STORYMIRROR

Priyaranjan Biswal

Abstract Fantasy Others

3  

Priyaranjan Biswal

Abstract Fantasy Others

ପ୍ରିୟ ହୃଦୟ କଥା- ୧୫

ପ୍ରିୟ ହୃଦୟ କଥା- ୧୫

1 min
146


      ମହାଭାରତରେ ଅଭିମନ୍ଯୁ- ଅର୍ଜୁନଙ୍କ ପୁତ୍ର ମହାନ ପରାକ୍ରମୀ, ଜନ୍ମଜାତ ଯୋଦ୍ଧା। ଅର୍ଜୁନ ତ ରଣ କୌଶଳ ଗୁରୁଙ୍କ ଠାରୁ ଶିକ୍ଷା କରିଥିଲେ, କିନ୍ତୁ ଅଭିମନ୍ଯୁ ଜନ୍ମରୁ ହିଁ ରଣ ବିଦ୍ଯା ବା ଯୁଦ୍ଧ କୌଶଳରେ ଦକ୍ଷ ଥିଲେ। କୁହାଯାଏ ଯେ, ସେ ମାଆ ପେଟରୁ ହିଁ ଚକ୍ରବ୍ଯୁହ ଭାଙ୍ଗିବାର ବିଦ୍ଯା ଶିକ୍ଷା କରିସାରିଥିଲେ। ତେବେ ଭୁଲ ରହିଲା କେଉଁଠି? ସବୁଠାରୁ ବଡ ଭୁଲ ଥିଲା ଅଭିମନ୍ଯୁ କେବେ ନିଜ ବିଦ୍ଯାର ଅଧୁନାତନ କଲେ ନାହିଁ। ସେ ନିଜର ବିଦ୍ଯାକୁ ସମୟ ସହିତ ଅପଡେଟେଡ୍ କରି ନଥିଲେ। ଯେତିକି ଶିକ୍ଷା କରିଥିଲେ ସେତିକିରେ ହିଁ ଅଟକି ଗଲେ। ନିଜର ଶିକ୍ଷା କେବେ ସମ୍ପୂର୍ଣ୍ଣ କଲେ ନାହିଁ। ପରିଣାମ ସ୍ୱରୂପ ସେ ଶତ୍ରୁର ଚକ୍ରବ୍ଯୁହ ଭାଙ୍ଗି ସେଥିରେ ପ୍ରବେଶ ତ କରିଗଲେ, ମାତ୍ର ଚକ୍ରବ୍ଯୁହରୁ ଜୀବିତ ଫେରିପାରିଲେ ନାହିଁ। କାରଣ ଫେରିବାର ବିଦ୍ଯା ସେ କେବେ ଶିକ୍ଷା କରି ନଥିଲେ। 


      ଅର୍ଜୁନ ପୁତ୍ରର କଥା ଏଜାଏଁ ସମସ୍ତଙ୍କ ହୃଦୟ ଥରାଉଛି। ଏ ସଭ୍ଯତା ତାର ନାମ ନେଇ ଏବେବି କାନ୍ଦୁଛି ଓ ପସ୍ତାଉଛି। ସମ୍ଭାବନାରେ ପୂର୍ଣ୍ଣ ଏକ ତେଜସ୍ୱୀ ଯୁବକ, ଯାହାର ଭବିଷ୍ଯତ ନକ୍ଷତ୍ରଙ୍କ ପରି ଉଜ୍ୱଳ ଥିଲା, ସେ ମୃତ୍ଯୁର ଅନ୍ଧକାରରେ ହଜିଗଲା। କାରଣ ତା'ର ଶିକ୍ଷା ହିଁ ଅଧା ଥିଲା। ତେଣୁ ଯଦି ଅଭିମନ୍ଯୁ ଭଳି ଜୀବନ ଯୁଦ୍ଧର ଚକ୍ରବ୍ଯୁହକୁ ଭାଙ୍ଗି ପ୍ରବେଶ କରି ଅର୍ଜୁନ ଭଳି ବିଜୟୀ ହୋଇ ଜୀବିତ ଫେରିବାର ଅଛି, ତେବେ ନିଜକୁ ସର୍ବଦା ଅଧୁନାତନ ବା ଅପଡେଟେଡ୍ ରଖନ୍ତୁ। ଏବେ ବାସ୍ତବ ବିଚାର ଆପଣଙ୍କର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract