STORYMIRROR

Priyaranjan Biswal

Inspirational Others

2  

Priyaranjan Biswal

Inspirational Others

ପ୍ରିୟ ହୃଦୟ କଥା- ୧୭

ପ୍ରିୟ ହୃଦୟ କଥା- ୧୭

1 min
62

ପ୍ରିୟ ହୃଦୟ କଥା- ୧୭


ଅନ୍ଧ ବ୍ଯକ୍ତି- ଅର୍ଥାତ୍ ଅର୍ଥ, ମଦିରା, ଅଜ୍ଞାନ, ମୋହ ଓ କାମରେ ଅନ୍ଧ ବ୍ଯକ୍ତି ହାତରେ କ୍ଷମତା କେବଳ ଆଉ କେବଳ ବିନାଶ ଦିଗରେ ହିଁ ଅଗ୍ରସର କରାଏ। ଏହାର ଜ୍ୱଳନ୍ତ ଉଦାହରଣ ମହାଭାରତର ଧୃତରାଷ୍ଟ୍ର।


      ତେବେ ଆପଣ ଯେଉଁ ବ୍ଯକ୍ତିକୁ ନିର୍ବାଚନରେ ଭୋଟ ଦେଇ ତା ହସ୍ତରେ କ୍ଷମତା ଅର୍ପଣ କରିବାକୁ ଯାଉଛନ୍ତି, ସେପରି କରିବା ପୂର୍ବରୁ ଥରେ ନିଶ୍ଚିତ ଚିନ୍ତା କରନ୍ତୁ ଉକ୍ତ ବ୍ଯକ୍ତି ଜଣକ ଉପରୋକ୍ତ କଥିତ ଉକ୍ତି ପରି କୌଣସି ମତେ ଜଣେ ଅନ୍ଧବ୍ଯକ୍ତି ନୁହେଁ ତ? ଯଦି ଏପରି ହୋଇଥାଏ, ତେବେ ତାହା କେବଳ ଆପଣଙ୍କ ପାଇଁ ଭବିଷ୍ଯତରେ ଅସୁବିଧାର ସବୁଠାରୁ ବଡ କାରଣ ରୂପରେ ଦଣ୍ଡାୟମାନ ହେବ ତାହା ନୁହେଁ ବରଂ ଏପରି ବ୍ଯକ୍ତି ହସ୍ତରେ କ୍ଷମତା ଅର୍ପଣ ହ୍ୱାରା ଭବିଷ୍ଯତରେ ସମଗ୍ର ରାଷ୍ଟ୍ରକୁ ମଧ୍ଯ ଏହାର ଭୟଙ୍କର ପରିଣାମ ଭୋଗ କରିବାକୁ ହେବ। ତେଣୁ କୌଣସି ନିର୍ଦ୍ଧିଷ୍ଟ ବ୍ଯକ୍ତି ବା ଦଳକୁ କ୍ଷମତା ଅର୍ପଣ କରିବାର ଯେଉଁ ମହାନ ଶକ୍ତି ବା କ୍ଷମତା ଆପଣଙ୍କ ହସ୍ତରେ ନିହିତ ଅଛି ତାକୁ ଆପଣ ଅନ୍ଧ ଭଳି ବ୍ଯବହାର କରି ଆଉ ଏକ ଅନ୍ଧ ବ୍ଯକ୍ତି ହସ୍ତରେ କ୍ଷମତା ଅର୍ପଣ କରିବାରୁ କ୍ଷାନ୍ତ ରୁହନ୍ତୁ। ନିଜର ଚକ୍ଷୁ ଖୋଲା ରଖିବା ସହ ଉପରୋକ୍ତ କଥିତ ବ୍ଯକ୍ତି ଭଳି ଆଜିର ଏ ଅନ୍ଧ ରାଜନେତା ( କଳିଯୁଗର ଧୃତରାଷ୍ଟ୍ର) ମାନଙ୍କୁ ମଧ୍ଯ ସେମାନଙ୍କ ଅନ୍ଧତ୍ୱରୁ ଦୂରେଇ ରହିବାକୁ ବାଧ୍ଯ କରନ୍ତୁ। ଯହା ଦ୍ୱାରା ଆପଣଙ୍କ ସଙ୍ଗେସଙ୍ଗେ ସମଗ୍ର ରାଷ୍ଟ୍ରର ମଙ୍ଗଳ ହେବ। ଏବେ ବାସ୍ତବ ବିଚାର ଆପଣଙ୍କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational