STORYMIRROR

Priyaranjan Biswal

Fantasy Inspirational Others

2  

Priyaranjan Biswal

Fantasy Inspirational Others

ପ୍ରିୟ ହୃଦୟ କଥା- ୨୨

ପ୍ରିୟ ହୃଦୟ କଥା- ୨୨

1 min
59


   "ଭାରତ"- କ'ଣ ଆପଣ ଏହି ଶବ୍ଦର ଅର୍ଥ ଜାଣନ୍ତି?

ଭା- ଅର୍ଥାତ୍- ଆଲୋକ, ଯେଉଁଠି ବି 'ଭା'ର ବ୍ଯବହାର ହୁଏ, ତାହା ଆଲୋକର ଅର୍ଥରେ ହିଁ ବ୍ଯବହାର ହୋଇଥାଏ। ଯେପରି- ଆଭା- ଅର୍ଥାତ୍ ଆଲୋକ, ପ୍ରଭାତ- ଅର୍ଥାତ୍ ସକାଳ, ଭାଷ୍କର ଏବଂ ଭାନୁ ଅର୍ଥାତ୍ ସୂର୍ଯ୍ଯ। ଏହି ସବୁଥିରେ 'ଭା' ର ବ୍ଯବହାର ହୋଇଛି ଏବଂ ଏ ସବୁର ସମ୍ପର୍କ ଆଲୋକ ସହ ଯୋଡି ହୋଇ ରହିଛି। 'ରତ'- ଅର୍ଥାତ୍ ଲାଗିଥିବା/ ବୁଡିରହିଥିବା, ଯେପରି ସାଧନାରେ ରତ, ତପସ୍ଯାରେ ରତ। ଯେତେବେଳେ ଏହି ଦୁଇଟି ଯାକ ଶବ୍ଦ ଯୋଡିହୋଇ ଗୋଟିଏ ଶବ୍ଦ ପ୍ରସ୍ତୁତ କରନ୍ତି ତେବେ ହୁଏ- "ଭାରତ"। ଯାହାର ଅର୍ଥ ଆଲୋକର ସନ୍ଧାନରେ ଲାଗିଥିବା/ବୁଡିରହିଥିବା ବା ଆଲୋକର ସନ୍ଧାନ କରୁଥିବା। ଅନ୍ଧକାରରୁ ଆଲୋକକୁ ଯାତ୍ରା ହେଉଛି ଆମ ପରମ୍ପରା। ତେଣୁ କୁହାଯାଏ- "ତମସୌ ମା ଜ୍ଯୋର୍ତିଗମୟେ"। ଏଥିପାଇଁ ଆମ ଦେଶର ନାମ ଭାରତ ଅଟେ। 


       ଆଜି ପରଠାରୁ ଯେତେବେଳେ ଆପଣ ନିଜକୁ ଭାରତବାସୀ ବୋଲି କହିବେ, ସେତେବେଳେ ଭାରତର ଅର୍ଥକୁ ମନେ ମନେ ଚିନ୍ତା କରି ଥରେ ଗର୍ବର ସହ ହସିବେ ନିଶ୍ଚିତ। ଏବେ ବାସ୍ତବ ବିଚାର ଆପଣଙ୍କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy