Minata Barad

Romance

2  

Minata Barad

Romance

ପ୍ରେମ ପଳାସ

ପ୍ରେମ ପଳାସ

8 mins
347


ସେତେବେଳେ ଗୋଟେ ଟ୍ରେଣ୍ଡ ଚାଲିଥିଲା। ଯାହାକୁ ଦେଖ ଭାଇ ନଚେତ୍ ସାଂଗ କରିଦିଅ। ମନର ହୁତାସନ ଅବ୍ଯକ୍ତ ରହିଯାଏ। ପେନ୍ଥା ପେନ୍ଥା ଚମ୍ପା, ମଲ୍ଲୀ, ଗୋଲାପ ଫୁଟି ଯାଏ ମନ ବଗିଚାରେ। ମାତ୍ର ବାସ୍ନା ଯାଇ କାହା ମନକୁ ଛୁଇଁ ପାରେନା। ସେ ମହକ ସବୁ ଗନ୍ଧ ହୀନ ପଳାସ ଫୁଲର ପାଖୁଡା ସାଜି ଖସି ପଡନ୍ତି କୋଉ ଅଗମ୍ଯ ଗହୀର ହୁଡା ରେ। ମାତ୍ର ଫୁଲ ଫୁଟିବା କେବେ ବନ୍ଦ ହୁଏନି। ସମସ୍ତଂକ ପାଇଁ ମଧ୍ଯ ଫୁଟେନା। ଆଉ ଯାହା ପାଇଁ ଫୁଟେ ରାକ୍ଷୀ ପୂର୍ଣ୍ଣୀମା ରେ ଭେଟିବା କହି ସେ ଭଉଣୀ ହେଇଯାଏ। ତେଣୁ ଭଉଣୀ ତାଲିକା ବଢେଇବାର ଉଦ୍ଦେଶ୍ଯ ଆଉ ଗୈତମ ରଖେନି। ଯଦି କାହା ପାଇଁ ମନ ରେ ଫୁଲ ଫୁଟିଲା ସେ ତାକୁ ଭିତରେ ଫୁଟେଇ ରଖେ। ଆଉ କହେ “ମନେ ମନେ ଏନ୍ଜଏ କର। କହିବା କ’ଣ ଦରକାର?” 


କମର୍ସ ଆଉ ସାଇନ୍ସ୍ ପିଲାଂକର ଇଂରାଜୀ ଟିଉସନ୍। ଦୁଇ କ୍ଲାସ୍ ମର୍ଜ ହେଇ କ୍ଲାସ୍ ହୁଏ। ଶୈଳଜା ମିଶ୍ର ନାମରେ ନୂଆ କମର୍ସ ଝିଅଟେ ଆସିଲା ଆଜି କ୍ଲାସ୍ କୁ। ଗୌତମ ସାମ୍ନା ରେ ବସି ପଡିଲା। ଗୌତମ ଗୋଟେ ହ୍ଯାଣ୍ଡସମ୍ ଆଉ ଟ୍ଯାଲେଣ୍ଟ ପିଲା। ବିଜ୍ଞାନ ଛାତ୍ର ଅବସ୍ଯ ଭଲ ପଢୁଥିବ। ହେଲେ ଶୈଳଜା ମଧ୍ଯ କିଛି କମ୍ ନୁହେଁ। କ୍ଲାସ୍ ର ଟପ୍ପର୍। ଏତେ ସୁନ୍ଦର ନୁହେଁ। ଶ୍ଯାମଳ ବର୍ଣ୍ଣର ଝିଅଟା ଉଚ୍ଚତା ଠିକ୍ ଠାକ୍ ଅଛି। ହେଲେ ଗୌତମ ର ହ୍ଯାଣ୍ଡସମ୍ ଲୁକ୍ କୁ ଜମା ଖାପ ଖାଇବନି ଲାଗୁଚି। ଖାଉ ନଖାଉ। କ’ଣ ଫରକ ପଡେ ଯେ। ସେ ଅବସ୍ଯ extrovert type ପିଲା। ମାତ୍ର ଏମିତି ଖୋଲିକି କିଛି କହେନି। ସେଇ ମନେ ମନେ ଏନ୍ଜଏ କରେ। ଶୈଳଜା କୁ ଦେଖି ଲା ପରେ ତା’ ମନରେ ଆନ୍ଦୋଳନ ଶୃଷ୍ଟି ହେଲା। ଗୀତ ଟେ ନାହିଁ ‘ଦେଖା ଜୋ ତୁଝେ ୟାର୍ ଦିଲ୍ ମେଁ ବଜି ଗିଟାର୍’ ସେମିତି ହଉଚି। ଏଠି ଗିଟାର୍ ନୁହେଁ ତ’ ଘଣ୍ଟି ଟେ ବାଜି ଯାଉଚି ଟଂ ଟଂ କରି। ସିଲ୍କ୍ ଚୁଟି ଗୁଡା ତା’ର ଖସି ପଡିଚି ଗାଲ ଆଡେ। ଗାଲ ଗୁଡା ବି ଭେଲ୍ବେଟ୍ ପରି କୋମଳ ମଖଲ ଦେଖା ଯାଉଚି। କୋଉ ତେଲୁଗୁ ଚଳଚିତ୍ରର ନାୟୀକା ଟେ ଚାଲି ଆସିଚି ବୋଧେ। ହେଲେ ଗୌତମ ଏତେ କଥା ଧ୍ଯାନ ଦେଇନି। ପଛ ପଟୁ କ’ଣ ଦେଖାଯାଉଚି? ଖାଲି ତା କେଶ ବିନ୍ଯାସ କୁ ଛାଡି ଦେଲେ ଆଉ କିଛି ଦୃଶ୍ଯମାନ ହଉନି। ସାମ୍ନା ପଟୁ ଯାଇ ଦେଖିଲେ କେମିତି ହୁଅନ୍ତା? ନାଁ ନାଁ.... ଅଭଦ୍ରାମୀ ହବ। “first impression last long” ଅଜଥାରେ ଅଭଦ୍ର ତାଲିକା ଭୁକ୍ତ ହବ କାହିଁକି? କ୍ଲାସ୍ ଶରିଗଲା ହେଲେ ଗୌତମ ଉଠି ଗଲାନି। ସମସ୍ତେ ଚାଲିଗଲେ। ଗୌତମ ବସିଚି ଶୈଳଜା ଗଲା ବେଳେ ତାକୁ ଟିକେ ଦେଖି ଦବ। ଶେଷ ରେ ଦେଖି ଦେଲା। ଆଉ ତା ଆଖିର ହାଇ ରିଜୋଲ୍ଯୁସନ୍ କ୍ଯାମେରା ରେ ଫଟୋ କେତେଟା ବଂଚେଇ ଦେଲା। ଫ୍ଲାସ୍ ବ୍ଯାକ୍ କରି ଦେଖି ଚାଲିଲା। 


ସବୁ ଦିନ ତାକୁ ଦେଖୁଥାଏ। ଭିତରେ ତା’ର କ’ଣ ସବୁ ଭାବୁଥାଏ ଇଶ୍ୱରଂକୁ ଗୋଚର। ହଠାତ୍ ଦିନେ ଶୈଳଜାର ଆଖି ପଡିଗଲା। ଗୌତମ ଲାଜ ରେ ମରି ଯାଉଥାଏ। କ’ଣ ହେଲା ରେ। ସେ ମତେ କ’ଣ ଭାବୁଥିବ? ମୁଁ ନିହାତି ଅଭଦ୍ର ଟା ଭାବୁଥିବ। ସବୁ ପାଣି ଫଟେଇ ଦେଲି। ଏମିତି ଭାବି ଚାଲିଚି ଗୌତମ। ଆଉ କେବେ ଦେଖିବିନି। ଭାବୁ ଭାବୁ ପୁଣି ଚାରିଥର ତା’ ଆଡେ ଦେଖି ସାରିଲାଣି। ଗୈତମ ର ଦେହ ଖରାପ ହେଲା। ପନ୍ଦର ଦିନ ଯାଏ ସେ ଟିଉସନ୍ ଆସିନି। ପାଠ ଅନେକ ପଢା ସରିଚି। କାହାଠୁ ନୋଟ୍ ନେଇ ସବୁ ଲେଖିବା କୁ ହବ। ବିଲେଇ କପାଳକୁ ଶିକା ଛିଣ୍ଡିଗଲା କି? ଗୌତମ ତ’ ଚାହୁଁ ଥିଲା ଶୈଳଜା ସହ କଥା ହବା ପାଇଁ! ଆଜି ପନ୍ଦର ଦିନର ନୋଟ୍ ମାଗିବ ତାକୁ। ମାଗି ଦେଲା ସତକୁ ସତ। ଶୈଳଜା ମଧ୍ଯ କିଛି ଫେୟାର୍ ନୋଟ୍ କରିନି। ହେଲେ କରି ସାରି ଦବ କହି ଚାଲିଗଲା। ଗୌତମର ଖୁସି କହିଲେ ନସରେ। ଏତେ ଦିନ ପରେ ସେ କଥା ହେଲା। ଯାହା ହଉ। ନୋଟ୍ ଦଉ କି ନ ଦଉ ସେ ବାହାନା ରେ କଥା ହବାର ସୌଭାଗ୍ଯ ପ୍ରାପ୍ତି ହେଲା। ସବୁ ଘଟଣା ପଛରେ କିଛି ଅନ୍ତର୍ନିହିତ କାରଣ ଥାଏ। ତା’ ଦେହ ଖରାପ ହବା ପଛରେ ଶୈଳଜା ସହ କଥା ହବାର କାରଣ ଲୁଚିଥିଲା ବୋଲି ସେ ମନେ କରୁଚି। ଇଏ କ’ଣ? ପନ୍ଦର ଦିନର ନୋଟ୍ କିଏ ଗୋଟେ ରାତି ରେ ସାରି ପାରେ? ଶୈଳଜା କେମିତି ସାରିଲା? ପର ଦିନ ସକାଳୁ ଗୌତମ ମାଗିବା ପୂର୍ବରୁ ତାକୁ ନୋଟ୍ ଧରେଇ ଦେଲା। ସେ କାହିଁକି କଲା ଏମିତି? ଗୌତମର ଅଧା ପନ୍ତରିଆ କୁହୁଳା ମନରେ ଘିଅ ଢାଳି ହେଲା ବୋଧେ! ଗୋଟେ ସୁକ୍ଷ୍ମ ସମ୍ୱେଦନ ଝରି ଆସୁଚି ତା’ ମନ ଭିତରୁ। ଭାବୁଚି କହିଦବ “ତମେ କ’ଣ ଜାଣ ମୁଁ ପ୍ରଥମ ଦିନରୁ ତୁମ ପ୍ରେମ ରେ ପଡି ଯାଇଛି? ଆଉ ଆଜି ତୁମେ ରାତିସାରା ବସି ଲେଖିଥିବା ଏ ନୋଟ୍ କୁ ଦେଖିଲା ପରେ ମୋ ପ୍ରେମ ପ୍ରଗାଢ ହୋଇଯାଇଛି? ତୁମେ କ’ଣ ପାଇଁ ଲେଖିଲ ନୋଟ୍ ଜାଣିବା ଦରକାର ନାହିଁ। ହୁଏତ ତୁମର ଲେଖି ପୂର୍ଣ୍ଣ କରିବାର ଥିଲା, ମାତ୍ର ଏଇ ନୋଟ୍ ମୋ ପାଇଁ ନୋଟ୍ ନୁହେଁ ଗୋଟେ ଭାବନା ର କୋଠା ଘର। ଯୋଉଠି ତୁମେ ରହିଲ ଆଜିଠୁ।” ମାତ୍ର କିଛି କହିଲାନି। ଧନ୍ଯବାଦ ଦେଇ ହସିଦେଲା। ସେ ନୋଟ୍ ସତରେ ତା’ ପ୍ରେମର ପ୍ରଥମ ପାହାଚ ଥିଲା। 


ଯେ ପର୍ଯ୍ଯନ୍ତ ଶୈଳଜା ତାକୁ ନୋଟ୍ ମାଗିନି ସେ ପର୍ଯ୍ଯନ୍ତ ସେ ନୋଟ୍ ଫେରେଇବନି। ସବୁଦିନ ଶୈଳଜା କୁ ଦେଖି ହସୁଥାଏ। ଶୈଳଜା ମଧ୍ଯ ହସିଦିଏ। ଗୌତମ ମନରେ ପ୍ରେମର ପାହାଡ ଗଢି ଉଠିଲାଣି। କେମିତି କହିବ ଶୈଳଜା କୁ? ଶେଷ ରେ ଗୌତମ ପାଖକୁ ଯାଇ ଶୈଳଜା କହିଲା “ମୋ ନୋଟ୍ ରଖି ଥିବ ନା’ କ’ଣ? କେବେ ଦବ?” ଗୌତମ ହସି କହିଲା “କାଲି ଦେଇ ଦେବି। ଆଉ ଅଳ୍ପ ଅଛି।” ପର ଦିନ ଟିଉସନ୍ ଶେଷରେ ନୋଟ୍ ସହ ଡେରି ମିଲ୍କ ଗୋଟେ ନେଇ ଦେଲା। ଆଉ ଲାଜ ଭୟ ସବୁ ପକେଟ୍ ରେ ରଖି ଦମ୍ଭ ଧରିଲା କହିଦବ ଆଜି। କହିଦେଲା ମଧ୍ଯ। ପ୍ରଥମ ଦିନରୁ ସେ ଶୈଳଜା ପ୍ରେମରେ। ଝିଅ ମାନେ ଏମିତି କଥା ଶୁଣିଲେ ଶଂକୋଚ ଅନୁଭବ କରନ୍ତି। ଲାଜେଇ ଯାଆନ୍ତି। ତା’ ମୁହଁର ରଂଗ ବଦଳି ଗଲା। ଶ୍ଯାମଳ ମୁହଁ ତା’ର ଜାମୁ କୋଳିଆ ହୋଇଗଲା। ଗୌତମ କହୁ କହୁ କହିଦେଲା ସିନା ମାତ୍ର ପର ପରିସ୍ଥିତି ରେ ଭାରି ଦୁସଃ ଅନୁଭବ କଲା। ଶୈଳଜା ନୋଟ୍ ନେଇ “ମୋ ସାଇକେଲ୍ ଛାଡ। ମତେ ଡେରି ହଉଚି ମ୍ଯାଥ୍ ଟିଉସନ୍ ଲାଗି” କହି ଚାଲି ଗଲା। ତା’ ପରଠୁ ସେ ଗୌତମ ସହ କଥା ହବା ବନ୍ଦ କରିଦେଲା। ଗୌତମ ଦୁଃଖ ରେ ମ୍ରିୟମାଣ। ମୋ extrovert ପ୍ରକୃତିରୁ ଏମିତି ହେଲା। କ’ଣ ଦରକାର ଥିଲା ଏତେ ଶୀଘ୍ର କହିବା? ପ୍ରଥମେ ଫ୍ରେଣ୍ଡସିପ୍ ଧିରେ ଧିରେ କଥା ବଢିଲା ପରେ କହିଥିଲେ ହୁଏତ ସେ ରାଜି ହେଇ ଥାଆନ୍ତା। ଏମିତି କାହିଁକି କଲି କେଜାଣି? ଏ ଭଳି ଅନେକ କଥା ପ୍ରତିଧ୍ୱନିତ ହୁଏ ତା’ ଭିତରେ। ମାତ୍ର ହଠାତ୍ ଦିନେ ଶୈଳଜା ଗୌତମକୁ କହିଲା “କେମିତି ଅଛ?” ଗୌତମ ଭଲ ଅଛି କହି ଚାଲି ଯାଉଥିଲା। ଶୈଳଜା ପୁଣି ଡାକିଲା। କିଛି ମୁହୂର୍ତ୍ତର କଥା ଭିତରେ ଗୌତମ ପୂର୍ବବତ୍ ପ୍ରକୃତିସ୍ଥ ହେଲାଣି। ଦୁହେଁ କଥା ବାର୍ତ୍ତା ପୁଣି କଲେ। ଗୌତମ ମନ ଭିତରର ସେ ପଳାସ ଫୁଲ ପୁଣି ସୁଗନ୍ଧିତ ବଗିଚାରେ ପରିପୂର୍ଣ୍ଣ ହେଲା। ଏବେ ସେ କିଛି ଭୁଲ୍ କରିବନି। ଅଶ୍ଳିଳତା ତ’ ଦୂରେ ଥାଉ ସେ ଆଉ ତାକୁ କେବେ ପ୍ରେମ ଭିକ୍ଷା ମଧ୍ଯ କରିବନି। ମନକୁ କେତେ ସମ୍ଭାଳିବ? ଆଉ ଥରେ କହିଦେଲା। ଏଥର ଶୈଳଜା ରାଗିଲାନି। ଘରକୁ ଯାଇ ଫୋନ୍ କଲା ଗୈତମକୁ। ଏଇ ଆମ ସମାଜର ଜାତି ପ୍ରଥା ଅଶି ପ୍ରତିଶତ ପ୍ରେମକୁ ପୋଡି ପାଉଁଶ କରିଦିଏ। ଶୈଳଜା ପଚାରି ଦେଲା ଗୌତମ ର ଜାତି। ଆଉ ଜାଣିସାରି ଫୋନ୍ ରଖି ଦେଲା। ମିଶ୍ର ଅର୍ଥ ନୈଷ୍ଠିକ ବ୍ରାହ୍ମଣ। ହେଲେ ଗୈତମ ଜାତିରେ ଗୋପାଳ। ଗୌତମ ଦାସ। ମାତ୍ର ଥିଲା ବାଲା ଘରର ପୁଅ। ସ୍କୁଟି ନେଇ କଲେଜ୍ ଯାଏ। ସୁନ୍ଦର, ଭଲ ପାଠ ପଢେ। ସ୍ୱଭାବରେ ମଧ୍ଯ ଭଲ। ହେଲେ ତା’ ଜାତି ଶୈଳଜାର ପ୍ରେମ ପ୍ରାପ୍ତି କରିବାରେ ପ୍ରତିବନ୍ଧକ ହେଲା। ସେ ପ୍ରେମ ସେଇଠି ରହିଗଲା? 


ପରୀକ୍ଷା ସରିଗଲା। ଶୈଳଜା ବହୁତ ଭଲ ନମ୍ୱର ରଖି ପାସ୍ କଲା। ଗୌତମ ପରି ଟ୍ଯାଲେଣ୍ଟ ମଧ୍ଯ ପ୍ରଥମ ଶ୍ରେଣୀ ରେ ଉତୀର୍ଣ୍ଣ ହବା କଥା। ମାତ୍ର ସେ ସେକେଣ୍ଡ କ୍ଲାସ୍ ରେ ପାସ୍ କଲା। କାରଣ ଶୈଳଜା କଥା ଭାବି ଭାବି ପାଠ ରେ ଧ୍ଯାନ ଦେଇନି। ଖରା ଛୁଟିରେ ପ୍ରତି ଦିଇ ତିନି ଦିନ ରେ ଥରେ ସେଇ ପୁରୁଣା ସ୍କୁଟିରେ ତେଲ ପକେଇ ମାଡି ଯାଏ ଶୈଳଜା ଗାଁ ଆଡେ। ଅପେକ୍ଷା କରି ରହେ ତାକୁ ଥରେ ଦେଖିବା ପାଇଁ। କେବେ ଦେଖି ପାରେ ପୁଣି କେବେ ହତାସ ହୋଇ ଲେଉଟି ଆସେ। ଗୌତମ ବି.ଫାର୍ମ ପାଇଁ ନିବେଦନ ପତ୍ର ଭରିଥିଲା। ସିଲେକ୍ସନ୍ ମଧ୍ଯ ହେଲା। ରାଉରକେଲା ଚାଲିଗଲା। ମଝିରେ ମଝିରେ ଆସିଲେ ଶୈଳଜା ଗାଁ ଆଡେ ଯାଏ। ଥରେ ଘରକୁ ଆସିଥାଏ। ଖୁଆ ପେଡା କିଛି କିଣିବ ବୋଲି ବଜାର ଯାଇଛି। ସନ୍ଧ୍ୟା ସମୟ ସମୂଦ୍ର କୂଳ ଆଡେ ବୁଲି ଆସେ ଭାବି ସାଇକେଲ୍ ଧରି ଚାଲିଲା ସମୂଦ୍ର କୂଳକୁ। ସେଠି ଯାହା ଦୃଶ୍ଯ ଥିଲା ଦେଖି ଗୌତମ ର ପାଦ ତଳୁ ମାଟି ଖସିଗଲା। ମୁଣ୍ଡରେ ଆକାଶ ଛିଣ୍ଡି ପଡିଲା। ଶୈଳଜା କାହା ସହ ଗୋଟେ ଡଂଗା ଉପରେ ବସିଚି। ସେ ଦୃଶ୍ଯ ଦେଖି ଗୌତମ ହତବାକ୍, ନିଶ୍ଚଳ, ପାଷାଣ ପାଲଟି ଗଲା। ଚାରି ପାଖ ଗହଳ ଚହଳ ଥିଲେ ମଧ୍ଯ ତା ପାଇଁ ସବୁ ମଶାଣି ପାଲଟି ଯାଇଥିଲା। ପାଗଳ ପ୍ରାୟ ହୋଇ ସେ ରାଉରକେଲା ଚାଲି ଯାଇଥିଲା। ଜୀବନ ତୁଚ୍ଛ ଅନୁଭବ ହଉଥାଏ ତାକୁ। ଦିନୁ ଦିନ ଦୁଃଖ ରେ ବୁଡି ଯାଉଚି। ହୃଦୟର କଷ୍ଟ ଅପସରି ଯାଏନି। ଯନ୍ତ୍ରଣାର ଗୁଣ ପରିମାଣ ବଢି ଚାଲିଛି। dementia patient ପରି କଥା କହୁଚି କାମ କରୁଚି। ଯୁଆଡେ ଯାଉଚି ସେମିତି ଚାଲୁଚି। ଯୋଉଠି ବସୁଚି ସେଇଠି ବସି ରହୁଚି। କଥା ବାର୍ତ୍ତାର ସଂଯୋଗ ନାହିଁ। ଏଠୁ ପଦେ ହେଲେ ସେଠୁ ପଦେ କହୁଚି। ଏତେ ଗଭୀର ଥିଲା ତା’ ପ୍ରେମ! ତାକୁ ଆଉ କାହା ଶହ ଦେଖି ଦେଇ ସେ ଏମିତି ଦୀର୍ଘ ଦିନର ମସ୍ତିସ୍କ ବିକଳାଂଗ ପରି ହଉଚି! 


ମନେ ମନେ ଏନ୍ଜଏ କରିବା କଥା କହୁଥିବା ପିଲାର ହୃଦୟ ଏମିତି ହେଇପାରେ? ତେବେ ଏତେ ଦିନ ତ’ ସେ ଶୈଳଜା ସହ କଥା ହେଇନଥିଲା। କେମିତି ଥିଲା ଏତେ ବର୍ଷ। ହଁ ପ୍ରତି ସକାଳୁ ଉଠି ସେ ଭାବୁଥିଲା ଶୈଳଜାର ସେଇ ଶ୍ଯାମଳ ମୁହଁଟା କଥା। ଶୋଇବା ଆଗରୁ ମଧ୍ଯ ଥରେ ଭାବି ଦେଇ ଆଖି ମୂଦି ଦିଏ। ପାଣି ଭିତରେ ଖୋଜେ ଶୈଳଜାର ଛବି। ବହି ଭିତରେ ପ୍ରତିଅକ୍ଷର ରେ ଦେଖେ ଶୈଳଜା ର ଅକ୍ଷର। ହୃଦୟ ଭିତରେ ସେ ତାକୁ ରଖି ସବୁଦିନ ବାହାର କରୁଥିଲା। ପୁଣି ଲୁଚେଇ ଦଉଥିଲା। ହେଲେ ଶୈଳଜା ଯିଏ ପୁଅ ମାନଂକ ସହ କଥା ବି ହୁଏନି, ସେ ଆଉ କାହା ସହ କେମିତି ବୁଲିପାରେ? ଗୌତମ ମଦ ପିଇ ମାତାଲ ହେଇଯାଏ କେବଳ ସବୁ କଥା ଭୁଲି ଯିବା ପାଇଁ। ଧିରେ ଧିରେ ମନ ବଦଳି ଗଲା। ହେଲେ ଆଉ ଥରେ କାହାକୁ ଦେଖିନି ସେ। ଯଦି ଦେଖେ ସେଠି ଶୈଳଜା କୁ ପାଏ। 


ଏମିତି ଦିନେ ଶୈଳଜାର ଗୋଟେ ଅନ୍ତରଂଗ ବାନ୍ଧବୀ ସହ କଥା ହଉଥାଏ ଶୈଳଜା ଖବର ବୁଝିବା ପାଇଁ। ଯାହା ଶୁଣିଲା ପରଦା ଫାଟି ଯିବା କଥା। ଶୈଳଜା ଜଣେ ବଂଗାଳୀ ପ୍ରେମରେ। ଆଉ ତାକୁ ବିବାହ ମଧ୍ଯ କରିବ। ଘରେ ରାଜି ହେଇଛନ୍ତି। ହତଭାଗା ଗୌତମ ଭାଗ୍ଯରେ ନାହିଁ ଶୈଳଜା। ବଂଗାଳୀ ପୁଅ ସହ ସେ ବିବାହ କଲେ ତା’ ଜାତୀ ଚାଲିଯିବନି। ମାତ୍ର ଗୌତମ କୁ ବିବାହ କରିଥିଲେ ଜାତୀ ଚାଲି ଯାଇଥାଆନ୍ତା। ଫୋନ୍ ରଖି ଦେଇ କାନ୍ଦିଥିଲା ଅନେକ। କିଏ ବୁଝୁଥିଲା ସେ ଲୁହ? ଅଯଥାରେ ଜୀବନ ଆଉ ଜୀବିକା ଦିଇଟା ଯାକ ବରବାଦ କରି ସାରିଥିଲା ଗୌତମ। ତା’ ପ୍ରେମ ପଳାସ ଆଉ ଫୁଟି ଝଡି ନଥିଲା। ଅଫୁଟା ହୋଇ ସେଇ ଅପନ୍ତରା ଗହିର ଭିତରେ ଅଣନିଶ୍ୱାସୀ ହଉଥିଲା କେବଳ ଶୈଳଜା ନାଁ ରେ। ସବୁ ଭୁଲି ସେ ଜୀବନ ବଂଚିବାର ପ୍ରୟାସ ରେ କେବେ କୁହୁଡି ତ’ କେବେ ବାଦଲ ଆଉ କେବେ ଅତାଳ ସମୂଦ୍ର ସନ୍ତରଣ କରୁଥାଏ। ବର୍ଷ ବର୍ଷ ବିତି ଗଲା। ଦିନେ ଗୌତମ ତା’ ବାପାଂକ ଅଫିସ୍ ଆଡେ ଯାଇଥାଏ। ବାପାଂକୁ ଭେଟି ବାହାରି ଦେଖେ ସାମ୍ନା ଛାତରେ ଶୈଳଜା ଲୁଗା ଶୁଖୋଉଚି। ଶୈଳଜା କେମିତି ଜାଣିଲା ପରି ତାକୁ ବୁଲି ଚାହିଁ ଦେଲା। ଆଉ ହସି ଦେଲା। ପ୍ରତି ବଦଳ ରେ ଗୌତମ ହସିବା ପୂର୍ବରୁ ଛୁଆଟେ ପାଟି କରି ଉଠିଲା। ଗୈତମ ଦେଖେ ଛୁଆଟା ସେଇ ଘର ଗେଟ୍ ଖୋଲି ଦାଣ୍ଡ କୁ ବାହାରୁଚି ହାତରେ କିଛି ଟଂକା ଧରି। ସେ ଠିକ୍ ଶୈଳଜା ପରି ହସୁଚି ଆଉ ଟଂକା ବଢେଇ ପେଡା ବାଲା ହାତରୁ ପେଡା ନେଇ ଗୋଟେ କାମୁଡି ଖାଉଚି। ଗୌତମ ଉପରକୁ ଥରେ ତଳକୁ ଥରେ ଦେଖି ପୁଣି ହତବାକ୍ ହେଲା। ସମୟ ତାକୁ ଏମିତି ଗୋଟେ ଗୋଟେ ଅସହ୍ଯ ଯନ୍ତ୍ରଣା କାହିଁକି ଦେଇ ଚାଲିଛି ବାରମ୍ୱାର? ଇଚ୍ଛା ହଉଚି ଏଇଠି ବୁହାଇ ଦିଅନ୍ତା ଗଦା ଗଦା ଲୁହ। ସବୁ ଗ୍ଲାନି ଭସେଇ ଦିଅନ୍ତା। ତା’ ପରଠୁ ଆଉ କେବେ ବାପାଂକ ଅଫିସ୍ ଆଡେ ଯାଇନି ସେ। ଆଉ ଶୈଳଜା କୁ ଖୋଜିନି କେବେ। 


ତା’ ପ୍ରେମ ପଳାସ କୁ ଧରି ବହୁତ ଦୂର ଆଗେଇ ଯାଇଚି ସେ। ହେଲେ କେହି ଜଣେ ଆସିନି ତା’ ଜୀବନରେ। ସେଇ ଶୈଳଜା ହିଁ ଆସେ ଅନେକ ରୂପରେ। ଯେତେ ମୁହଁ ଦେଖେ ସବୁରି ଭିତରେ ଶ୍ଯାମଳୀ ଶୈଳଜା ପ୍ରତିଫଳିତ ହୁଏ। ଗୋଟେ ଦରଫୁଟା ଫୁଲ ପେନ୍ଥା ଧରି ଗୌତମ ମାଡିଚାଲିଚି ତା କାର୍ ପାଖକୁ। ତା’ର ସୁନ୍ଦର ମନ ଆଉ ପବିତ୍ର ପ୍ରେମ ଟା ସେମିତି ଦରଫୁଟା ହେଇ ରହିଗଲା। ତା’ ପ୍ରେମ ପଳାସ ସେମିତି ଡାହି ଡାହି ଫୁଟୁ ଥିଲା ହେଲେ ଆଉ କାହା ନାଁ ରେ ନୁହେଁ। ଶ୍ଯାମଳୀ ଶୈଳଜା ସବୁଦିନ ଫୁଟେ ତା’ ମନରେ। 



Rate this content
Log in

Similar oriya story from Romance