The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Priyaranjan Biswal

Romance

2  

Priyaranjan Biswal

Romance

ପ୍ରେମ ଖେଳୁଛି ଚକା ଭଉଁରୀ

ପ୍ରେମ ଖେଳୁଛି ଚକା ଭଉଁରୀ

6 mins
504


     ପ୍ରକୃତରେ ଛାତ୍ର ସମୟ ମଣିଷ ଜୀବନର ସବୁଠାରୁ ଆନନ୍ଦପୂର୍ଣ୍ଣ ସମୟ। ଏହି ଛାତ୍ର ଜୀବନରେ ପ୍ରତିଟି କ୍ଷେତ୍ରର ବିଷେଶତ୍ୱ ସମ୍ପୂର୍ଣ୍ଣ ଅଲଗା ଓ ନିଆରା। ତେବେ କଲେଜ ଜୀବନର ସ୍ମୃତି ସବୁ ଜୀବନ ସାରା ପାଇଁ ଅଲିଭା ଗାର ରୂପେ ହୃଦୟ କନ୍ଦରରେ ରହିଯାଏ। ଯାହା କେବେ ଭୁଲିବା ସମ୍ଭବ ନୁହେଁ।


   ସମୀର, ସାଜନ, ସରୋଜ ଓ ସଲିନା ଚାରି ବନ୍ଧୁ ଗୋଟିଏ କଲେଜରେ ସାଙ୍ଗ ହୋଇ ପାଠ ପଢୁଥିଲେ। ଏମାନେ ପରସ୍ପରର ଅତି ଅନ୍ତରଙ୍ଗ ଥିଲେ। ସୁଖ ଦୁଃଖ, ହାନି ଲାଭ, ଭଲ ମନ୍ଦ ଓ ବିପଦ ଆପଦରେ ପରସ୍ପର ସହ କାନ୍ଧରେ କାନ୍ଧ ମିଶାଇ ଠିଆ ହୁଅନ୍ତି ଏମାନେ। ଏମାନଙ୍କ ବନ୍ଧୁତା ବିଷୟରେ ପୁରା କଲେଜରେ ଚର୍ଚା ଲାଗିରହିଥାଏ ସର୍ବଦା। ଏମାନଙ୍କର ଚାରିଟା ଶରୀର ମାତ୍ର ଆତ୍ମା ଗୋଟେ କହିଲେ କିଛି ଭୁଲ୍ ହେବନି।


ସମୀର୍ ଓ ସଲିନା କିନ୍ତୁ ବନ୍ଧୁତ୍ୱର ସୀମାରେଖାକୁ ଅତିକ୍ରମ କରି ପ୍ରେମ ପରିଧି ମଧ୍ଯରେ ନିଜକୁ ବନ୍ଦୀ କରିସାରିଥିଲେ। ସେମାନଙ୍କ ପ୍ରେମ ବିଷୟରେ ଚାରିବନ୍ଧୁ ଛଡା କଲେଜରେ ଆଉ କାହାକୁ କିଛିବି ଜଣା ନଥିଲା। ସରୋଜ ମଧ୍ଯ ଥିଲା ପ୍ରେମ ଆକାଶର ଏକ ଉଡନ୍ତା ପକ୍ଷୀ। ସେ ମଧ୍ଯ ଭଲପାଉଥିଲା ତାଙ୍କ କଲେଜର +୨ ୨ୟ ବର୍ଷରେ ପଢୁଥିବା ସୁରେଖାକୁ। ଆଉ ସାଜନ ଥିଲା ନିଜ ମନର ମାଲିକ। ସିଏ ଅନ୍ଯର ଖୁସିରେ ନିଜ ଖୁସି ସାଉଁଟି ନେଉଥିଲା। ଅାଉ ଅନ୍ଯର ଦୁଃଖରେ ଦୁଃଖି ହୋଇ ତାର ଲାଘବ ପାଇଁ ଆପ୍ରାଣ ଉଦ୍ଯମ କରୁଥିଲା।


    ସବୁକିଛି ଠିକ୍ ଚାଲିଥିଲା। କିନ୍ତୁ ହଠାତ୍ ଦିନେ ସରୋଜ କୁଆଡେ ଉଭାନ ହେଇଗଲା। ତା ଫୋନ୍ ବି ସୁଇଚ୍ ଅଫ୍ ଥିଲା। ଦୁଇ ତିନିଦିନ କଲେଜ ନଆସିବାରୁ ସମୀର, ସାଜନ ଓ ସଲିନା ତା' ଘରକୁ ଗଲେ। କିନ୍ତୁ ସିଏ ଘରେବି ନଥିଲା। ତେଣୁ ତିନି ବନ୍ଧୁ ଚିତିନ୍ତ ହୋଇ ପଡିଲେ। ଏମିତି ଏମିତିରେ ଚାରି ପାଞ୍ଚଦିନ ବିତିଗଲା। ହଠାତ ଦିନେ କଲେଜ କ୍ଯାମ୍ପୋସରେ ସରୋଜ ବସିଥିବାର ଦେଖି ତିନି ବନ୍ଧୁ ବହୁତ ଖୁସି ହୋଇଗଲେ। ଆଉ ତା'ପାଖକୁ ଦୌଡି ଯାଇ ତାକୁ ଏତେଦିନ ହେଲା କୁଆଡେ ହଜିଯାଇଥିଲୁବୋଲି ପ୍ରଶ୍ନକଲେ, ମାତ୍ର ସେ କିଛି ଉତ୍ତର ନଦେଇ ତିନି ବନ୍ଧୁଙ୍କୁ ନିଜ ବାହୁରେ ଜାବୁଡି ଧରି ବଡ ଯୋରରେ କାନ୍ଦିବାକୁ ଲାଗିଲା। କେହି କିଛି ବୁଝିପାରୁ ନଥାନ୍ତି। କାନ୍ଦ କାନ୍ଦ ସ୍ୱରରେ ସରୋଜ କହିଲା ମୋର ସବୁ ସରିଗଲା। ସୁରେଖା ମୋ ସହ ସବୁ ସମ୍ପର୍କ କାଟିଦେଲା। ସିଏ ଏବେ ମୋ ସହ ଆଉ କୌଣସି ସମ୍ପର୍କ ରଖିବାକୁ ଇଛୁକ ନୁହେଁ। ମୁଁ ତା' ବିନା କେମିତି ବଞ୍ଚିବି? ସାଜନ କହିଲା ଆବେ ଚୋର ସିଏ ଛାଡିଦେଇ ଚାଲିଗଲା ବୋଲି ତୁ ମରିଯିବୁ? ଆମେ ତୋର କେହି ନୁହେଁ? ଘରେ ତୋର କେହି ନାହାଁନ୍ତି? ଆବେ ତୋ ପରିବାର ଲୋକ ଆଉ ଆମେ ତୋ ଜୀବନରେ ଆଗ ଆସିଥିଲୁ ନା ସିଏ ଆସିଥିଲା? କହିଲା କଣ ନା କେମିତି ବଞ୍ଚିବି? ଆବେ ଆଜି ସୁରେଖା ଗଲା ଯାଉ କାଲି ସୁନିତା, ଲତା , ବନିତା କେତେ ଆସିବେ। ତୋ ବାହାଘର ପରମ ତୋ ଶାଳି ମାନଙ୍କ ସହ ମୁଁ ଆଗ ଖେଳ କରିବି। ବୁଝିଲୁ। ଏମିତି ଅନେକ କଥା କହି ସରୋଜକୁ ତିନି ବନ୍ଧୁ ବୁଝେଇ ସାନ୍ତ୍ୱନା ଦେଲେ। ଧିରେ ଧିରେ ସବୁ ସାଧାରଣ ହେବାକୁ ଲାଗିଲା। ବେବେ ସମୟ ଅତିକ୍ରାନ୍ତ ହୋଇଗଲା ତାହା ଜଣାବି ପଡିଲାନି। +୩ ପାଠପଢା ସରିଗଲା। ଚାରି ବନ୍ଧୁଙ୍କ ଅନିଚ୍ଛା ସତ୍ତ୍ୱେ ନିଜର ଭବିଷ୍ଯତ ଓ ଉଚ୍ଚ ଶିକ୍ଷା ପାଇଁ ପରସ୍ପର ଠାରୁ ଅଲଗା ହେବାକୁ ପଡିଲା। ଛାତିରେ ପଥର ରଖି ସବୁ ପରସ୍ପର ଠାରୁ ଅଲଗା ହେଲେ ସତ ମାତ୍ର ସବୁ ଦିନ ଫୋନ୍ ରେ କଥା ନହେଲେ ଚାରି ବନ୍ଧୁଙ୍କୁ ନିଦ ଆସେନି।


      ହେଲେ ସମୟ ସ୍ରୋତରେ ପରିବର୍ତ୍ତନ ସଂସାରର ଅଟଳ ସତ୍ଯ। ଧିରେଧିରେ ସମୟ କ୍ରମେ ପ୍ରତ୍ଯେକ ବନ୍ଧୁ ନିଜ ନିଜର ପାଠ ପଢାରେ ବ୍ଯସ୍ତ ରହି ପୂର୍ବପରି ପରସ୍ପରକୁ ସମୟ ଦେଇପାରିଲେନି। ହେଲେ ମନ ଭିତରେ ବନ୍ଧୁତା ଲେଶମାତ୍ର କମ୍ ହୋଇନଥିଲା କାହାର। ବନ୍ଧୁ ସିନା ବୁଝିବ ବନ୍ଧୁର ଅସୁବିଧା, ହେଲେ ପ୍ରେମୀକା କଣ ସହିପାରିବ ବିରହ ଅଗ୍ନିର ଜ୍ୱଳାକୁ? ସମୀର ଆଗଭଳି ସଲିନାକୁ ଆଉ ସମୟ ଦେଉ ନଥିଲା। ଘଣ୍ଟା ଘଣ୍ଟା ଧରି ମୋବାୢଲରେ ଗପୁ ନଥିଲା। ପ୍ରଥମେ ବେସ୍ କିଛିଦିନ ସଲିନା ନିଜର ମନକୁ ବୁଝାଇବାରେ ସଫଳ ହେଲା ମାତ୍ର ସମୀରର ଏପରି ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରୁନଥିଲା ସଲିନା। ଧିରେଧିରେ ସଲିନା ମନରେ ସମୀର ପ୍ରତି ଅନେକ ସନ୍ଦେହ ଜାତ ହେଲା। କିନ୍ତୁ ସେ କରିବତ କରିବ କଣ? ନିଜ ମନର କଥାକୁ କାହା ଆଗରେ ଆଉ ପ୍ରକାଶ କରିବ? ଉପାୟ ନପାଇ ଦିନେ ସଲିନା ସରୋଜ ପାଖରେ ନିଜ ମନର ସବୁ ଦୁଃଖ ଖୋଲି କହିଦେଲା। ପ୍ରଥମେ ସରୋଜ ସଲିନାକୁ ଧର୍ଯ୍ଯର ସହ ରହିବାକୁ ବହୁତ ବୁଝାଇଲା। ଆଉ ଏମିତି ଏମିତି କଥା ହେଉ ହେଉ ସରୋଜ ଓ ସଲିନା ପରସ୍ପରକୁ ଅଧିକରୁ ଅଧିକ ସମୟ ଦେବାକୁ ଲାଗିଲେ। ସରୋଜର ବିରହରେ ସଲିନା ଜର୍ଜରିତା ଥିଲା ଆଉ ସେପଟେ ସରୋଜ ବନ୍ଧୁ ଗହଣରେ ସୁରେଖାକୁ ଭୁଲିଯାଇଥିଲା ସତ ମାତ୍ର ମନେମନେ ବହୁତ ଏକୁଟିଆ ଅନୁଭବ କରୁଥିଲା। ତେଣୁ ସଲିନା ସହ ସରୋଜକୁ ଆଉ ସରୋଜ ସହ ସଲିନାକୁ ସମୟ ବିତାଇବାକୁ ବହୁତ ଭଲ ଲାଗୁଥିଲା। କାରଣ ଉଭୟ ଗୋଟିଏ ନାଆର ନାବିକ ଥିଲେ। ହେଲେ ନିଆଁ ପାଖରେ ଘିଅ କଣ ନତରଳି ରହିପାରିବ? ଏମାନଙ୍କ ମିଳାମିଶା ଫଳରେ ଉଭୟଙ୍କର ଉଭୟ ପ୍ରତି ଆକର୍ଷଣ ବଢିବାକୁ ଲାଗିଲା ଆଉ ଉଭୟ ପରସ୍ପର ସହ ପ୍ରେମ ବନ୍ଧନରେ ବାନ୍ଧିହୋଇଗଲେ। ଏକଥା କିନ୍ତୁ ସମୀରକୁ ଜଣା ନଥାଏ। ଏମାନଙ୍କ ହାଭଭାବ ଦେଖି ସାଜନ ସନ୍ଦେହ କରୁଥାଏ ସତ କିନ୍ତୁ ବନ୍ଧୁତା ଭାଙ୍ଗିବା ଭୟରେ ସେ କାହାକୁ କିଛିବି କହି ପାରୁନଥାଏ। ଏମିତି ଏମିତିରେ କିଛିଦିନ ବିତିଗଲା। ଆଉ କିଛିଦିନ ପରମ ସରୋଜ ମଧ୍ଯ ସଲିନାକୁ ସମୀର ପରି ଅଣଦେଖା କରିବାକୁ ଲାଗିଲା। ଏହାପରେ ସଲିନା ପୁରା ଭାଙ୍ଗିପଡିଲା। ସେ ଏବେ କଣ କରିବ ତାକୁ କିଛି ବୁଦ୍ଧିବାଟ ଦେଖାଗଲା ନାହିଁ। କି ଭାଗ୍ଯ ତାର? ଯେଉଁ ଡାଳ ଧରୁଛି ସେ ଡାଳ ଭାଙ୍ଗି ଯାଉଛି।


    ଶେଷରେ ଉପାୟ ଶୂନ୍ଯ ହୋଇ ନିକଟ ଅତୀତରେ ତା' ଜୀବନରେ ଘଟିଥିବା ପ୍ରତ୍ଯେକ ଘଟଣାକୁ ଟିକିନିଖି ଭାବେ ସବୁ ସାଜନକୁ ଜଣେଇ ତାକୁ ସାହାଯ୍ଯ କରିବାକୁ ଅନୁରୋଧ କଲା। ସବୁ ଶୁଣିବା ପରେ ସାଜନ କଣ କରିବ କିଛି ବୁଝିପାରିଲାନି, ହେଲେ ମନରେ ସାହସ ବାନ୍ଧି ସଲିନାକୁ ପଚାରିଲା କଣ ତୋର ମୋ ଉପରେ ଭରଷା ଅଛି? ସଲିନା କହିଲା ହଁ ନିଜ ଠାରୁ ବି ଅଧିକ। ସାଜନ କହିଲା ଆଚ୍ଛା ମୁଁ ଯାହା କହିବି ତୁ କରିବୁ? ସଲିନା କହିଲା ହଁ ନିଶ୍ଚିତ କରିବି। ସାଜନ କହିଲା ହଉ ମତେ ତୁ କିଛିଦିନ ସମୟ ଦେ ମୁଁ ସବୁ ଠିକ୍ କରିଦେବି। ସାଜନ ଭରଷାରେ ସଲିନା ଅପେକ୍ଷା କରି ରହିଲା। ଏୢ ସମୟରେ ସମସ୍ତଙ୍କର ଉଚ୍ଚ ଶିକ୍ଷା ବି ସମାପ୍ତ ହୋଇଗଲା ଏବେ ସବୁ ନିଜ ନିଜ ଘରେ।


     ହଠାତ୍ ଦିନେ ସାଜନ ଯାଇ ପହଞ୍ଚିଲା ସରୋଜ ଘରେ। ଆଉ ତାକୁ ସଲିନା ସହ ତାର ପ୍ରେମ ସମ୍ପର୍କ ବିଷୟରେ ପଚାରିଲା। ପ୍ରଥମେତ ସରୋଜ ମିଛ କହିବାକୁ ଚେଷ୍ଟା କଲା ଯେ ତାର ସଲିନା ସହ ସେମିତି କିଛି ସମ୍ପର୍କ ନାହିଁ ବୋଲି। ହେଲେ ସିଏ ଯେତେବେଳେ ଜାଣିଲା ଯେ ସାଜନ ସବୁକିଛି ଜାଣିସାରିଛି ସେ ନିରୁପାୟ ହୋଇ ସବୁ ସତ କଥା ମାନିଗଲା ଆଉ କହିଲା ମୁଁ ମୋ ଏକୁଟିଆ ପଣ ଦୂର କରିବା ଆଶାରେ ସଲିନାର ନିକଟତର କେତେବେଳେ ହୋୢଗଲି ମୁଁ ଜାଣି ପାରିଲିନି। ହେଲେ ଯେତେବେଳେ ମୋର ସମୀର କଥା ମନେପଡିଗଲା ମୁଁ ସଲିନା ଠାରୁ ଦୂରକୁ ଯିବାକୁ ବହୁ ପ୍ରୟାସ କଲି ହେଲେ ଆମେ ଏତେ ନିବିଡ ବନ୍ଧନରେ ବାନ୍ଧି ହୋଇଯାଇଥିଲୁଯେ ତାକୁ ଛାଡିବା ମୋ ପକ୍ଷେ ସମ୍ଭବ ହେଲା ନାହିଁ। କିନ୍ତୁ ଦିନେ ସମୀର ମତେ ଫୋନ୍ କରି ସଲିନା କଥା ପଚାରିଲା ଓ ତାର ଯତ୍ନ ନେବାକୁ କହିଲା, ସେଦିନ ମୋ ଅନ୍ତର ଆତ୍ମା ମତ୍ ଧିକାର କଲା। ଆଉ ସେବେଠାରୁ ମୁଁ ସଲିନାକୁ ଅଣଦେଖା କରିବାକୁ ଆରମ୍ଭ କଲି। ଏବେ ତୁ କହ ଏମିତି ପରିସ୍ଥିତିରେ ମୁଁ ସମୀର ଓ ସଲିନାକୁ କେମିତି ନିଜର ମୁଁହଁ ଦେଖେଇବି? ସାଜନ କହିଲା ଅାଛା ଯଦି ସଲିନା ସବୁଦିନ ପାଇଁ ସମୀରର ହେଇଯାଏ ତେବେ ତୋର କିଛି ଆପତ୍ତି ଅଛିକି? ସରୋଜ କହିଲା ମୁଁ ଆପତ୍ତି କାହିଁକି କରିବି? ବରଂ ଏମିତି ହେଲେ ସବୁଠାରୁ ଅଧିକ ଖୁସି ମୁଁ ହେବି। ସାଜନ କହିଲା ତାହେଲେ ଠିକ୍ ଅଛି ତୁ ମୋ ମୁଣ୍ଡରେ ହତରଖି ମତେ କଥା ଦେ , ତୁ କେବେ କୌଣସି ପରିସ୍ଥିତିରେ ତୋର ଓ ସଲିନାର ପ୍ରେମ ସମ୍ପର୍କ ବିଷୟ ସମୀରକୁ ଜଣେଇବୁ ନାହିଁ। ସରୋଜ ସାଜନର ମୁଣ୍ଡରେ ହାତ ରଖି ତାକୁ କଥା ଦେଲା।


    ତାପରେ ସାଜନ ପହଞ୍ଚିଲା ସମୀର ଘର ଫାଟକ ଆଗରେ, ଆଉ ସଲିନାକୁ କଲ କରି ଲାଇନ୍ରେ ରହିବାକୁ କହିଲା। ଭିତରକୁ ଯାଇ ସମୀରକୁ ପଚାରିଲା ଆରେ କଥା କଣ? ତୁ ଏମିତି ମନଦୁଃଖ କରି ବସିଛୁ? ସମୀର କହିଲା ଆରେ କଣ କରିବି ପାଠପଢା ଚକର୍ ରେ ସଲିନାକୁ ମୁଁ ବହୁତ ଅଣଦେଖା କରିଛି। ଅନେକ ଦିନ ହେଲା ତା'ସହ ମୁଁ କଥା ହେଇନି। କେମିତି ଯେ ଏବେ ତା' ସହ ପୁଣି କଥାହେବି ଆଉ ବାହାହେବାପାଇଁ ପ୍ରସ୍ତାବ ଦେବି ମୁଁ ଜାଣିପାରୁନି। ଏଣେ ମାଆଙ୍କର ଗୋଟିଏ ଜିଦ୍ ସଲିନା ହିଁ ଆମ ଘରର ବହୁ ହେବ। ତା'ଛଡା ତୁବିତ ଜାଣିଛୁ ସଲିନା ମୋ ଜୀବନଠାରୁ ବି ଅଧିକା। ଆରେ ତୁ ଟିକେ କିଛି କର‌। ସାଜନ ସମୀରକୁ କହିଲା ତୁ ବ୍ଯସ୍ତ ହୋ ନି। ମୁଁ କିଛି ଗୋଟେ କରୁଛି ତୁ ଅପେକ୍ଷା କର। ଆଛା ଏବେ ମୋର ବିଳମ୍ବ ହେଉଛି ମୁଁ ତୋ ସହ ପରେ ଦେଖା କରିବି। ଏବେ ମତେ ଯିବାକୁ ହେବ।


     ଲାଇନରେ ରହି ସମୀରର ସବୁ କଥା ଶୁଣୁଥିଲା ଆଉ ନିଜେ କରିଥିବା ଭୁଲ୍ ପାଇଁ ପଶ୍ଚ୍ଯାତାପର ଅଗ୍ନିରେ ଜଳୁଥିଲା। ନିଜ ଆଖିର ଲୁହକୁ ସେ ଅଟକାଇ ରଖିପାରୁନଥିଲା ପଲକର ବନ୍ଧ ଭିତରେ। ଏଇ ସମୟରେ ତା'ପାଖରେ ପହଞ୍ଚିଲା ସାଜନ। ଆଉ ସାଜନକୁ ଦେଖି ଆହୁରି ଜୋର୍ ରେ କାନ୍ଦିଲା ସଲିନା। ସାଜନ ତାକୁ ବହୁତ ବୁଝାଇଲା ଆଉ କହିଲା ସମୀର ତତେ ବାହାହେବାକୁ ଚାହୁଁଛି, ତାଙ୍କ ଘରେବି ରାଜି। ଆଉ ତୁମ ଘରେତ ଆରମ୍ଭରୁ ଏଇ ପ୍ରସ୍ତାବରେ ରାଜିଥିଲେ। ତେଣୁ କାଳ ବିଳମ୍ବ ନକରି ତୁ ସମୀରକୁ ବାହା ହେଇଯା। ସଲିନା କହିଲା କିନ୍ତୁ ମୋ ଅତିତ, ମୁଁ କରିଥିବା ଭୁଲ୍? ସାଜନ କହିଲା ଏକ ସୁନ୍ଦର ଓ ନୂତନ ଆରମ୍ଭ ପାଇଁ ତତେ ସେସବୁକୁ ଭୁଲିବାକୁ ପଡିବ। ମୋ ମୁଣ୍ଡରେ ହାତ ରଖି ମତେ କଥା ଦେ ତୁ କେବେବି ସମୀରକୁ ତୋର ଓ ତୋ ପ୍ରେମ ସମ୍ପର୍କ ବିଷୟରେ କିଛିବି ଜଣେଇବୁନି। ପ୍ରଥମେତ ସଲିନା ରାଜି ହେଉନଥିଲା କିନ୍ତୁ ସାଜନ ତାକୁ ବହୁତ ବୁଝେଇବା ପରେ ସଲିନା ସାଜନ କଥାରେ ରାଜି ହୋଇ ସମୀରକୁ ବାହାହୋଇଗଲା। ବାହାଘରର ୨ୟ ଦିନରେ ସଲିନାର ମୋବାଇଲ୍ ପଡିଗଲା ପାଣି ବାଲ୍ଟିରେ। କାଳ ବିଳମ୍ବ ନକରି ସମୀର ମୋବାଇଲ୍କୁ ନେଇ କେୟାରରେ ସଜାଡି ଆଣିଲା। ଚାରିବନ୍ଧୁ ପୂର୍ବପରି ବନ୍ଧୁ ହୋଇରହିଲେ। ଆଉ ସରୋଜ ଓ ସଲିନାର ପ୍ରେମ କାହାଣୀ ସମୀର ପାଇଁ ଏକ ରହସ୍ଯଜନକ କୁହୁଡିର ଘର ହୋଇ ରହିଗଲା। ବାହାଘରର ବର୍ଷେପରେ ସମୀରର ଆମେରିକାରେ ଚାକିରି ହୋଇଗଲା। ତେଣୁ ସେ ସାଥିରେ ସଲିନା ଓ ନିଜ ମାଆକୁ ନେଇ ଆମେରିକା ଚାଲିଗଲା। ଆମେରିକା ଯିବା ପୂର୍ବରୁ ସାଜନ ହାତରେ ଦେଇଗଲା ଏକ ଚିଠି ଆଉ କହିଲା ମୁଁ ଗଲାପରେ ତୁ ଏଇଟା ପଡ଼ିବୁ।


     ସମୀର ଓ ସଲିନାକୁ ବିଦାୟ ଦେଇ ସାଜନ ଓ ସରୋଜ ନିଜ ନିଜ ଘରକୁ ଗଲେ। ଘରେ ପହଞ୍ଚି ସାଜନ କାଳ ବିଳମ୍ବ ନକରି ସମୀର ଦେଇଥିବା ଚିଠିକୁ ଖୋଲି ପଢିଲା। ସେଥିରେ ଲେଖାଥିଲା ତୁ ହିଁ ଆମର ପ୍ରକୃତ ବନ୍ଧୁ । ଆମର ବନ୍ଧୁତାକୁ ବଞ୍ଚେଇବା ପାଇଁ ତୁ ଯାହା କରିଛୁ ତାହା ଆଉ କେହି କରିବେନି। ଆଉ ହଁ ତୁ ସଲିନା ଓ ସରୋଜର ପ୍ରେମ ସମ୍ପର୍କ ମତେ ଲୁଚେଇବାକୁ ବହୁତ ଚେଷ୍ଟା କରିଛୁ, କିନ୍ତୁ ମୁଁ ସେ ବିଷୟରେ ସବୁକିଛି ଜାଣିଛି। ହେଲେ ତତେ କଥା ଦେଉଛି ଏକଥା ମତେ ଜଣାଅଛି ବୋଲି ମୁଁ କେବେ ସରୋଜ କିମ୍ବା ସଲିନାକୁ କହିବି ନାହିଁ। ରହୁଛି ତୋର ପ୍ରିୟ ସାଙ୍ଗ ସମୀର। ଚିଠି ପଢା ସରିଲା ବେଳକୁ ସାଜନ ଓଠରେ ଥାଏ ଏକ ଅସିମୀତ ଆନନ୍ଦର ସ୍ମିତ ହସ ଓ ଆଖିରୁ ବହିଯାଉଥାଏ ଆନନ୍ଦାଶୃ, ଆଉ ମନରେ ଥାଏ ସମୀର ଭଳି ବନ୍ଧୁ ପାଇବାର ଗର୍ବ।


Rate this content
Log in

More oriya story from Priyaranjan Biswal

Similar oriya story from Romance