ ସତ କର୍ମ କରିପାରିବୁ ତ? ପିଲାଟି ଗୁରୁଜୀଙ୍କୁ ପ୍ରଣାମ କରି ଚାଲିଯିବାକୁ ବସିଛି ଗୁରୁ ସେହି ଓସ୍ତଗଛଟିକୁ ଚାହିଁ କହିଲେ ଦେଖ ପୁଅ ଏ ଏକୁଟିଆ ଲାଗୁଥିବା ଗଛଟିକୁ. କିଏ ତା ମୂଲ୍ୟବାନ ସମୟରୁ କିଛି କାଢି ଏ ଗଛଟି ଏଠି ପୋତି ଥିବାରୁ ତୁ ମୁଁ, ପଥିକ ବା ପାଡ଼ଚଲା ଯାତ୍ରୀ ଏଠାରେ ଘଡିଏ ବିଶ୍ରାମ ନେଇ ପାରୁଛନ୍ତି. ଖାଲି ସେତିକି ନୁହେଁ ଅନେକ ପକ୍ଷୀଙ୍କର ଏହା ବାସସ୍ଥଳୀ ମଧ୍ୟ. ପିଲାଟି କଣ ବୁଝିଲା କେଜାଣି ସେଠାରୁ ଚାଲିଗଲା.

  ତା ପରଦିନଠୁ ସମୟ ବାହାର କରି ଗଛ ପୋତି ଚାଲିବା ସହ ସମୟ ବାହାର କରି ପାଠ ପଢିଲା. ଗାଈ ବଳଦଙ୍କର ସେବାରେ ମଧ୍ୟ କେଵେ ଖିଲାପ କରୁନଥିଲା. ଆଜି ସେ ଗ୍ରାମବାସୀଙ୍କ ପ୍ରିୟପାତ୍ର ହୋଇ ସ୍କୁଲରେ ପଢି ପରୀକ୍ଷା ଦେଇ କଲେଜରେ ନାମ ଲେଖାଇଲା ବେଳେ ଦୌଡ଼ିଥିଲା ସେହି ଏକୁଟିଆ ଓସ୍ତ ଗଛ ତଳେ ଡେରା ପକେଇଥିବା ସାଧୁଙ୍କୁ ପ୍ରଣାମ କରି ପରୀକ୍ଷା ଦେବାକୁ ଯିବାକୁ ମନସ୍ଥ କରି ପହଞ୍ଚିଥିଲା ରାଜୁ ହେଲେ ସାଧୁ ନଥିଲେ କିନ୍ତୁ ଲେଖିଯାଇଥିଲେ ଗଛ ହିଁ ଜୀଵନ. ପରୀକ୍ଷାରେ ମଧ୍ୟ ରଚନାରେ ବିଷୟ ବସ୍ତୁ ଥିଲା ଗଛ ହିଁ ଜୀଵନ ତ ରାଜୁ ଖୁବ ସୁନ୍ଦର ବର୍ଣ୍ଣନା କରିଥିଲା ସେ ବିଷୟରେ.ବାହାରେ ବର୍ଷା ହେଉଥିଲା ଆଶୀର୍ବାଦ ମୁଦ୍ରାରେ.

,,,,,,,,,,,,,,,,,,,,,,



Rate this content
Log in

Similar oriya story from Romance