STORYMIRROR

Minata Barad

Inspirational

3  

Minata Barad

Inspirational

ଜନ୍ମ ବୃତାନ୍ତ

ଜନ୍ମ ବୃତାନ୍ତ

3 mins
260



ବୌଶାଖ କୃଷ୍ଣପକ୍ଷ ସପ୍ତମୀ ତିଥି। ଗୁରୁ ବାର ହୋଇ ଥାଏ ସେଦିନ। ଆଖୁ ବିଲରେ ବିହନ ଆଖୁ ଅଛି। ସେଥିରେ ପାଣି ମଡେଇ ବାକୁ ହୁଏ। ତେଣୁ ବାପା ପ୍ରାୟ ଦିନ ଅପରାହ୍ନ ରେ ଆଖୁ ବିଲ ଆଡେ ଯାଆନ୍ତି। ସେ ଦିନ ମଧ୍ଯ ଯାଇ ଥିଲେ। ତେଣ୍ଡାରେ ପାଣି ଉଠୋଉ ଛନ୍ତି କି ହଠାତ୍ ଉପରୁ ହେଲିକ୍ଯାପ୍ଟର୍ ରୁ କ’ଣ ଗୋଟାଏ ଦୁଲ୍ କରି ଖସିଲା ସିଧା ବିଲ ଭିତରକୁ। ବାପା ତେଣ୍ଡା ଛାଡି ଦେଇ ଦୌଡିଲେ। ଯାଇ ଦେଖନ୍ତି ଗୋଟେ ବାକ୍ସ। କୁଆଁ କୁଆଁ କ’ଣ ସୁଭୁଛି? ଖୋଲି ଦେଲା ବେଳକୁ ତା ଭିତରେ କୁନି ଛୁଆଟିଏ। ସେ ପୁଣି ଝିଅ ଟିଏ। କାଳିଆ ମୁହଁ ଦେହ। ଓଠଟି ନାଲି ଚିହି ଚିହି। ବାପା ତାଂକ ଅଣ୍ଟାରୁ ଗାମୁଛାଟି ଖୋଲି ଗୁଡେଇ ଦେଲେ ତାକୁ। 


କୋଳରେ ଯାକି ଦେଲେ କିଛି ସମୟ। ବୈଶାଖ ଅପରାହ୍ନର ଶୁଲୁଶୁଲୁଆ ଶୀତଳ ପବନରେ ଛୁଆଟି ନିଦେଇ ଗଲା।ବାପା ତାକୁ ହୁଡା ତଳେ ଶୁଆଇ ଦେଇ ପାଣି ମଡେଇ ବାରେ ଲାଗିଲେ। ମୁହଁ ସଂଜ ବେଳକୁ ଘରେ ପହଁଚିଲେ। କୋଳରୁ ବାହାର କରି ତାକୁ ଅଗଣାରେ ପଡି ଥିବା ସନ୍ତରା ମଶିଣା ଉପରେ ଶୁଆଇ ଦେଲେ। ବାଉଁଶ ପାତିଆ ବିଂଚଣାରେ ଟିକେ ବିଂଚି ଦଉ ଦଉ ଜେଜେ ମା’ ମାଡି ଆସିଲା। ହିଟଲର୍ ଗୋଟେ। ପୁଅ ମାନଙ୍କୁ କଡା କଟକଣା ରେ ରଖେ। ଏ ଛୁଆକୁ ଦେଖି ସମସ୍ତ ବୃତାନ୍ତ ପଚାରି ବସିଲା। ବାପା ପ୍ରଥମରୁ ଶେଷ କହି ଚାଲିଲେ। ମା’ ମନ୍ଦିର ରୁ ଫେରି ଦେଖେ ଛୁଆ ଟିକୁ। ବାପାଙ୍କୁ ପଚାରିଲା କଥା କ’ଣ? ବାପା ପୁଣି ମା’କୁ ପ୍ରଥମରୁ ଶେଷ ସବୁ କହିଲେ। ଜେଜେ ବାପା, ବଡ ବାପା, ବଡ ମା’, ପଡିଶା ଘର ସମସ୍ତଙ୍କୁ କହିଲେ। 


କେଇ ଦିନର ଛୁଆଟା। ଖାଇବ କ’ଣ? ମୋ ମା’ ତାକୁ ଧରି ବହୁତ ଗେଲ କଲା। ଅମୁଲ୍, ଗାଇ କ୍ଷୀର, ଲାକ୍ଟୋଜିନ୍ ଖୁଆଇବାର ପ୍ରବନ୍ଧ ହେଲା। ହେଲେ ଜେଜେ ମା’ ଏତେ ଟଙ୍କା ଦବନି। ଛୁଆଟି ଖାଇବ କ’ଣ? ବାପା ମା’ ଲୁଚେଇ ରଖିଥିବା ଟଙ୍କା ରୁ ତା’ ପାଇଁ ସବୁ ଖାଦ୍ଯ କିଣି ଆଣିଲେ। ମା’ ତାକୁ ଜତ୍ନ ରେ ରଖିଲା। ବାପାଙ୍କର ସେ ଗଣ୍ଠିଧନ ହେଲା। 


ବାପାଙ୍କ କାନ୍ଧ, ପିଠି ଆଉ ପେଟ ତାର ସେଜ। ତାଙ୍କ ପେଟରେ ପଡି ଶୁଏ ସବୁବେଳେ। କାନ୍ଧରେ ବସି ଦାଣ୍ଡ ରେ ବୁଲେ। ଅଳି ଅଝଟ ଦୁଷ୍ଟାମି କରେନି ବେସି। ତେଣୁ ମା’ ତାକୁ ନୟନ ପିତୁଳା କରି ରଖେ। ଗେଲ ବସରରେ ବଢି ଚାଲିଲା ଝିଅ। ଜ୍ଞାତ ଅବସ୍ଥା ହେଲା ବେଳକୁ ବାପା ତାକୁ ତା’ ଜନ୍ମ ବୃତାନ୍ତ କୁହନ୍ତି। ଆଉ ତା’ ଜନ୍ମ କଲା ମା’ କୁ ଖୁବ୍ ନିନ୍ଦା କରନ୍ତି। ଝିଅ ଟି ଆଖି ଛଳ ଛଳ କରି ବସେ। ଭେଁ କରି ରଡି ଛାଡିବାକୁ ବାହାରିଲା ବେଳେ ବାପା କୋଳକୁ ଟାଣି ନେଇ କୁହନ୍ତି “ସବୁ ମିଛ କଥା। ତୁ ପରା ମୋ ଝିଅ। ଆଖୁ ବିଲରୁ ଆଉ ଗୋଟେ ଝିଅଟେ ଆଣି ଥିଲି। ତା’ ମା’ ତାକୁ ନେଇ ଗଲା।” ଏମିତି ଅନେକ ଥର ସମାନ ବୃତାନ୍ତ ହୁଏ।


ଭାଇ ସହ କେବେ କେବେ କଜିଆ ହେଲେ ଭାଇ କୁହେ “ତୁ ଆମ ଝିଅ ନୁହଁ। ତୋ ମା ବାପା ପାଖକୁ ପଳା। ନହେଲେ ଆଖୁ ବିଲକୁ ପଳା।ଆମ ଘରେ ରହି ମୋ ସହ ଗଣ୍ଡଗୋଳ କରୁଚି ବଦମାସ୍।” ଝିଅ ପୁଣି ସବୁ ମନେ ପକେଇ ଭେଁ ରଡି ଟେ ଛାଡେ। ଆଉ ନିଜେ ତା’ ଜନ୍ମ କଲା ମା’ କୁ ମନେ ମନେ ଗାଳି କରେ। ହେଲେ କାନ୍ଦ ଶୁଣି ମା’ଦୌଡି ଆସେ। ଭାଇ କୁ ଦି ଚାରି ଟା ଥୋଇ ଦିଏ। ଏବେ ଝିଅ ଟିକେ ଥଣ୍ଡା ପଡେ। ବଡ ହେବା ପରେ ଝିଅ ର ଅମୁଲ୍ ଖିଆ ଅଭ୍ଯାସ ଛାଡିଲାନି। ଭାଇ ଭଉଣିଂକ ଗଣ୍ଡ ଗେଳ କେବେ ତୁଟିଲାନି। 


ଆଜି ବୌଶାଖ କୃଷ୍ଣ ପକ୍ଷ ସପ୍ତମୀରେ ଭାଇ ସେଇ କଥା ଟି ଉଖୁରେଇଲା। ହେଲେ ଝିଅ ଆଉ କାନ୍ଦୁନି। ବେସ୍ ଖୁସି ଅଛି। ସକାଳୁ ମନ୍ଦିର ଯାଇ ରାଧା ମାଧବଙ୍କୁ ମୁଣ୍ଡିଆ ମାରି ଆସିଛି। ଆଉ ଜନ୍ମ ଦିନରେ କିଏ କାନ୍ଦେ ଯେ! ଚକୁଳି ଦହି ଚିନି ଖାଇ ଭାଇ ଭଉଣି ବୋଝେ ହସୁଛନ୍ତି। ମା’ କୁ ମୁଣ୍ଡିଆ ଟେ ମାରିଲା ବେଳକୁ ମା’ କହିଲା ବୁଢି ହେଇଥା। ବାପା କହିଲେ ଭଲରେ ରହ। ଭାଇ କିଛି ନକହି ମୁଣ୍ଡରେ ହାତ ମାରିଦେଲା। ବୁଲି ପଡିଲା ବେଳକୁ ପଛରୁ ଗୋଟେ ଗୋଇଠା ମାରିଦେଲା। ଦିଇ ମିନିଟ୍ ଝଗଡା ପରେ ମା’ ର ପାଂଚ ମିନିଟ୍ ଗାଳି। ତା ପରେ ଫେଁ ଫେଁ ହସରେ ଘରଟା ଫାଟି ପଡୁଚି।


Rate this content
Log in

Similar oriya story from Inspirational