Prabhas Kumar mohapatra

Inspirational

4  

Prabhas Kumar mohapatra

Inspirational

ମୁଁ ମାଷ୍ଟର କ୍ୟାଣ୍ଟିନ ଘୋଡା କହୁଛି

ମୁଁ ମାଷ୍ଟର କ୍ୟାଣ୍ଟିନ ଘୋଡା କହୁଛି

3 mins
226



  

   ମୁଁ କଳିଙ୍ଗର ସେହି ଐତିହ୍ୟ ମାଷ୍ଟର କ୍ୟାଣ୍ଟିନ ଘୋଡା l ମୋତେ ଆଜି ଉଠେଇ ବାକୁ ବସିଛି ଓଡିଶାର ପ୍ରଶାସନ l କହୁଛନ୍ତି ମୁଁ କୁଆଡେ ବିକାଶ ବାଟରେ କଣ୍ଟା ହୋଇ ଫୁଟିଛି l ସେଥିଲାଗି ମୋତେ ମାଷ୍ଟର କ୍ୟାଣ୍ଟିନ ଠାରୁ ମଧୁବାବୁଙ୍କ ଷ୍ଟେଚୁ ପାଖକୁ ନେବା ପାଇଁ ରୀତିମତ ଯୋଜନା ଚାଲିଛି l କିଏ ମୋ ଉଠେଇ ବାକୁ ନେଇ ଆସି ମୋ ଉପରେ ଚଢି ପ୍ରତିବାଦ କଲାଣି ତ, କେ ଆସି କ୍ୟାମେରା ସାମ୍ନାରେ ମୋତେ ଟିକେ ପୋଛି ଦେଲାଣି l ଆଉ କିଏ ମୋ କଥାକୁ ନେଇ ଲମ୍ବା ଭାଷଣ ଦେଲାଣି l ମାତ୍ର ମୁଁ ବୁଝି ପାରୁନି ଏ ସବୁ କାହିଁକି କରୁଛନ୍ତି l


ଦିନ ଥିଲା ମୋ ବାପା ସ୍ବର୍ଗତ ରଘୁନାଥ ମହାପାତ୍ର ପାଲ ତଳେ ରହି ଦିନରାତି ଏକ କରି ନିହାଣୀକୁ ହାତୁଡ଼ିରେ ପିଟି ପିଟି ମୋତେ ଜନ୍ମ ଦେଇଥିଲେ l ଦେଇଥିଲେ ଗୋଟିଏ ନୂଆ ରୂପ l ଆଉ ମୋ କାନରେ ଗୁରୁ ମନ୍ତ୍ର କହିଯାଇଥିଲେ l ହେ! ମୋର ପୁଅ ଯୁଦ୍ଧ ଘୋଡା l ତୁ ବୀରତ୍ୱର ପ୍ରତୀକ ତତେ ଆଜି ଉତ୍କଳର ଜନସାଧାରଣଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଆଜି ଜନ୍ମ ଦେଇଛି l ଆଜି ଠୁ ତୁ ସାମାନ୍ୟ ପଥର ହୋଇରହିନାହୁଁ l ଆଜି ଠୁ ତୁ ପାଲଟି ଯାଇଛୁ ଓଡ଼ିଶାର ବୀରତ୍ୱର ପ୍ରତୀକ, ଉତ୍କଳର ସ୍ୱାଭିମାନ, ଓଡିଶାର କୀର୍ତ୍ତି l ତୁ ରାଜଧାନୀର ବକ୍ଷରେ ରହି ଦୁନିଆକୁ ଓଡ଼ିଶାର କୀର୍ତ୍ତି ସମ୍ପର୍କରେ ଜଣେଇବା ପାଇଁ ଜନ୍ମ ନେଇଛୁ l କେବେ ତୁ ନିଜକୁ ଛୋଟ ଭାବିବୁନି ତୁ ଓଡିଶାର ପ୍ରତ୍ୟେକ ଜନସାଧାରଣ ଙ୍କ ମାନସ ସନ୍ତାନ l ସମସ୍ତଙ୍କ ସୁଖରେ ଦୁଃଖରେ ଛିଡା ହେବୁ l ପ୍ରତ୍ୟେକ ଘଟଣାର ତୁ ମୁକସାକ୍ଷୀ ହୋଇ ରହିବୁ lତା ପରେ ମୋତେ ନେଇ ପ୍ରତିଷ୍ଠା କଲେ ରାଜଧାନୀର ଜଣା ଶୁଣା ଜାଗା ମାଷ୍ଟର କ୍ୟାଣ୍ଟିନରେ ଯେଉଁଠି ମୁଁ ଧନୀ, ଗରିବ, ଉଚ୍ଚ, ନୀଚ, ବଡ଼ବାବୁ, ଛୋଟବାବୁ ସଭିଙ୍କ ସହିତ ପରିଚିତ ହେଲି l ଯେ ଉତ୍କଳକୁ ଆସିଲା ତାକୁ ସ୍ୱାଗତ ଜଣାଇଲି ଆଉ ଯିଏ ଚାଲିଗଲା ଜଣାଇଲି ବିଦାୟ l ସେତେବେଳ ମୁଁ ଯୁବା ଅବସ୍ଥାରେ ଥିଲି l ମୋ ପାଖକୁ ବହୁତ ଲୋକ ଆସୁଥିଲେ ମୋ ସହ ବହୁତ ଫୋଟ ଉଠାଉ ଥିଲେ ଆଉ କିଏ ମୋ କଡରେ ଛିଡା ହୋଇ ନିଜ ପରିବାର ସହ ଫୋଟ ଉଠାଉଥିଲେ l ସମସ୍ତଙ୍କୁ ମୁଁ କିଛି ନ କହି କେବଳ ଖୁସି ଦେଉଥିଲି l ସମସଙ୍କର ଖୁସିରେ ମୁଁ ଖୁସି ହେଉଥିଲି l ମାତ୍ର ମୁଁ ଦିନକୁ ଦିନ ବୟସର ଅପରାହ୍ନ ଆଡକୁ ଗତି କରୁଛି l ଯୁବା ଅବସ୍ଥାରୁ ଆସି ବାର୍ଦ୍ଧକ୍ୟ ଅବସ୍ଥାରେ ପହଂଚି ସାରିଲିଣି l ମୋ ଉପରେ ମାଡି ଗଲାଣି ଶିଉଳିର ଆସ୍ତରଣ l ଶରୀରରେ ନାହିଁ ଆଉ ସେହି ତେଜ l


ଆଜି ସତରେ ମୁଁ ଭାରି ଅବହେଳିତ ମନେକରୁଛି l ମୋ ଚତୁର୍ପାର୍ଶ୍ୱରେ ମାଡି ଯାଇଛି ଅନାବନା ଲତା ଆଉ ଘାସ l ଖରା, ବର୍ଷା, ଶୀତ ଖାଇ ଖାଇ ମୁଁ ହୋଇ ଯାଇଛି ପୁରା କ୍ଳାନ୍ତ l କିଛି ମୋର ନର୍ତ୍ତକୀ ବି ଭାଙ୍ଗି ଶେଷ ହୋଇଗଲେଣି l ଆଉ କିଛି ଛିଡା ହୋଇଛନ୍ତି l ବହୁ ଦିନ ହେବ ମୋ ପାଖକୁ କେହି ଆସୁନଥିଲେ l ଏକାକୀ ବୁଢ଼ା ବରଗଛଟେ ପରି ଛିଡା ହୋଇ ଥାଏ ଆଉ ସବୁ ଦେଖୁଥାଏ l କେତେ ମାଷ୍ଟର, କେତେ ଜନତା,ଆସି ଏଠାରେ ନିଜ ହକ ପାଇଁ ଲଢୁଥିଲେ କେତେ ନେତା, କେତେ ଯାତ୍ରୀ ଏଇ ବାଟ ଦେଇ ଯାତ୍ରା କରୁଥିଲେ l ସମସ୍ତଙ୍କ ସୁଖରେ ଦୁଃଖରେ ମୁଁ ଛିଡା ହୋଇ ଥାଏ l ସମସ୍ତେ ନିଜ ନିଜ କାମ ସରିଲା ପରେ ମୋତେ ଭୁଲିଯାଆନ୍ତି ଆଉ ମୋ କଥା ଜମାରୁ ମନେ ପକାନ୍ତିନି l

ମାତ୍ର କିଛି ଦିନ ହେବ ମୁଁ ଦେଖୁଛି ମୋ ପାଖରେ ଲୋକମାନଙ୍କ ଭାରି ଭିଡ଼ ଲାଗୁଛି l ପ୍ରଥମେ ପ୍ରଥମେ ମୁଁ ବହୁତ ଖୁସି ହୋଇଥିଲି ଯେ ଲୋକ ମାନେ ପୁଣି ମୋ ପାଖକୁ ଆସିଲେଣି,ମାତ୍ର ଯେବେ ଜାଣିବାକୁ ପାଇଲି ଖୁସିଟା ପାଣି ଫୋଟକା ପରି ମିଳେଇ ଗଲା l କାରଣ ମୋତେ ଏଠାରୁ ଉଠେଇ ନିଆଯିବ l ସେଥିପାଇଁ ଲୋକଙ୍କ ଭିଡ଼ ଲାଗୁଛି l ସେବେ ଭାରି ଦୁଃଖ ଲାଗିଲା l ମନେ ମନେ ନିଜକୁ ପଚାରିଲି ଯେଉଁ ଉତ୍କଳୀୟ ମାନେ ମୋତେ ଜନ୍ମ ଦେଇଥିଲେ l ନିଜ ହାତରେ ଟେକି ଆଣି ଏଠାରେ ଛିଡା କରେଇ ଥିଲେ l ଆଜି ସେମାନେ ଦୁଇ ଭାଗ ହୋଇଯାଇଛନ୍ତି l ଦଳେ କହୁଛିନ୍ତି ମୁଁ କୁଆଡେ ବିକାଶର ପଥ ଉଗାଳୁଛି କହି  ଉଠେଇବେ ବୋଲି କହିଲେଣି , ଆଉ ଦଳେ କହୁଛନ୍ତି ଆମେ ଘୋଡାକୁ ଉଠାଇ ଦେବୁନି l ଏ ଆମ ଉତ୍କଳର ପ୍ରତୀକ ଓଡିଶାର ଗର୍ବ ଗୌରବ, କୀର୍ତ୍ତି l ମାତ୍ର ମୁଁ ବୁଝି ପାରୁନି ଏ ବାର୍ଦ୍ଧକ୍ୟ ଅବସ୍ଥାରେ ମୁଁ କାହା ସପକ୍ଷ ନେବି l ନା ଏପଟ ନା ସେପଟ l ଏପଟକୁ ଦେଖିଲେ ବାପା କହିଥିବା କଥା ମନେ ପଡିଯାଉଛି ,ଜୀବନ ଥିବା ଯାଏ ଉତ୍କଳର ସେବାରେ ନିଜକୁ ଲଗାଇବୁ l ଉତ୍କଳର ଗର୍ବ ସାଜିବୁ ତେଣୁ ବାପା କଥା ମାନି ଉଠିବାକୁ ଇଛା ହେଉନି l ମାତ୍ର ସେପଟକୁ ଦେଖିଲେ କୁଆଡେ ମୁଁ ଉତ୍କଳର ବିକାଶରେ ବାଧା କରୁଛି l ସେ କଥା ଶୁଣି ଉଠି ଯିବାକୁ ଇଛା ହେଉଛି l ମୁଁ କଣ କରିବି ଭାରି ଚିନ୍ତାରେ ପଡି ଯାଇଛି l ଶୁଣୁଛି ଜଦି ମୋତେ ଉଠେଇବେ ତେବେ ମୋ ଦେହରେ ମୋଟା ମୋଟା ଦୌଡ଼ି, ଚେନ ଆଦିରେ ବାନ୍ଧି ଉଠେଇବେ l ମୋତେ ଭାରି ଭୟ ଲାଗୁଛି, ମୁଁ ଭାଙ୍ଗି ଯିବିନି ତ? କାରଣ ମୁଁ ଶାରୀରିକ ସ୍ତରରେ ଖରା, ବର୍ଷା, ଶୀତ, ଖାଇ ଖାଇ ତଥା ପ୍ରାକୃତିକ ଦୁର୍ବିପାକ ପ୍ରଭାବରେ ପୁରା ଦୁର୍ବଳ ହୋଇଯାଇଛି l ଆଗ ଭଳି ଆଉ ମୋ ଦେହରେ ସେମିତି ଶକତି ନାହିଁ କି ହାତ ଗୋଡ଼ ସେମିତି ସୁଦୃଢ ହୋଇରହି ନାହିଁ l ଯେ ଟେକି ନେଇ ଯେଉଁଠି ଫୋପାଡ଼ି ଦେଲେ ସେମିତି ରହିଯିବି l ଆଜି ଜଦି ମୋତେ ସେମିତି ଟେକନ୍ତି ମୁଁ ଭାଙ୍ଗି ଯିବିରେ l ମୁଁ ଭାଙ୍ଗି ଗଲେ ଦୁଃଖ କରିବିନି l କିନ୍ତୁ ଦୁଃଖ ମୋ ବାପା ନିଶ୍ଚୟ ସେପାରିରେ କରିବେ l ଯାହା ମୁଁ ସହ୍ୟ କରି ପାରିବିନି l ସେଥିପାଇଁ ମୁଁ କିଛି ନିର୍ଦ୍ଧିଷ୍ଟ ଉତ୍ତର, ମୋତେ ଉଠେଇବା ପାଇଁ ଦେଇପାରୁନି l ଯାହା କରିବେ ଉତ୍କଳର ଜନ ସାଧାରଣ କରିବେ l ତାଙ୍କରି ନିର୍ଦେଶରେ ମୋ ବାପା ମୋତେ ସୃଷ୍ଟି କରିଥିଲେ lଜଦି ମୋତେ ଉଠେଇବ ତେବେ ଉତ୍କଳର ପ୍ରତିଟି ନାଗରିକକୁ ସମସ୍ତ ଜନସାଧାରଣଙ୍କୁ ପଚାରି ଉଠେଇବେ ଏହା ମୋର ଆପଣ ମାନଙ୍କୁ ବିନମ୍ର ଅନୁରୋଧ l ସେମାନେ ଚାହିଁଲେ ମୁଁ ରହିବି ସେମାନେ ଚାହିଁଲେ ମୁଁ ଉଠିବି l ମୁଁ ମାଷ୍ଟର କ୍ୟାଣ୍ଟିନ ଘୋଡା କହୁଛି l


Rate this content
Log in

Similar oriya story from Inspirational