ପ୍ରିୟ ହୃଦୟ କଥା- ୧୧
ପ୍ରିୟ ହୃଦୟ କଥା- ୧୧
ସମୟ ଅନୁସାରେ ନିଜକୁ ବଦଳାଇବା ନିତ୍ଯାନ୍ତ ଜରୁରୀ।
ମହାଭାରତରେ ଶକୁନିର ପଶାକାଠି ପାଣ୍ଡବମାନଙ୍କୁ ସଶାଖେଳର ଜୁଆରେ ହରାଇ ଦେଲା। ଫଳରେ ସେମାନଙ୍କୁ ବାର ବର୍ଷର ବନବାସ ଓ ଏକ ବର୍ଷର ଅଜ୍ଞାତ ବାସ ଭୋଗ କରିବାକୁ ପଡିଲା। ଏଥିରେ ସର୍ତ୍ତ ଏହା ମଧ୍ଯ ଥିଲା ଯେ, ଅଜ୍ଞାତ ବାସର ଏକ ବର୍ଷ ମଧ୍ଯରେ ଯଦି ପାଣ୍ଡବ ମାନଙ୍କ ମଧ୍ଯରୁ କେହି ଜଣେ ମଧ୍ଯ ଚିହ୍ନା ପଡନ୍ତି ବା ପାଣ୍ଡବ ମାନଙ୍କ ମଧ୍ଯରୁ କୌଣସି ଜଣଙ୍କର ପ୍ରକୃତ ପରିଚୟ ଜଣାପଡେ, ତେବେ ସେମାନଙ୍କୁ ପୂର୍ନବାର ବାର ବର୍ଷ ବନବାସ ସହ ଏକ ବର୍ଷ ଅଜ୍ଞାତ ବାସ ଭୋଗ କରିବାକୁ ପଡିବ।ତେଣୁ ଅଜ୍ଞାତ ବାସ କେତେଯେ କଠିନ ଓ କଷ୍ଟଦାୟକ ଆପଣ ଅନୁମାନ କରିପାରୁ ଥିବେ।
ଯେକୌଣସି ପରିସ୍ଥିତିରେ ପାଣ୍ଡବଙ୍କୁ ସେମାନଙ୍କର ପରିଚୟ ଲୁଚାଇ ରଖିବାକୁ ହେବ। ଯାହା ସେମାନଙ୍କ ପାଇଁ କାଠିକର ପାଠ ଥିଲା। କାରଣ ସେମାନେ ଥିଲେ ସର୍ବତ୍ର ପରିଚିତ ନିଜର ଧର୍ମପରାୟଣତା, ସତ୍ଯନିଷ୍ଠତା ଓ ପରାକ୍ରମ ପାଇଁ। ପୁଣି ସେମାନେ ଥିଲେ ହସ୍ତିନା ପୁରର ରାଜକୁମାର। ଜଣେ ବିଶ୍ୱର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର, ଆଉ ଜଣେ ଏତେ ବଳବାନ ଯେ, ପର୍ବତକୁ ଯଦି ସିଏ ଆଲିଙ୍ଗନ କରେ ତେବେ ଅକ୍ଳେଶରେ ତାହା ଖଣ୍ଡ- ବିଖଣ୍ଡିତ ଓ ଚୂର୍ଣ୍ଣ କରିଦେଇ ପାରେ। ଧର୍ମରାଜ ଯୁଦ୍ଧିଷ୍ଠିର ଯିଏ ସତ୍ଯର ବ୍ରତ ଧାରଣ କରିଥିଲେ, ଅର୍ଥାତ୍ ଯଦି ସେ ଧରା ରଡିଯାଆନ୍ତି, ତେବେ କୌଣସି ପରିସ୍ଥିତିରେ ମଧ୍ଯ ସେ ମିଛ କହିବେ ନାହିଁ। ନକୁଳ ଓ ସହଦେବ- ଯାହାଙ୍କ ବିଷୟରେ କୁହାଯାଏ କି ତାଙ୍କଠାରୁ ସୁନ୍ଦର ପୁପୁଷ ସଂସାରରେ ଆଉ କେହି ନଥିଲେ। ଏବଂ ପାଞ୍ଚାଳି/ ଦ୍ରୌପଦି- ବ୍ରହ୍ମାଣ୍ଡର ସବୁଠାରୁ ଦିବ୍ଯ ସ୍ତ୍ରୀ। ତେଣୁ ଏହା ନିଶ୍ଚିତ ରୂପେ କୁହାଯାଇ ପାରେ ଯେ, ଏମାନଙ୍କର ଲୁଚିବା ବା ଅଜ୍ଞାତ ରହିବା ଏକ ଅସମ୍ଭବ କାର୍ଯ୍ଯ ଥିଲା। କିନ୍ତୁ ଏହି ଅସାଧ୍ଯ କାର୍ଯ୍ଯକୁ କରିବା ପାଇଁ ଭୟ କରି ଲୁହ ଗଡାଇବା ପରିବର୍ତ୍ତେ ପାଣ୍ଡବମାନେ ନିଷ୍ପତି ନେଲେ, ଯଦି ସମୟ ବଦଳିଛି ତେବେ ଆମେ ବି ବଦଳି ଯିବୁ।
ସେମାନେ ବାର ବର୍ଷର ବନବାସ ସାରି ରାଜା ବିରାଟଙ୍କ ରାଜ୍ଯରେ ପହଞ୍ଚିଲେ, ଏକ ବର୍ଷର ଅଜ୍ଞାତ ବାସରେ ସେଠାରେ ଆତ୍ମଗୋପନ କରିବା ପାଇଁ। ଅର୍ଜୁନ ଭଳି ବିରାଟ ଯୋଦ୍ଧା ଓ ଧନୁର୍ଦ୍ଧର ଏକ ନପୁଂସକ ବୃହର୍ଣ୍ଣଳାର ବେଶ ଧାରଣ କରି ରାଜକୁମାରୀ ଉତ୍ତରାଙ୍କୁ ନୃତ୍ଯ ଶିକ୍ଷା ଦେବାକୁ ଆରମ୍ଭ କଲେ। ଯୁଧିଷ୍ଠିର ଯିଏ ପଶାଖେଳର ଜୁଆରେ ଦୁର୍ଯ୍ଯୋଧନ ଠାରୁ ପାରି ଯାଇଥିଲେ,ସେ ରାଜା ବିରାଟଙ୍କୁ ପଶାଖେଳ ଶିକ୍ଷା ଦେବାକୁ ଲାଗିଲେ। ଏବଂ ଏହି ବାହାନାରେ ତାଙ୍କୁ ମହଲରେ ରହିବାର ଅନୁମତି ମିଳିଗଲା। ଭୀମ, ମହାବଳୀ ଭୀମ- ଯାହାଙ୍କ ପାଇଁ ଶହ ଶହ ସଂଖ୍ଯାରେ ରୋଷେୟା ରୋଷେଇ କାର୍ଯ୍ଯ କରୁଥିଲେ ସେ ନିଜେ ରାଜା ବିରାଟଙ୍କ ମହଲରେ ରୋଷେୟା ହୋଇ ରହିଲେ। ଏବଂ ଦୌପଦି ଯାହାଙ୍କ ଆଗ ପଛରେ ଦାସୀଙ୍କର ସେନା ଚାଲୁଥିଲା, ସେ ନିଜେ ଦାସୀ ହୋଇ ରାଣୀ ସୁଦେଷ୍ଣାଙ୍କ ସେବାରେ ଲାଗିପଡିଲେ।
ତେଣୁ ଯେବେ ସମୟର ଝଡ ଓଲଟା ବହୁ ଥାଏ, ସେତେବେଳେ ତା' ଆଡକୁ ପିଠି ଦେଖାଇବା ହିଁ ବୁଦ୍ଧିମାନର କାର୍ଯ୍ଯ ହୋଇଥାଏ। ଆଉ ପ୍ରତିକ୍ଷା କରିବା ଝଡ ଥମିବାର। ଯେତେବେଳେ ଝଡ ଥମିଯିବ, ଆମେ ପୁଣି ଆମର ପରାକ୍ରମ ଦେଖେଇବା। ସମୟ ଭଲ ଥିବାବେଳେ ଯଦି ମଖମଲର ଗାଲିଚାରେ ଚାଲିବା ଶିଖିଛ ତେବେ ଖରାପ ସମୟରେ ଜଳନ୍ତା ନିଆଁର ଅଙ୍ଗାର ଉପରେ ଚାଲିବାର ସାହସ ଓ ଦମ୍ ମଧ୍ଯ ରଖିବା ଆବଶ୍ଯକ। ଏବେ ବିଚାର କେବଳ ଆପଣଙ୍କର।