ପାନ୍ଥଶାଳା
ପାନ୍ଥଶାଳା
ପାନ୍ଥଶାଳା ଜୀବନର ଗତିପଥରେ ଏକ ସ୍ୱତନ୍ତ୍ର ଜାଗା l କେବେ ବାଟ ଭୁଲା ବୋଟୋଇ ତ କେବେ ଲକ୍ଷ୍ୟସ୍ଥଳରେ ପହଂଚି ନଥିବା ଯାତ୍ରୀ ପାଇଁ ସେ ସାଜିଥାଏ ଅନ୍ଧରଲୋଉଡି l କେବେ ଝାଞ୍ଜିଖରାରେ ପଣତ କାନି ତ କେବେ ବରଷା ରାତିରେ ଛତା ହୋଇ ଆଶ୍ରୟ ଦେଇଥାଏ ଅନେକ ପଥିକ କୁ l ଅନେକ ତାକୁ ଆଶ୍ରୟ କରି ପହଂଚି ଥାନ୍ତି ନିଜ ଲକ୍ଷ୍ୟ ସ୍ଥଳରେ..... l ଆଉ ସେଇ ପାନ୍ଥଶାଳା କେବେ କେବେ ଏକାଠି କରିଦିଏ ଅନେକ ଚିନ୍ହା ମୁହଁକୁ l ସେ ପାନ୍ଥଶାଳା.... ସେ ପାନ୍ଥଶାଳା.... ସେ ପାନ୍ଥଶାଳା.....
ଆଜିର ନାଟକ *ପାନ୍ଥଶାଳା*
ରଘୁ/ଶ୍ୟାମ- ( ର ପ୍ରବେଶ )-
ରଘୁ - ଆରେ ଶ୍ୟାମ ଭୁଝିଲୁ ଆଜି କାଇଁ ମୋର ପିଲାଦିନ କଥା ଭାରି ମନେ ପଡୁଛିରେ l ସେ ପିଲାଦିନର ସାଙ୍ଗ ଗୁଡା ଆଜି କିଏ କେଉଁଠି ଅଛନ୍ତି କାହାରି ଟିକେ ଦେଖା ସାକ୍ଷାତ ନାହିଁ l
ଶ୍ୟାମ - ଆରେ ରଘୁ ମୋର ବି ବହୁତ ମନେ ପଡୁଛି l ସେ ପିଲାଦିନର ସାଙ୍ଗ ସାଥୀ ହେଇ ଖେଳିବା, ସାଥୀହୋଇ ପୋଖରୀରେ ଗାଧୋଇବା l ଆଉ ଆମ୍ବ ତୋଟାରେ ଆମ୍ବ ବିଛେଇ ଖାଇବା l କେତେ ମଜା ହେଉଥିଲା କହିଲୁ l
ରଘୁ - ହଁ ରେ ଖାଲି କଣ ସେତିକି ମନେ ପକେଇଲୁ ସେ ସ୍କୁଲ ବେଳର କଥାକୁ l ସାଙ୍ଗହେଇ ଯେଉଁ ସ୍କୁଲ ଯାଉଥିଲେ l ଏକାଠି ବସି ପାଠ ପଢୁଥିଲେ l ବରଷା ବେଳେ ଖାତାରୁ କାଗଜ ଚିରି ଡ଼ଙ୍ଗା କରି ଭସେଇ ଦେଉଥିଲେ,କେତେ ଭଲ ଥିଲା କହିଲୁ l
ଶ୍ୟାମ- ମନେ ପକେଇଲୁ ସେ ହରି କଥା ଦିନେ ଆଇନା ନଦେଖି ପାଉଡର ମୁହଁରେ ମାରି ଚାଲି ଆସିଛି ସ୍କୁଲ କୁ ଆଉ ମୁହଁ ଦେଖିଲା ବେଳକୁ ପୁରା ଧଳା ଆଉ ସ୍କୁଲ ରେ ପଣ୍ଡିତ ସାର ତାର କେମିତି ପ୍ରଶଂସା କରିଥିଲେ କହିଲୁ l
ରଘୁ - ହଁ ହଁ ମୋର ମନେ ଅଛି l ପ୍ରେମ କୁମାର ସେ ପାଲଟି ଗଲା ତାକୁ ପରା ସାର ସେବେଠୁ ପ୍ରେମ କୁମାର ନାଁ ରେ ଡାକିବା ଆରମ୍ଭ କଲେ l ଆଉ ପ୍ରେମ କୁମାର ସବୁ ଭଲତ....
ଶ୍ୟାମ - ଆରେ ତୋର ଆଉ ଗୋଟେ କଥା ମନେ ଅଛି କି ନାହିଁ l ସେ ପିଙ୍କି ରିଙ୍କି ଯେଉଁ ସାରଙ୍କ ବାଡିରୁ କମଳା ଆଣି ଲୁଚି ଲୁଚି ଖାଉଥିଲେ l ତା ପରେ ଯେଉଁ ମାଡ଼.... ବାପରେ ବାପା
ମୁଁ ତ ସେଦିନ ଭାରି ମଜା ନେଇଥିଲି
କାରଣ ମୁଁ ଯେଉଁଦିନ ମାଡ଼ ଖାଇଥିଲେ ସେ ଦୁଇଟା ଭାରି ଖିଲି ଖିଲି ହେଇ ଦାନ୍ତକୁ ଦେଖେଇ ହସୁଥିଲେ l
ରଘୁ - ଆରେ ତୋର ମନେ ଅଛି ନା ନାହିଁ କହିଲୁ ସେ କବାଡି ଖେଳ l ସେ ବିକାଶର ଗୋଡ଼କୁ ମୁଁ ଶେଷରେ ଏମିତି ଟାଣିଲି ଯେ ଦୁଲ କିନା ପଡିଲା, ଖାଲି କବାଡି କବାଡି ହେଉଥାଏ ଶେଷରେ ତାକୁ ଆମେ ସବୁ ଏମିତି ମାଡି ବସିଲେ ଯେ ତାଙ୍କ team ଶେଷରେ ହାରିଗଲେ l
ଶ୍ୟାମ - ହଁ ହଁ ମୋର ମନେ ଅଛି ଖାଲି ସେତିକିନା କଣ, ଭଲି, କ୍ରିକେଟ, ସବୁ ମନେ ଅଛି l
ରଘୁ - ଆରେ ତୋର ଏଇ କଥାଟା ମନେ ଅଛିକି ନାହିଁ କହିଲୁ ଅବିନାଶ ଆଉ ଆକାଶ ଦୁଇଜଣ ଯେଉଁ ସ୍କୁଲ ମଝିରେ କାହାରିକୁ କିଛି ନ କହି ଆମ୍ବ ବିଛେଇବାକୁ ଯାଇଥିଲେ l କିନ୍ତୁ ଆମେ ସିନା ଆମ୍ବକୁ କାଡ଼ୁ କାଡ଼ୁ କରି ଖାଇ ଚାଲିରେ କିନ୍ତୁ ବିଚରା ଗୁଡାକ ଯଉ ମାଡ଼... ଖାଇଲେ ଜଙ୍ଘ ଗୁଡାକ ତାଙ୍କ ରଳା ପଡି ଯାଇଥିଲା ରେ...
ଆନନ୍ଦ - ର entry ) କଣ କିରେ ଦୁଇଜଣ ବସି ଆଜି ଭାରି ଗପସପ ହଉଛ କଥା କଣ l କଣ ହେଇଛି କିରେ l
ରଘୁ - ନାଇଁ ରେ କିଛି ହେଇନି ବାସ ଏମିତି ବସି ସ୍କୁଲ ବେଳର କଥା ହଉଥିଲୁ l ତୁ କହିଲୁ କେବେରୁ ସ୍କୁଲ ପାଠ ପଢା ସରିଲାଣି ଏଇ ଗାଁ ସାଙ୍ଗ କେଉଁଠି ଦୁଇ ଚାରିଟା ସହ ଟିକେ ଦେଖା ସାକ୍ଷାତ ହେଉଛି କିନ୍ତୁ ତୁ କହିଲୁ ଆମେ କେତେ ସାଙ୍ଗ ଥିଲେ ଆଜି କିଏ କେଉଁଠି ଅଛନ୍ତି ଠିକ ନାହିଁ l କିଏ କଟକ ଭୁବନେଶ୍ୱରରେ ରହିଲେଣି ତ କିଏ ଦିଲ୍ଲୀ, ଚେନ୍ନାଇ ରେ ପହଂଚିଲାଣି କାହାରି ସାଥିରେ ନା ଯୋଗାଯୋଗ ଅଛି ନା ଦେଖା ସାକ୍ଷାତ ଅଛି l ସେମାନେ ଏତେ ଚୋର ଗୁଡାକ ତାଙ୍କର ଟିକେବି ସାଙ୍ଗ ମାନଙ୍କ କଥା ମନେ ପଡୁନି l
ଆନନ୍ଦ - ହଁ ରେ ତୁ କହିଲୁ ଆମ ଦିଦି କେତେ ସୁନ୍ଦର ପାଠ ପଢ଼ାଉଥିଲେ l ବିଜ୍ଞାନ କୁ ବହୁତ ସୁନ୍ଦର ଭାବରେ ବୁଝାଉଥିଲେ l ସେ ଭାରି ଭଲ ଦିଦି ଥିଲେ କାହାରିକୁ କେବେ ପିଟୁ ନଥିଲେ l
ଶ୍ୟାମ - ମନେ ପକେଇଲୁ ସେଦିନ ପଣ୍ଡିତ ସାର ଙ୍କ କଥା
ଆନନ୍ଦ - ଆରେ ସେ କଥା କହନାରେ ପଣ୍ଡିତ ସାର ଲୋକ ହିସାବରେ ଭଲଜେ କିନ୍ତୁ ଭାରି ନିର୍ଦୟରେ ଟିକେ ବି ତାଙ୍କର ଦୟା ମାୟା ନାହିଁ l ପଠା ରେ ଟିକେ ଭୁଲ ହେଲେ ଟିକେ ଛାଡି ଦିଅନ୍ତେ ନ ପିଟିକି l କିନ୍ତୁ ସେ ଖାଲି ପିଟି ଚାଲନ୍ତି ..ଆଉ ଆମେ ସବୁ ବିଚରା ଗୁଡାକ ମାଲ, ବୋଉଲ, ବାପାଲୋ ହେଇ ଆଉଁସି ବୁଲୁ ଥାଉ ଦେହକୁ l
ରଘୁ -ଆରେ ମନେ ଅଛିକି ନାହିଁ l ତୋର ଇତିହାସ ହୁଏନି ବୋଲି କେତେ ଗାଳି ଶୁଣୁ l
ଶ୍ୟାମ - ଆଉ ତୋ କଥା କହୁନୁ ତୁ ତୋ ପୁରା ଜ୍ଞାନି ଥିଲୁନା l ଗଣିତ ନାଁ ଧରିଲେ ତୋର ମୁଣ୍ଡ ବିନ୍ଦୁଥିଲା l ଇତିହାସ କଥା ମୋତେ କହୁଚୁ l....
ବିକ୍ରମ - ଆରେ ଏ ମାନେ ଏଠି ସବୁ ବସି କଣ କରୁଛ l ଗୋଟେ କଥା ଜାଣିଛ ମୋତେ ଆଜି ରବି ସାର କହୁଥିଲେ କୁଆଡେ ଆମ ସ୍କୁଲ ରେ ରୌପ୍ୟ ଜୟନ୍ତୀ ପାଳନ ହେବ l
ତିନି ସାଙ୍ଗ - ତ ସେଥିରୁ କଣ ହେଲା
ବିକ୍ରମ - ଆରେ ବହୁତ କିଛି ହବ ନାଚ, ଗୀତ, ସାଙ୍ଗକୁ ଖାଇବା ପିଇବା, ଆଉ ବହୁତ ବଡ଼ ବଡ଼ ଲୋକ ସବୁ ଆସିବେ l
ରଘୁ - ତ କଣ ହେଇ ଗଲା ସେଥିରୁ କହିଲୁ, ତୁ ତ ଲୋଭି ଟା ଯିବୁ ଆଉ ପେଟେ ନାଦିକି ପଳେଇ ଆସିବୁ, କହିଲା କଣ ନାଁ ରୌପ୍ୟ ଜୟନ୍ତୀ ହେବ!
ବିକ୍ରମ - ଆରେ ସବୁ କଥା ଟିକେ ଶୁଣି ସାରା l
ତିନି ସାଙ୍ଗ - ନା ନା କଣଟା ତୁ ଶୁଣେଇବୁ ଆଉ ଆମେ କଣ ଟା ଶୁଣିବା କହିଲୁ l
ବିକ୍ରମ - ଆରେ ଏହି ରୌପ୍ୟ ଜୟନ୍ତୀ କୁ ନା ଆମ ସବୁ ସାଙ୍ଗମାନେ ଆସୁଛନ୍ତି l
ତିନି ସାଙ୍ଗ - ସତରେ ନା କଣ....
ବିକ୍ରମ - ହଁ ସତରେ ସମସ୍ତେ ଆସିବେ ପୁଅ ଝିଅ ସମସ୍ତେ l ସାର ସମସ୍ତଙ୍କୁ କଲ କରି ସାରିଛନ୍ତି ଆଉ ଏଇ ମାସ 11 ତାରିଖରେ ରୌପ୍ୟ ଜୟନ୍ତୀ ପାଳନ ହେବ l
ଶ୍ୟାମ - ଆରେ ବିକ୍ରମ ସେ ଅବିନାଶ, ଦିପୁ, ମିକୁ ସେମାନେ ସବୁ ଆସିବେ ତ l
ବିକ୍ରମ - ହଁ ହଁ ସବୁ ଆସିବେ
ବିକାଶ - ଆଉ ସେ ମୋନାଲିସା ଆସିବ ନା ନାହିଁ
ବିକ୍ରମ - କାଇଁ ତୋର ଏତେ ତାର ଚିନ୍ତା l ଯାଉନୁ ନିଜେ ପଚାରିବୁ l ଏବେ ବି ତୋର ପ୍ରେମ ଝରି ପଡୁଛି ଆଉ....l
ବୁଝିଲୁ ତୁ ଜମାରୁ ସୁଧୁରିବୁନି.... ଆଗରୁ ଯାହା ଥିଲୁ ଏବେବି ସେଇଆ ଅଛୁ l ଖାଲି ମୋନାଲିସା କଥା ତୋର ଚିନ୍ତା l ଆଉ ସବୁ ସାଙ୍ଗ କଥା ଟିକେ ବି ଚିନ୍ତା ନାହିଁ l
ବିକାଶ - ଆରେ କହନାରେ..
ବିକ୍ରମ - ହଁ ହଁ ଖାଲି ସେ ନୁହଁ ଆମ ସ୍କୁଲ ର ସବୁ ଝିଅମାନେ ଆସିବେ l
ତିନି ସାଙ୍ଗ - ସତରେ ମଜା ଆସିଯିବ lପୁଣି ସ୍କୁଲ କଥା ମାନେ ପଡ଼ିଯିବ
(ସବୁ ସାଙ୍ଗ ସାଥୀ ଦେଖା ସାକ୍ଷାତ
ହେଲେ)
ଆରେ ତୁ ଆସିଛୁ.. ତୁ କେମିତି ଅଛୁ ରେ....ଆଉ ସବୁ ଠିକ ଠାକ ତ ବହୁତ ଦିନ ହେବ ତୋ ସହ ମୋର ଦେଖା ହେଇନି ରେ
ଆଉ ସାଙ୍ଗ ତୁ ତୋ ପୁରା ହାକିମ ହେଇ ଗଲୁଣି ମାନିବାକୁ ପଡିବ ତୋ ନିଶ କୁ ଖଣ୍ଡେ ନିଶ ରଖିଛୁ ତ ତୁ ପୁରା କଂସ ର ନିଶ ପରି ଲାଗୁଛି l
ଏ ଗୁଲୁ....ଗୁଲୁ....ଏ ତୋ ଝିଅ ନା ହଁ ହଁ ଏ ମୋ ଝିଅ ପୁରା ତୋ ଭଲି ହେଇଛି l ମା ଝିଅ ପୁରା ସମାନ
ଆଉ ତୋ ବର କଣ କରୁଛି, କାଇଁ ତୋ ବରକୁ ନେଇକି ଆସିଲୁଣି କଣ ନଜର ଲାଗିଯିବ ନା....
ନାଇଁ ରେ
ସେକଥା ନୁହଁ ହଟାତ ତାଙ୍କର କାମ ପଡିଲା ତ ଇତ୍ୟାଦି ଇତ୍ୟାଦି.......
ଆରେ ଦେଖ ଦେଖ ସେପଟେ ସାର
ଦିଦି ବସିଛନ୍ତିସବୁ ଯାଇ ମୁଣ୍ଡିଆ ମାରିବେ
ସାର - ଆଉ ଛୁଆ ସବୁ ଭଲ ତ l
ପିଲାମାନେ - ହଁ ସାର ସବୁ ଭଲ l
*ସଭା କାର୍ଯ୍ୟ ଆରମ୍ଭ*
ସମ୍ମାନନୀୟ
ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ ଉପସ୍ଥିତ, ଶୁଦ୍ଧିଜଣ, ପୁରାତନ ଛାତ୍ରୀ ଛାତ୍ରୀ ମାନେ
ଆଜକୁ ଠିକ ପଚିଶ ବର୍ଷ ପୂର୍ବେ ଏଇ ବିଦ୍ୟାଳୟ ଅନେକ ଘାତ ପ୍ରତିଘାତ ଦେଇ ଜନ୍ମ ନେଇଥିଲା..........
ପିଲାମାନଙ୍କ ଭାଷଣ -ଆଜିର ସଭାକୁ ଏଇଠି ସମାପ୍ତ କରାଗଲା
ଗୋଟେ ଦୁଃଖଭରା ଗୀତ ବାଜିବ
ଆରେ ତୁ call କରିବୁ ଜମାରୁ ଭୁଲିବୁନି........