Priyaranjan Biswal

Abstract Fantasy Others

3  

Priyaranjan Biswal

Abstract Fantasy Others

ପ୍ରିୟ ହୃଦୟ କଥା- ୨୧

ପ୍ରିୟ ହୃଦୟ କଥା- ୨୧

2 mins
140



ମୁଁ ସେହି ଭାରତର ସନ୍ତାନ।


    ପ୍ରଣାମ।ମୋ ପରିଚୟ ଠିକ୍ ସେୟା ଅଟେ ଯାହା ଆପଣଙ୍କର। ମାନେ ମା ଭାରତୀର ସନ୍ତାନ। ଆପଣଙ୍କ ପରି ମୋ ଧମନୀରେ ମଧ୍ଯ ତପସ୍ୱୀଙ୍କ ତେଜ ଭରପୁର ହୋଇ ରହିଛି। ଆଜି ମୁଁ ମୋ ପରିଚୟ ଏଥିପାଇଁ ଦେଉଛି କାରଣ ପ୍ରଣାମ କରି ପରିଚୟ ପ୍ରଦାନ କରିବା ଆମ ଭାରତୀୟଙ୍କ ପରମ୍ପରା ଅଟେ। 


    "ଭାରତ" - ମୁଁ ସେହି ଭାରତର ସନ୍ତାନ ଯାହାର ଓଠରେ ଗଙ୍ଗା ଓ ହାତରେ ତ୍ରୀରଙ୍ଗା ସର୍ବଦା ଶୋଭା ପାଉଅଛି। ସେଇ ଭାରତ ଯିଏ କେବେ ସତ୍ଯମ୍ ଶିବମ୍ ସୁନ୍ଦରମ୍ କେବେ ବନ୍ଦେ ମାତରମ୍ ଆଉ କେବେ ପଞ୍ଜାବ ସିନ୍ଧୁ ଗୁଜୁରାଟ ମରାଠା ଦ୍ରାବିଡ ଉତ୍କଳ ବଙ୍ଗ ଅଟେ। ମୁଁ ସେହି ଭାରତର ସନ୍ତାନ ଯିଏ ହତାଶ, ନିରାଶ, ପ୍ରତାଡିତ ଓ ବିତାଡିତ ଲୋକଙ୍କ ନିମନ୍ତେ ଶରଣ-ସ୍ଥଳ ରୂପରେ ସଦା ସର୍ବଦା ଦଣ୍ଡାୟମାନ ଏବଂ ସାତ ଦରିଆ ପାରି ବିଦେଶୀ ମାନଙ୍କୁ ମଧ୍ଯ ଭାଇ ଓ ଭଉଣୀ କହି ସମ୍ବୋଧନ କରେ। ମୁଁ ସେହି ଭାରତର ସନ୍ତାନ ଯିଏ ସମଗ୍ର ବିଶ୍ୱକୁ ହିତୋପଦେଶ ଓ କର୍ମଯୋଗର ଶିକ୍ଷା ପ୍ରଦାନ କରେ, କିନ୍ତୁ ନିଜେ କେବେ ପର-ଆପଣାର ଭାବ ଶିକ୍ଷା କରିପାରି ନାହିଁ। ବସୁଧୈବ କୁଟୁମ୍ବକମ୍ର ସିଦ୍ଧାନ୍ତ ସହ ବଞ୍ଚିବା ଶିଖିଥିବା ମୋ ଭାରତ ସେହି ନୀଳକଣ୍ଠ ଅଟେ ଯିଏ ନିଜେ ବିକ ପାନ କରି ଅନ୍ଯମାନଙ୍କୁ ଅମୃତ ଦାନ କରେ। ମୋ ଭାରତ ସର୍ବଦା କର୍ମଣେ ବାଧିକାରସ୍ତେ ଗାଏ। ମୋ ଭାରତରେ ତିନିଲୋକର ସ୍ୱାମୀକୁ ମଧ୍ଯ ଲୋହୁଣୀ ଚୋରି କରି ଖାଇବାକୁ ହୁଏ ଏବଂ ମହାବତାର ହୋଇ ମଧ୍ଯ ମାଆ ହାତରୁ ମାଡ ଖାଇବାକୁ ପଡେ। ମୁଁ ଗୌତମଙ୍କ ଭାରତର ସନ୍ତାନ। ଯେଉଁଠାରେ ଜନହିତ ପାଇଁ ଜଣେ ରାଜ ପୁତ୍ର ସନ୍ଯାସ ହେବାକୁ ପଛଘୁଞ୍ଚା ଦିଏନାହିଁ। ମୁଁ ରାମଙ୍କ ଭାରତର ସନ୍ତାନ। ଯେଉଁଠାରେ ପିତାଙ୍କ ଗୋଟିଏ ବଚନ ପାଇଁ ପୁତ୍ର ସିଂହାସନ ତ୍ଯାଗକରି ବନବାସ ଭୋଗକରେ। ମୁଁ ସେହି ଭାରତର ସନ୍ତାନ, ଯିଏ ସ୍ତ୍ରୀ କୁ ତାର ସ୍ୱାଭିମାନ ପାଇଁ ପରିଚୟ ପ୍ରଦାନ କରେ। ଜଣେ କୁଆଁରୀ ମାଆକୁ ମହା ସତୀ କୁନ୍ତି ନାମରେ ଅଭିହିତ କରେ ଏବଂ ପାଞ୍ଚ ପତି ବିଶିଷ୍ଟ ଦୌପଦିଙ୍କୁ ସମାଜରେ ଦେବୀ ରୂପରେ ପରିଚିତ କରାଏ। ମୋ ଭାରତ ଆକାଶ ପରି ବଳଶାଳୀ ତଥାପି ଧରଣୀ ପରି ଧର୍ଯ୍ଯବାନ୍। ମୋ ଭାରତ ପ୍ରେମର ପୂଣ୍ଯଭୂମି ଓ ଅହିଂସାର ଜନ୍ମସ୍ଥଳୀ ଅଟେ। କିନ୍ତୁ ନାରୀର ଅସମ୍ମାନ ହେଲେ ଆମର ଛୋଟରୁ ଛୋଟ ପିଲା ମହାବଳୀ ହନୁମାନ ପାଲଟି ଯାଏ। ପଢ ଆମ ଇତିହାସ ଯାହା ଆମ କପାଳରେ ଲିପିବଦ୍ଧ ହୋଇ ରହିଛି। ଗୋଟିଏ ଦୁଶାସନ ଆମ ଝିଅର ପଣତ କାନି ଟାଣିବାକୁ ପ୍ରୟାସ କରିବାରୁ ଆମେ ଶହେ ଭାଇଙ୍କର ଚିତା ଜଳାଇ ଦେଲୁ। ଗୋଟେ ରାବଣ ଆମ ମାଆକୁ ହରଣ କଲା, ଆମେ ପୁରା ରାକ୍ଷସ କୁଳର ଲଙ୍କାଗଡ ଜଳେଇ ଦେଲୁ। ମୁଁ ସେହି ଭାରତର ସନ୍ତାନ ଯିଏ ନା କେବେ ନଇଁଛି ନା ଡରିଛି ନା ରହିଛି। ସବୁବେଳେ ଗର୍ବର ସହ ଛାତି ଫୁଲାଇ କେବଳ ଆଗକୁ ହିଁ ବଢିଛି।ମୁଁ ସେହି ଭାରତର ସନ୍ତାନ ଯିଏ ବୀରତାର ବସୁନ୍ଧରା ଅଟେ। ମୁଁ ସେହି ଭାରତର ସନ୍ତାନ, ଯିଏ ଶାନ୍ତିର ପ୍ରଥମ ଶଙ୍ଖନାଦ ଏବଂ ମାନବତାର ଅନ୍ତିମ ଆଶା ତଥା ଆଶ୍ରା ଅଟେ। ମୁଁ ଆଜି ନିଜର ପରିଚୟ ଏଥିପାଇଁ ଦେଲି କାରଣ ପ୍ରଣାମ କରି ପରିଚୟ ପ୍ରଦାନ କରିବା ଆମ ଭାରତବାସୀଙ୍କ ପରମ୍ପରା ଅଟେ। ଏବେ ବାସ୍ତବ ବିଚାର ଆପଣଙ୍କର। ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।




Rate this content
Log in

Similar oriya story from Abstract