PRABHAS KUMAR MOHAPATRA

Comedy Drama

3  

PRABHAS KUMAR MOHAPATRA

Comedy Drama

ମୁଁ ସାବିତ୍ରୀ କରିବିନି

ମୁଁ ସାବିତ୍ରୀ କରିବିନି

2 mins
169


ମୁଁ ସାବିତ୍ରୀ କରିବିନି?


 ନୁଠୁ - ଆଲୋ ଏ ରାଣୀ ଚନ୍ଦ୍ର କାଣୀ କୁଆଡେ ଗଲୁ ତତେ କଣ ଶୁଭା ଯାଉନି । କଉ ଗାତ ଭିତରେ ପସିଛୁ ।


ରାଣୀ - କଣ ହେଲା ଏତେ ବଡ଼ ପାଟି କରି କଣ ପାଇଁ ରଡି କରୁଛ । ମୋ କାନକୁ ଶୁଭୁଛି ।


ନୁଠୁ - ହୋଇଲୋ ତୁ ମୋ ଉପରେ ଜବାବ ଦଉଛୁ ।


ରାଣୀ - କଣ ପାଇଁ ମୋତେ ବାଡ଼ଉଛ କହିଲ । ମଦ ପିଇ ପିଇ ତ ସବୁ ବିକି ଭାଙ୍ଗି ସାରିଲଣି । ଶେଷରେ ମୋତେ ବି ମାରିଦିଅ ।


ନୁଠୁ - ହଇରେ ଚନ୍ଦ୍ର କାଣୀ ତୋତେ ମୁଁ ରାଣୀ ଭାବି ବାହା ହେଇଥିଲି । କିନ୍ତୁ ତୁ ତ ସତରେ କାଣୀ ଟେ । ତତେ କହୁଛି ପରା ମୋତେ ଖାଇବାକୁ ଦେ


ରାଣୀ - ମୁଁ ଦେଇ ପାରିବିନି ।


ନୁଠୁ - ବାଡ଼େଇବ


ରାଣୀ - ନିଅ ଗିଳିଦିଅ । ଯେତେ ମନା କଲେ ତୋ ତୁମେ ମଦ ଛାଡ଼ୁନ ଖାଲି ମୋତେ ଦହଗଞ୍ଜ କରି ମାରୁଛ ।


ନୁଠୁ - ଶୋଇଥିବ ଯମରାଜ ର ଏଣ୍ଟ୍ରି

ଏଇ ନୁଠୁ ସୁଇଛୁ କଣ ଶୁଣ କାଲି ସାବିତ୍ରୀ ତୋର ଶେଷ ଦିନ ତୁ ଗାଧେଇ ପାଧେଇ ରେଡି ହେଇକି ଥିବୁ । ମୁଁ କାଲି ଆସି ତୋତେ ନେଇ ଯିବି ।


ନୁଠୁ - ର ନିଦ ଛାଡି ଯିବ


ନା ମୁଁ ମାରିବାକୁ ଚାହେଁନି । ମୁଁ ବଂଚିବାକୁ ଚାହେଁ । ହେଲେ ମୋର ତ ଆଜି ଆୟୁଷ ସରି ଯିବ ମୁଁ କଣ କରିବି । ହଁ......


ହଁ.... ରାଣୀ ଚାହିଁଲେ ମୋତେ ବଞ୍ଚେଇ ପାରିବ ।...


ନୁଠୁ - ଆଲୋ ଏ ରାଣୀ କୁଆଡେ ଗଲ ।

ରାଣୀ - କଣ ଆଜି ଏତେ ପ୍ରେମ ଉଛୁଳି ପଡୁଛି ।

ନୁଠୁ - ରାଣୀ ତୋତେ ମୁଁ କେତେ ଭଲ ପାଏ କହିଲୁ । ତୁ ଯଦି କହିବୁ ମୁଁ ଛାତରୁ ବି ଡେଇ ପଡିବି ।

ଦେଖ ଦେଖ ତୋ ପାଇଁ ମୁଁ କଣ ଆଣିଛି । ଶାଢ଼ୀ, ଚୁଡ଼ି, ଶଙ୍ଖା, ସିନ୍ଦୁର । କୁ ତୁ ଜଲ୍ଦୀ ପିନ୍ଦି ପକା । ମୋ ଧନଟା ପରା ମୋ ଗୁଲୁଟା ପରା ।

ଯମ - ଏଇ ନୁଠୁ ତୁ ରେଡି ତ


ନୁଠୁ - ଏଇ ରାଣୀ ଜଲ୍ଦୀ ପିନ୍ଧି ପକା । ନହେଲେ ମୋତେ ଯମ ନେଇ ଯିବ ।

ରାଣୀ - ଯମ ନେଇ ଯାଉ ମୁଁ ପିନ୍ଧିବିନି । ଆହୁରି ଖୋଲି ଦେବି ଶାଢ଼ୀ ଚୁଡ଼ି, ଶଙ୍ଖା ।

ନୁଠୁ - ନାଇଲୋ ମୋ ଧନଟା ପରା, ମୋ ଜାନୁ ଟା ପରା । ପିନ୍ଧି ପକା ଜଲ୍ଦୀ ।

ରାଣୀ - ମୁଁ ପିନ୍ଧି ବିନି, ପିନ୍ଧିବିନି, ପିନ୍ଧିବିନି କହିଲି ପରା । ଯମ ନେଇ ଯାଉ ।


ଯମ - ଯଦି ବାହାର ଏ ଗରମରେ ମୁଁ ଆଉ ବସି ପାରିବିନି ।


ନୁଠୁ - ପିନ୍ଧି ପକାଲ । ନହେଲେ ବିଧବା ହେଇଯିବୁ ।

ରାଣୀ - ତୁମେ ବିଧବା ହେଇ ଯାଅ ମୋର କିଛି ନାଇଁ.. ମୁଁ ଏବେ ସିଂଦୁର ପୋଛି ଦେଉଛି ।

ନୁଠୁ - ନାଇଲୋ ସେମିତି କହନି ମୋତେ ବଂଚିବାକୁ ବହୁତ ଇଛା ।

ରାଣୀ - ହଉ ପିନ୍ଧିବି କିନ୍ତୁ ତୁମେ ଶପଥ କରି କୁହ ଆଉ ମଦ ପିଇବନି । 

ନୁଠୁ - ନାଇଁ ନାଇଁ ହଉ ହଉ ମୁଁ ପିଇ ବିନି ।


ରାଣୀ - ପିନ୍ଧିବ


ଯମ - redy ହେଲୁ


ରାଣୀ - ଯାଇ ମୁଣ୍ଡିଆ ମାରିବ


ଯମ - କିଏ ତମେ


ରାଣୀ - ପ୍ରଥମେ ମୋତେ ଆଶୀର୍ବାଦ ଦିଅନ୍ତୁ ଆଜି ସାବିତ୍ରୀ ।

ଯମ - ହଉ ତ ଶଙ୍ଖା ସିନ୍ଦୁର ବଜ୍ର ହେଉ ତୋ ସ୍ୱାମୀ ଆହୁରି ଶହେ ବର୍ଷ ବଞ୍ଚୁ ।


ରାଣୀ - ହେଇଟି ଶୁଣୁଛ ଗ୍ରାଣ୍ଟେଡ ହେଇଗଲା ବାହାରକୁ ଆସ ।

ଆଉ ତୁମକୁ ଯମ ମହାରାଜ ନେଇ ପାରିବେନି

ଯମ - କାହାକୁ ମୁଁ ନେଇ ପାରିବିନି

ରାଣୀ - ୟାଙ୍କୁ ଇଏ ମୋ ସ୍ୱାମୀ । mr ନୁଠୁ....


Rate this content
Log in

Similar oriya story from Comedy