ପ୍ରିୟ ହୃଦୟ କଥା- ୨୦
ପ୍ରିୟ ହୃଦୟ କଥା- ୨୦


ଯଦି ଆପଣ ନୀତି, ଧର୍ମ ଓ କର୍ମକୁ ସଫଳତା ପୂର୍ବକ ପାଳନ କରିବେ ତେବେ ବିଶ୍ୱର କୌଣସି ବି ଶକ୍ତି ଆପଣଙ୍କୁ ପରାଜିତ କରିପାରିବ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ମହାଭାରତର ଯୁଧିଷ୍ଠିର।
ଅନେକ ଅତ୍ଯାଚାର, ଶୋଷଣ ଓ ଦୁଃଖର ବଶବର୍ତ୍ତୀ ହେବା ପରେ ମଧ୍ଯ ଯୁଧିଷ୍ଠିର ଓ ପାଣ୍ଡବମାନେ କେବେ ସତ୍ଯ ଓ ଧର୍ମ ପଥରୁ ବିମୁଖ ହୋଇନଥିଲେ। ସେମାନେ ନିଜର ନୀତି, ଧର୍ମ ଓ କର୍ମକୁ ସଫଳତା ପୂର୍ବକ ପାଳନ କରିଥିବାରୁ ଅନେକ କଷଣ ସହିବାକୁ ଓ ସଙ୍ଘର୍ଷ କରିବାକୁ ପଡିଥିଲେ ମଧ୍ଯ ଶେଷରେ ବୀଜୟ ମଣ୍ଡିତ କେବଳ ଆଉ କେବଳ ସେହି ପାଣ୍ଡବ ମାନେ ହିଁ ହୋଇଥିଲେ। ତେଣୁ ଏବେ ବାସ୍ତବ ବିଚାର ଆପଣଙ୍କର।