Priyaranjan Biswal

Abstract Fantasy Others

3  

Priyaranjan Biswal

Abstract Fantasy Others

ପ୍ରିୟ ହୃଦୟ କଥା- ୧୪

ପ୍ରିୟ ହୃଦୟ କଥା- ୧୪

2 mins
170



ବସ୍ତବରେ କ'ଣ ନୁହେଁ ହିନ୍ଦୁତ୍ୱ?


     "ସ୍ୱାମୀ ବିବେକାନନ୍ଦ" ଏହି ନାମକୁ କୌଣସି ବିଜ୍ଞାପନ ଅଥବା ଅନୁମୋଦନର ଆବଶ୍ଯକତା ନାହିଁ, ତଥାପି ମୁଁ କିଛି ଯୁଗ ପୁରୁଷଙ୍କ କଥନରୁ ମୋର କଥା ଆରମ୍ଭ କରିବାକୁ ଚାହିଁବି।


ଗୁରୁଦେବ ରବିନ୍ଦ୍ର ନାଥ ଟେଗୁର କହୁଥିଲେ, "ଯଦି ଭାରତକୁ ଜାଣିବାର ଅଛି ତେବେ ସ୍ୱାମୀ ବିବେକାନନ୍ଦଙ୍କୁ ଜାଣିନିଅ।"


ମହାତ୍ମା ଗାନ୍ଧୀ- "ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ପଢିବା ପରେ ଭାରତ ପ୍ରତି ମୋର ଭକ୍ତି ହଜାର ଗୁଣା ବଢିଯାଇଛି।


ସୁବାସ ଚନ୍ଦ୍ର ବୋସ- "ଯଦି ସ୍ୱାମୀ ବିବେକାନନ୍ଦ ଏବେ ଜୀବିତ ଥାଆନ୍ତେ, ତେବେ ମୁଁ ଏବେ ତାଙ୍କ ଚରଣରେ ଥାଆନ୍ତି।


    ତେବେ ଯାହାଙ୍କ ବିଷୟରେ ଯୁଗ ପୁରୁଷ ଏତେ କଥା କହିଛନ୍ତି ସେ କହୁଥିଲେ, " ଗର୍ବର ସହ କୁହ ଆମେ ହିନ୍ଦୁ।" ତେବେ ବାସ୍ତବରେ ହିନ୍ଦୁତ୍ୱ କଣ? ସେ ସମ୍ପର୍କରେ ଆମେ ଆଲୋଚନା କରି ସାରିଛନ୍ତି। ଆଜି ଆଲୋଚନା କରିବା ବାସ୍ତବରେ କଣ ନୁହେଁ ହିନ୍ଦୁତ୍ୱ?


    ହିନ୍ଦୁତ୍ୱ ହିନ୍ଦୁଇଜିମ୍ (Hinduism) ନୁହେଁ। ଉନବିଂଶ ଶତାବ୍ଦୀର ମଧ୍ଯ ଭାଗରେ ଆମେରିକାରେ ଇଜିମ୍ (Ism) ର ବ୍ଯବହାର ଆରମ୍ଭ ହେଲା। ଏହା ଏକ ପ୍ରତ୍ଯେୟ, ଯାହାର ବ୍ଯବହାର ଉଗ୍ର ଧାରଣା ଗୁଡିକ ନିମିତ୍ତ କରାଯାଉଥିଲା। ଏହା ଏକ ଅପମାନ ଜନକ ଶବ୍ଦ ଭାବରେ ପରିଚିତ ଥିଲା। ଏହି ଶବ୍ଦରୁ ହିଁ ଉଗ୍ରବାଦର ଗନ୍ଧ ଆସେ। ଚାଲନ୍ତୁ ଥରେ ନଜର ପକାଇବା ସାଧାରଣ ଭାବେ ଏହି ଇଜିମ୍ (Ism) ଶବ୍ଦର ବ୍ଯବହାର କେଉଁଠାରେ ହୁଏ? ( Marxism, Fascism, communism, socialism) ଏହି ଇଜିମ୍ ଶବ୍ଦର ଓଡିଆ ଅର୍ଥ ହେଉଛି ବାଦ/ ବାଦ୍। ତେଣୁ ଏହା ଦ୍ୱାରା ମାକ୍ସବାଦ, ଫାଶୀବାଦ, ସାମ୍ଯବାଦ, ଇତ୍ଯାଦି ସୃଷ୍ଟ। ଏହି ବାଦ/ବାଦ୍ ଏକ ଧାରଣା ବା ଏକ ସିଦ୍ଧାନ୍ତ- ଯହା କିଛି ଲୋକ ଠିକ୍ ମନେକରନ୍ତି ମାତ୍ର ଏହା ଜରୁରୀ ନୁହେଁ, ଏହାକୁ ସମସ୍ତେ ଠିକ୍ ବୋଲି ମନେ କରିବେ। ଯେଉଁଠାରେ ବାଦ/ବାଦ୍ ରହିଛି ସେଠାରେ ପ୍ରତିବାଦ ବି ରହିବ। ସେହି ଧାରଣାର ବିରୋଧ ବି ହେବ। ଭାରତ ସହ ସବୁଠାରୁ ବଡ ଅନର୍ଥ ଆମେ ଏହା କରିପାରନ୍ତି ଯେ ଆମେ Indiaism ବା ଭାରତବାଦର କଥା କହିବା ଆରମ୍ଭ କରିବା, ଯାହା ଭାରତର ସମଗ୍ର ମହାନତାକୁ କ୍ଷୁଦ୍ର କରିବାକୁ ଯଥେଷ୍ଟ। ତେଣୁ ଆମେ Indianess ବା ଭାରତୀୟତାର କଥା କହିପାରିବା, ମାତ୍ର ଭାରତବାଦର ନୁହେଁ। 


     ଏବେ ଆଉ ଏକ ମସ୍ତବଡ ତୃଟି ଆମେ କରନ୍ତି- ହିନ୍ଦୁତ୍ୱକୁ ଇଂରାଜୀରେ ଅନୁବାଦ କରିବା ସମୟରେ ଆମେ ହିନ୍ଦୁଇଜିମ୍ (Hinduism) ଲେଖିଥାନ୍ତି। ଆରେ ହିନ୍ଦୁତ୍ୱ ନିଜେ ନିଜ ମଧ୍ଯରେ ପୂର୍ଣ୍ଣ ବା ଏକ ସ୍ୱୟଂ ସମ୍ପୂର୍ଣ୍ଣ ଶବ୍ଦ ଅଟେ। ତେଣୁ ଏହାକୁ କୌଣସି ଅନୁବାଦର ଆବଶ୍ଯକତା ନାହିଁ। ଯେପରି ଆମେ "ଗୁରୁ" ର କୌଣସି ଇଂରାଜୀ ଅନୁବାଦ ପାଇବା ନାହିଁ। ଗୁରୁକୁ ଇଂରାଜୀରେ ମଧ୍ଯ ସେହି ଗୁରୁ ହିଁ ଲେଖାଯାଏ। ଏଠାରେ ଏହା ବୁଝିବା ନିହାତି ଆବଶ୍ଯକ ଯେ, ହିନ୍ଦୁତ୍ୱ- ହିନ୍ଦୁବାଦ ନୁହେଁ। ଆମର କାହା ସହ କୌଣସି ବିରୋଧାଭାଷ ନାହିଁ, କୌଣସି ଝଗଡା ନାହିଁ ଏବଂ ସର୍ବୋପରି ଆମେ ଉଗ୍ର ନୁହେଁ ବରଂ ଆମେ ସ୍ୱୟଂ ସମ୍ପର୍ଣ୍ଣ ଅଟୁ। ତେଣୁ ଆସନ୍ତୁ ପ୍ରଚିଜ୍ଞା କରିବା ଆଜି ଠାରୁ ହିନ୍ଦୁତ୍ୱକୁ ହିନ୍ଦୁଇଜିମ୍ (Hinduism) ବା ହିନ୍ଦୁବାଦ କହି ଛୋଟ କରିଦେବା ନାହିଁ। ନା କଣ କହୁଛନ୍ତି? ଏବେ ବାସ୍ତବ ବିଚାର ଆପଣଙ୍କର।




Rate this content
Log in

Similar oriya story from Abstract