STORYMIRROR

Priyaranjan Biswal

Classics Inspirational Others

3  

Priyaranjan Biswal

Classics Inspirational Others

ପ୍ରିୟ ହୃଦୟ କଥା- ୧୦

ପ୍ରିୟ ହୃଦୟ କଥା- ୧୦

1 min
200


ପରିମାଣକୁ ନୁହେଁ ଉତ୍କର୍ଷତା ବା ଗୁଣକୁ ପ୍ରାଧାନ୍ଯ ଦେବା ଉଚିତ୍।


   ମହାଭାରତରେ ପ୍ରଭୁ ଶ୍ରୀକୃଷ୍ଣ ନିରପେକ୍ଷ ଭାବେ ଦୁର୍ଯ୍ଯୋଧନ ଓ ଅର୍ଜୁନ ଉଭୟଙ୍କୁ ଏକ ଅବସର ପ୍ରଦାନ କଲେ, ଯଦ୍ୱାରା ସେମାନେ ନିଜ ନିଜ ପାଇଁ ସର୍ବୋତ୍ତମ ବିକଳ୍ପ ଚୟନ କରିପାରିବେ। ତେଣୁ ସେମାନଙ୍କ ସମ୍ମୁଖରେ ପ୍ରଭୁ ଜୁଇଟି ବିକଳ୍ପ ରଖିଲେ- ଗୋଟିଏ ପକ୍ଷରେ ପ୍ରଭୁଙ୍କର ଏକ ଅକ୍ଷହୋଣୀ ସେନା, ଯେଉଁଥିରେ ୨୧୮୭୦ ରଥ, ୨୧୮୭୦ ହାତୀ, ୬୫୬୧୦ ଘୋଡା, ୧୦୯୩୫୦ ପଦାତିକ ସୈନିକ, ସମୁଦାୟ ୨୧୮୭୦୦ ଯୋଦ୍ଧା ଥିଲେ। ମାତ୍ର ଏଥିରେ ସାରଥୀ ମାନଙ୍କୁ ହିସାବକୁ ନିଆଯାଏ ନାହିଁ, କାରଣ ସେମାନେ ଯୁଦ୍ଧରେ ଅସ୍ତ୍ର ଧାରଣ କରି ନଥାନ୍ତି। ଅନ୍ଯ ପକ୍ଷରେ ପ୍ରବୁ ନିଜେ, ସେ ପୁଣି ଯୁଦ୍ଧରେ ଅସ୍ତ୍ର ଧାରଣ ନକରିବାକୁ ବଚନ ବଦ୍ଧ। ତେବେ ଏ ଦୁଇଟି ବିକଳ୍ପକୁ ଦୁର୍ଯ୍ଯୋଧନ ନିଜ ପାଇଁ ପ୍ରଥମଟିକୁ ଚୟନ କଲେ ଓ ଅର୍ଜୁନ ଦ୍ୱିତୀୟ ବିକଳ୍ପକୁ। କିନ୍ତୁ ଶେଷରେ ଦୁର୍ଯ୍ଯୋଧନ ଓ କୌରବ ମାନଙ୍କୁ ଯୁଦ୍ଧରେ ପରାସ୍ତ ହୋଇ ସେମାନଙ୍କର ସର୍ବସ୍ୱ ହରାଇବାକୁ ପଡିଲା। ମାତ୍ର ଅର୍ଜୁନ ତଥା ପାଣ୍ଡବମାନେ ଯୁଦ୍ଧରେ ବିଜୟୀ ହେବା ସହ ନିଜର ନ୍ଯାର୍ଯ୍ଯ ଅଧିକାର ପ୍ରାପ୍ତ କରିବାରେ ସମର୍ଥ ହେଲେ। 


      କାରଣ ଦୁର୍ଯ୍ଯୋଧନ ନିଜ ପାଇଁ ପରିମାଣର ବିକଳ୍ପକୁ ଚୟନ କରିଥିବା ସ୍ଥଳେ ଅର୍ଜୁନ ନିଜ ପାଇଁ ଉତ୍କର୍ଷତା ବା ଗୁଣକୁ ଚୟନ କରିଥିଲେ, ଆଉ ଉତ୍କର୍ଷତା ବା ଗୁଣ ସମ୍ମୁଖରେ ପରିମାଣ ସର୍ବଦା କମ୍ ହିଁ ହୋଇଥାଏ। ଏବେ ଏହା ଏକ ଚିନ୍ତନର ବିଷୟ ଯେ, ଆମେ ଆମ ଜୀବନରେ କିଛି ଅଧିକର ଆଶାରେ କମ୍ ଆଉ ବହୁତ କମ୍ ଆଡକୁ ଅଗ୍ରସର ହେଉନାହାଁନ୍ତି ତ? ଏବେ ବିଚାର ଆପଣଙ୍କର।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics