STORYMIRROR

Priyaranjan Biswal

Others

3  

Priyaranjan Biswal

Others

ପ୍ରିୟ ହୃଦୟ କଥା- ୧୬

ପ୍ରିୟ ହୃଦୟ କଥା- ୧୬

1 min
130

ପ୍ରିୟ ହୃଦୟ କଥା-୧୬


ଉଚ୍ଚାଭିଳାଷୀ ହେବା ଉଚିତ୍ ମାତ୍ର ଲୋଭି ନୁହେଁ।


     ଆପଣ ବହୁତ ବଡ ବ୍ଯକ୍ତି ହେବାକୁ ଚାହୁଁଛନ୍ତି, ବହୁତ ଧନ ଅର୍ଜନ କରିବାକୁ ଚାହୁଁଛନ୍ତି- ଏହା ହିଁ ଉଚ୍ଚାଭିଳାଷ ଅଟେ। ମାତ୍ର ଏ ସମସ୍ତ କାର୍ଯ୍ଯ ଯଦି ଆପଣ ଅନ୍ଯ କାହାର ଅଧିକାର କ୍ଷୁର୍ଣ୍ଣ କରି ଅଥବା ବଳପୂର୍ବକ ( କଳେ, ବଳେ ଅବା କୌଶଳେ) ଛଡାଇ ନେଇ ନିଜର କରିବାକୁ ଚାହୁଁଛନ୍ତି, ତେବେ ତାହା ଲୋଭ ଅଟେ। ଉଚ୍ଚାଭିଳାଷୀ ହେବା ଯେତେ ଶୁଭଙ୍କର ଲୋଭ କରିବା ବା ଲୋଭି ହେବା ସେତେ ଭୟଙ୍କର ଓ ବିପଦ ପୂର୍ଣ୍ଣ।


      ମହାଭାରତରେ ଦୁର୍ଯ୍ଯୋଧନ ଚକ୍ରବର୍ତ୍ତୀ ସମ୍ରାଟ ହେବାକୁ ଚାହୁଁଥିଲା। ତାର ଉଚ୍ଚାଭିଳାଷ ଥିଲା, ଯେ କେବଳ ହସ୍ତିନାପୁର ନୁହେଁ ବରଂ ଦଶ ଦିଗରେ ତାର ରାଜ୍ଯ ବ୍ଯପ୍ତ ହେଉ। କିନ୍ତୁ ସେ ଲୋଭ ରୂପକ ଅଭିଷାପ ଦ୍ୱାରା ଗ୍ରସିତ ହୋଇଗଲା। ସେ ନିଜର ଭାଇମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବାକୁ ଚାହିଁଲା। ପାଣ୍ଡବମାନଙ୍କୁ ପାଞ୍ଚଖଣ୍ଡ ଗାଁ ଦେବାକୁ ମଧ୍ଯ ମନା କରିଦେଲା।ଦୁର୍ଯ୍ଯୋଧନ କର୍ମର ସନ୍ତୁଳନକୁ ବିଗାଡି ଦେଲା। ଯାହାର ପରିଣାମ ସ୍ୱରୂପ- ହସ୍ତିନା ପୁରର ସେ ରାଜା/ ରାଜକୁମାର, ଯିଏ ଭୂମି ଉପରେ ନିଜର ପାଦ ରଖୁ ନଥିଲା, ସେ କୁରୁକ୍ଷେତ୍ରର ଧୂଳିରେ ଗଡି ଗଡି ନିଜର ପ୍ରାଣତ୍ଯାଗ କରିବାକୁ ବାଧ୍ଯ ହେଲା। ତେଣୁ ନିଜର ଉଚ୍ଚାଭିଳାଷକୁ କଦାପି ଲୋଭରେ ପରିବର୍ତ୍ତିତ ହେବାକୁ ଦିଅନ୍ତୁ ନାହିଁ। ତେବେ, ଏବେ ବାସ୍ତବ ବିଚାର ଆପଣଙ୍କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍