ପ୍ରେମ ଧୋଇଗଲା ଆଖି ଲୁହରେ
ପ୍ରେମ ଧୋଇଗଲା ଆଖି ଲୁହରେ
ନୂତନ ଦିବସର ପହିଲି ପ୍ରଭାତରେ ଜନ୍ମ ନେଲା ଗୋଟିଏ ଶୁଆ । ଚିଁ ଚିଁ ରାବ ଦେଲା , ତିମିର ହଜିଗଲା । ସୂର୍ଯ୍ୟ ତା ଆଗମନେ ଜଣାଇଲେ ସ୍ବାଗତ ଆଉ ଶୁଭେଚ୍ଛା । ଶୁଆଟି ଧିରେ ଧିରେ ବଡ଼ ହେବାକୁ ଲାଗିଲା । ଆଉ ଆସ୍ତେ ଆସ୍ତେ ଖଣ୍ଡି ଉଡା ମଧ୍ୟ ଦେଲା । ଉଡୁ ଉଡୁ ଉଡିଗଲା ମୁକ୍ତ ସୀମା ହୀନ ଆକାଶରେ । ନାଚି ଉଠିଲା ମନ ଏଣେ ତେଣେ । ଏମିତି ଉଡୁ ଉଡୁ ଦିନେ ଦେଖାହେଲା ଗୋଟିଏ ଶାରୀ , ସେ ଶାରୀ ନୁହେଁ ତୋ ଲାଗୁଥିଲା ସ୍ବର୍ଗରୁ ଅଲ୍ଲାହି ଆସିଥିବା ସତେ ଅବା ଗୋଟେ ଅପସରୀ ପରି । ବୋଧୁଏ ଭେଟ ହେବବୋଲି ଆଗରୁ ଦଇବ ନିର୍ଦ୍ଧାରିତ କରିରଖିଥିଲା । ତାକୁ ଦେଖି ବସନ୍ତର ଆଗମନ ପରି ତା ମଧ୍ୟରେ ଖେଳିଗଲା ନୂତନ ଶିହରଣ । ବଢ଼ିବାକୁ ଲାଗିଲା ହୃଦୟର ଧକ୍ ଧକ୍ ସ୍ପନ୍ଦନ । ତା କଥା ଭାବି ଭାବି ବିତିଗଲା କିଛି ଦିନ ଆଉ କିଛିରାତି । କାହିଁକି? କାହିଁକି? କାହିଁକି ?
ଶୁଆର ଶାରୀକୁ ଦେଖିବାକୁ ହେଉଥାଏ ଭାରି ମନ । ଆଉ ଭାବିବସେ ତା ପାଇଁ ଅନେକ ସ୍ବପ୍ନ ନବୀନ । ଦିନେ ଉଡୁ ଉଡୁ , ପୁଣି ଥରେ ଦେଖା ହେଲା ଶାରୀ ସହ ମୁକ୍ତ ଆକାଶରେ । ମନରହିଗଲା ତାରି ଠାରେ । ତାକୁ ଦେଖିବା ପାଇଁ ଆକାଶରେ ଉଡିବୁଲେ ଶୁଆ ବାରମ୍ବାର ସେଇ ମାର୍ଗରେ କାରଣ ଶାରୀ ସେଇ ମାର୍ଗ ଦେଇ ଯିବ । ତାକୁ ଦେଖିଦେଲେ ସତେ ଅବା ପୁରି ଯାଏ ଏ ଭୋକିଲା ମନ । ଏମିତି ଦେଖା ଦେଖିରେ ଶୁଆ ଶାରୀ ହୋଇଯାନ୍ତି ନିକଟତରରୁ ଆହୁରି ନିକଟତର । ଏମିତି ମିଶୁ ମିଶୁ ଶୁଆ ଶାରୀ କୁ କେତେବେଳେ କରିବସେ ବରଣ । ଆଉ ତା ମଧ୍ୟରେ ଖେଳିଯାଏ ପ୍ରେମର ପ୍ରଥମ ଶିହରଣ । । ଆଉ ତା ପାଇଁ ସେ ହୋଇସାରିଛି ପ୍ରେମୀ ପାଗଳ । କିନ୍ତୁ ଦୁଃଖର ବିଷୟ କି ପ୍ରକାଶି ପାରେନା ଶାରୀ ନିକଟରେ ତାର ମନର ଭାବ । ତଥାପି ବଢ଼ି ଚାଲେ ତା ପାଇଁ ପ୍ରେମ । ଆଉ ଦେଖି ଚାଲେ କେତେ ନୂଆ ସପନ । ତଥାପି କାହିଁକି କେଜାଣି ପ୍ରକାଶି ପାରେନା ତା ହୃଦୟର ଭାବ । କାରଣ ତା ମନ ମଧ୍ୟରେ ଗୋଟିଏ ବିରାଟ ଭୟ ଉଙ୍କି ମାରୁଥିଲା କାଳେ କହିଦେଲେ ଶାରୀ ହୋଇଯିବ ଦୂର । ତେଣୁ ସେ ପ୍ରକାଶ କରିବାକୁ ଚାହେଁ ନା ତା ମନର ଭାବ । ମାତ୍ର କେତେ ଦିନ ଚାପିରଖିବ ହୃଦୟର ଭାବ ଓ ମନର କଥାକୁ । ଶେଷରେ ନିଷ୍ପତି ନେଲା ଯେ ଆଜି ପ୍ରକାଶିବ ବୋଲି ମନର ଭାବନାକୁ । ସେଥିପାଇଁ ଚାଲିଲା ତା ନିକଟକୁ,ଆଉ ମନ ମଧ୍ୟରେ ଉଙ୍କି ମାରୁଥାଏ ଏକ ଦ୍ଵନ୍ଦ , କହିଦେଲେ କାଳେ ଦୂରେଇ ଯି
ବନି ତ ଶାରୀ । ତଥାପି ମନେ ମନେ ଚିନ୍ତା କଲା ନାଁ ମୁଁ ଆଜି ନିଶ୍ଚିତ କହିବି । ଏମିତି ଏକୁଟିଆ ଆଉ ବଞ୍ଚି ପାରିବିନି ତା ବିନା ।
ମାତ୍ର ତାର କହିବା ଟା ବୋଧୁଏ ବହୁ ଡେରି ହୋଇଯାଇଥିଲା । କାରଣ ଶୁଆ ଦେଖିଲା ଶାରୀ ପଡି ସାରିଛି ଆଉ କା ପ୍ରେମରେ । ଦେଇ ସାରିଛି ମନ ତାହାରି ଠାରେ । ତା ସାଙ୍ଗରେ ମିଶୁଛି, ସେ ହସିଲେ ଏ ମଧ୍ୟ ହସୁଛି । ସତେ ଅବା ଅବା ସେ ଶାରୀ ଭାରି ଆନନ୍ଦରେ ଅଛି ଦେଖି ଶୁଆ ଖୁସି ହେଲା ।
ଖୁସି ହେଲା ସିନା ଶାରୀ ର ହସ ହସ ମୁହଁ ଦେଖି । ମାତ୍ର ସତେ ଅବା ବନ୍ଦ୍ ହୋଇଗଲା ତା ହୃଦୟର ସ୍ପନ୍ଦନ ଆଉ ଉଡିଗଲା ଯେପରି ଦେହରୁ ପ୍ରାଣ । ତଥାପି ଜଣାଇଲା ଶୁଆ ଶାରୀର ପ୍ରେମକୁ ଅଭିନନ୍ଦନ ଓ ସମ୍ମାନ । କାରଣ ସେ ଶାରୀକୁ ନିଜ ଜୀବନ ଠୁ ବି ଅଧିକ ଭଲ ପାଉଥିଲା । ତାର ଖୁସି ପାଇଁ ପୁଣି ଶୁଆ ଫେରିଗଲା ପଛକୁ । କାରଣ ସେ ହିଁ ବୁଝିଥିଲା ପ୍ରେମର ପ୍ରକୃତ ମାନେ । ଅର୍ଥାତ୍ ତ୍ୟାଗ ସେ ଶାରୀର ଖୁସି ପାଇଁ ଦେଇ ଦେଲା ନିଜର ଖୁସିକୁ ଜଳାଞ୍ଜଳି । କାରଣ ସେ ତାକୁ ଭଲ ପାଉଥିଲା ନିଜ ଠୁ ବେଶୀ । ଆଉ ସେ ଚାହୁଁ ଥିଲା ଦେଖିବାକୁ ତା ଓଠରେ ସର୍ବଦା ଖୁସି । ଶୁଆ ତାର ଭଙ୍ଗା ମନକୁ ବୁଝାଇ ଦେଇଛି ଯେ ତା ଠୁ ସିନା ଦୂରେଇ ଯାଇଛି । ମାତ୍ର ତା ସ୍ମୃତିକୁ ସେ ସର୍ବଦା ନିଜ ପାଖରେ ହୃଦୟର ସିନ୍ଧୁକରେ ଯତ୍ନ ସହକାରେ ସାଇତି ରଖିଛି ।
ଏମିତି ଭାବୁ ଭାବୁ ସତେ ଅବା ଶୁଆକୁଦେଖି ଶ୍ରାବଣ ବର୍ଷିବାକୁଲାଗିଲା ଘନ ଘନ । ସେ ଶ୍ରାବଣରେ ଭିଜି ଗଲା ହୃଦୟର ସବୁ ପ୍ରେମ । ଭାଙ୍ଗିଗଲା ବରଫ ମାଡ଼ରେ ପ୍ରେମର କାଚ ଘର । ଘଡ଼ଘଡ଼ି ନାଦରେ ପ୍ରକମ୍ପିତ ହୋଇ ଉଠିଲା ସମଗ୍ର ପିଣ୍ଡ । ଭାଙ୍ଗି ଚୂର୍ମାର ହୋଇଗଲା ସୁନା ସପନ । ଭୋ ଭୋ ହୋଇ କାନ୍ଦି ପକାଇଲା ସେ ଶୁଆ , କାରଣ ସେ ଜାଣି ଥିଲା ଆଉ ପାଇବନି ଏ ସୁଯୋଗ । ଶ୍ରାବଣ ବର୍ଷାରେ ମିଶିଗଲା ଲୁହର ଧାର । ନାଁ କେହି ଦେଖି ପାରିଲେ ନାଁ କେହି ଜାଣିପାରିଲେ ନାଁ ଶ୍ରାବଣ ପ୍ରେମର ଲହୁ କାହାକୁ ଦେଖାଇ ଦେଲା ।
ହୃଦୟର ଯନ୍ତ୍ରଣା ଓ ଆଖିର ଲୁହକୁ ଚାପି ଧରି ନାଚିବାକୁ ଲାଗିଲା ଶ୍ରାବଣର ବର୍ଷାରେ ଆଉ ଧୋଇ ଦେଉଥିଲା ପ୍ରେମକୁ ଆଖି ଲୁହରେ । ଧନ୍ୟବାଦ୍ ଦେଲା ଶୁଆ ଶ୍ରାବଣକୁଆଉ କହିଲାରେ ଶ୍ରାବଣ ପ୍ରେମ ଧୋଇଗଲା ଆଖି ଲୁହରେ ଆଖି ଲୁହରେ ଆଖି ଲୁହରେ ।